• About
  • Contact
Sunday, October 11, 2026
Sunday, October 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୬)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜାନୁଆରୀ ୨୦୨୪

ସେଦିନ ବାପା ଓ ଆମ ଗାଁ ର ଭାଇସାହିମାନେ ମନ୍ମଥ ଘର ତଳବରଡାକୁ ଖୁଣ୍ଟୁଗାଁ ଓ ଫୁଲଝର ଦେଇ ଚାଲିଚାଲି ଯାଇ ପହଞ୍ଚିବା ବେଳକୁ ଦିନ ଦୁଇଟା ବାଜିଗଲା। ତାପରେ ଖିଆପିଆ ଓ କଥାବାର୍ତ୍ତା ସରୁସରୁ ସନ୍ଧ୍ୟା ହୋଇଗଲା। ସେଦିନ ସମସ୍ତେ ମନ୍ମଥଙ୍କ ବାପାଙ୍କର ବାପାଙ୍କ ବର୍ଷିକିଆ ସରିଲା ପରେ ବାହାଘର ତିଥି ଧରିବା ପାଇଁ ସ୍ଥିର କଲେ।ମଝିରେ ଆଉ ତିନି ମାସ ଥିଲା।ଏହାପରେ ସମସ୍ତେ ବିଷ୍ଣୁ ମାମୁଁ ସହିତ ତାଙ୍କ ଘରକୁ ଅର୍ଥାତ୍ ସିଂପୁର ଗାଁ କୁ ଗଲେ। ବାଟରେ ଡେରି ଗାଁ ରେ କିଛି ସମୟ ରହିଲେ। ସେ ଗାଁ ରେ ମୋର ନାନୀ ବିହା ହୋଇଛନ୍ତି। ପିଇସା ଓ ନାନୀ ମୋ ବାହାଘର ତଳବରଡା ରେ ହେଉଥିବା ର ଶୁଣି ଭାରି ଖୁସି ହୋଇଗଲେ। ତାପରେ ସମସ୍ତେ ସିଂପୁର ବାହାରି ଆସିଲେ। ବାଟରେ ଆସିବା ବେଳେ ଏକ ନଦୀ ଦେଖି ବାପା ମାମୁଁ ଙ୍କୁ ପଚାରିଲେ ଆରେ ବିଷ୍ଣୁ ଏ ନଦୀର ନାଁ କଣ। ବିଷ୍ଣୁ ମାମୁଁ କହିଲେ ଭାଇ ଏ ନଦୀର ନାଁ ସୁନାନଦୀ। ବାପା ପଚାରିଲେ ଏ ନଦୀର ନାଁ ସୁନାନଦୀ କଣ ପାଇଁ ରହିଲା। ତାର ଉତ୍ତର ରେ ମାମୁଁ କହିଲେ ଭାଇ ଏ ନଦୀର ବାଲି ତାଡ଼ି ତାକୁ ଭଲରେ ଧୋଇବା ପରେ ଲୋକ ସୁନା ପାଉଥିବାରୁ ନଦୀ ର ନାଁ ଏହିପରି ରଖାଯାଇଛି। ତାପରେ ନିକଟରେ ସରକାର ଏଠାରେ ସୁନାଖଣି ଥିବାର ମଧ୍ୟ ଆକଳନ କରିଛନ୍ତି। ସମସ୍ତେ ନଦୀ ନିକଟରେ ନିତ୍ୟକର୍ମ ସାରି ମାମୁଁ ଙ୍କ ଘରମୁହାଁ ହେଲେ।

ଘରେ ପହଞ୍ଚିବା ପରେ ସମସ୍ତେ ଚା ମୁଢ଼ି ଖାଇ ଗପସପ ରେ ବ୍ୟସ୍ତ ରହିଲେ ଓ ଘରେ ସମସ୍ତ ଙ୍କ ପାଇଁ ରୋଷେଇ ରେ ମାଇଁ ଲାଗିପଡ଼ିଲେ। ମାଇଁ ଙ୍କୁ ରୋଷେଇ ରେ ସାହାର୍ଯ୍ୟ କରି ମାମୁଁ ଆସି ବାପା ଦାଦାଙ୍କ ନିକଟରେ ବସି ପଡ଼ିଲେ। ମାମୁଁ ଙ୍କୁ ଦେଖି ମୋର ଜଣେ ଦାଦା ପଚାରିଲେ ଆଛା ତୁମ ଗାଁ ରୁ କୁଶକଳା କେତେ ବାଟ? ସେହି ଗାଁ କଡ଼ ଦେଇ ଯେଉଁ ନଦୀ ଯାଇଛି ତାର ନାଁ କଣ? ମାମୁଁ କହିଲେ ଆମ ଗାଁ ରୁ କୁଶକଳା ୪ କିଲୋମିଟର ହେଵ। ସେହି ଗାଁ କଡ଼ ଦେଇ ରାଣୀ ମା ନଦୀ ଯାଇଛି।ନଦୀର ଏପରି ନାମକରଣ ପାଇଁ କିଛି ଲୋକ କହନ୍ତି ଯେ କେନ୍ଦୁଝର ରାଜା ଓ ରାଣୀ ଯେତେବେଳେ ନୟାକୋଟ ଆସନ୍ତି ସେତେବେଳେ ରାଣୀ ଏହି ନଦୀରେ ଗାଧୋଉଥିବା ରୁ ନଦୀର ନାଁ ରାଣୀ ମା ନଦୀ ରଖା ଯାଇଛି। ହଁ ଏଠାରେ ଆଉ ଏକ କଥା କହି ରଖୁଛି ଯେ ରାଜା ନୟାକୋଟ ଠାରେ ମଧ୍ୟ ଦରବାର କରି ପ୍ରଜାମାନଙ୍କ ହାନି ଲାଭ ବୁଝୁଥିଲେ। ସେତେବେଳେ ସେ ସ୍ଥାନ ରେ ରାଜାଙ୍କ ଦରବାର କୁ ନୁଆକୋର୍ଟ କୁହା ଯାଉଥିଲା। ପରେ ଏହା ଅପଭ୍ରଷ୍ଟ ହୋଇ ନୟାକୋଟ ହୋଇଛି। ତାପରେ ମାମୁଁ ସେହି ଲୋକକଥାଟି କହିଲେ।

ପୂର୍ବେ ଗଡ଼ଜାତ ରାଜ୍ୟ କେନ୍ଦୁଝର ମୟୂରଭଞ୍ଜ ରାଜାଙ୍କର ଶାସନାଧୀନ ଥିଲା। ଗମନାଗମନର ସୁବିଧା ନଥିବାରୁ ପ୍ରଜାମାନେ ମୟୁରଭଞ୍ଜ ଯାଇ ସେଠାରେ ସେମାନଙ୍କ ସୁବିଧା ଅସୁବିଧା ଜଣାଇବା ରେ ଅସୁବିଧା ହେଉଥିବାରୁ ଭୂୟାଁମାନେ ମୟୁରଭଞ୍ଜ ରାଜାଙ୍କ ସାନପୁଅ କୁ ଚୋରି କରି ଆଣିଥିଲେ। ସାନ ରାଜକୁମାରଙ୍କୁ କୁଶକଳା ପ୍ରଧାନ ଙ୍କ ଘରେ ଗୁପ୍ତ ରେ ରଖାଯାଇଥିଲା। ସେଠାରେ ରାଜକୁମାର ବଢ଼ିବାକୁ ଲାଗିଲେ। ପ୍ରଧାନଙ୍କ ଘରେ ତାଙ୍କ ର ରାଣୀ ନାମକ ବିଧବା ଝିଅ, ଯେକି ବାଲ୍ୟ ବିବାହ କରିବାର ଅଳ୍ପ ଦିନ ପରେ ତାର ସ୍ଵାମୀ ମରିଯିବା ରୁ ତାର ଶାଶୁ ଘରୁ ଆସି ବାପଘରେ ରହୁଥିଲା, ତା ସହିତ ରାଜକୁମାର ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ତାହାରି ଫଳସ୍ବରୁପ ଝିଅଟି ଗର୍ଭବତୀ ହେଲା। ବିଧବା ଝିଅ ଟି ଗର୍ଭବତୀ ହେବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କଲା। ଏହି ଘଟଣାକୁ ନେଇ ପୀଢ ବୈଠକ ବସିଲା। କୁଶକଳା ପ୍ରଧାନ ଙ୍କୁ ସେହି ବୈଠକକୁ ଡକାଗଲା ଓ ନିଜର ପକ୍ଷ ରଖିବାକୁ କୁହାଗଲା। ପ୍ରଧାନ ଘଟଣା କୁ ଏହିପରି ଭାବେ ଜାତିଭାଇ ମାନଙ୍କ ଆଗରେ କହିଲେ “ଆମ ଘରେ ଗୋଟିଏ କୁକୁର ପଶିଛି”। ଏହାର ଉତ୍ତରରେ ପୀଢର ସର୍ଦ୍ଦାର ଓ ଅନ୍ୟମାନେ କହିଲେ “କୁକୁର କୁ ଠେଙ୍ଗେ”। ପୀଢର ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ ଭୂୟାଁ ମାନେ। ସେମାନେ ରାଜାପୁଅ କୁ ପିଟିପିଟି ମାରିଦେଲେ। ରାଜକୁମାର ଙ୍କ ମୃତ୍ୟୁ ରେ ମ୍ରିୟମାଣ ରାଣୀ ନଦୀରେ ଝାସ ଦେଇ ଜୀବନ ହାରି ଦେବାକୁ ଅନ୍ଧକାର ରାତିରେ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ଲାଗିଲା। ତାକୁ ରୋକିବା ପାଇଁ ତାର ମା ମଧ୍ୟ ତା ପଛେ ପଛେ ଗଲା। ଅନ୍ଧକାର ରାତି। ଆକାଶ ମେଘାଚ୍ଛନ୍ନ। ବର୍ଷା ଟୁପୁଟୁପୁ ପକାଉଥାଏ। ବିଜୁଳି ଘନଘନ ମାରୁଥାଏ। ବିକଳ ହୋଇ ମା ଡାକୁଥାଏ ରହିଯା ରାଣୀ……..ରାଣୀ ମା……..ରାଣୀ……..ରାଣୀ ମା। ଝିଅ ତାର ପ୍ରତିଉତ୍ତରରେ କହୁଥାଏ ମା……..ମା……..ମା। କିଛି ସମୟ ପରେ ନଦୀରେ ଝପାସ କରି ପଡ଼ିଲା। ନଦୀ ନିକଟରେ ପହଞ୍ଚି ମା ଦେଖିଲା ତାର ଅଲିଅଳି ଝିଅ ନଦୀରେ ଝାସ ଦେଇ ସାରିଛି। ନଦୀର ପ୍ରଖର ସ୍ରୋତ ତାକୁ କେଉଁଠି ନେଇ ପକାଇଲାଣି ତାର ଇୟତ୍ତା ନାହିଁ। ଦୁଃଖ ରେ ମାତୃ ହୃଦୟ ବିଳପି ଉଠିଲା। ନଦୀ ନିକଟରେ ବସି କାନ୍ଦିବାକୁ ଲାଗିଲା ମା। ରାଣୀ ମା……..ରାଣୀ ମା। ସେଦିନ ଠାରୁ ନଦୀର ନାଁ ରାଣୀ ମା ନଦୀ ବୋଲି ଲୋକେ କହନ୍ତି। ଏହା ଏକ ଲୋକକଥା ମାତ୍ର। ଐତିହାସିକ ସତ୍ୟତା ନେଇ ମୁଁ ସନ୍ଦିହାନ। ଏହି ସମୟରେ ମାଇଁ ଆସି ମାମୁଁ ଙ୍କୁ ରୋଷେଇ ସରିଲା ବୋଲି କହିବା ରୁ ମାମୁଁ ସମସ୍ତ ଙ୍କୁ ଡାକି ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.