• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୧)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜାନୁଆରୀ ୨୦୨୫

ସେଦିନ ମକର ସଂକ୍ରାନ୍ତି ଥିବା ରୁ ସମସ୍ତେ ପର୍ବ ପାଳନ ରେ ବ୍ୟସ୍ତ ଥିଲେ। ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାରର ପିଠାପଣା। ଗ୍ରାମଶ୍ରୀ ଙ୍କ ନିକଟରେ ପୂଜା ଅର୍ଚ୍ଚନା ସରିବା ପରେ ସମସ୍ତେ କଥାବାର୍ତ୍ତା, ମଉଜ ମଜଲିସରେ ମାତିଗଲେ। ମନ୍ମଥ ଆଉ ମୋ’ର କେତେଜଣ ଭାଇ ଦରବାର ଘରେ ଗପସପ ରେ ମାତି ଗଲେ। ଏହି ସମୟରେ ବିଲୁଆ ଭାଇ ଆସି ପହଞ୍ଚିଲେ। ମନ୍ମଥ ତାଙ୍କୁ ଆମ ଘରକୁ ଡ଼ାକି କରି ଆଣିଲା। ବାପା ଙ୍କ ସହିତ ସେ ମହାପୀଢ ବୈଠକ ବାବଦରେ କଥା ହେଉଥିଲେ। ମନ୍ମଥ ସାଙ୍ଗମାନଙ୍କ ସହିତ ବାହାରକୁ ବାହାରୁ ଥିଲା। ବିଲୁଆ ଭାଇ ତାକୁ ପଛରୁ ଡାକି କହିଲେ, “ମନ୍ମଥ କୁଆଡ଼େ ବାହାରିଛ; ରୁହ ମୁଁ ତୁମ ମାନଙ୍କ ସହିତ ଯିବି।” ଏହାପରେ ସମସ୍ତେ ଦରବାର ଘର ଆଡ଼େ ବାହାରି ପଡ଼ିଲେ। ସେଠି ବସି କଥା ହେଉଥିବାବେଳେ ମନୋଜ କହିଲା, “ବିଲୁଆ ଆଜ୍ଞା ଆମ ଭୂୟାଁ ମାନଙ୍କ ବିଷୟରେ ଏଭଳି ଏକ କଥା କୁହନ୍ତୁ ଯେଉଁଥିରେ ହସ ଲାଗିବ ଆଉ ମଧ୍ୟ ରାଜାରାଜୁଡ଼ା ଶାସନ ବିଷୟରେ କିଛି ଜାଣିହେବ।” ଏହାଶୁଣି ବିଲୁଆ ଭାଇ କହିଲେ, “ହଉ ଆଜି ଭୂୟାଁ ମାନଙ୍କ ଜୀବନଶୈଳି, ପରମ୍ପରା, ସଂସ୍କୃତି, ସାମାଜିକ ବ୍ୟବସ୍ଥା, ସ୍ବୟଂଶାସନ ବ୍ୟବସ୍ଥା ଉପରେ ଆମ ବଣେଇଁ ଅଞ୍ଚଳର ଏକ ଲୋକକଥା କହୁଛି ଶୁଣ।”

“ରାଜରାଜୁଡା ଅମଳରେ ଏକଦା ରାଜା ଭୂୟାଁ ମାନଙ୍କୁ ଡାକି କହିଲେ, ‘ପିଲେ ହାତୀକୁ କେତେ ଖାଇବାକୁ ଦେବା ତୁମେମାନେ ଏହାକୁ ଜଙ୍ଗଲରେ ଛାଡିଦିଅ। ହାତୀ ଜଙ୍ଗଲରେ ଡାଳପତ୍ର ଖାଇବ ଓ ସ୍ବଛନ୍ଦରେ ବୁଲାଚଲା କରିବ। ପାରିଧୀ ପାଇଁ ଆମର ଦରକାର ହେଲେ ଆମେ ମାହୁନ୍ତ ଦ୍ବାରା ହାତୀକୁ ଜଙ୍ଗଲରୁ ନେଇ ଆସିବା। ପାରିଧୀ ସରିଲେ ପୁଣି ଜଙ୍ଗଲରେ ଛାଡ଼ି ଦେଇ ଆସିବା।’

ଭୂୟାଁମାନେ ରାଜାଙ୍କ ଆଦେଶ ପାଳନ କରି ହାତୀକୁ ଜଙ୍ଗଲକୁ ନେଇଗଲେ କିନ୍ତୁ ତାକୁ ମାରିଦେଇ ଘରକୁ ପଳାଇଲେ। କିଛି ଦିନପରେ ରାଜା ରାଜ୍ୟ ଭ୍ରମଣରେ ଯିବାକୁ ବାହାରିଲେ।ତେଣୁ ମହାନ୍ତି (ମାହୁନ୍ତ)କୁ ପଠାଇଲେ ଜଙ୍ଗଲରୁ ହାତୀକୁ ଆଣିବା ପାଇଁ। ମହାନ୍ତି ଭୂୟାଁମାନଙ୍କୁ ପଚାରିଲା, ‘ବାବୁମାନେ ରାଜାଙ୍କ ହାତୀ କେଉଁଠାରେ ଅଛି?’ ଭୂୟାଁମାନେ କହିଲେ ଜଙ୍ଗଲରେ ହାତୀ ଅଛି ବୋଲି। ମହାନ୍ତି ଜଙ୍ଗଲରେ ଭୂୟାଁମାନେ ବତାଇଥିବା ଜାଗାରେ ପହଞ୍ଚି ଦେଖିଲା ହାତୀ ମରିପଡିଛି ଓ ପଚିକରି ଦୁର୍ଗନ୍ଧ ହେଉଛି। ମହାନ୍ତି ଫେରିକରି ରାଜାଙ୍କୁ କହିଲା, ‘ହଜୂର ହାତୀତ ମହାରଣା (ଭୂୟାଁ ଭାଷାରେ ଏହାର ଅର୍ଥ ମରି କରି ପଚି ଗନ୍ଧାଉଛି) ହୋଇଯାଇଛି।’ ରାଜା କହିଲେ, ‘ହାତୀଟା ଜଙ୍ଗଲର କୌଣସି ବିଷାକ୍ତ ଗଛର ଡାଳପତ୍ର ଖାଇକରି ବୋଧହୁଏ ମରିଗଲା କିମ୍ବା ବୁଢା ହୋଇଯାଇଥିଲା ମରିଗଲା।’ ଚତୁର ମହାନ୍ତି କହିଲା, ‘ହଜୁର ଭୂୟାଁମାନେ ହାତୀକୁ ମାରିଦେଇଛନ୍ତି।’ ଭୂୟାଁମାନଙ୍କୁ ଡକରା ପଡିଲା। ଭୂୟାଁମାନେ ରାଜାଙ୍କ ନିକଟରେ ପହଞ୍ଚନ୍ତେ ରାଜା ସେମାନଙ୍କୁ କହିଲେ, ‘ପିଲେ ହାତୀତ ଜଙ୍ଗଲରେ ମରିଗଲା, ତାକୁ ନଦୀରେ ପକାଇବା। ତୁମେମାନେ ଶିମିଳି ଗଛଟିଏ କାଟ କିନ୍ତୁ ତଳେ ପକାଇବନି; ଛିଣିବ (ଟେକି କରି ଧରିବ, ଯେପରି ତଳେ ପଡ଼ିବନି)।’ ଭୂୟାଁମାନେ ଚିନ୍ତା କଲେ କଣ କରିବା ବଡ ଗଛଟାକୁ କାଟିକରି କାନ୍ଧରେ ଟେକିକରି କିପରି ରଖିବା। ମରିବା ନିଶ୍ଚୟ। ଏହି ସମୟରେ ଗୋଟିଏ ବୟସ୍କ ଭୂୟାଁ ଲୋକଟିଏ କହିଲା, ‘ନଦୀକୂଳରେ ଏକ ଗଛ ଅଛି ଯାହାକୁ କି କାଟିଲେ ତାହା ପାଣି ଭିତରେ ପଡିବ। ମୁଁ ନଦୀର ଆରପଟେ ରହିବି ଓ ତୁମେମାନେ ନଦୀ ମଧ୍ୟରେ ରୁହ।’ ଗଛ କଟାଗଲା ଓ ନଦୀ ଆରପଟେ ଥିବା ଭୂୟାଁଟି ଉପରେ ବଡ ଡାଳଟି ପଡିବାରୁ ସେ ସେହିଠାରେ ମୃତ୍ୟୁବରଣ କଲା। ଗଛଟି ନଦୀ ମଧ୍ୟରେ ପଡିଥାଏ। ଭୂୟାଁମାନେ ଗଛଟିକୁ କାନ୍ଧରେ ଧରି ଠିଆହୋଇଥାନ୍ତି। ରାଜା ମହାନ୍ତିକୁ ପଠାଇଲେ ଓ କହିଲେ, ‘ଯାଅ ଦେଖ ଭୂୟାଁମାନେ ଗଛକୁ ଛିଣୁଥିଲେ ଅର୍ଥାତ କାର୍ଯ୍ୟ ସରିଲା ନା ନାହିଁ।’ ମହାନ୍ତି ଆସି ଗଛ କଟା ହୋଇଥିବା ଓ ଭୂୟାଁମାନେ କାନ୍ଧେଇ କରି ଠିଆ ହୋଇଥିବାର ଦେଖି ପଚାରିଲା, ‘ପିଲା କାଟିଲ କିଏ ମରିଗଲା କି?’ ଭୂୟାଁମାନେ କହିଲେ, ‘ହଁ ଗୋଟିଏ ବୁଢାଭୂୟାଁଟି ଗଛତଳେ ରହି ମରିଗଲା।’ ମହାନ୍ତି ରାଜାଙ୍କୁ ଖବର କଲା, ‘ହଜୁର କିଛି ଭୂୟାଁ ଗଛତଳେ ରହି ମରିଗଲେ।’ ରାଜାଙ୍କ ଆଦେଶ ପାଇ ଭୂୟାଁମାନେ ରାଜାଙ୍କ ସମ୍ମୁଖରେ ପହଞ୍ଚିଲେ। ରାଜା କହିଲେ, ‘ପିଲେ କିଛି ଭୂୟାଁ ମରିଗଲେ।ସାବଧାନ ହୋଇ ଗଛ କାଟାବାର ଥିଲା। ହଉ ଏବେ ଡାଲି, ଚାଉଳ ଦିଆଯାଉଛି ତାକୁ ନଦୀ ପାଣିଦେଇ ଛିଣ (ଏହାର ଏକ ଅର୍ଥ ପିଟ ଆଉ ଏକ ଅର୍ଥ ରୋଷାଇ କର)।’

ଭୂୟାଁମାନେ ରାଜପ୍ରସାଦରୁ ଡାଲି ଚାଉଳ ନେଇଗଲେ। ଡାଲି ଚାଉଳ ସବୁ ଲୁଚାଇ ଅଳ୍ପ ଡାଲି, ଚାଉଳ ପାଣିରେ ପକାଇ କାଠରେ ପାଣିକୁ ପିଟିବାରେ ଲାଗିଲେ। ଡେରି ହେବାରୁ ରାଜା ଜଣକୁ ପଠାଇଲେ ଓ କହିଲେ, ‘ଯାଅ ଦେଖ ଭୂୟାଁମାନେ କଣ କରୁଛନ୍ତି।’ ସେ ଲୋକଟି ଭୂୟାଁମାନେ ପାଣିକୁ ପିଟୁଥିବାର ଖବର ରାଜାଙ୍କୁ ଦେବାପରେ ରାଜା ଭୂୟାଁମାନଙ୍କୁ ଡକାଇ କାରଣ ପଚାରିଲେ। ଭୂୟାଁମାନେ କହିଲେ, ‘ହଜୁର ଆପଣଙ୍କ ଆଦେଶ ଥିଲା ଡାଲି ଚାଉଳକୁ ପାଣିରେ ପକାଇ ପିଟିବାପାଇଁ। ଆମେମାନେ ସେହି କାର୍ଯ୍ୟ ହିଁ କରୁଥିଲୁ।’ ରାଜା କହିଲେ, ‘ମୁଁ ତୁମକୁ ନଦୀକୂଳରେ ରୋଷାଇ କରି ଖାଇବାକୁ କହିଥିଲି। ହଉ ତୁମେମାନେ ପୁଣି ଡାଲିଚାଉଳ ନିଅ ରୋଷାଇ କରି ଖାଇ ଘରକୁ ଯାଅ।’ ଭୂୟାଁମାନେ ପୁଣି ଡାଲି ଚାଉଳ ନେଇ ରୋଷାଇ କରି ଖାଇଲେ ଓ ପୂବରୁ ରାଜା ଦେଇଥିବା ଚାଉଳକୁ ନିଜ ଘରକୁ ନେଇକରି ଗଲେ।”

ଏହି ସମୟରେ ବାପା ଯାଇଁ ଖାଇବା ପାଇଁ ଡାକିବାରୁ ସମସ୍ତେ ଖାଇବା ପରେ ପୁଣି କଥା ହେବା କହି ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.