• About
  • Contact
Friday, July 31, 2026
Friday, July 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୪

ଖୁଣ୍ଟୁଗାଁ ହାଟରୁ ଫେରି ବାପା, ମାମୁଁ, ମନ୍ମଥ ଓ ମୁଁ ଦାଣ୍ଡ ଦୁଆରେ ବସି କଥା ହେଉଛୁ ଏହି ସମୟରେ ରାଉଡିଆ ଦାଦା ଆସି ପହଞ୍ଚିଲେ। ଦାଦା ମଧ୍ୟ ସେମାନଙ୍କ ସହିତ କଥା ରେ ବ୍ୟସ୍ତ ରହିଲେ। ମୁଁ ଦାଦା ଙ୍କୁ ପଚାରିଲି, “ଦାଦା ହସ୍ପିଟାଲ ରୁ କେବେ ଫେରିଲ? ଏବେ ଦେହ କିପରି ଅଛି? ଆଉ ତୁମ ଘରକୁ ଝାଡ଼ଫୁଙ୍କା ପାଇଁ ଲୋକ ଆସୁଛନ୍ତି ନା ନାହିଁ?” ଏହା ଶୁଣି ଦାଦା କହିଲେ, “ମା ଚିନାମାଳି ମୋତେ ଆଉ ଲଜ୍ଜା ଦେନି। ମୁଁ ମୋ’ର ଭୁଲ୍ ବୁଝି ପାରିଛି। ଏକମାସ ହେବ କଟକ ମେଡିକାଲ ରୁ ଆସିଲିଣି। ଦେହ ଏବେ ବହୁତ ଭଲ ଅଛି। ମୋ ପାଖକୁ ଯେଉଁ ଲୋକମାନେ ଆସୁଛନ୍ତି ସେମାନଙ୍କୁ ତୁରନ୍ତ ମେଡ଼ିକାଲ ଯିବାପାଇଁ କହୁଛି।ଆଉ ମଧ୍ୟ ଏହା ଏକ କୁସଂସ୍କାର ଓ ଏଥିରେ ମୁଁ ନିଜେ କିପରି ହଇରାଣ ହେଲି ସେ କଥା କହିବାକୁ ଭୁଲୁନି। କିଛି ଗରିବ ଲୋକଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଦେଉଛି। ଗତ ହାଟ ପାଳି ରେ ହାଣ୍ଡିଆ ବିକିବାକୁ ଆସିଥିବା ଆମ ଗାଁର ମା ମାନଙ୍କୁ ହାଟରୁ ଯେଉଁ ତଡ଼ି ଦେଇଥିଲେ ସେଥିରେ ମୁଁ ମଧ୍ୟ ମା ମାନଙ୍କ ସହିତ ଥିଲି।” ଏହା ଶୁଣି ମାମୁଁ କହିଲେ, “ଆଛା ତୁମେ ତ ଆମ ଭୂୟାଁ ଲୋକ। କାଲି ଚାଲ ବୁଢାଖମଣ ଯିବା। ଝରା ଭାଇ ଓ ବିଲୁଆ ଭାଇ ଙ୍କ ସହିତ ଏ ବାବଦରେ କଥା ହେବା ଓ ପିଢ ମିଟିଂ ର ଚିଠି ସବୁ ଆଣିବା। ପାଳଲହଡା ରେ ଥିବା ଆମ ଭୂୟାଁ ଗାଁ ମାନଙ୍କ ରେ ଦେଇ କରି ଆସିବା।” ରାଉଡିଆ ଦାଦା ହଁ ଯିବା କହି ତାଙ୍କ କଥା ରେ ରାଜି ହେଲେ। ଏହି ସମୟରେ ମନ୍ମଥ କହିଲା, “ଦାଦା ବ୍ୟସ୍ତ ହୁଅନି ଆମେ ସାଙ୍ଗହୋଇ ଯିବା।ଉପରପିଢରେ ବୈରାଗୀ ଭାଇଙ୍କ ପାଖରେ ପହଞ୍ଚିଲେ ସବୁ ଗାଁ ରେ ଚିଠି ଦେଇ ଦେବା। ଆଉ ଜମରଡିହ ର ବାରିକ ଭାଇଙ୍କ ପାଖରେ ପହଞ୍ଚିଲେ ତଳପିଢର ସବୁ ଗାଁ ରେ ଚିଠି ଦେଇ ହେବ।”

ତାପର ଦିନ ସକାଳୁ ସମସ୍ତେ ବୁଢାଖମଣ ଗାଁ କୁ ବାହାରିଗଲେ ବିଲୁଆ ଭାଇ ଓ ଝରା ଭାଇ ଙ୍କ ସହିତ କଥା ହେବା ପାଇଁ। ତାଙ୍କ ଗାଁ ରେ ପହଞ୍ଚିଲା ବେଳକୁ ଗାଁ ତୋଟାମୁଣ୍ଡ ରେ କ’ଣ ଗୋଟାଏ ମିଟିଂ ହେଉଥିଲା। ସେଇଠି ଉଭୟଙ୍କୁ ଭେଟିଲେ। ଏମାନଙ୍କୁ ଦେଖି ଗାଁ ର ସମସ୍ତେ ବହୁତ ଖୁସି ହୋଇଗଲେ। ମନ୍ମଥ ଝରା ଭାଇ ଙ୍କୁ କହିଲା, ଯେହେତୁ ଏଠାରେ ଗାଁ ର ବୈଠକ ଚାଲିଛି ଓ ଆମେ ମାନେ ବାହାର ଗାଁ ର ଲୋକ, ତେଣୁ ଆମେ ତାଙ୍କ ଘରେ ଅପେକ୍ଷା କରିବା। ଏହା ଶୁଣି ଗାଁ ର ସମସ୍ତେ କହିଲେ, ନାହିଁ, ଆପଣ ତ ଆମ ସମାଜ ର ଲୋକ ତେଣୁ ଆପଣ ବସିଲେ କିଛି ଅସୁବିଧା ନାହିଁ। ବରଂ ଆପଣ ଏଥିରେ ନିଜର ମତ ରଖିବା ପାଇଁଁ ଅନୁରୋଧ। ଏହାପରେ ସମସ୍ତେ ବୈଠକରେ ବସିଲେ ଏବଂ ଆଲୋଚନା ଆରମ୍ଭ ହେଲା।

ଘଟଣା ଟି ଥିଲା ଏହିପରି – ସେହି ଗ୍ରାମର ଗୋଟିଏ ଭୂୟାଁ ପରିବାରରେ ପାଖ ବନ୍ଧୁ ଗାଁ ର ଅନ୍ୟ ଜାତିର ପିଲାଟିଏ ରହୁଥିଲା ଏବଂ ଚାଷବାସ ଓ ଘରକାମରେ ସାହାଯ୍ୟ କରୁଥିଲା। ସମୟକ୍ରମେ ସେହି ପରିବାର ର ଝିଅଟି ସହିତ ତା’ର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଘଟଣା ଟି ଜଣା ପଡ଼ିବା ପରେ ପିଲାଟିକୁ ତାଗିଦ୍ କରିବା ସହିତ ଘରୁ ବାହାର କରିଦେଇଥିଲେ। ନିକଟରେ ପିଲାଟି ତାଙ୍କ ଗାଁ କୁ ଆସି ତାର ବନ୍ଧୁ ଘରେ ଥିଲା। ଗତକାଲି ଝିଅଟିକୁ ନେଇ ପଳାଇଛି। ସେ ନିକଟରେ ଥିବା ତା’ର ଜଣେ ଭଉଣୀ ଘରେ ଥିବାର ଖବର ପାଇଛୁ। ଏ ବାବଦରେ କ’ଣ କରାଯିବ ସେଥିପାଇଁ ଗାଁ ର ସମସ୍ତେ ଏକାଠି ହୋଇ ଆଲୋଚନା କରୁଥିଲେ।

ଆଲୋଚନା ରେ ଭାଗନେଇ ଗାଁ ର ସମସ୍ତେ ଝିଅଟିକୁ ଶୁଦ୍ଧି ହୋଇ ପଡ଼ିବା ପାଇଁ କହିଲେ। ଏହାପରେ ଅତିଥିମାନଙ୍କୁ ପଚରାଗଲା ଆପଣମାନଙ୍କ ମତ କ’ଣ? ସମସ୍ତେ ଗାଁ ଲୋକମାନଙ୍କର ସିଦ୍ଧାନ୍ତ ରେ ସହମତ ହେଲେ କେବଳ ମନ୍ମଥ କୁ ଛାଡ଼ି। ସମସ୍ତେ ପଚାରିଲେ ଆପଣ କାହିଁକି ସହମତ ନୁହଁନ୍ତି। ମନ୍ମଥ କହିଲା ସେମାନଙ୍କର ପ୍ରେମ ଗୋଟିଏ ଦିନର କଥା ନୁହେଁ। ଏ କଥା ପରିବାର ର ସମସ୍ତେ ଓ ଗାଁ ର ସମସ୍ତେ ଜାଣିଥିବେ ନିଶ୍ଚୟ। ଯଦି ପ୍ରଥମ ରୁ ବାରଣ କରାଯାଇଥାନ୍ତା ତେବେ ଆଜିର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଗାଁ କୁ ବାହାରର ଯେଉଁ ଲୋକମାନେ ଆସୁଛନ୍ତି ସେମାନଙ୍କ ବିଷୟରେ ନଜାଣି ନଶୁଣି ଘରେ ଆଶ୍ରୟ ଦେବା ଉଚିତ ନୁହେଁ। ତାର ପୁଣି ଏହି ଗାଆଁରେ ଓ ନିକଟବର୍ତ୍ତୀ ଗାଁ ରେ ବନ୍ଧୁ ଘର ଅଛି। ସେଠି ନ ରହି ଆପଣଙ୍କ ଘରେ ରହିଲା କାହିଁକି? ଏଣୁ ମୋ ମତରେ ଯେ ଘର ଛାଡ଼ିଛି। ସେତ ଭୁଲ କାମ କରିଛି। ତାକୁ ଶୁଦ୍ଧି ହୋଇ ଆଉ ଏକ ଭୁଲ୍ କାମ କରନ୍ତୁ ନାହିଁ। ତାକୁ ତା ବାଟରେ ଯିବା ପାଇଁ ଦିଅନ୍ତୁ ଆଉ ଘରକୁ ଆସିବା ନ ଆସିବା ଉପରେ ପରିବାର ଓ ପରେ ଗାଁ ଲୋକମାନଙ୍କର ମତାମତ ନିଆଯାଉ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.