• About
  • Contact
Monday, April 20, 2026
Monday, April 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୭)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜୁନ୍ ୨୦୨୪

ଆମ ଘରକୁ ମନ୍ମଥ କୁ ନେଇ ଆସିଲି। ବହୁତ ଦୁର୍ବଳ ହୋଇଯାଇଥିଲା ସେ। ଡାକ୍ତର ଙ୍କ କହିଵା ଅନୁସାରେ କେବଳ ସିଝା ଖାଦ୍ୟ ଦେଉଥିଲି ତାକୁ ଖାଇବା ପାଇଁ। ଔଷଧ ମଧ୍ୟ ଠିକ ସମୟରେ ଦେଉଥିଲି। ବାପା ରାଉଡିଆ (ଗୁଣିଆ)କୁ ମଝିରେ ଡ଼ାକି ଆଣିଥିଲେ। ଗୁଣିଆ ଗୋଟିଏ ଲମ୍ବା ଚିଠା ବନାଇ ଦେଲା ପୂଜା କରିବା ପାଇଁ। ମୁଁ ବାପାଙ୍କ ଉପରେ ରାଗିଲି। ମନାକଲି ଏ ଅନ୍ଧବିଶ୍ୱାସ ରେ ନ ପଶିବା ପାଇଁ। ସେ କିନ୍ତୁ ଶୁଣିବା ଲୋକ ନୁହନ୍ତି। ସେ ମୋର ଇଛା ବିରୁଦ୍ଧରେ ପୂଜାର ଆୟୋଜନ କଲେ। ନିର୍ଧାରିତ ଦିନ ରାଉଡିଆ ଆସିଲା ଏବଂ ପୂଜା ମଧ୍ୟ କଲା। ମନ୍ମଥ କୁ ପୂଜାରେ ବସାଗଲା। ମନ୍ମଥ ପୂଜା ସମୟରେ କିଏ ପାଙ୍ଗିଛି ବୋଲି ପଚାରିଲା। ରାଉଡିଆ କେହି ଜଣେ ବିବାଦି ଲୋକ ଏପରି କରିଛି ବୋଲି କହିଲା। ତାପରେ ମନ୍ମଥ ପଚାରିଲା ସେ କ’ଣ ଏ ଗାଁ ର ନା ଆମ ଗାଁ ର। ରାଉଡିଆ ଟିକିଏ ହଡ଼ବଡ଼େଇ ଗଲା। ତା ପରେ କହିଲା ଆମ ଗୁରୁ ମନା କରିଛନ୍ତିି ନାଁ ନ କହିବା ପାଇଁ। ମନ୍ମଥ କହିଲା ମୁଁ ତ ନାଁ ଜାଣିବାକୁ ଚାହୁଁନି। ମୁଁ ଜାଣିବାକୁ ଚାହୁଁଛି ସେ ମୋ ଶଶୁର ଘର ଗାଁ ଲୋକ ନାଁ ଆମ ଗାଁ ଲୋକ।ରାଉଡିଆ ଚଟାପଟ ଉତ୍ତର ଦେଲା ତୁମ ଗାଁ ଲୋକ। ଏହାଶୁଣି ମନ୍ମଥ କହିଲା ଆମ ଗାଁ ରେ ତ ରାଉଡିଆ ପୂଜା କରିଥିଲା। ସେ କହୁଥିଲା ଏ ଗାଁ ଲୋକ ବୋଲି। ତା କଥା ରେ ରାଉଡିଆ ରାଗି ଯାଇ କହିଲା ତେବେ କ’ଣ ତମେ ମୋତେ ପରୀକ୍ଷା କରୁଥିଲ। ଏହା କହି ସେ ବାପା ଙ୍କୁ ଡ଼ାକ ପକାଇ ଦକ୍ଷିଣା ଦେଲେ ସେ ଯିବ ବୋଲି କହିଲା। ବାପା ଙ୍କ ଠାରୁ ଦକ୍ଷିଣା ନେଇ ତରବରରେ ରାଉଡିଆ ଆମ ଘରୁ ପଳାଇଗଲା। ବାପା ଯେତେ କହିଲେ ଆମ ଘରେ ଖାଇବା ପାଇଁ ସେ ଶୁଣିଲା ନାହିଁ। କିନ୍ତୁ ତରବରରେ ଯିବା ହେତୁ ତା’ର ଗୋଟିଏ ବ୍ୟାଗ ଛାଡ଼ି ଯାଇଥିଲା।

ମନ୍ମଥ ସେ ବ୍ୟାଗ ତଲାସୀ କରି ଦେଖିଲା। ତା ଭିତରେ କିଛି ବଣ ମାଟି, ଜଙ୍ଗଲ ର କିଛି ଚେରମୂଳି ଓ କିଛି ଏଲୋପାଥିକ ଔଷଧ ବାହାରିଲା। ବାପା ଙ୍କୁ ସେସବୁ ଦେଖାଇଲୁ। ବାପା ଏ ସବୁ ଦେଖିଲେ କିନ୍ତୁ କାଳେ ରାଉଡିଆ ପାଙ୍ଗି ଦେବ ଏହି ଭୟରେ ଚୁପ୍ ରହିଲେ। ତା ପରେ ରାଉଡିଆ ଦେଇଥିବା ଔଷଧ ନଖାଇ ଡାକ୍ତର ଙ୍କ ଔଷଧ ମନ୍ମଥ କୁ ଦେଲି।

ଦିନକର କଥା ମୁଁ ଖାଇସାରି ଖରାବେଳେ ଦାଣ୍ଡ ପିଣ୍ଡାରେ ବସିଥାଏ। ଏହି ସମୟରେ ସେହି ବାବା ଜଣକ ଆମ ଘରେ ପହଞ୍ଚିଲେ। ତାଙ୍କୁ ଦେଖି ମୁଁ ବହୁତ ଖୁସି ହୋଇଗଲି। ତାଙ୍କ ପାଦତଳେ ପଡ଼ିଗଲି। ତାପରେ ପାଣି ଆଣି ପାଦ ଧୋଇ ମାଞ୍ଚିଆ ଟା ପକାଇ ଦେଲି ସେ ବସିବା ପାଇଁ। ବାବା ମାଞ୍ଚିଆ ରେ ଵସି ପଚାରିଲେ ଝିଅ କ’ଣ କିଛି ଖାଦ୍ୟ ମିଳିବ। ମୁଁ ରୋଷେଇ ଘରକୁ ଯାଇ ଯାହା ଖାଦ୍ୟ ଥିଲା ନେଇ ଆସିଲି ବାବାଙ୍କୁ ଦେଵା ପାଇଁ। ଖାଇସାରି ବାବା କହିଲେ ଝିଅ ଆଉ ବ୍ୟସ୍ତ ହୋନି। ଖରାପ ସମୟ ଚାଲିଗଲା। ଏବେ ଭଲ ସମୟ ଆସିଗଲା। ଏଥର ସବୁ ଭଲ ହିଁ ହେବ। ଏହି ସମୟରେ ମନ୍ମଥ ମଧ୍ୟ ଉଠି ଆସି ବାବାଙ୍କୁ ଜୁହାର କଲା। ବାବା ତା ମୁଣ୍ଡରେ ହାତ ବୁଲାଇ ଆଣିଲେ। କହିଲେ ବାବୁ ତୋ ସ୍ତ୍ରୀ ପାଇଁ ତୁ ଆଜି ପୁର୍ନଜୀବନ ପାଇଲି। ବହୁତ ଭଲ ଝିଅ ଟିଏ। ତାକୁ କେବେ ହତାଦର କରିବୁନି। ଏହା କହି ବାବା ଆମ ଘରୁ ବାହାରି ଗଲେ।

ଏହାର କିଛି ଦିନ ପରେ ମନ୍ମଥ କୁ ନେଇ ବାପା ଆଉ ମୁଁ କଟକ ମେଡିକାଲ ଗଲୁ। ମନରେ ଭୟ ତଥାପି ଥାଏ। କିଛି ଖରାପ ହେବନି ତ? ଏମିତି ଭାବିଭାବି କଟକ ରେ ପହଞ୍ଚିଲି। ଟିକେଟ କରି ଡାକ୍ତର ଙ୍କୁ ଦେଖାଇଲି। ଡାକ୍ତର ଦେଖି କରି ବହୁତ ଗୁଡ଼ିଏ ପରୀକ୍ଷା ପାଇଁ ଲେଖିଦେଲେ। ସବୁ ସେହି ହସପିଟାଲ ଭିତରେ ହିଁ ହେଲା। ରିପୋର୍ଟ ଆସୁଆସୁ ସନ୍ଧ୍ୟା ହୋଇଗଲା। ସେଦିନ କଟକରେ ରହିଲୁ। ତାପର ଦିନ ସକାଳୁ ଡାକ୍ତର ଙ୍କୁ ସବୁ ରିପୋର୍ଟ ଦେଖାଇଲି। ଡାକ୍ତର ରିପୋର୍ଟ ଦେଖି ବହୁତ ଖୁସି ହୋଇଗଲେ। କହିଲେ ବ୍ୟସ୍ତ ହୁଅନି ସବୁ ଠିକ ହୋଇଯିବ। ଏବେ ବହୁତ ଭଲ ଅଛି। ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ ତିନିମାସ ଲାଗିବ। ଏହା ପରେ କିଛି ଔଷଧ ଲେଖି ଦେଲେ ଓ ତିନି ମାସ ପରେ ଆସିବା ପାଇଁ କହିଲେ। ଆମେ ଖୁସି ମନରେ ଘରକୁ ବାହାରିଲା ବେଳେ, ବାପା ଆସି କହିଲେ ରାଉଡିଆ କୁ ମ୍ୟାଲେରିଆ ହୋଇଥିଲା, ମୁଣ୍ଡକୁ ଉଠି ଯାଇଛି। ପ୍ରଥମେ ରାଉରକେଲା ଡାକ୍ତରଖାନା ନେଇଥିଲେ । ସେଠାରେ କିଛି ଦିନ ରହିବା ପରେ ସେମାନେ କଟକ ପଠାଇ ଦେଲେ। ସେ ଏବେ କଟକ ମେଡିକାଲ ରେ ଅଛନ୍ତି। ମୁଁ ଔଷଧ ଆଣିବାକୁ ଯାଇଥିଲି; ସେଠାରେ ତାଙ୍କ ସାନଭାଇ ଦେଖା ହୋଇଥିଲେ। ସେ ସବୁ କଥା କହୁଥିଲେ। ସେ ଆର ୱାର୍ଡ଼ ରେ ଅଛନ୍ତି। ଆମେ ସମସ୍ତେ ତାଙ୍କୁ ଦେଖିବାକୁ ଆର ୱାର୍ଡ଼ କୁ ବାହାରିଗଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.