• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୧)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଅଗଷ୍ଟ ୨୦୨୪

ସେଦିନ ଖୁଣ୍ଟ ଗାଁ ନିକଟସ୍ଥ ବୁଢାଖମଣ ଗାଁ ରେ ଝରା ଭାଇ ଙ୍କୁ ଭେଟିବା ପାଇଁ ଯାଇଥିବା ମନ୍ମଥ, ମୋ ବାପା ଓ ମୋ ମାମୁଁ ତାଙ୍କ ଗାଁ ରେ ହେଉଥିବା ବୈଠକରେ ଅନେକ ସମୟ ବସିଗଲେ। ଶେଷରେ ଝିଅ (ଯିଏକି ଅନ୍ୟ ଏକ ଜାତିର ପୁଅକୁ ଭଲପାଇ ପଳାଇଛି) ବାବଦରେ ସମସ୍ତେ ଏହି ସିଦ୍ଧାନ୍ତ ରେ ପହଞ୍ଚିଲେ ଯେ ଯେହେତୁ ସେ ପାଣିଖିଆ (ଏକ ଉଚ୍ଚ ଜାତି) ଜାତିର ପୁଅ ସହିତ ଯାଇଛି, ତେଣୁ ତାଙ୍କ ଘରକୁ ଯିବା ଆସିବା କରିପାରିବ। ଏପରିକି ଯଦି ସେ ଚାହିଁବ ଏ ଗାଁ ରେ ରହିପାରିବ କିନ୍ତୁ ଜାତିସଭାରେ ବସିପାରିବ ନାହିଁ। ଏହାପରେ ବୈଠକ ଶେଷ ହେଲା। ଯେଝା ଘରକୁ ଯେଝା ଗଲେ। ମନ୍ମଥ, ବାପା ଓ ବିଲୁଆ ଭାଇ ଓ ମାମୁଁ ଝରା ଭାଇଙ୍କ ସହିତ ତାଙ୍କ ଘରକୁ ଆସିଲେ। ତାଙ୍କ ଘରେ ପହଞ୍ଚିବା ପରେ ଖିଆପିଆ ସାରିବାପରେ ଝରା ଭାଇ କଥା ଆରମ୍ଭ କରି ମନ୍ମଥ କୁ ମୋ କଥା ପଚାରିଲେ। କହିଲେ, “ଚିନାମାଳି ଭଲ ଅଛି ତ?” ମନ୍ମଥ ହଁ କରି କହିଲା, “ଭାଇ ଆମେ ସମସ୍ତେ ମହାପିଢ ବୈଠକ ବାବଦରେ ଆପଣଙ୍କ ଦୁଇଜଣ (ଝରା ଭାଇ ଓ ବିଲୁଆ ଭାଇ) ଙ୍କ ସହିତ କଥା ହେବାପାଇଁ ଆସିଥିଲୁ।” ବିଲୁଆ ଭାଇ ଏହା ଶୁଣି କହିଲେ, “ଝରା ସହିତ କଥା ହୋଇଛି। ସେ ମଧ୍ୟ ସବୁ ଗାଁ ର ନୋଟିସ (ଚିଠି) ଲେଖା ସାରିଛି। ମୁଁ ଭାବୁଥିଲି ମନ୍ମଥ ଓ ଝରା ବରୁଣଡିହ ଓ ତା’ର ଆଖପାଖ ଗାଁ ଗୁଡିକୁ ଚିଠି ଦେଇ ତଳ ପିଢର ଚିଠି ଜମରଡିହ ଗାଁ ର ବାରିକ ବେହେରା ଯେକି ଭୋମ୍ୟ ସମାଜ ର ମୁଖିଆ ଅଛନ୍ତି ତାଙ୍କୁ ଚିଠି ଦେଇଦେଲେ ସେ ପାହାଡ଼ ତଳେ ଥିବା ସବୁ ଗାଁ ମାନଙ୍କରେ ଦେଇ ଦିଅନ୍ତେ।” ଏହାଶୁଣି ମନ୍ମଥ କହିଲା, “ଆମେ ତ ପ୍ରସ୍ତୁତ ହୋଇ ଆସିଛୁ। ଆଉ ବାପା ଓ ମାମୁଁ ଖୁଣ୍ଟୁଗାଁ ହାଟ ଦିନ ଏଠି ଅନ୍ୟ ଗାଁର ଚିଠି ସବୁ ଦେଇ ଦିଅନ୍ତେ।” ଏତିକି କଥା ହୋଇ ସମସ୍ତେ ଶୋଇବା ପାଇଁ ଗଲେ।

ତାପର ଦିନ ଝରା ଭାଇ ଓ ମନ୍ମଥ ବରୁଣଡିହ ଗାଁ କୁ ବାହାରିଗଲେ। ଡେରୁଳା ଗାଁ ରୁ ପାହାଡ଼ ଉପରକୁ ଉଠିଲେ। ପାହାଡ଼ ଓ ନଦୀ ବାଟରେ ଚାଲିଚାଲି କୁଣ୍ଡଳା ଗାଁ ରେ ପହଞ୍ଚିଲା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ ହୋଇଥିଲେ। ସେହି ଗାଁ ରେ ପ୍ରଧାନ ଙ୍କ ଘରେ ପହଞ୍ଚି ମହାପିଢ ବୈଠକ ବୁଢାଖମଣ ଗାଁ ରେ ହେଉଥିବା ଏବଂ ତାରିଖ କଥା କହି ନୋଟିସ ଟା ଦେଲେ। ପ୍ରଧାନେ ବହୁତ ଖୁସି ହୋଇଗଲେ। ତାଙ୍କ ଘରେ ଦୁଇଜଣ ଖିଆପିଆ ସାରି ପାଖ ଗାଁ କୁନୁ ଓ କେତର ଚିଠି ଦେଇ ବରୁଣଡିହ ଗାଁ କୁ ବାହାରିଗଲେ। ସେହିପରି ପାହାଡ଼ ଉପର ରାସ୍ତା ଓ ଏକପାଦୀ ରେ (ଏକପାଦୀ ର ଅର୍ଥ ହେଉଛି ଦୁଇଟି ପାହାଡକୁ ସଂଯୋଗ କରୁଥିବା ଏକ ଛୋଟ ପାହାଡ଼ ଯେଉଁଥିରେ ଗୋଟିଏ ପାଦ ଓସାର ର ରାସ୍ତା ଥାଏ। ଏହି ପରି ପାଖାପାଖି ଚାରି କିମି ରାସ୍ତା ଗଲେ ଆଉ ଏକ ପାହାଡ଼ ଆସେ) ଯାଇ ବରୁଣଡିହ ଗାଁ ରେ ପହଞ୍ଚିବା ବେଳକୁ ରାତି ହୋଇଯାଇଥିଲା। ଝରା ଭାଇ ଙ୍କ ବନ୍ଧୁ ଗାଆଁ ବରୁଣଡିହି। ମୁଣ୍ଡା ଗାଉଁଟୁ ତାଙ୍କ ର ବଡ଼ ଭାଇ। ତାଙ୍କ ଘରେ ପହଞ୍ଚିବା ପରେ ମୁଣ୍ଡା ଭାଇ ଉଭୟଙ୍କୁ ଦେଖି ବହୁତ ଖୁସି ହୋଇଗଲେ। ଝରା ଭାଇ ମନ୍ମଥ ର ପରିଚୟ ମୁଣ୍ଡା ଭାଇଙ୍କ ସହିତ କରାଇଦେଲେ। ଉଭୟଙ୍କ ପାଇଁ ଚା ପାଣି ଓ ରାତି ଖାଇବା କରିବା ପାଇଁ ଭାଉଜଙ୍କୁ ଡ଼ାକ ପକାଇ କହିଲେ। ସମସ୍ତେ କଥାରେ ମାତିଗଲେ। କିଛି ସମୟ ପରେ ଭାଉଜ ନାଲି ଚାହା ଓ ଗଙ୍ଗେଇ ଖଇ ଆଣି ଦେଇଗଲେ। ଚା ଖାଇସାରି ମହାପିଢ ବୈଠକ ବାବଦରେ କଥା ହେଉଛନ୍ତି ସେତିକିବେଳେ ବୈରାଗୀ ଭାଇ ଆସି ପହଞ୍ଚିଲେ। ସେ ମଧ୍ୟ ମହାପିଢ ବୈଠକ ହେଉଥିବା ଶୁଣି କାଲି ସକାଳେ ଗାଁ ର ଅନ୍ୟମାନଙ୍କୁ ଜଣାଇବା ନିମନ୍ତେ ଗାଁ ମିଟିଂ ଡାକିବାକୁ କହିଲେ। ସମସ୍ତେ ତାଙ୍କ କଥାରେ ସହମତି ଜଣାଇବା ପରେ ସେ ଡାକୁଆ ଶିର ଭାଇଙ୍କୁ କହିବା ପାଇଁ ଉଠିଗଲେ। ଏହି ସମୟରେ ଭାଉଜ ଖାଇବାକୁ ଡାକିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ତାପର ଦିନ ସକାଳେ ତଳସାହି ଦରବାର ଘରେ ସମସ୍ତେ ବୈଠକରେ ବସିଲେ। ବୈରାଗୀ ଭାଇ ମନ୍ମଥ ର ପରିଚୟ ସମସ୍ତଙ୍କ ସହିତ କରାଇଦେବା ସହିତ ବୁଢାଖମଣ ଠାରେ ହେବାକୁଥିବା ମହାପିଢ ବୈଠକ ସମ୍ପର୍କ ରେ ସୂଚନା ଦେଲେ। ଗାଁ ର କେଉଁମାନେ ସେହି ବୈଠକ ରେ ଯୋଗଦେବେ ତାହା ସ୍ଥିର କରାଯିବା ସହିତ ଗାଁ ତରଫରୁ କିଛି ଚାଉଳ, ଓ ବିରି ଡାଲି ସେମାନଙ୍କ ହାତରେ ପଠାଇବା ପାଇଁ ନିଷ୍ପତ୍ତି ନିଆଗଲା। ଏହାପରେ ମନ୍ମଥ ପଚାରିଲା ଗାଁ ର ନାଁ କ’ଣ ପାଇଁ ବରୁଣଡିହି ରଖାଗଲା। ଏହାର ଉତ୍ତରରେ ମୁଣ୍ଡା ଭାଇ ଓ କିଛି ବୟସ୍କ ଲୋକମାନେ ଯାହା କହିଲେ ତାହା ଏହିପରି ଥିଲା।

ପାଞ୍ଚ ପାଟ କି ଅଧିକ ହେବ ଏ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଥିଲା। ବିଶେଷ କରି ବହୁତ ବରୁଣ ଗଛ ଏହିଠାରେ ଥିଲା। ପ୍ରଥମେ ଭୂୟାଁ ଜାତିର ଲୋକେ ଏଠାକୁ ଆସି ବରୁଣ ଗଛ ସବୁ କାଟି ଘର କରି ରହିଲେ। ବରୁଣ ଗଛ ସେମାନଙ୍କର ଡିହ ଯୋଗାଇ ଦେଇଥିବାରୁ ଗାଁ ର ନାଁ ବରୁଣଡିହ ରଖିଲେ। ସେହିଦିନ ଠାରୁ ଏବେ ମଧ୍ୟ ଗାଁ ର ଲୋକମାନେ ବରୁଣ ଗଛ କୁ ପୂଜା କରି ଆସୁଛନ୍ତି। ଏହାପରେ ସଭା ଭାଙ୍ଗିଲା। ମନ୍ମଥ ଓ ଝରା ଭାଇ ମୁଣ୍ଡା ଭାଇ ଙ୍କ ଘରକୁ ଖାଇବା ପାଇଁ ଗଲେ। ଖାଇସାରି ମୁଣ୍ଡା ଭାଇ ଙ୍କୁ ସାଥିରେ ଧରି ବରଡିହ ଗାଁ କୁ ବାହାରିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.