• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୨)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ସେପ୍ଟେମ୍ବର ୨୦୨୪

ବରଡିହରେ ପହଞ୍ଚିଲା ବେଳକୁ ଗାଁ ର ଲୋକମାନେ ଦରବାର ଘର ନିକଟରେ ଏମାନଙ୍କୁ ଅପେକ୍ଷା କରିଥିଲେ କାରଣ ପୁର୍ବ ଦିନ ବୈରାଗୀ ଭାଇ କିର୍ତ୍ତନ ଭାଇଙ୍କ ଘରକୁ ଏମାନେ ଆସିଥିବାର ଖବର ପଠାଇ ଦେଇଥିଲେ। କାଲି ସକାଳେ ବରଡିହରେ ପିଢ ମିଟିଂ ପୁର୍ବରୁ ଏକ ପ୍ରସ୍ତୁତି ବୈଠକ ହେବ ବୋଲି କହି ଦେଇଥିଲେ।କିର୍ତ୍ତନ ଭଲ ଗାଁ ର ସମସ୍ତଙ୍କୁ ମିଟିଂ କୁ ଆସିବା ପାଇଁ କହିଦେଇଥିଲେ। ମନ୍ମଥ ଓ ଝରା ଭାଇ କିର୍ତ୍ତନ ଭାଇଙ୍କ ଘରେ ପାଣିପଣା (ଭୂୟାଁ ମାନଙ୍କ ଭାଷାରେ ପାଣିପଣା ର ଅର୍ଥ ଜଳଖିଆ ଓ ଚା ବା ପଖାଳ ପାଣି ଖାଇକରି ଆସିବାକୁ ବୁଝାଏ) ଖାଇସାରି ଆସି ମିଟିଂ ରେ ପହଞ୍ଚି ବସିଲେ।

ସଭା ଆରମ୍ଭ ହେଲା। ଝରା ଭାଇ କଥା ଆରମ୍ଭ କରି ଆଗକୁ ହେବାକୁ ଥିବା ପିଢ ବୈଠକ ବିଷୟରେ ଆଲୋଚନା କଲେ। ଲୋକମାନେ ମଧ୍ୟ ଚାଉଳ ପନିପରିବା ଓ ଖଲିପତ୍ର ନେଇକରି ଯିବା ପାଇଁ କଥା ହେବା ସହିତ ଗାଁ ରୁ କେଉଁମାନେ ଯିବେ ସେ ବିଷୟରେ ଆଲୋଚନା କରିବା ପରେ ମନ୍ମଥ ସମସ୍ତଙ୍କୁ ସେଠାକାର ପିଢ ର ନାମ ଓ କେଉଁମାନେ କର୍ମକର୍ତ୍ତା ଅଛନ୍ତି ଓ ପିଢ ବୈଠକ ବର୍ଷକୁ କେତେଥର ହେଉଛି ବୋଲି ପଚାରିଲା।ଏହାର ଉତ୍ତରରେ ସୋନୁଭାଇ କହିଲେ ଆମ ଏଠାରେ ଥିବା ପିଢର ନାଁ ହେଉଛି ଖଣ୍ଡାପାଟ ପିଢ। ଏହାର ସର୍ଦ୍ଦାର ବୈରାଗୀ ସାଉନ୍ତ ଓ ସୋନୁ ଦେହୁରୀ ନାଏକ ଅଛନ୍ତି।

ଏହି ଖଣ୍ଡାପାଟ ପିଢ ସମ୍ପର୍କ ରେ ଏକ ଲୋକକଥା ଅଛି ଯେ ବରଡିହରେ ଥିବା ଏକ ବିରାଟ ବରଗଛ ନିକଟରେ ଏକ ଖଣ୍ଡା କୁ ପୂଜା କରାଯାଉଥିଲା। ତେଣୁ ପିଢର ନାଁ ଖଣ୍ଡାପାଟ ପିଢ ରଖାଯାଇଥିଲା। ଏହାପରେ ଝରା ଭାଇ ମହାପିଢ ବୈଠକ ତାଙ୍କ ଗାଁ ରେ ହେଉଥିବା କଥା କହିବା ପରେ ସୋନୁଭାଇ ଅନ୍ୟ କେଉଁ ସବୁ ପିଢ ର ଲୋକମାନେ ଆସିବେ ବୋଲି ପଚାରିଲେ। ଏହାର ଉତ୍ତରରେ ଝରା ଭାଇ କହିଲେ ଯେ ଶ୍ରୀ ସରଖଣ୍ଡ ପିଢ ର ସର୍ଦ୍ଦାର ଅନନ୍ତ ଭାଇଙ୍କୁ ଆଟସ ପିଢ, କେନ୍ଦୁଝର ର ଦଶରଥ ନାଏକଙ୍କୁ ପାଞ୍ଚପଡା ପିଢର, କେନ୍ଦୁଝର ର ଶମ୍ବୁ ଗିରୀଙ୍କୁ ଗର୍ଜନଖୋଲ ପିଢର, ଭାବ ଗିରୀଙ୍କୁ ବତିଶବାର ପିଢର ସର୍ଦ୍ଦାର, ବିଲୁଆ ନାଏକଙ୍କୁ ମା ରମ୍ଭା ଦେବୀ ପିଢ, ଦେବଗଡ଼ ର ଅରୁଣ ନାଏକଙ୍କୁ ନୋଟିସ ଦିଆ ସରିଛି। ଆଉ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସାତଟି ପିଢର ଚିଠି ମନ୍ମଥ ଦେହୁରୀ ବାଣ୍ଟିବାକୁ ନେଇଛନ୍ତି।

ଏହାପରର ପିଢ ବୈଠକ ବରଡିହରେ ହେବା ପାଇଁ ଏଥର ହେବାକୁ ଥିବା ପିଢ ବୈଠକ ରେ ପ୍ରସ୍ତାବ ଦେବାପାଇଁ ମୁଣ୍ଡା ଭାଇ କହିଲେ। ସମସ୍ତ ଙ୍କ ମତାମତ ନିଆଗଲା। ସମସ୍ତେ ରାଜି ହୋଇ ବୈରାଗୀ ଭାଇ ଙ୍କୁ ଏହାର ଦାୟିତ୍ବ ଦେବାପରେ ସଭା ଭାଙ୍ଗିଲା। ଝରା ଭାଇ, ମନ୍ମଥ, ବୈରାଗୀ ଭାଇ ଓ ମୁଣ୍ଡା ଭାଇ କିର୍ତ୍ତନ ଭାଇଙ୍କ ସହିତ ତାଙ୍କ ଘରକୁ ଗଲେ କାରଣ ସେମାନଙ୍କ ପାଇଁ ଗାଁ ଲୋକମାନଙ୍କ ତରଫରୁ ଖାଇବା ଆୟୋଜନ କରା ଯାଇଥିଲା। ସମସ୍ତେ ଖାଇ ବସିଲେ। ଖାଇବା ସମୟରେ ମନ୍ମଥ କିର୍ତ୍ତନ ଭାଇଙ୍କୁ ପଚାରିଲା ଆଛା ଭାଇ ତୁମ ଗାଁ ର ନାଁ ବରଡିହ କାହିଁକି ରଖାଗଲା। ଏହାର ଉତ୍ତରରେ କିର୍ତ୍ତନ ଭାଇ କହିଲେ ଯେ ପ୍ରଥମେ ଆମ ପାଙ୍ଗି ଭୂୟାଁ ଭାଇମାନେ ଏଠାରେ ଆସି ରହିଲେ।ସେ ସମୟରେ ଏହି ଅଞ୍ଚଳରେ ବହୁତ ବରଗଛ ଥିଲା। ତେଣୁ ବରଗଛ ନିକଟରେ ଘର କରି ରହିଥିବାରୁ ଗାଁ ର ନାଁ ବରଡିହ ରହିଲା। କଥା ହେବା ଭିତରେ ଖାଇବା ସାରି ଯାଇଥିଲା। ସମସ୍ତେ ହାତ ଧୋଇବା ପାଇଁ ଉଠୁଛନ୍ତି ଏହି ସମୟରେ ସର୍ଦ୍ଦାର ଗୈାର ଦେହୁରୀ ଜମରଡିହ ରୁ ଭୈମ୍ୟସମାଜର ମୁଖିଆ ବାରିକ ଭାଇ ଓ ଇତି ଗାଁ ର ଗୋବିନ୍ଦ ଦେହୁରୀ ଆସିଥିବା କଥା କହିବାରୁ କିର୍ତ୍ତନ ଭାଇ ସେମାନଙ୍କୁ ଖାଇବା ପାଇଁ ଡାକିବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.