• About
  • Contact
Friday, July 31, 2026
Friday, July 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୪

ଏମିତି କରି କେତେବେଳେ ସାତଦିନ ବିତିଗଲା ଜଣା ପଡିଲାନି। ଫେରଵଦଳ ରେ ଆମ ଘରକୁ ମୁଁ ଵାହାରିଲି। ମନ୍ମଥ ମଧ୍ୟ ମୋ ସହିତ ଆମ ଘରକୁ ଜ୍ବାଇଁ ଡାକରା ହୋଇ ଥିବାରୁ ଗଲେ। ଆମେ ସଵୁ ଗାଁ ରୁ ସକାଳୁ ଯାଉଥିବା ବସରେ ବାହାରି ପଡ଼ିଲୁ। ସାଙ୍ଗରେ ନଣନ୍ଦ ଟିକି ମଧ୍ୟ ଯାଇଥାନ୍ତି।ଆମ ଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଗଲା। ବସ୍ ଷ୍ଟାଣ୍ଡରେ ଵାପା ଦେଖା ହେଲେ।ଆମକୁ ଦେଖି ବହୁତ ଖୁସି ହୋଇଗଲେ। ଘରେ ପହଞ୍ଚି ଲୁଗା ପାଲଟି ପକାଇ ନଣନ୍ଦ ଟିକି କୁ ସାଙ୍ଗରେ ନେଇ ଗାଁ ବୁଲିବାକୁ ବାହାରି ପଡ଼ିଲି। ଗାଁ ର ସମସ୍ତଙ୍କ ଘରେ ଦେଖା କରି ଘରକୁ ଫେରିଵା ବେଳକୁ ରାତି ନଅଟା ଵାଜି ଯାଇଥିଲା। ତା ପରଦିନ ସକାଳୁ ଉଠି ମନ୍ମଥ, ମୁଁ, ମୋର ଜଣେ ଵଵା ଓ ନଣନ୍ଦ ଟିକି ଜଙ୍ଗଲ କୁ ବାହାରି ପଡ଼ିଲୁ। ସାଙ୍ଗରେ ଖରାବେଳ ଖାଇବା ଓ ପାଣି ଧରିଥିଲୁ। ଜଙ୍ଗଲରେ ବୁଲୁଥିବା ସମୟରେ ଵଵା ମନ୍ମଥ କୁ ତାଙ୍କ ଗାଁ ଜଙ୍ଗଲ ରେ ନ ଥିବ ଗଛ ସଵୁ ( ଯାହା ତା ପୁର୍ବ ଦିନ ରାତିରେ ବବା ଙ୍କୁ ମନ୍ମଥ କହୁଥିଲା) ଦେଖାଇଦେଲେ। ଗଲାଦିନ ମନେକରି ସେ ଗଛସଵୁକୁ ସଙ୍ଗରେ ନେବା ପାଇଁ କହିଲେ। ଏହା ପରେ ଆମେ ମୋ ଶାଶୁ ଘର ଗାଁ ନିକଟରେ ଥିବା ଜଙ୍ଗଲ ରୁ ଆଣିଥିବା ଗଛସଵୁକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଯେଉଁ ଜାଗାରେ ଵନ୍ଧୁ ଗାଁ ରୁ ଆସିଥିବା ଗଛ ସଵୁ ଲଗାଯାଏ ସେଠାରେ ଲଗାଇଲୁ। ନିକଟରେ ଥିବା ଝରଣାରୁ ପାଣି ଆଣି ସେ ସବୁ ଗଛମାନଙ୍କରେ ଦେଵା ପରେ ଝରଣା ନିକଟକୁ ଖାଇବା ପାଇଁ ଗଲୁ। ଖାଇସାରି କିଛି ସମୟ ଗଛମୂଳରେ ବିଶ୍ରାମ ନେଵା ପରେ ପୁଣି ଜଙ୍ଗଲ ମଧ୍ୟରେ ଥିବା ଠାକୁରାଣୀ ଙ୍କୁ ଦର୍ଶନ କରିବାପାଇଁ ଗଲୁ। ସେଠାରୁ ଆମେ କମାଣ ଚାଷ କରାଯାଇଥିବା ଜମି ବୁଲି ଦେଖିଲୁ। ତାପରେ ଘରମୁହାଁ ହେଲୁ। ଘରେ ପହଞ୍ଚିବା ବେଳକୁ କାମିନୀ ଆଈ , ଚମ୍ପା ଓ ଗାଁ ର ଅନ୍ୟ ଝିଅମାନେ ମୋତେ ଅପେକ୍ଷା କରିଥିଲେ। କାମିନୀ ଆଈ ମୋ ଵୋଉ କୁ ମନ୍ମଥ ଓ ମୁଁ ଆଜି ରାତିରେ ତା ଘରେ ଖାଇଵୁ ବୋଲି କହି କରି ଆସିଲା।

ଆଈ ଘରେ ସମସ୍ତେ ଆସି ଵସି କଥା ଆରମ୍ଭ କଲୁ। ଆଈ ସମସ୍ତଙ୍କୁ ଚା ଜଳଖିଆ ଦେଇ ସାରି ଆସି ବସିପଡ଼ି କଥା ଆରମ୍ଭ କଲା। କହିଲା ଆରେ ମନ୍ମଥ କାନ୍ଧରେ ଜୁଆଳି ପଡ଼ିଲା। ଏଥର ତୁମେ ଦୁଇଜଣ କଣ କିଛି ଯୋଜନା କରୁଛ ନା ନାହିଁ। ମନ୍ମଥ କିଛି ବୁଝି ନ ପାରି ଆଈକୁ ବଲବଲ ହୋଇ ଚାହିଁ ରହିଲା। ଆଈ ତାକୁ ବୁଝାଇ କହିଲା ଆରେ ମୁଁ ଏଇ ପେଟ ଚାଖଣ୍ଡକ କଥା କହୁଥିଲି। ମନ୍ମଥ ଏଥର ବୁଝି ପାରି ହସିଦେଇ କହିଲା ଆଲୋ ଆଈ ଏଇ କଥା। ତୁ ତ ଜାଣିଛୁ ମୋ ଵାପା ନଷ୍ଟ ହୋଇଯିବା କଥା। ବର୍ତ୍ତମାନ ପୁରା ପରିବାର ର ଦାୟିତ୍ଵ ମୋ ଉପରେ।ଚାଷ ଜମି କହିଲେ ତ ସେଇ ପାହାଡ଼ ଜମି। ତାକୁ ତ ଚାଷ କରୁଛି। କିଛି ଜମି ଭାଗ ମଧ୍ୟ କରୁଛି। ବାଡିରେ ଗତଥର ଆଳୁ ଓ ମାଟିଆଳୁ କରିଥିଲି। ସରକାରୀ ସାହାଯ୍ୟ କିଛି ମିଳିଥିଲା। ଭଲ ଲାଭ ପାଇଥିଲି।ଆମ ଗାଁ ର ପୁଅମାନେ ସୁରଟ ଯାଉଛନ୍ତି। ମୋ ଵୋଉ କିନ୍ତୁ ରାଜି ହେଉନି। ମୋର ମଧ୍ୟ ଘର ଛାଡ଼ି ଏତେଦୂର ଯାଇ କାମ କରିବା ପାଇଁ ଇଚ୍ଛା ନାହିଁ। ଆମେ ଦୁଇ ଭାଇ ଏକ ମନ ଏକ ପ୍ରାଣ ହୋଇ ଖଟିଲେ ଆମ ପଇସା କିଏ ଖାଇବ।ସୁରଟ କାହିଁକି ଯିବି। ଆଈ ହସିଦେଇ କହିଲା ହଁ ରେ ଠିକ କଥା କହିଛୁ। ଏହାପରେ ଆଈ କଥା ପୁଣି ଆରମ୍ଭ କରି କହିଲା ହଁ ତୁମ ଗାଁ ର ଯେଉଁମାନେ ସୁରତ କିମ୍ବା ଅନ୍ୟ ସହରମାନଙ୍କୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଏହି କଥା ବୁଝାଇ ଗାଁ ରେ ରହି ଚାଷବାସ ଓ ଜଙ୍ଗଲ ରୁ ଖାଦ୍ୟ ସଂଗ୍ରହ କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରିବା ପାଇଁ ଉପଦେଶ ଦେ। ଆମ ଭୂୟାଁ ମାନଙ୍କ ଯେଉଁ ପୁରୁଣା ଚାଷ ପଦ୍ଧତି ଅଛି ସେହିପରି ଚାଷ କରିବା ସହିତ ଗାଁ ର ସ୍ଵୟଂ ଶାସନ ବ୍ୟବସ୍ଥା ଓ ପୀଢ କୁ ମଜବୁତ କରିବା ପାଇଁ ତୁମ ଭଳି ଯୁବକମାନେ ଆଗେଇ ଆସିବାକୁ ପଡ଼ିବ। ମନ୍ମଥ କହିଲା ଆଲୋ ଆଈ ମତେ ପରା ଵତିଶଵାଗ୍ ଭୂୟାଁ ପୀଢର ବୈଠକରେ କେତୋଟି ଗାଁ ମାନଙ୍କରେ ବୈଠକ କରି ଲୋକମାନଙ୍କ ମଧ୍ୟ ରେ ପୀଢ ର ଆବଶ୍ୟକତା ଓ ସମସ୍ତ ବିଷୟକୁ ପୀଢ ମାଧ୍ୟମରେ ସମାଧାନ କିପରି କରାଯାଇ ପାରିବ ତାହାର ଦାୟିତ୍ୱ ଦେଇଛନ୍ତି। ଏହି କଥା ଶୁଣି ଆଈ କହିଲା ଭଲ କଥା ସମାଜ ପାଇଁ କିଛି ସମୟ ଦେ। ଆମ ସମାଜ ଆମର ସବୁଠାରୁ ବଡ଼ ପରିଚୟ।

ମନ୍ମଥ ଏହା ଶୁଣି କହିଲା ଆଲୋ ଆଈ ଆଉ ଗୋଟିଏ କଥା ଜାଣିଛୁ। ଆମ ପାରମ୍ପାରିକ ବ୍ୟବସ୍ଥା, ଦେବାଦେବୀ, ପରମ୍ପରା ,ସ଼ଂସ୍କୃତି, ଓ ସ୍ଵଂୟ ଶାସନ ବ୍ୟବସ୍ଥା କୁ ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ରେ ମଧ୍ୟ ସ୍ଵିକୃତି ଦେଇଛନ୍ତି। ନିକଟରେ କେନ୍ଦୁଝର ଜିଲ୍ଲାର କିର୍ତ୍ତୀ ନାମକ ଏକ ସଂଗଠନ ର କିଏ ଜଣେ ରୋହିତ ମିଶ୍ର ଆଜ୍ଞା ଆସି ଆମ୍ଭମାନଙ୍କୁ ସେ କଥା ବୁଝାଉଥିଲେ । ଆମ ପୀଢର ମହାସର୍ଦ୍ଦାର, ସର୍ଦ୍ଦାର ବିଲୁଆ ନାଏକ,ଝରା ନାଏକ,ସୋନୁ ଦେହୁରୀ, ବାରିକ ବେହେରା, ବୈରାଗୀ ଗାଉଁଟୁ,ମୁଣ୍ଡା ଦେହୁରୀ, ବିଷ୍ଣୁ ଦେହୁରୀ ନିକଟରେ ଵରଡିହ ଠାରେ ଏକ ଆଲୋଚନା କରୁଥିଲେ। ଆଗାମୀ ପୀଢ ବୈଠକ ରେ ଏ ସଂପର୍କରେ ଆଲୋଚନା କରିଵା ପାଇଁ ସ୍ଥିର କରାଯାଇଛି। ଏହି ସମୟରେ ଚମ୍ପା କହିଲା ଆଈ ରାତି ଦଶଟା ବାଜିଲାଣି।ଭାଇତ କାଲି ଅଛନ୍ତି। ତେଣୁ କାଲି ସନ୍ଧ୍ୟା ରେ କଥା ହେଲେ ହୁଅନ୍ତା ନାହିଁ? ଆଈ ତା କଥା ରେ ସମ୍ମତି ଜଣାଇ କହିଲା ହଉ ଆଜି ପାଇଁ କଥା ଏଇଠି ରଖିଵା।ଚାଲ ସମସ୍ତେ ଖାଇବା।ସମସ୍ତ ଙ୍କ ପାଇଁ ମୁଁ ରାନ୍ଧିଛି। ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.