• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୭)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜାନୁଆରୀ ୨୦୨୪

ତାପର ଦିନ ସମସ୍ତେ ସକାଳୁ ସକାଳୁ ଉଠି ସମସ୍ତେ ଘରମୁହାଁ ହେଲେ। ଆମ ଘରେ ପହଞ୍ଚିବା ବେଳକୁ ଦିନ ଦିଘଡି ହେଲାଣି । ବୋଉ ସେମାନଙ୍କୁ ଦେଖି ତରବର ହୋଇ ଭାତ ଵସାଇ ମୋତେ ଜଗାଇ ଦେଇ ବାଡିରୁ କଣ ଶାଗ ଓ ପନିପରିବା ଆଣିଵାକୁ ଚାଲିଗଲା। ଵାପା, ଦାଦା ଓ ଅନ୍ୟମାନେ ତେଲ ଲଗାଇ ଗାଧୋଉଥିବା ପାଇଁ ଚାଲିଗଲେ। ସେମାନେ ଗାଧୋଇ ଆସିବା ବେଳକୁ ବୋଉ ସେମାନଙ୍କ ପାଇଁ ଖାଇବା କରି ସାରିଥିଲା । ଖାଇସାରି ସମସ୍ତେ କଥା ହେବା ପାଇଁ ଵସିଗଲେ। କଥା ଆରମ୍ଭ କରି ଵାପା କହିଲେ ତୁମମାନଙ୍କର ମତ କଣ। ସେଠି ବନ୍ଧୁ ବାନ୍ଧିଲେ କିପରି ହେଵ। ସମସ୍ତେ ଏକ ସ୍ଵରରେ ହଁ କହିଲେ । ଏହା ଶୁଣି ଵାପା କହିଲେ ତେବେ ତା ଵାପା ର ବର୍ଷିକିଆ ସରିଲା ପରେ ବାହାଘର ତିଥି ଧରିବା । ବୋଉ ପାଖରେ ଵସି ଶୁଣୁଥିଲା । ସେ ସମସ୍ତଙ୍କୁ ପଚାରିଲା ମୋର ଗୋଟିଏ କଥା ବୁଝିବାର ଥିଲା। ଵାପା ଓ ଅନ୍ୟମାନେ ଵୋଉ ଆଡ଼କୁ ଉତ୍ସୁକତାର ର ସହ ଚାହଁ ରହିଲେ। ଵୋଉ ତାପରେ ପଚାରିଲା ତୁମେ ତ ସଵୁ ଦେଖିଲ ଵୋଲି କହିଲ ଆଛା ତାଙ୍କ ଘରେ ତୁମକୁ ଯାହା ସଵୁ ଖାଇଵା ପାଇଁ ଦେଲେ ସେଥିରେ ଜଙ୍ଗଲ ଖାଦ୍ୟ କଣ ସଵୁ ଥିଲା। ଶୁଖି ଯାଇଥିଵା ବାପା ଙ୍କ ମୁହଁ ରେ ହସ ଦେଖାଦେଲା। ସେ କହିଲେ ଆରେ ପ୍ରାୟତଃ ଅଧିକାଂଶ ଖାଦ୍ୟ ଜଙ୍ଗଲ ଖାଦ୍ୟ ଥିଲା। ଯେପରି ଛତୁ, ଶାଗ, ଵଇଙ୍ଗା ଓ ମଣ୍ଡେଇ ଆଳୁ।ଵୋଉ ପଚାରିଲା ତେବେ ମୋ ଝିଅ ର ଖାଇଵା ଅସୁବିଧା ହବନି। ମୋର ଆଉ କିଛି ବୁଝିବାର ନାହିଁ। ତୁମେ ମାନେ ଏଥର ଦିନ ବାର ଠିକ କର। ଦାଦା କହିଲେ ଆମେ ତାଙ୍କୁ ଫଗୁଣ ମାସରେ ବିଭାଘର କରିଵା କଥା କହିଛୁ। ଏଵେ ତ ଆମ ଗାଁ ମାନଙ୍କରେ ଵିଶ୍ରୀ ଓଷା ଚାଲିଛି। ତାପର କଥା ହେଉଛି ମନ୍ମଥ ର ଵାପା ର ବର୍ଷିକିଆ ଏଇ ଆରମାସରେ। ତେଣୁ ଫଗୁଣ ମାସ ହିଁ ଠିକ ହେଵ। ଏହା କହିଲା ପରେ ଵୋଉ ଚା କରିଵା ପାଇଁ ଉଠିଗଲା ଓ ଅନ୍ୟମାନେ କଥାବାର୍ତ୍ତା ରେ ମାତିଗଲେ ।

ସନ୍ଧ୍ୟା ବେଳକୁ ମୁଁ ଚମ୍ପା ସହିତ କାମିନୀ ଆଈ ଘର ଆଡେ ଗଲି। ଆଈ ମୋତେ ଦେଖି ଭାରି ଖୁସି ହୋଇଗଲା। ପଚାରିଲା ଆଲୋ ନାତୁଣୀ ତୋର ବିଭାଘର ହେଵ ଵୋଲି ଶୁଣିଲି। ଖୁସି ଲାଗିଲା। ଆଲୋ ମୁଁ ଭାବୁଛି କାଲି ଆମେ ଏହି ଖୁସି ରେ ଭୋଜି ଗୋଟେ କରିଵା। ଏହି ସମୟରେ ଚମ୍ପା କହିଲା ହଁ ଲୋ ଆଈ କାଲି ଭୋଜି ତ କରିଵା। ଆଜି ତୁ ଆମକୁ ଆମ ପାଉଡି ଭୂୟାଁ ମାନଙ୍କ ମଧ୍ୟ ରେ ଚାଲୁଥିବା ବିଭିନ୍ନ ପ୍ରକାର ର ଵିହାଘର ବିଷୟରେ କହ। ଆଈ ହସିଦେଇ କହିଲା ଆଲୋ ତଳ ଵରଡା ଖସୁଛି,ଉପର ଵରଡା ହସୁଛି। ମଝି ଵରଡା କହୁଛି ମୋ ଦିନ କାଳ ଆସୁଛି। ଆଲୋ ଏହା ପରେ ତ ତୋର ପାଳି। ସେ ଦେବଗଡ଼ ଟୋକା ପରା ମୋତେ ଵସାଇ ଉଠାଇ ଦେଉନାହିଁ। ଖାଲି କହୁଛି ଆଈ ମୋ କଥା ଟିକିଏ ବୁଝୁ। ଚମ୍ପା ଲାଜେଇ ଯାଇ କହିଲା ଆଈ ତୁ ନା……….। ତୋ ସହିତ ମୁଁ କଥା ହେବିନି। ଆଈ ତା ହାତ ଧରି ପାଖରେ ବସେଇ କହିଲା ଵସ ମୁଁ ନିଶ୍ଚିତ ତୋ କଥା ବୁଝିବି। ଏଥର ମୁଁ ଯାହା କହୁଛି ଶୁଣ। ଏହା ପରେ ଆଈ କଥା ଆରମ୍ଭ କଲା।

ଆମ ପାଉଡି ଭୂୟାଁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଵିହାଘର ଚାଲେ। ଧାରଣତଃ ଭୂୟାଁ ପୁଅ ଓ ଝିଅମାନେ ଅନ୍ୟଗ୍ରାମରେ (ନିଜ. ଗ୍ରାମକୁ ଛାଡି) ବିବାହକରିବାକୁ ପସନ୍ଦ କରନ୍ତି । ଝିଅମାନେ ୧୬ବର୍ଷ ଓ ପୁଅମାନେ ୧୮ରୁ ୨୦ ମଧ୍ୟରେ ବିବାହ କରିଥାନ୍ତି । ଭୂୟାଁ ଝିଅମାନେ ବିଳମ୍ବିତ ବିବାହକୁ ପସନ୍ଦ କରି ନ ଥାନ୍ତି ଝିଅମାନେ ଦାଢୀରଖିଥିବା ପୁଅମାନଙ୍କୁ ବୟସ୍କ ବୋଲି ଭାବନ୍ତି ଓ ଜିବନସାଥୀରୂପେ ଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ । ହିନ୍ଦୁମାନଙ୍କ ଭଳି ପାଉଡିଭୂୟାଁମାନଙ୍କ ମଧ୍ୟରେ ସମଗୋତ୍ରୀ ବିବାହ ନିଷିଧ୍ୟ । ସେହି କାରଣରୁ ଗୋଟିଏ ଗ୍ରାମ ବା ପୀଢରେ ରହୁଥିବା ଯୁବକଯୁବତୀଙ୍କ ବିବାହ କରାଯାଇନଥାଏ । ଭୂୟାଁ ସଂପ୍ରଦାୟରେ ବିବାହ ସମୟରେ ବରପକ୍ଷର କନ୍ୟାଘରକୁ ଧାନ, ଲୁଗାପଟା, ଖାସୀ/ବୋଦା ଏବଂ ଅଳ୍ପ ଟଙ୍କା କନ୍ୟାମୂଲ ଆକାରରେ ଦେବାର ବିଧି ରହିଛି । କିନ୍ତୁ ଧରିପଳା ବାହାଘରରେ କନ୍ୟାମୂଲ ସଙ୍ଗେସଙ୍ଗେ ଦେବାକୁ ପଡିନଥାଏ କିନ୍ତୁ ବିବାହର ବାରବର୍ଷ ମଧ୍ୟରେ ବରକୁ କନ୍ୟାପିତା ଙ୍କୁ ଦେବାକୁ ପଡିଥାଏ । ସେମାନଙ୍କମଧ୍ୟରେ ଛଅ ପ୍ରକାରର ବିବାହ ଦେଖିବାକୁମିଳେ । ୧ ଧରିପଳା ବିବାହ ୨ ଝିଙ୍କା ବା ଘିଞ୍ଚା ବିବାହ ୩ ଫୁଲଖୋସି ବିବାହ ୪ ମାଗି ଵିଵାହ ୫ କାଦ ଲେସେରା ବିବାହ ୬ ଆମ୍ବ ଲେସେରା ବିବାହ ।

ଧରିପଳା ବାହାଘର
ବିବାହ ଯୋଗ୍ୟ ଭୂୟାଁ ଯୁବକ ପଡୋଶୀଗ୍ରାମରେ ଥିବା ବନ୍ଧୁ ଘରକୁ ଯାଏ । ସେଠାରେ ସେ କିଛିଦିନ ରହେ । ଏହି ରହଣିମଧ୍ୟରେ ସେ ତାର ଜୀବନସାଥୀ ଖୋଜେ । ଯଦି ସେ ତା ମନପସନ୍ଦର ଝିଅ ସେହି ଗାଁରେ ପାଏ ତେବେ ସେ ତାହା ସହିତ ଗୋପନରେ କଥାବାର୍ତ୍ତା କରିବା ଆରମ୍ଭ କରିଦିଏ । ସେ ଝିଅଟିର ଓଢଣୀ ବା ପଣତକୁ ଟାଣି ବା ତା ଊପରକୁ ଫୁଲଫିଙ୍ଗି କରି ଝିଅଟିକୁ ଆକର୍ଷିତ କରିବାକୁ ଚେଷ୍ଠାକରେ । ଏହିସବୁ କାର୍ଯ୍ୟ ବହୁ ଗୋପନରେ ଚାଲେ । ଯଦି ଝିଅଟି ରାଜି ହୁଏ ତେବେ ସେମାନଙ୍କର ପ୍ରେମ ଆଗକୁ ୨ ବଢେ ।ଏହିଭଳି ୩ରୁ ୪ଦିନ ଯିବାପରେ ଝିଅଟି ସେହି ପୁଅ ସହିତ ପଳାଇ ଯିବାର ନିଷ୍ପତ୍ତି ନିଏ । ପୁଅଟି ଝିଅକୁ ତାର ନିଜ ଘରକୁ ନନେଇ ଜଣେ ବନ୍ଧୁଙ୍କ ଘରେ ରଖେ । ସେହି ସଂପର୍କୀୟ ଜଣଙ୍କ ପୁଅର ଘରେ ଏହି ଖବର ଦିଅନ୍ତି । ଅନ୍ୟପକ୍ଷରେ ଝିଅଟିର ବାପ, ମା ଓ ପରିବାରବର୍ଗ ଝିଅ କୁଆଡେ ଗଲାବୋଲି ପଡୋଶୀ ଗାଁ ମାନଙ୍କରେ ଖୋଜନ୍ତି । ଝିଅର ସନ୍ଧାନ ପାଇବା ପରେ ସେହି ପୁଅଟିକୁ ଜାମାତାଭାବେ ଗ୍ରହଣ କରନ୍ତି । ଏହି ସମୟରେ ପୁଅଟିକୁ ସେମାନେ ପଚାରିଥାନ୍ତି ତୁ କାହିଁକି ଆମ ଝିଅକୁ ନେଇ ପଳାଇ ଆସିଲୁ ।ତୁମେ ଯଦି ମନଦିଆନିଆ ହୋଇଥିଲ ଆମ ଘରେ କାହିଁକି କହିଲ ନାହିଁ ଇତ୍ୟାଦି । ପୁଅଟି ସମସ୍ତ କଥା ଶୁଣେ ଓ ତାର ଭାବି ଶଶୁରଙ୍କୁ ବୁଝାଇବାକୁ ଚେଷ୍ଟା କରେ । ଏହାପରେ ଝିଅର ବାପାମା ତାଙ୍କ ଝିଅକୁ ପଚାରନ୍ତି ତୁ ଏହି ପୁଅକୁ ଭଲ ପାଇ ଆସିଛୁ ନା ଏ ପୁଅ ତୋତେ ଜୋର ଜବରଦସ୍ତ ଉଠାଇ ଆଣିଛି । ଝିଅଟି କହେ ସେ ତାର ଇଛାରେ ତାକୁ ଭଲପାଇ ଆସିଛି ବୋଲି । ବାପାମା ପୁଣି ପଚାରନ୍ତି ତୁ ଏ ପୁଅକୁ ବିବାହ କଲେ ଖୁସି ରେ ରହିବୁ କି । ସେ ଯଦି ହଁ କରେ ତେବେ ସେମାନେ ଝିଅଟିକୁ ତା ସହିତ ରହିବାକୁ ଛାଡିଦେଇ ପଳାନ୍ତି ଏବଂ ଉଭୟ ପରିବାର ମିଶି ବିବାହର ଆୟୋଜନ କରନ୍ତି ଏବଂ ଉଭୟ ସ୍ବାମୀ ଓ ସ୍ତ୍ରୀଭାବେ ସାମାଜିକ ସିକୃତି ପାଆନ୍ତି ।

ଝିଙ୍କା ବା ଘିଞ୍ଚା ବିବାହ
ଏହି ପ୍ରକାରର ବିବାହରେ ଭୂୟାଁ ଯୁବକ ସେ ଭଲପାଉଥିବା ଯୁବତୀ କଥା ତାର ବାପାମାଆଙ୍କ ଆଗରେ କୁହେ । ପୁଅଠାରୁ ଶୁଣିବାପରେ ବରର ବାପାମା କନ୍ୟାଘରକୁ ବିବାହ ପ୍ରସ୍ତାବ ପଠାନ୍ତି । ଉଭୟପଟ ସମ୍ମତି ପ୍ରକାଶ କଲାପରେ ବର ତାର ସାଥୀମାନଙ୍କୁ ନେଇ ଓ କନ୍ୟା ତାର ସାଥୀମାନଙ୍କୁ ନେଇ ଜଙ୍ଗଲକୁ ଯାଆନ୍ତି । ଯୁବତୀମାନେ ଜଙ୍ଗଲକୁ ଆସିବାପରେ ବର ଭଲପାଉଥିବା ଯୁବତୀଟିକୁ ରଖିନିଏ ଏବଂ ବରର ସାଙ୍ଗମାନେ ଜଙ୍ଗଲରେ ଲୁଚିଯାନ୍ତି । କନ୍ୟାର ସାଙ୍ଗମାନେ ବରର ସାଙ୍ଗମାନଙ୍କୁ ମାରିବାକୁ ଗୋଡାନ୍ତି । ସେମାନଙ୍କୁ ଉପରକୁ କାଦୁଅ, ମାଟି ଫିଙ୍ଗି ନାଟକୀୟ କଳିଗୋଳରେ ବ୍ୟସ୍ତ ରୁହନ୍ତି । ଏହି ସମୟମଧ୍ୟରେ ବର ତାର ମନୋନୀତ କନ୍ୟାକୁ ଧରି ଘରେ ପହଞ୍ଚେ। ଏହାପରେ ଝିଅର ସାଙ୍ଗ ଝିଅମାନେ ଝିଅଘରେ ପହଞ୍ଚି ଝିଅକୁ ବାଘ ନେଇଗଲା ବୋଲି କହନ୍ତି । ଖବର ପାଇବାପରେ ଝିଅର ବାପାମା, ପରିବାରବର୍ଗ ଜଙ୍ଗଲକୁ ଆସି ମିଛିମିଛିକା ଖୋଜନ୍ତି ଏବଂ ସେହିଦିନ କିମ୍ବା ତାପରଦିନ ବରଘରେ ପହଞ୍ଚି ମିଛ କଳିତକରାଳ କରନ୍ତି । ଏହାପରେ ଉଭୟପଟର ସହମତି ପରେ ବରପକ୍ଷ ଏକବର୍ଷ ମଧ୍ୟରେ କନ୍ୟାମୂଲ ଦେବାପାଇଁ ରାଜିହେବାପରେ ବିବାହ ଅନୁଷ୍ଠିତ ହୁଏ ।

ଫୁଲ ଖୋସି ଵିହାଘର
ଏହି ପ୍ରକାର ର ଵିହାଘର ରେ ବନ୍ଧୁ ଗାଁ ରେ ଚାଙ୍ଗୁନାଚ କରୁଥିବା ସମୟରେ ତାର ପସନ୍ଦ ଝିଅକୁ ଆଖି ର ଇସାରା ଓ ତାର ସମ୍ମତି ରେ ତାର କାନ ରେ ଫୁଲଟିଏ ଖୋସିଦିଏ।ପରେ ଏହି ଖବର କାନକୁ କାନ ହୋଇ ଝିଅ ଘରେ ପହଞ୍ଚିବା ପରେ ଝିଅ ର ବାପା ପୁଅର ଵନ୍ଧୁ ଘରେ ଏହି କଥା ପକାନ୍ତି ଓ ସମସ୍ତେ ସାଙ୍ଗ ହୋଇ ପୁଅ ଘରକୁ ଯାଇ ବାହାଘର ସ୍ଥିର କରନ୍ତି ।

ମାଗି ଵିହାଘର
ଏ ପ୍ରକାର ଵିହାଘର ରେ ବରଘର କନ୍ୟା ଘର ସହିତ ଏକ ମଧ୍ୟସ୍ଥି ମାଧ୍ୟମରେ କଥାବାର୍ତ୍ତା ଆରମ୍ଭ କରନ୍ତି। ବରପକ୍ଷ ଓ କନ୍ୟାପକ୍ଷର ସିକୃତି ପରେ ଵିହାଘର ତାରିଖ ସ୍ଥିର କରାଯାଏ। ମାଗି ଵିହାଘର ରେ ଅଧିକ କନ୍ୟା ମୂଲ ଦେଵା ପାଇଁ ପଡେ। ଅବଶ୍ୟ ଅର୍ଥ ଆକାରରେ ନୁହେଁ ଛେଳି,ଗାଈ,ବଳଦ, ଲୁଗା ଧାନ ଓ କିଛି ଟଙ୍କା (ଦଶ ଟଙ୍କା ମଧ୍ୟରେ) ଵର ଘର କନ୍ୟା ଘରକୁ ଦିଅନ୍ତି।

ଆମ୍ଵନେସେରା ଵିହାଘର
ଏହି ପ୍ରକାର ଵିହାଘର ରେ ପୁଅଟିଏ ଯେଉଁ ଝିଅକୁ ଭଲ ପାଉଥାଏ ଜଙ୍ଗଲରେ ତାକୁ ଆମ୍ବ ରସ ଖାଇବାକୁ ଦେଇ କିଛି ତା ମୁହଁରେ ଵୋଳି ଦେଇ ତାର ଗୋଟିଏ ଅଳଙ୍କାର ନେଇଆସେ। ଝିଅଟି ସେଠାରୁ ଆସି ଘରେ ପହଞ୍ଚିବା ପରେ ତାର ମାଆ ତା ଦେହରେ ଏକ ଅଳଙ୍କାର ନ ଥିଵା ଦେଖି ବହୁତ ଗାଳି କରିଵା ସହିତ କହେ ତୋର ଏହି ପୁଅ ସହିତ ସମ୍ପର୍କ ଅଛି। ସେ ହିଁ ତୋର ଅଳଙ୍କାର ନେଇଛି। ତାକୁ ଵାହା ହୋଇ ଯାଉନୁ କାହିଁକି? ତାପର ଦିନ ଗାଁ ର ଜଣେ ଵୟସ୍କ ଥଟ୍ଟା ସମ୍ପର୍କୀୟା ମହିଳା ଓ କିଛି ଝିଅମାନେ ତାକୁ ସଙ୍ଗରେ ନେଇ ପୁଅ ଘରକୁ ଯାଆନ୍ତି ଓ ବାହାଘର କରିଵା ପାଇଁ ପୁଅ ଘର ଲୋକେ ସମ୍ମତି ଜଣାନ୍ତି । ଯେଉଁ ଦିନ ବାହାଘର ତାରିଖ ଧରା ଯାଇଥାଏ ସେହିଦିନ କନ୍ୟା କୁ ଵର ଘର କୁ ଅଣାଯାଇଥାଏ ଓ ଦେହୁରୀ ଵିହାଘର କରାଇଥାନ୍ତି।

କାଦନେସେରା ଵିହାଘର
କାଦନେସେରା ଵିହାଘର ଆମ୍ଵନେସେରା ଵିହାଘର ଭଳି କେଵଳ ଯୁବକଟି ଆମ୍ବରସ ପରିବର୍ତ୍ତେ କାଦୁଅ ଵୋଳେ।

ଏତିକି କହି ସାରିବା ପରେ ଆଈ କହିଲା ଆଲୋ ନାତୁଣୀ ମାନେ ରାତି ବହୁତ ହେଲାଣି। ଚାଲ ଶୋଇବାକୁ ଯିଵା । କାଲି ମୋର ଅନେକ କାମ ଅଛି। ଏହା ପରେ ସମସ୍ତେ ଘର ଭିତରକୁ ଶୋଇବାକୁ ଚାଲିଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.