• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୪)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅକ୍ଟୋବର ୨୦୨୪

ତା ପ’ର ଦିନ ସକାଳୁ ଜମରଡିହ ଗାଁର ଦରବାର ଘରେ ତଳ ପାଉଡି ର ଇତି, ବନ୍ଧାଭୁଇଁ, ଭୀମକୁଣ୍ଡ, ଗଣେଶ୍ବରପୁର ଓ ନଗିରା ଗାଁର ମୁଖିଆ ସବୁ ପହଞ୍ଚିବା ପରେ ବୈଠକ ଆରମ୍ଭ ହେଲା। ବୈଠକ ରେ ସମସ୍ତେ ବଣେଇଁର ବନ୍ଧାଭୁମି ଠାରେ ହେବାକୁଥିବା ମହାପିଢ ବୈଠକ ରେ କ’ଣ ସବୁ ଆଲୋଚନା କରିବା ସେ ବାବଦରେ ନିଜର ମତ ରଖିବା ପରେ ସଭା ଶେଷ ହେଲା। ମନ୍ମଥ, ଝରା ଭାଇ, ବିଲୁଆ ଭାଇ, ବୈରାଗୀ ଭାଇ, ମୁଣ୍ଡା ଭାଇ, ଗୋବିନ୍ଦ ଭାଇ, ଅନନ୍ତ ଭାଇ ଓ ଅନ୍ୟମାନେ ବାରିକ ଭାଇ ଙ୍କ ଘରକୁ ଆସିଲେ। ରୋଷେଇ ସରିନଥିବା ରୁ କଥାବାର୍ତ୍ତା ରେ ବ୍ୟସ୍ତ ରହିଲେ।

କ’ଣ ଗୋଟାଏ କଥା ପଡ଼ିଲା କନ୍ତଦେବୀ ଙ୍କ ପୂଜାବିଧି ଉପରେ ତାହାକୁ ନେଇ ବିଲୁଆ ଭାଇ କଥା ଆରମ୍ଭ କରି କହିଲେ, “କନ୍ତସରା ଠାରେ ପୁଜା ପାଉଥିବା କନ୍ତଦେବୀଙ୍କ ପୂଜା ଦେବଗଡର ଶରଣକୂଳ ଠାରେ ମଧ୍ୟ ସେଠାକାର ଭୂୟାଁମାନେ ବର୍ଷକୁ ଥରେ ସେହି ଆଶ୍ବୀନ ମାସରେ କରନ୍ତି। କନ୍ତସରା ଠାରେ ମଧ୍ୟ ଆଶ୍ବୀନ ମାସ ପୂର୍ଣମୀ ତିଥୀରେ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଜଣେ ଅବିବାହିତ ଯୁବକକୁ ଲୁହାଶିକୁଳି ଓ କଣ୍ଟାଦ୍ବାରା ଦେବୀଙ୍କ ସମ୍ମୁଖରେ ବହୁ ଉଚ୍ଚରେ ଟଙ୍ଗାଇ ଦିଆଯାଏ (ଟଙ୍ଗାଇବାକୁ ଭୂୟାଁମାନଙ୍କ ଭାଷାରେ ଉକୁଚାଇଦେବା କୁହାଯାଏ। ଉଦାହରଣ, ସେ ଦଉଡ଼ି ଦେଇଦେଲା କୁ ଭୂୟାଁମାନେ ସେ ଉକୁଚାଇଦେଲା ବୋଲି କହନ୍ତି)। ସେହି ଯୁବକଟିକୁ ହାଣ୍ଡିଆ ପିଆଇ ନିଶାସକ୍ତ କରାଇ ଦିଆ ଯାଇଥାଏ। ସେଠାରେ ପୂଜା କାର୍ଯ୍ୟ ସମାପନ ହେବାପରେ ଓ ଉପସ୍ଥିତ ସମସ୍ଥ ଭକ୍ତମାନେ ଟୀକା ଲଗାଇଲା ପରେ ଟଙ୍ଗା ଯାଇଥିବା ଯୁବକଟିକୁ ତଳକୁ ଅଣାଯାଏ। ପୂର୍ବେ ଦେବୀଙ୍କ ନିକଟରେ ବଳି ଦିଆଯାଉଥିଲା। ଅର୍ଥାତ ବଳି ଦେବାପରେ ବନ୍ଧାହୋଇଥିବା ଯୁବକକୁ ତଳକୁ ଅଣାଯାଉଥିଲା। ଏବେ ବୋଦାବଳି ଦିଆଯାଉଛି। ଆଉ ଏକ କଥା ଉଲ୍ଲେଖ କରିବି ଯେ ପୂର୍ବେ ଏକ ନିର୍ଦ୍ଦଷ୍ଟ ପରିବାରର ଜଣେ ଅବିବାହିତ ଯୁବକକୁ ଏହି କାର୍ଯ୍ୟ କରିବାକୁ ପଡ଼ୁଥିଲା; ଏବେ ପାଳି କରି କରାଯାଉଅଛି। ମା’ଙ୍କ ପୂଜାରେ କୌଣସି ତ୍ରୁଟି ଘଟିଲେ ସଂପ୍ରୁକ୍ତ ଯୁବକଟି ବର୍ଷେ ମଧ୍ୟରେ ମୃତ୍ୟୁ ବରଣ କରିଥାଏ ବୋଲି ଭୂୟାଁମାନେ ବିଶ୍ବାସ କରନ୍ତି।ତେଣୁ ପୂଜାକାର୍ଯ୍ୟ ବହୁ ସତର୍କତାର ସହ କରାଯାଇଥାଏ। ପୂଜାରେ ମଧ୍ୟ ମାନସିକ ରଖିଥିବା ଭକ୍ତମାନେ ମା’ଙ୍କ ନିକଟରେ ଅରୁଆ ଚାଉଳ, ଗୁଡ, ଓ ଫଳମୂଳ ଭୋଗ କରିଥାନ୍ତି। ପୂଜା ଶେଷରେ ମା’ଙ୍କ ନିକଟରେ ଲାଗି ହୋଇଥିବା ଭୋଗ ସମସ୍ତେ ପାଆନ୍ତି ଓ ତାପରେ ସମସ୍ତେ ସାମୁହିକ ଭୋଜନ ରେ ଯୋଗ ଦେଇଥାନ୍ତି। ଏହାପରେ ସମସ୍ତେ ହାଣ୍ଡିଆ ପିଇ ସାରାରାତି ଚାଙ୍ଗୁ ନାଚ କରିଥାନ୍ତି।ଏହି ନାଚରେ ଧାଙ୍ଗଡାଧାଙ୍ଗଡୀ ମାନେ ଭାଗ ନେଇଥାନ୍ତି। ଏହି କନ୍ତଦେବୀଙ୍କ ମନ୍ଦିର ମଧ୍ୟ ବାଂଶପାଳ ବ୍ଲକ ର ଉପରବରଡା ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟ ରେ ଅଛି।”

ଏହି ସମୟରେ ବାରିକ ଭାଇ ଙ୍କ ସ୍ତ୍ରୀ ଖାଇବାକୁ ଡାକିବାରୁ ସମସ୍ତେ ଖାଇବାକୁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.