• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୩)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଅପ୍ରେଲ ୨୦୨୪

ସକାଳୁ ଉଠି ଘରକାମ ସାରି ଜଙ୍ଗଲ ଯିବୁ ବୋଲି ଆମେ ଦୁଇଜଣ ଵସି କଥା ହେଉଛୁ। ଏହି ସମୟରେ ଚମ୍ପା, ଚିନ୍ମୟୀ, ସ୍ୱରୂପା ଓ ଅନ୍ୟ ଝିଅମାନେ ଆସି ଆମ ଘରେ ହାଜର। ଚିନ୍ମୟୀ ମନ୍ମଥ କୁ ଥଟ୍ଟା କରି କହିଲା ଭାଇ କଣ ସବୁବେଳେ ଘର ଭିତରେ ପଶିକରି ଅଛ। ଚାଲ ଜଙ୍ଗଲ ଆଡେ ଦୁଇଘେରା ଵୁଲି ଆସିଵା। ମନ୍ମଥ କିଛି କହିଵା ପୁର୍ବରୁ ମୁଁ କହିଲି ଆଲୋ ଆମେ ଜଙ୍ଗଲ ଯିବୁ ବୋଲି କଥା ହେଉଥିଲୁ। ଭଲ ହେଲା ତୁମେ ସଵୁ ଆସିଗଲଣି। ଚାଲ ସମସ୍ତେ ସାଙ୍ଗ ହୋଇ ଜଙ୍ଗଲ ଆଡେ ବୁଲି କରି ଆସିଵା। ହଁ ଆମେ ଟିକିଏ ମା କଙ୍କଳାଙ୍କର ମନ୍ଦିର ମଧ୍ୟ ଯିବା। ଏହାପରେ ସମସ୍ତେ ଜଙ୍ଗଲକୁ ବାହାରି ପଡ଼ିଲୁ।

ରାସ୍ତାରେ ଚିନ୍ମୟୀ ମୋତେ ପଚାରିଲା ଆଛା ନାନୀ କାଲି ଖଣ୍ଡାଧାର ରେ ଯେଉଁ ଵାଵା ଦେଖା ହୋଇଥିଲେ।ସେ ତୁମ ଦୁଇଜଣଙ୍କୁ କଣ ସଵୁ କହିଲେ କି ? ମୁଁ ହସିଦେଇ କହିଲି ହଁ ମୋତେ କିଛି କଥା ସେ କହୁଥିଲେ। କାହିଁକି ତୋର ଭାରି ଆଗ୍ରହ ସେ କଥା ଜାଣିବା ପାଇଁ। ଚିନ୍ମୟୀ ସଙ୍ଗେ ସଙ୍ଗେ କହିଲା ନାଇଁ ମୋ ବାପା କହୁଥିଲା ସେ ଜଣେ ସିଦ୍ଧପୁରୁଷ। ସେ ଯାହା କୁହନ୍ତି ସତ କଥା କହନ୍ତି। ସେଥିପାଇଁ ପଚାରିଲି। ଯଦି ସେପରି କହି ନହେବା ପରି ଵ୍ୟକ୍ତିଗତ କଥା ଥାଏ ତେବେ ନ କହିଲେ ଚଳିବ। ମୁଁ କହିଲି ନାହିଁ ସେମିତି କିଛି କଥା ନାହିଁ। ସେ ଯାହା କହିଲେ ମୁଁ କହୁଛି ଶୁଣ । କାଲି ଆମେ ଯେତେବେଳେ ଖଣ୍ଡାଧାର ଜଳପ୍ରପାତ ନିକଟକୁ ଯିବାପାଇଁ ପାହାଚ ଚଢୁଥିଲେ। ଗୋଟିଏ ପାହାଚ କଡ଼ରେ ବସିଥିବା ସାଧୁଜଣଙ୍କ ମୋତେ ଡ଼ାକିଲେ। ମୁଁ ତାଙ୍କ ନିକଟକୁ ଯାଇ ବସିବା ପରେ ସେ ମୋତେ ମୋର ପୂର୍ଵ ଜନ୍ମ ବିଷୟ ରେ କିଛି କଥା କହିଲେ। ସେ କହିଲେ ଝିଅ ତୁମେ ପୂର୍ଵଜନ୍ମରେ ଏହି ନିକଟରେ ଥିବା ଏକ ଗାଆଁ ର ପାଉଡି ଭୂୟାଁ ପରିବାର ରେ ଜନ୍ମ ନେଇଥିଲ। ତୁମ ଵାପା ଗାଁ ର ପ୍ରଧାନ ଥିଲେ। ଏହି ଖଣ୍ଡାଧାର ଜଳପ୍ରପାତ ନିକଟକୁ ବୁଲିବାକୁ ଆସିଥିବା ସମୟରେ ତୁମେ ଜଣେ ସହରି ଵାଵୁ କୁ ଭଲ ପାଇଵସିଥିଲ। ଵାଵୁ ଜଣଙ୍କ ଏହି ପାଖ ଗାଆଁରେ ଭଡା ନେଇ ରହୁଥିଲା। ତୁମ ଉଭୟଙ୍କର ଭଲ ପାଇଵା କଥା କାନକୁ କାନ ହୋଇ ସାରା ଗାଁ ଖେଳିଗଲା ପରେ ଗାଁ ରେ ବୈଠକ ବସିଥିଲା ଓ ସେହି ଵାଵୁ ଜଣଙ୍କୁ ତାଗିଦ୍ କରାଗଲା। ତଥାପି ତୁମେ ଦୁଇଜଣ ପୁର୍ବ ପରି ମିଶିବାକୁ ଲାଗିଲ। ଏହାର କିଛି ଦିନ ପରେ ସେ ଵାଵୁ ଜଣଙ୍କ ଏକ ଅଜଣା ରୋଗରେ ପୀଡିତ ହୋଇ ତାଙ୍କ ଗାଁ କୁ ଗଲେ। ପରେ ଖବର ଆସିଲା ବାବୁ ଜଣକ ସେହି ରୋଗରେ ଆରପାରିକୁ ଚାଲିଗଲେ ବୋଲି। ବାବୁ ଯିବା ଖବର ପାଇ ତୁମେ ଦୁଃଖ ରେ ଭାଙ୍ଗି ପଡିଲ। ଚୁପ୍ ଚାପ୍ ବସିଲ। କିଛି ଦିନ ପରେ ଖାଇବା ପିଇବା ଛାଡିଦେଲ। ଏହାର କିଛି ଦିନ ପରେ ତୁମେ ମଧ୍ୟ ସମସ୍ତ ଙ୍କୁ ଛାଡି ସେହି ଅଫେରା ରାଇଜକୁ ଚାଲିଗଲ । ଏ ଜନ୍ମରେ ଯେ ତୁମର ସ୍ଵାମୀ ସେ ହିଁ ତୁମର ପୁର୍ବ ଜନ୍ମ ର ସହରି ଵାଵୁ। ଆଗକୁ ତୁମ ସହିତ କିଛି ଅମଙ୍ଗଳ ଘଟଣା ଘଟିବାକୁ ଯାଉଛି। ତାହାର ପ୍ରତିକାର ପାଇଁ ମା କଙ୍କଳାଙ୍କର ପୂଜା କର ତୁମର ରିଷ୍ଟ ଖଣ୍ଡନ ହେବ। ଆଜି ମା ଙ୍କ ମନ୍ଦିର ଯାଇଁ ମା ଙ୍କୁ ଦର୍ଶନ କରିଵା। ଏମିତି କଥା ହେବା ଭିତରେ କେତେବେଳେ ଆମେ ସମସ୍ତେ ମା ଙ୍କ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲୁ ବାଟ ଜଣା ପଡିଲାନି। ମା ଙ୍କ ଦର୍ଶନ କରି ସେଠି କିଛି ସମୟ ବୁଲାବୁଲି କରି ଘରେ ପହଞ୍ଚିବା ବେଳକୁ ବୋଉ ଆମକୁ ଅପେକ୍ଷା କରିଥିଲା।

ସନ୍ଧ୍ୟା ବେଳେ ଆମେ ସମସ୍ତେ କାମିନୀ ଆଈ ଘରେ ଏକାଠି ହେଲୁ। ମୋ ମାମୁଁ ମଧ୍ୟ ଆଈ ଘରକୁ ଯାଇଥିଲେ। ସମସ୍ତେ ମାମୁଁ ଙ୍କୁ ଘେରି ବସିଗଲୁ। ମାମୁଁ କଥା ଆରମ୍ଭ କରି କହିଲେ ପିଲାଏ ଆଜି ଉପରଵରଡା ଗାଁ ଓ କନ୍ତଦେଵୀ ଙ୍କ ବିଷୟ ରେ ତୁମମାନଙ୍କୁ କହିଵି। ଏହାପରେ ସେ କଥା ଆରମ୍ଭ କଲେ। ବହୁବର୍ଷ ତଳେ (ପ୍ରାୟ ୩୦୦ ବର୍ଷତଳେ) ବଣେଁଇ ଗଡ ନିକଟସ୍ଥ କନ୍ତସରା ଗାଁର ଜଣେ ଭୂୟାଁ ଯୁବକ କେନ୍ଦୁଝରର ଏକ ବନ୍ଧୁ ଗାଁକୁ ଆସିଥିବା ବେଳେ ଧାଙ୍ଗଡା ଧାଙ୍ଗଡୀମାନଙ୍କ ଚାଙ୍ଗୁନାଚ ସମୟରେ ଜଣେ ଭୂୟାଁ ଯୁବତୀକୁ ଭଲପାଇ ବସେ । ଆମ ଭୂୟାଁ ମାନଙ୍କ ମଧ୍ୟରେ ବିବାହରେ ଧରିପଳା ବା ଝିଙ୍କା ବିବାହ ପ୍ରଥା ରହିଛି । ସେତେବେଳେ ମଧ୍ୟ ଥିଲା। ସେହି ପ୍ରଥା ଅନୁଯାଇ ଉକ୍ତ ଯୁବକଟି ସେ ଭଲପାଉଥିବା ଝିଅଟିକୁ ଧରି ପଳାଇ ଆସିଲା । ଅଧବାଟରେ ଅର୍ଥାତ ବାଂଶପାଳର ଉପରବରଡା ଗ୍ରାମ ସନ୍ନିକଟ ଜଙ୍ଗଲରେ ଝିଅକୁ ଛାଡି (ଅଧବାଟରେ) ତାର ବାପାମା, ପରିବାରବର୍ଗ ଓ ଜ୍ଞାନ୍ତି କୁଟୁମ୍ବକୁ ଜଣାଇ ସଙ୍ଗରେ ଆଣିବା ପାଇଁ ନିଜ ଘରକୁ ଗଲା । ଘରେ ସମସ୍ତଙ୍କୁ ଜଣାଇଁ ସେମାନଙ୍କୁ ସଙ୍ଗରେ ଧରି ସେହି ଜାଗାରେ (ଉପରବରଡାର ଜଙ୍ଗଲରେ) ପହଞ୍ଚିଲା । କିନ୍ତୁ ଝିଅଟି ସେ ଜାଗାରେ ନଥିଲା । ଯୁବକଟି ବ୍ୟସ୍ତ ହୋଇ ଯୁବତୀଟିର ନାମ ଧରି ଡାକି ଡାକି ଜଙ୍ଗଲରେ ଝିଅଟିକୁ ଖୋଜିବାରେ ଲାଗିଲା । ଏହି ସମୟରେ ଝିଅଟିର କୁନ୍ଥାଣ (ଆମ ଭୂୟାଁ ଭାଷାରେ କୁନ୍ତୁ କୁନ୍ତୁ ) ସେମାନଙ୍କୁ ଶୁଣାଗଲା । ଶବ୍ଦଟି ଯେଉଁ ଜାଗାରୁ ଆସୁଥିଲା ସେଠାରେ ପହଞ୍ଚି ସେଠାରେ ସେମାନେ ଝିଅ ବଦଳରେ ମା’ଙ୍କୁ ଦର୍ଶନ କଲେ । ମା’ଙ୍କ ନିର୍ଦେଶ ଥିଲା ଏହିପରି ନିକଟରେ ପଡିଥିବା ସମାପରି ଲୁହାକୁ ନେଇ କନ୍ତସରା ଗ୍ରାମରେ ପୂଜା କରିବା ପାଇଁ । କୁନ୍ତୁ କୁନ୍ତୁ ରୁ ଦେବୀଙ୍କ ନାମ କନ୍ତ ରଖାଗଲାବୋଲି ଲୋକେ କହନ୍ତି । ନିର୍ଦେଶ ମୁତାବକ ସେହି ସମାକୁ ଆଣି କନ୍ତସରାରେ ପୂଜା କରାଗଲା ।ଲୌକିକ ମତରେ ଏବେ ମଧ୍ୟ କନ୍ତସରା ଗ୍ରାମର ଲୋକମାନେ କେନ୍ଦୁଝରର ସେହି ଗାଁକୁ ମୂଲ (କନ୍ୟାମୂଲ, ଯାହାକି ଆମ ଭୂୟାଁ ମାନଙ୍କ ବିବାହ ସମୟରେ ବରଘର କନ୍ୟାଘରକୁ ଦେଇଥାଏ) ଦେଇଆସୁଛନ୍ତି । ଏତିକି କହି ମାମୁଁ କହିଲେ ରାତି ବହୁତ ହେଲାଣି। ଆଜି ପାଇଁ କଥା ଏଇଠି ରଖିଵା। ଏହାପରେ ଝିଅମାନେ ଆଈ ସହିତ ଘର ଭିତରକୁ ଗଲେ ଓ ଆମେ ମାନେ ମାମୁଁ, ମନ୍ମଥ ଏଵଂ ମୁଁ ଘର ମୁହାଁ ହେଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ
More

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

by Nirvik Bureau
July 12, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଜୁଲାଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଆଧ୍ୟାତ୍ମିକ ପୁସ୍ତକ ସଂକଳନ "ବ୍ରହ୍ମ ଅଚ୍ୟୁତ" କଟକ...

Read more
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
Vipul’s Voice:Burden of the Known

Vipul’s Voice:
Burden of the Known

June 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.