• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୯)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଫେବୃଆରୀ ୨୦୨୪

ଵାପା ବୋଉ ଓ ସାହିର ଯେଉଁମାନେ ସବୁ ଆସିଥିଲେ ସେମାନେ ବୋଲେରୋ ରେ ଗାଁ କୁ ଫେରିଗଲେ। ମୁଁ ମନଦୁଃଖ ରେ ନଣନ୍ଦ ଙ୍କ ସହିତ ଘରକୁ ଆସିଲି। ଘର ଭିତରେ ଚୁପ୍ ହୋଇ ବସି ଘରକଥା, ବାପାବୋଉ ଙ୍କ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଥାଏ। ଏହି ସମୟରେ ମନ୍ମଥର ଭାଉଜ ହିସାବ ହେବେ ଜଣେ ମହିଳା ମୋ କାନରେ କହିଲେ ସେତିକି କାନ୍ଦିଥା ଆସେ ଖାଇଵା। ସମସ୍ତେ ଖାଇ ସାରିଲେଣି। ଖାଇ ସାରି ତୋତେ ଜନ୍ତାରେ ପୁରାଇ ସାରିବା ପରେ ମୋ କାମ ସରିଵ। ତାଙ୍କୁ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଜନ୍ତା ? ମୁଁ କଣ ଵାଘ ନା ଭାଲୁ। ସେ ମୋ ଗାଲ କୁ ଚିମୁଟି ଦେଇ କହିଲେ ସେ କଥା ମନ୍ମଥ କହିଵ। ତୁ ଚାଲ ଖାଇବାକୁ। ତାପରେ ମୁଁ ଖାଇବାକୁ ତାଙ୍କ ସହିତ ଚାଲିଗଲି।

ଖାଇସାରିବା ପରେ ସେ ଭାଉଜ ମୋତେ ନେଇ ମୋତେ ଗୋଟିଏ ଘରେ ଵସାଇଦେଲେ ଆଉ କହିଲେ ଚିନା ଆଜି ଠାରୁ ଏକ ନୂଆ ଜୀବନ ର ଆରମ୍ଭ ହେଲା। ମୁଁ ଯାଉଛି ଆଉ ଅଳ୍ପ ସମୟ ପରେ ତୁମ ଵାଵୁ ଆସିଵେ। ଏହା ପରେ ସେ ଚାଲିଗଲେ। କିଛି ସମୟ ପରେ ସେହି ଵହୁ ପ୍ରତୀକ୍ଷିତ ମୁହୁର୍ତ୍ତ ଆସି ପହଞ୍ଚିଲା। ମନ୍ମଥ ସେ ରୁମକୁ ଆସିଲା। ମୁଁ ଉଠିପଡ଼ି ତାକୁ ଜୁହାର ହେଲି। ମୋତେ ତା ଛାତି ଉପରକୁ ଆଉଜେଇ ନେଇ କହିଲା ଚିନା ତୁମକୁ ଜୀବନ ସଙ୍ଗିନୀ ଭାବେ ପାଇ ମୁଁ ବହୁତ ଖୁସି। ତା ପରେ ସେ କହିଲା ଚିନାମାଳୀ ତତେ ଗୋଟିଏ କଥା କହିବି।ତୁ ସେ କଥା ରଖିଵୁ ଯଦି କହିଵି। ମୁଁ କହିଲି ତୋର କେଉଁ କଥା ମୁଁ ରଖିନି ଯେ ଏ କଥା ରଖିଵିନି। ସେ ମୋତେ କହିଲା ବୁଝିଲୁ ଵାପା ନଷ୍ଟ ହୋଇଯିବା ପରେ ଵୋଉ ଟା ପୁରା ଭାଙ୍ଗିପଡ଼ିଚି। ତୋତେ ମୋର ଗୋଟିଏ ଛୋଟିଆ ଅନୁରୋଧ ତା ମନରେ କେଵେ କଷ୍ଟ ଦେବୁନାହିଁ। ମୁଁ କହିଲି ଏ କଥା ମୋତେ କହିଵା ପାଇଁ ପଡିବ ନାହିଁ। ମୁଁ ତୋତେ କଥା ଦେଉଛି। ତାଙ୍କ ମନରେ କେଵେ ମଧ୍ୟ କଷ୍ଟ ଦେବିନି। ଏହାପରେ ଆମେ କିଛି ସମୟ ତାଙ୍କ ଘର ଓ ଆମ ଘର ବିଷୟରେ କଥା ହେବା ପରେ କେଉଁ ଏକ ଅଲଗା ରାଇଜରେ ଘୁରି ଵୁଲିଲୁ ଯାହାକି ସଵୁ ଝିଅମାନଙ୍କ ସୁହାଗ ରାତ୍ରି ରେ ହୁଏ।

ତା ପରଦିନ ମୁଁ ଭୋର ଭୋର୍ ଉଠି ନିତ୍ୟକର୍ମ ସାରି ଵଡମାନଙ୍କୁ ଜୁହାର କରି ଵଡାମଶାଳ ରେ ବଡାମ ଦେଵତା, ବିଶ୍ରୀ ଦେବୀ ଓ ଗ୍ରାମଶ୍ରୀ ଙ୍କୁ ଜୁହାର ହୋଇ ମନ୍ମଥ, କିଛି ଥଟ୍ଟା ସମ୍ପର୍କୀୟା ମହିଳା ଓ ଵୟସ୍କ ଲୋକମାନଙ୍କ ସହିତ ଜଙ୍ଗଲ ବୁଲିବା ପାଇଁ ବାହାରିଗଲୁ। ଜଙ୍ଗଲରେ ଵୁଲିଵା ସମୟରେ ଅନ୍ୟମାନେ ମୋତେ କେଉଁଠି ଚାଷ ଜମି ଅଛି, କେଉଁଠି ଝରଣା, କେଉଁଠି ଦେବାଦେବୀ ଅଛନ୍ତି ତାହାସଵୁ ବୁଲାଇ ଦେଖାଇଲେ। ଏତିକି ଜାଗା ବୁଲୁବୁଲୁ ଖରାଵେଳ ହୋଇଯାଇଥିଲା। ସମସ୍ତେ ଝରଣା କୂଳରେ ବସି ପଡିଲୁ। ମୁହଁ ହାତ ଧୋଇ ସଙ୍ଗରେ ଆଣିଥିବା ଖାଇଵା ସଵୁ ବାହାର କରି ଖାଇଵସିଲୁ। ଵୋଉ ମାନେ ମୋ ଶାଶୁ ବଢିଆ ବଢିଆ ଖାଇଵା ଯେପରି ଦେଶୀ ଚାଉଳ ଭାତ, ରୁମା ଡାଲି, ଛତୁ ତରକାରୀ, ଆଉ ଗୋଟିଏ ତରକାରୀ, ଖଟା, ପାଳଙ୍ଗ ମେଥି ଶାଗ, ମାଣ୍ଡିଆ ଲଡୁ ଓ କ୍ଷୀରୀ ପଠାଇଥିଲେ। ଖାଇସାରି କିଛି ସମୟ ସେଠାରେ ବସି କଥା ହୋଇ ପୁଣି ଜଙ୍ଗଲ ଵୁଲିଵା ପାଇଁ ଵାହାରି ପଡିଲୁ। ଵୁଲିଵା ସମୟରେ କେଉଁଠି ଛତୁ ମିଳିଥାଏ, କେଉଁଠି ଶାଗ ଓ କେଉଁଠି ଜଙ୍ଗଲ ଜାତ ଫଳମୂଳ ସଂଗ୍ରହ କରିଥାନ୍ତି ସବୁ ମୋତେ ଦେଖାଇ ଦେଲେ। ସଂଜ ହୋଇ ଆସୁଥିଲା ତେଣୁ ସମସ୍ତେ ଘରମୁହାଁ ହେଲୁ। ଆସିଲାବେଳେ ଜଣେ ଵୟସ୍କ ଲୋକ ଵଵା ସମ୍ପର୍କୀୟ ହେଵେ ମୋତେ ପଚାରିଲେ ଆଲୋ ନାତୁଣୀ ବୋହୂ ଆମ ଜଙ୍ଗଲ ବୁଲି କରି ଦେଖିଲୁ। ତୋତେ କିପରି ଲାଗିଲା। ଏହାପରେ ତୁ ଏକୁଟିଆ ଯାଇପାରିଵୁ ତ। ମୁଁ ହସିଦେଇ କହିଲି ଵଵା ମୁଁ ଭି ଜଙ୍ଗଲ ରାଇଜର ଝିଅ। ମୋତେ ଜଙ୍ଗଲ ଭଲ ଲାଗିବନି କଣ ଖରାପ ଲାଗିଵ। ମୋତେ ଆମ ଗାଁ ଜଙ୍ଗଲ ଠାରୁ ଏ ଜଙ୍ଗଲ ବହୁତ ଭଲ ଲାଗିଲା। ତା ପର କଥା ହେଲା ଆମ ଗାଁ ଜଙ୍ଗଲ ରେ କିଛି ଗଛଲତା ଅଛି ଯେଉଁଟା କି ଏ ଜଙ୍ଗଲରେ ନାହିଁ। ଆଉମଧ୍ୟ ଏହି ଗାଁ ଜଙ୍ଗଲରେ ମଧ୍ୟ କିଛି ଗଛଲତା ଅଛି ଯେଉଁଟା କି ଆମ ଗାଁ ଜଙ୍ଗଲ ରେ ନାହିଁ। ଯଦି ମୋତେ ଅନୁମତି ଦେଵେ ତେବେ ଆମ ଘରକୁ ଯେଉଁଦିନ ଯିଵି ସେହିଦିନ ସେ ଗଛଲତା ସଵୁ ସଙ୍ଗରେ ନେଇକରି ଯିଵି। ଵଵା ହସିଦେଇ କହିଲେ ଏ ଗୋଟିଏ ପଚାରିଵା କଥା କି। ଯେଉଁଦିନ ଗାଁ କୁ ଯିବୁ ତା ପୂର୍ବଦିନ ଆସି ସେହିସବୁ ଗଛଲତା ସଵୁ ସଂଗ୍ରହ କରିନେବୁ। ହଁ ତୁମ ଗାଁ ରୁ ଫେରିବା ଦିନ ତୁମ ଗାଁ ରୁ ମଧ୍ୟ ସେହି ସଵୁ ଗଛ ସଵୁ ଆଣିଵୁ ଯେଉଁ ଗଛଲତା ସବୁ ଆମ ଗାଁ ଜଙ୍ଗଲ ରେ ନାହିଁ। ଏମିତି କଥା ହେଉ ହେଉ କେତେବେଳେ ଘର ଆସି ଯାଇଥିଲା ଜଣା ପଡିଲାନି। ଘରେ ପହଞ୍ଚିବା ପରେ ସମସ୍ତେ କ୍ଲାନ୍ତ ହୋଇପଡିଥିଵାରୁ ଧୁଆଧୋଇ ହୋଇ ବିଶ୍ରାମ ନେଲେ। ଘରେ ବନ୍ଧୁବାନ୍ଧବ ଭର୍ତ୍ତି ଥିଲେ। ତେଣୁ ସେମାନଙ୍କ ପାଇଁ ରୋଷେଇ କରିବି ଵୋଲି ରୋଷେଇ ଘରକୁ ଗଲି। ଵୋଉ ଭାତ ଓ ଡାଲମା କରିସାରିଥିଲେ। ମୋତେ ଦେଖି କହିଲେ ଚିନାମାଳୀ ଦିନ ସାରା ଜଙ୍ଗଲ ବୁଲିବୁଲି ଥକି ଯାଇଥିଵୁ।ଯା ବିଛଣାରେ ଟିକିଏ ଗଡିପଡି ଆସେ। ମୁଁ କିନ୍ତୁ ତାଙ୍କୁ ମନାକରି ଭଜା କରିଵା ପାଇଁ ପରିଵା କାଟିବା ପାଇଁ ବସିପଡ଼ିଲି। ରାତିରେ ସମସ୍ତଙ୍କୁ ଖାଇଵା ପାଇଁ ଦେଇ ନିଜେ ଖାଇଵା ବେଳକୁ ରାତି ଏଗାରଟା ହୋଇଗଲା। ମୁଁ, ନଣନ୍ଦ ଟିକି, ଶାଶୁ ଓ ଦୁଇଜଣ ମାଉସୀ ଶେଷକୁ ଖାଇଵା ପାଇଁ ଵସିଲୁ। ଖାଇଵା ସମୟରେ ନଣନ୍ଦ ଟିକି କହିଲେ ଭାଉଜ ଖାଇ ସାରିବା ପରେ ତୁମେ ଶୋଇବାକୁ ଯିଵ। ମୁଁ ବାକିଥିବା କାମ ସାରି ଶୋଇବାକୁ ଯିଵି। ମୁଁ କହିଲି ନାହିଁ ତୁମେ ଯାଅ ଶୋଇଵ ମୁଁ କାମ ସାରି ଶୋଇଵି। ଏହା କହିଲା ପରେ ଆମେ ସମସ୍ତେ ହାତ ଧୋଇବାକୁ ଉଠିଗଲୁ। ହାତ ଧୋଇ ଆସିଵା ପରେ ଵୋଉ ମୋତେ କହିଲେ ମା ଲୋ ତୁ ଏ ଘରେ ବୋହୂ ନୁହେଁ ଝିଅ ଟିଏ ହୋଇ ଚଳିଵୁ। ମୋ ଆଖିରେ ଟିକି ଓ ତୁ ଉଭୟ ସମାନ। ଏହି ସମୟରେ ଟିକି ଆସି ମୋତେ କୁଣ୍ଢେଇ ପକାଇ କହିଲା ଭାଉଜ ମୋତେ ତୁମେ ନଣନ୍ଦ ନୁହଁ ଗୋଟିଏ ସାନ ଭଉଣୀ ଭଳି କଣ ଦେଖି ପାରିଵ ନାହିଁ। ଯଦି ଭାଵୁଥିଵ ତେବେ ତୁମେ ଶୋଇଵା ପାଇଁ ଯିଵ। ମୁଁ ବାକି ଥିବା କାମ ସାରି ଶୋଇବାକୁ ଯିଵି। ସମସ୍ତ ଙ୍କ ଆଖିରେ ଲୁହ ଥିଲା। ସେ କିନ୍ତୁ ଥିଲା ଆନନ୍ଦ ର ଅଶ୍ରୁ। ବାଧ୍ୟ ହୋଇ ଶୋଇଵା ଘର ଆଡେ ମୁହାଁଇଲି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.