• About
  • Contact
Tuesday, January 20, 2026
Tuesday, January 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୬)

ଆମେ ପାଉଡି ଭୂୟାଁ (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜାନୁଆରୀ ୨୦୨୪

ସେଦିନ ବାପା ଓ ଆମ ଗାଁ ର ଭାଇସାହିମାନେ ମନ୍ମଥ ଘର ତଳବରଡାକୁ ଖୁଣ୍ଟୁଗାଁ ଓ ଫୁଲଝର ଦେଇ ଚାଲିଚାଲି ଯାଇ ପହଞ୍ଚିବା ବେଳକୁ ଦିନ ଦୁଇଟା ବାଜିଗଲା। ତାପରେ ଖିଆପିଆ ଓ କଥାବାର୍ତ୍ତା ସରୁସରୁ ସନ୍ଧ୍ୟା ହୋଇଗଲା। ସେଦିନ ସମସ୍ତେ ମନ୍ମଥଙ୍କ ବାପାଙ୍କର ବାପାଙ୍କ ବର୍ଷିକିଆ ସରିଲା ପରେ ବାହାଘର ତିଥି ଧରିବା ପାଇଁ ସ୍ଥିର କଲେ।ମଝିରେ ଆଉ ତିନି ମାସ ଥିଲା।ଏହାପରେ ସମସ୍ତେ ବିଷ୍ଣୁ ମାମୁଁ ସହିତ ତାଙ୍କ ଘରକୁ ଅର୍ଥାତ୍ ସିଂପୁର ଗାଁ କୁ ଗଲେ। ବାଟରେ ଡେରି ଗାଁ ରେ କିଛି ସମୟ ରହିଲେ। ସେ ଗାଁ ରେ ମୋର ନାନୀ ବିହା ହୋଇଛନ୍ତି। ପିଇସା ଓ ନାନୀ ମୋ ବାହାଘର ତଳବରଡା ରେ ହେଉଥିବା ର ଶୁଣି ଭାରି ଖୁସି ହୋଇଗଲେ। ତାପରେ ସମସ୍ତେ ସିଂପୁର ବାହାରି ଆସିଲେ। ବାଟରେ ଆସିବା ବେଳେ ଏକ ନଦୀ ଦେଖି ବାପା ମାମୁଁ ଙ୍କୁ ପଚାରିଲେ ଆରେ ବିଷ୍ଣୁ ଏ ନଦୀର ନାଁ କଣ। ବିଷ୍ଣୁ ମାମୁଁ କହିଲେ ଭାଇ ଏ ନଦୀର ନାଁ ସୁନାନଦୀ। ବାପା ପଚାରିଲେ ଏ ନଦୀର ନାଁ ସୁନାନଦୀ କଣ ପାଇଁ ରହିଲା। ତାର ଉତ୍ତର ରେ ମାମୁଁ କହିଲେ ଭାଇ ଏ ନଦୀର ବାଲି ତାଡ଼ି ତାକୁ ଭଲରେ ଧୋଇବା ପରେ ଲୋକ ସୁନା ପାଉଥିବାରୁ ନଦୀ ର ନାଁ ଏହିପରି ରଖାଯାଇଛି। ତାପରେ ନିକଟରେ ସରକାର ଏଠାରେ ସୁନାଖଣି ଥିବାର ମଧ୍ୟ ଆକଳନ କରିଛନ୍ତି। ସମସ୍ତେ ନଦୀ ନିକଟରେ ନିତ୍ୟକର୍ମ ସାରି ମାମୁଁ ଙ୍କ ଘରମୁହାଁ ହେଲେ।

ଘରେ ପହଞ୍ଚିବା ପରେ ସମସ୍ତେ ଚା ମୁଢ଼ି ଖାଇ ଗପସପ ରେ ବ୍ୟସ୍ତ ରହିଲେ ଓ ଘରେ ସମସ୍ତ ଙ୍କ ପାଇଁ ରୋଷେଇ ରେ ମାଇଁ ଲାଗିପଡ଼ିଲେ। ମାଇଁ ଙ୍କୁ ରୋଷେଇ ରେ ସାହାର୍ଯ୍ୟ କରି ମାମୁଁ ଆସି ବାପା ଦାଦାଙ୍କ ନିକଟରେ ବସି ପଡ଼ିଲେ। ମାମୁଁ ଙ୍କୁ ଦେଖି ମୋର ଜଣେ ଦାଦା ପଚାରିଲେ ଆଛା ତୁମ ଗାଁ ରୁ କୁଶକଳା କେତେ ବାଟ? ସେହି ଗାଁ କଡ଼ ଦେଇ ଯେଉଁ ନଦୀ ଯାଇଛି ତାର ନାଁ କଣ? ମାମୁଁ କହିଲେ ଆମ ଗାଁ ରୁ କୁଶକଳା ୪ କିଲୋମିଟର ହେଵ। ସେହି ଗାଁ କଡ଼ ଦେଇ ରାଣୀ ମା ନଦୀ ଯାଇଛି।ନଦୀର ଏପରି ନାମକରଣ ପାଇଁ କିଛି ଲୋକ କହନ୍ତି ଯେ କେନ୍ଦୁଝର ରାଜା ଓ ରାଣୀ ଯେତେବେଳେ ନୟାକୋଟ ଆସନ୍ତି ସେତେବେଳେ ରାଣୀ ଏହି ନଦୀରେ ଗାଧୋଉଥିବା ରୁ ନଦୀର ନାଁ ରାଣୀ ମା ନଦୀ ରଖା ଯାଇଛି। ହଁ ଏଠାରେ ଆଉ ଏକ କଥା କହି ରଖୁଛି ଯେ ରାଜା ନୟାକୋଟ ଠାରେ ମଧ୍ୟ ଦରବାର କରି ପ୍ରଜାମାନଙ୍କ ହାନି ଲାଭ ବୁଝୁଥିଲେ। ସେତେବେଳେ ସେ ସ୍ଥାନ ରେ ରାଜାଙ୍କ ଦରବାର କୁ ନୁଆକୋର୍ଟ କୁହା ଯାଉଥିଲା। ପରେ ଏହା ଅପଭ୍ରଷ୍ଟ ହୋଇ ନୟାକୋଟ ହୋଇଛି। ତାପରେ ମାମୁଁ ସେହି ଲୋକକଥାଟି କହିଲେ।

ପୂର୍ବେ ଗଡ଼ଜାତ ରାଜ୍ୟ କେନ୍ଦୁଝର ମୟୂରଭଞ୍ଜ ରାଜାଙ୍କର ଶାସନାଧୀନ ଥିଲା। ଗମନାଗମନର ସୁବିଧା ନଥିବାରୁ ପ୍ରଜାମାନେ ମୟୁରଭଞ୍ଜ ଯାଇ ସେଠାରେ ସେମାନଙ୍କ ସୁବିଧା ଅସୁବିଧା ଜଣାଇବା ରେ ଅସୁବିଧା ହେଉଥିବାରୁ ଭୂୟାଁମାନେ ମୟୁରଭଞ୍ଜ ରାଜାଙ୍କ ସାନପୁଅ କୁ ଚୋରି କରି ଆଣିଥିଲେ। ସାନ ରାଜକୁମାରଙ୍କୁ କୁଶକଳା ପ୍ରଧାନ ଙ୍କ ଘରେ ଗୁପ୍ତ ରେ ରଖାଯାଇଥିଲା। ସେଠାରେ ରାଜକୁମାର ବଢ଼ିବାକୁ ଲାଗିଲେ। ପ୍ରଧାନଙ୍କ ଘରେ ତାଙ୍କ ର ରାଣୀ ନାମକ ବିଧବା ଝିଅ, ଯେକି ବାଲ୍ୟ ବିବାହ କରିବାର ଅଳ୍ପ ଦିନ ପରେ ତାର ସ୍ଵାମୀ ମରିଯିବା ରୁ ତାର ଶାଶୁ ଘରୁ ଆସି ବାପଘରେ ରହୁଥିଲା, ତା ସହିତ ରାଜକୁମାର ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ତାହାରି ଫଳସ୍ବରୁପ ଝିଅଟି ଗର୍ଭବତୀ ହେଲା। ବିଧବା ଝିଅ ଟି ଗର୍ଭବତୀ ହେବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କଲା। ଏହି ଘଟଣାକୁ ନେଇ ପୀଢ ବୈଠକ ବସିଲା। କୁଶକଳା ପ୍ରଧାନ ଙ୍କୁ ସେହି ବୈଠକକୁ ଡକାଗଲା ଓ ନିଜର ପକ୍ଷ ରଖିବାକୁ କୁହାଗଲା। ପ୍ରଧାନ ଘଟଣା କୁ ଏହିପରି ଭାବେ ଜାତିଭାଇ ମାନଙ୍କ ଆଗରେ କହିଲେ “ଆମ ଘରେ ଗୋଟିଏ କୁକୁର ପଶିଛି”। ଏହାର ଉତ୍ତରରେ ପୀଢର ସର୍ଦ୍ଦାର ଓ ଅନ୍ୟମାନେ କହିଲେ “କୁକୁର କୁ ଠେଙ୍ଗେ”। ପୀଢର ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ ଭୂୟାଁ ମାନେ। ସେମାନେ ରାଜାପୁଅ କୁ ପିଟିପିଟି ମାରିଦେଲେ। ରାଜକୁମାର ଙ୍କ ମୃତ୍ୟୁ ରେ ମ୍ରିୟମାଣ ରାଣୀ ନଦୀରେ ଝାସ ଦେଇ ଜୀବନ ହାରି ଦେବାକୁ ଅନ୍ଧକାର ରାତିରେ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ଲାଗିଲା। ତାକୁ ରୋକିବା ପାଇଁ ତାର ମା ମଧ୍ୟ ତା ପଛେ ପଛେ ଗଲା। ଅନ୍ଧକାର ରାତି। ଆକାଶ ମେଘାଚ୍ଛନ୍ନ। ବର୍ଷା ଟୁପୁଟୁପୁ ପକାଉଥାଏ। ବିଜୁଳି ଘନଘନ ମାରୁଥାଏ। ବିକଳ ହୋଇ ମା ଡାକୁଥାଏ ରହିଯା ରାଣୀ……..ରାଣୀ ମା……..ରାଣୀ……..ରାଣୀ ମା। ଝିଅ ତାର ପ୍ରତିଉତ୍ତରରେ କହୁଥାଏ ମା……..ମା……..ମା। କିଛି ସମୟ ପରେ ନଦୀରେ ଝପାସ କରି ପଡ଼ିଲା। ନଦୀ ନିକଟରେ ପହଞ୍ଚି ମା ଦେଖିଲା ତାର ଅଲିଅଳି ଝିଅ ନଦୀରେ ଝାସ ଦେଇ ସାରିଛି। ନଦୀର ପ୍ରଖର ସ୍ରୋତ ତାକୁ କେଉଁଠି ନେଇ ପକାଇଲାଣି ତାର ଇୟତ୍ତା ନାହିଁ। ଦୁଃଖ ରେ ମାତୃ ହୃଦୟ ବିଳପି ଉଠିଲା। ନଦୀ ନିକଟରେ ବସି କାନ୍ଦିବାକୁ ଲାଗିଲା ମା। ରାଣୀ ମା……..ରାଣୀ ମା। ସେଦିନ ଠାରୁ ନଦୀର ନାଁ ରାଣୀ ମା ନଦୀ ବୋଲି ଲୋକେ କହନ୍ତି। ଏହା ଏକ ଲୋକକଥା ମାତ୍ର। ଐତିହାସିକ ସତ୍ୟତା ନେଇ ମୁଁ ସନ୍ଦିହାନ। ଏହି ସମୟରେ ମାଇଁ ଆସି ମାମୁଁ ଙ୍କୁ ରୋଷେଇ ସରିଲା ବୋଲି କହିବା ରୁ ମାମୁଁ ସମସ୍ତ ଙ୍କୁ ଡାକି ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.