• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬

ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ମାତ୍ର ୧୩ ବର୍ଷ ବୟସରେ ଦେଶପ୍ରେମରେ ଉଦ୍ବୁଧ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ପରମାନନ୍ଦ ବାବୁ ଚାଷୀମାନଙ୍କ ଉତ୍ଥାନ ଲାଗି ଆଜୀବନ ଲଢ଼େଇ କରିଥିଲେ। ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ମାତିଥିବାବେଳେ ପୋଲିସ୍ ଲାଠିରେ ଶ୍ରବଣ ଶକ୍ତି ହରାଇଥିଲେ। ଜମିଦାର ପରିବାରରେ ଜନ୍ମଗ୍ରହଣ କରି ମଧୁପୁର ଜମିଦାରଙ୍କ ପ୍ରଜା-ବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ଆନ୍ଦୋଳନ ଗଢ଼ି ତୋଳିଥିଲେ।

ବିଳାସବ୍ୟସନ ଠାରୁ ଯଥେଷ୍ଟ ଦୂରରେ ଥିବା ଏହି ମହାନ୍ କୃଷକ ନେତା ତଥା ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ଜଣକ ମଧୁପୁର ମାଣିତ୍ରିପାଟ ଆନ୍ଦୋଳନ, ଚାନ୍ଦପୁର ସତ୍ୟାଗ୍ରହ, ବୋଇରାଣୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସ୍ୱାଧୀନତା ପରେ ସେ କଂଗ୍ରେସ ଛାଡ଼ି ସମାଜବାଦୀ କାର୍ଯ୍ୟକ୍ରମରେ ନିଜକୁ ସାମଲ୍ କରିଥିଲେ।

ବିଧାୟକ ଥିବାବେଳେ ପରମାନନ୍ଦ ବାବୁ ତାଙ୍କ ଦରମା ଓ ଭତ୍ତାରୁ ମାତ୍ର ୨୫ ଟଙ୍କା ନିଜ ପାଇଁ ରଖି ଅବଶିଷ୍ଟ ଅର୍ଥ ଦଳକୁ ଦାନ କରି ଦେଉଥିଲେ। ନିଜର ଜମି ବିକ୍ରି କରି ନିର୍ବାଚନମଣ୍ଡଳୀ ତଥା ସାଙ୍ଗଠନିକ ଖର୍ଚ୍ଚ ତୁଲାଉଥିଲେ। ଅଭାବୀ ଲୋକଙ୍କ ସାଥୀ ଏହି ରାଜନେତା ଜଣକ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ବିଧାୟକ ଏବଂ ସ୍ୱାଧୀନତା ସଂଗ୍ରାମୀ ପେନସନ ବାବଦ ଅର୍ଥରାଶି ଗରିବ ଜନସାଧାରଣଙ୍କୁ ବାଣ୍ଟି ଦେଉଥିଲେ। ତାଙ୍କର ଏହି ସରଳ, ଦରଦୀ ଓ ପରୋପକାରୀ ଆଚରଣ ପାଇଁ ଲୋକମାନେ ତାଙ୍କୁ ‘ଯାଜପୁର ଗାନ୍ଧୀ’ ବୋଲି ସମ୍ବୋଧନ କରୁଥିଲେ।

ପରମାନନ୍ଦଙ୍କ ବିୟୋଗର ପରଦିନ ଅର୍ଥାତ୍ ୨୦୦୮ ଅଗଷ୍ଟ ୨୯ ତାରିଖରେ ବିଧାନସଭାରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେ, ୧୯୩୦ ଲବଣ ତ୍ୟାଗ୍ରହରେ ସାମିଲ ହୋଇଥିବା ପରମାନନ୍ଦବାବୁ ଭାରତ ଛାଡ଼ ଆନ୍ଦୋଳନ ବେଳେ କାରାବରଣ କରିଥିଲେ। ଚାଷୀମାନଙ୍କ ସ୍ୱାର୍ଥରକ୍ଷା ଲାଗି କୃଷକ ସେନା ଗଠନ କରିଥିବା ଏହି ରାଜନେତା ଜଣକ ରସୁଲପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ୧୯୫୨, ୧୯୬୭ରେ ଧର୍ମଶାଳାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବିରୋଧୀ ଦଳ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଉଲ୍ଲେଖ କରିଥିଲେ, ସ୍ୱାଧୀନତା ସଂଗାମୀ, ସମାଜବାଦୀ ନେତା, ସମାଜସେବୀ ପରମାନନ୍ଦ ବାବୁ ୧୯୩୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତି ଦେବୀଙ୍କ ସହିତ ଢେଙ୍କାନାଳ ପ୍ରଜା ଆନ୍ଦୋଳନରେ ଯୋଗ ଦେଇଥିଲେ। ଜାତୀୟ ଆନ୍ଦୋଳନ କାଳରେ ୧୯୩୧ ଓ ୧୯୪୧ ମସିହାରେ ସେ ଦୁଇଥର କାରାବରଣ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁଣ୍ଡ ଟେକିଥିବା ଜନ ଆନ୍ଦୋଳନ ସହିତ ସେ ନିଜକୁ ସାମିଲ କରିଥିଲେ।

ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଜଣାଇଥିଲେ, ପରମାମନ୍ଦବାବୁ ଏଭଳି ଜଣେ ସଂଗ୍ରାମୀ ନେତା ଥିଲେ, ଯିଏକି ସାରା ଜୀବନ ସମାଜର ବିଭିନ୍ନ କ୍ଷେତ୍ରର ଲୋକଙ୍କ ପାଇଁ ଲଢ଼େଇ କରିଥିଲେ। କୃଷକଙ୍କ ସ୍ୱାର୍ଥ ରକ୍ଷା ଲାଗି ସେ କୃଷକ ସେନା ଗଠନ କରିଥିଲେ।

କଳ୍ପତରୁ ଦାସ କହିଥିଲେ, ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରମାନନ୍ଦ ବାବୁ ମାତ୍ର ୧୩ ବର୍ଷ ବୟସରେ ୧୯୨୯ ମସିହାରେ କଟକ ସ୍ୱରାଜ ଆଶ୍ରମରେ ପାଦ ଥାପିବା ସହିତ କଂଗ୍ରେସ ବାନର ସେନାରେ ଯୋଗ ଦେଇଥିଲେ। ସ୍ୱାଧୀନତା ପରେ ସେ କଂଗ୍ରେସ ପରିତ୍ୟାଗ କରି ସମାଜବାଦୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଅଭାବୀ ଲୋକଙ୍କ ସାଥୀଭାବେ ପରିଚିତ ପରମାନନ୍ଦ ବାବୁ ଆଜୀବନ ତାଙ୍କ ବିଧାୟକ ଓ ସ୍ୱାଧୀନତା ସଂଗ୍ରାମୀ ପେନଶନ ଅର୍ଥରାଶି ଗରିବ ଲୋକଙ୍କୁ ବାଣ୍ଟି ଦେଉଥିଲେ। ଧର୍ମଶାଳା ଅଞ୍ଚଳରେ ଲୋକମାନେ ତାଙ୍କୁ ଗାନ୍ଧୀ ବୋଲି ଜାଣୁଥିଲେ।

ସୀତାକାନ୍ଦ ମହାପାତ୍ର ଦର୍ଶାଇଥିଲେ, ଗରିବ ଲୋକଙ୍କ ମୁରବୀ ଭଳି କାମ କରିବା ଥିଲା ପରମାନନ୍ଦବାବୁଙ୍କ ସବୁଠାରୁ ଭଲ ଗୁଣ। ଜୀବନକାଳ ଭିତରେ ସେ କେବେହେଲେ ସରଳ ଜୀବନ ଓ ସମାଜସବୋରୁ ବିଚ୍ୟୁତ ହୋଇ ନଥିଲେ।

ବିକ୍ରମ କେଶରୀ ବର୍ମା ଉଲ୍ଲେଖ କରିଥିଲେ, ରାଜା, ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରୁଥିବା ପରମାନନ୍ଦ ବାବୁ ଚିର ଅବହେଳିତ ତଥା ନିଷ୍ପେସିତ ଚାଷୀମାନଙ୍କ ଉତ୍ଥାନ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଜଣାଇଥିଲେ ଯେ, ଅନୁସୂଚୀତ ଜାତି, ଜନଜାତି ତଥା ଗରିବା ଲୋକଙ୍କ ପାଇଁ ପରମାନନ୍ଦ ବାବୁଙ୍କ ସମଗ୍ର ଜୀବନ ସମର୍ପିତ ଥିଲା। ଅନ୍ୟପକ୍ଷରେ ସଞ୍ଚିତା ମହାନ୍ତି, ପରମାମାନନ୍ଦ ବାବୁଙ୍କୁ ‘ଯାଜପୁର ଗାନ୍ଧୀ’ଭାବେ ବର୍ଣ୍ଣନା କରି କହିଥିଲେ, ୧୯୩୭ ମସିହାରେ ଧର୍ମଶାଳାରେ ଏକ ବିଶାଳ କୃଷକ ସମାବେଶ ଆୟୋଜନ କରିଥିବା ଏହି ଗାନ୍ଧୀବାଦୀ ନେତା ଜଣକ ଯାଜପୁର ଜିଲ୍ଲାରେ ଅନେକ ସ୍କୁଲ୍, କଲେଜ ସ୍ଥାପନ କରିଥିଲେ।

ବାଚସ୍ପତି କିଶୋର କୁମାର ମହାନ୍ତି ଦର୍ଶାଇଥିଲେ, ଏହି ରାଜନେତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଗୃହର ସଭ୍ୟମାନେ ଏକ ମିନିଟ୍ ନିରବ ପ୍ରାର୍ଥନା କରିବେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିମଳ ଲୋଚନ ଦାସ, ଅରୁଣ ଦେ, ଏନ୍. ନାରାୟଣ ରେଡ୍ଡି, ଲକ୍ଷ୍ମଣ ମୁଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଶୋକ ପ୍ରସ୍ତାବରେ ଭାଗ ନେଇଥିଲେ। ୧୯୧୬ ମସିହା ମାର୍ଚ୍ଚ ୧୧ ତାରିଖରେ ଯାଜପୁର ଜିଲ୍ଲା ବାହଦଲପୁର ଗ୍ରାମରେ ଜନ୍ମିତ ପରମାନନ୍ଦ ବାବୁ ୨୦୦୮ ଅଗଷ୍ଟ ୨୮ ତାରିଖରେ ୯୩ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।

ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଯଥେଷ୍ଟ ସ୍ୱଚ୍ଛଳ ବିଧାୟକମାନେ ସେମାନଙ୍କର ଦରମା, ଭତ୍ତା, ପେନ୍ସନ ବୃଦ୍ଧି ପାଇଁ ଦୃଢ଼ ଆବାଜ ଉଠାଉଥିବାବେଳେ ନିଜର ପେନସନ ଅର୍ଥ ଗରିବ ଲୋକଙ୍କୁ ବଣ୍ଟନ, ଦରମାର ସିଂହଭାଗ ଦଳକୁ ଦାନ ଓ ନିଜର ଭୂ-ସମ୍ପତ୍ତି ବିକ୍ରି କରି ସାଙ୍ଗଠନିକ ଖର୍ଚ୍ଚ ଭରଣା କରୁଥିବା ପରମାନନ୍ଦ ବାବୁଙ୍କ ଭଳି ଗାନ୍ଧୀବାଦୀ ନେତାଙ୍କ ଦୀବନାଦର୍ଶ ଆଜିର ରାଜନେତାମାନଙ୍କ ଧ୍ୟେୟ ହେବା ଉଚିତ। ତାହାହିଁ ତାଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.