• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୨)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଫେବ୍ରୁଆରୀ ୨୦୨୫

ମକର ଯିବାର କିଛି ଦିନ ପରେ ମହାପିଢ ବୈଠକ ବୁଢାଖମଣ ଗାଁ ରେ ଥିଲା। ମନ୍ମଥ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ବୁଢାଖମଣ ଗାଁ ରେ ପହଞ୍ଚିଗଲା। ସେ ପହଞ୍ଚିବା ବେଳକୁ କେନ୍ଦୁଝର ବାଂଶପାଳ ରୁ ବିଷ୍ଣୁ ଭାଇ, ଗିରି ଭାଇ, ଅର୍ଜୁନ ଭାଇ, ପାଳଲହଡା ରୁ ବାରିକ ଭାଇ, ମୁଣ୍ଡା ଭାଇ, କିର୍ତ୍ତନ ଭାଇ, ଅମୁଲ୍ୟ ଭାଇ ଓ ବାରକୋଟ ର ଅରୁଣ ଭାଇ ପହଞ୍ଚି ଯାଇଥିଲେ। ସବୁ ଅଞ୍ଚଳର ଭୂୟାଁ ଲୋକମାନେ ଆସି ପହଞ୍ଚିବା ବେଳକୁ ଦିନ ଏଗାର ଟା ବାଜିଗଲା।

ବୈଠକ ଆରମ୍ଭ ହେଲା ଭୂୟାଁ ମାନଙ୍କ ଆରାଧ୍ୟା କନ୍ତଦେବୀ ଙ୍କ ପୂଜା ସହିତ। ସଭାରେ ମଧ୍ୟ ବିପ୍ଲବୀ ଧରଣୀଧର, ରତନା ନାୟକ ଓ ସିଧୁ କାହ୍ନୁ ଙ୍କ ଫଟୋ ଚିତ୍ର ରଖାଯାଇଥିଲା। ମହାପୀଢ ବୈଠକ କୁ ମହା ସର୍ଦ୍ଦାର ବିଲୁଆ ନାୟକ ସଭାପତିତ୍ବ କରୁଥିଲେ। ପ୍ରଥମେ କେନ୍ଦୁଝର ଜିଲ୍ଲାରୁ ଆସିଥିବା ପୀଢ ସର୍ଦ୍ଦାର ତଥା ଅନ୍ୟ ନେତାମାନଙ୍କୁ ସେମାନଙ୍କର ଅଞ୍ଚଳରେ ଥିବା କିଛି ସମସ୍ୟା ଉପସ୍ଥାପନ କରିବା ପାଇଁ କୁହାଗଲା। କଥା ଆରମ୍ଭ କରି ବାଂଶପାଳ ର ସିଂହପୁର ରୁ ଆସିଥିବା ବିଷ୍ଣୁ ଭାଇ କହିଲେ, “ଆମ ପୀଢ ଅଧିନରେ ଥିବା ଗାଁ ମାନଙ୍କରେ ଜଙ୍ଗଲ ସମ୍ପଦର ଦୃତ ଅବକ୍ଷୟ ଘଟିଲାଣି। ସନ୍ଧ୍ୟା ହେଲେ ଗାଁ ରେ ଆଉ ଚାଙ୍ଗୁ ବାଜାର ଶବ୍ଦ ଶୁଭୁନାହିଁ। ଅପମିଶ୍ରିତ ହାଣ୍ଡିଆ ର ବ୍ୟବହାରକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବିକାଶ ନାମରେ ବିନାଶ ଚାଲିଛି।ବାହାରର କିଛି ସଂସ୍ଥା ଆସି ହାଇବ୍ରିଡ କିସମର ଫସଲ କରିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।” ଏହି ସମସ୍ୟାର ସମାଧାନର ପନ୍ଥା କ’ଣ ସେ ଜାଣିବାକୁ ଚାହୁଁଥିଲେ। ପାଳଲହଡା ର ଜମରଡିହ ଗାଁ ରୁ ଯାଇଥିବା ବାରିକ ଭାଇ କହିଲେ, “ଆମେ ଆମ ଅଞ୍ଚଳରେ ଏହି ସମସ୍ୟାର ସମାଧାନ ଏହିପରି ଭାବେ କରିଛୁ। ତାହା ହେଉଛି ଏହିପରି ପିଢ ବୈଠକ ରେ ଆଲୋଚନା ପରେ ପିଢ ଅଧିନରେ ଥିବା ଗାଁ ମାନଙ୍କରେ ଥିବା ଜଙ୍ଗଲର ସୁରକ୍ଷା ପାଇଁ ଆମେ ଗ୍ରାମବାସୀଙ୍କ ସହଭାଗିତା ରେ ଜଙ୍ଗଲର ସୁରକ୍ଷା ଓ ପୁନର୍ଜନନ ପାଇଁ ଯୋଜନା ପ୍ରସ୍ତୁତି କରିଛୁ। ନିୟମ ଖିଲାପକାରୀ ମାନଙ୍କୁ ଜୋରିମାନା ଦେବାକୁ ପଡ଼େ। ଯୁବପିଢି ଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ କରିବା ପାଇଁ ଏହାର ଉପକାରିତା ସମ୍ପର୍କରେ ବୁଝାଇଛୁ। ଚାଙ୍ଗୁ ସମ୍ପର୍କ ରେ ଗୋଟିଏ ଲୋକକଥା ଅଛି। ତାହା ହେଉଛି ଏହିପରି।

ଦିନେ ବଡାମ ନୁଆ ଲଂଗଳ, ଯୁଆଳି ଓ ମହି ତିଆରି କରିବାପାଇଁ ଜଂଗଲରୁ କାଠ ହାଣିବାକୁ ଗଲା। ଜଙ୍ଗଲକୁ ଗଲାବେଳେ ବଡାମଣୀଙ୍କୁ ସେ ସନ୍ଧ୍ୟାବେଳେ ଫେରିବ ବୋଲି କହିଗଲା। କାନ୍ଧରେ କୁରାଢି ପକାଇ ଖୁସିମନରେ ସେ ଚାଲିଥାଏ। ଯାଉ ଯାଉ ସେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଗଲା।ସେଠାରେ ସେ ଗଛଲତା ଗୁଡ଼ିକରେ ବିଭିନ୍ନ ସୁଗନ୍ଧିତ ଫୁଲ ଫୁଟିଥିବାର ଓ ଚଢେଇମାନେ କିଚିରିମିଚିରି ହୋଇ ବୋବାଉଥିବାର ଦେଖିଲା। ଏକ ଅପୁର୍ବ ସୁଗନ୍ଧରେ ଚତୁର୍ଦିଗ ମହକିତ ହେଉଥିଲା। ତାକୁ ଲାଗିଲା ଯେପରି ସ୍ବର୍ଗର ନନ୍ଦନକାନନରେ ସେ ପଶିଯାଇଛି। ନାରୀକଣ୍ଠର ସୁଲଳିତ ସଙ୍ଗୀତ ସେ ଦିଗରୁ ଭାସିଆସୁଥିଲା।ଗୀତର ଲହରୀ ଭାସି ଆସୁଥିବା ଦିଗକୁ ସେ ଧିରେଧିରେ ଆଗେଇଲା। ଗୋଟିଏ ଗଛ ଉହାଡରେ ଥାଇ ସେ ଦେଖିଲା ଦଳେ ସୁନ୍ଦରୀ ଅପସରା ପଥର ଚଟାଣରେ ନାଚୁଛନ୍ତି। ରୂପ ଓ ସୁନ୍ଦରତାରେ ଏକ ଆରେକକୁ ବଳି।ଭୟବୀତ ହୋଇ ସେଠାରୁ ଖସିଯିବାକୁ ବସିଲା। ଏହି ସମୟରେ କିଛି ଅପସରା ତାକୁ ଘେରିଗଲେ ଓ ମନ୍ତୁରା ପାଣି ସିଞ୍ଚିଦେଇ ତାକୁ ପଥର ଚଟାଣ ଉପରକୁ ନେଇଯାଇ ତା ହାତରେ ଗୋଟିଏ ଚାଙ୍ଗୁ ବାଦ୍ୟ ଧରାଇ ଦେଇ ସେମାନେ ନାଚିବାକୁ ଲାଗିଲେ। ବଡାମ ସମ୍ମୋହିତ ହୋଇ ଚାଙ୍ଗୁ ବଜାଇବାକୁ ଲାଗିଲା। ଚାଙ୍ଗୁ ବାଦ୍ୟ ସହ ନାଚଗୀତ ଚାଲିଲା।କିଛିସମୟପରେ ସେମାନେ ତାକୁ ସୁନ୍ଦର ଖାଦ୍ୟ ଖାଇବାକୁ ଦେଲେ। ଅପସରା ଙ୍କ ମାୟାରେ ବଡାମ ବଡାମଣୀକୁ ଭୁଲିଗଲା। ସେପଟରେ ବଡାମ ନଫେରିବାରୁ ବଡାମଣୀ ବ୍ୟସ୍ତ ହୋଇ ପଡିଲା। ବହୁ ଖରାପ କଥା ତା ମୁଣ୍ଡକୁ ଆସିଲା। ସେ ଖାଇବାପିଇବା ଭୁଲିଗଲା। ଦିନରାତି ସେ ବଡାମର ବିରହରେ ଆଖିରୁ ଲୁହ ଗଡାଇବାକୁ ଲାଗିଲା। ଦିନେ ବଡାମକୁ ଖୋଜିବାକୁ ସେ ଜଙ୍ଗଲକୁ ବାହାରିଲା। ତାର ଲୁଗାକାନିରେ ପୋଡପିଠା ଖଣ୍ଡେ ବାନ୍ଧି ନେଇଥାଏ। ଜଙ୍ଗଲମଧ୍ୟରେ କଣ୍ଟାଝଣ୍ଟା ନମାନି ସେ ଚାଲିଥାଏ। ବହୁବାଟ ଗଲାପରେ ସେ ସେହି ସ୍ଥାନରେ ପହଞ୍ଚିଲା ଯେଉଁଠାରେ ଅପସରାମାନେ ନାଚୁଥିଲେ ଓ ବଡାମ ଚାଙ୍ଗୁ ବଜାଉଥିଲା। ସେଠାରେ ପହଞ୍ଚି ସେ ବଡାମକୁ ବହୁତ ଗାଳିକଲା ଓ କହିଲା ‘ତର ନାଗି ହିଁ କେଡେ ଧନ୍ଦି ମଇଲିନି।ଇଟା ପିଠାକଟେ ଆଣିଛେ ଖାଇଦେ ଓ ମୋର ସାଥେ ଚାଲ।’ ବଡାମ କିନ୍ତୁ ତା କଥା ନଶୁଣି ନାଚିବାକୁ ଲାଗିଲା।ଅପସରାମାନେ ତାକୁ ତାଛଲ୍ୟକରି ହସିବାକୁ ଲାଗିଲେ। ଅପମାନିତ ବଡାମଣୀ ଝାଡେଶ୍ବର ମହାଦେବଙ୍କ ଶରଣ ପସିଲା। ତାର ଭକ୍ତିରେ ପ୍ରୀତ ହୋଇ ଦେବଦେବ ମହାଦେବ ତା ସମ୍ମୁଖରେ ଉଭାହେଲେ ଓ କହିଲେ, ‘ତୁ ଯଦି ଅପସରା ମାନଙ୍କୁ ନାଚରେ ହରାଇଦେବୁ ତୁ ବଡାମକୁ ଫେରିପାଇବୁ।’ ବଡାମଣୀ କହିଲା, ‘ମୁଁ ପାରିବି ପ୍ରଭୂ ଆପଣମତେ ସହାୟ ହୁଅନ୍ତୁ।’ ତାପରଦିନ ବଡାମଣୀ ଅଣ୍ଟାରେ ଶାଢି ପିନ୍ଧି ବନଫୁଲରେ ସଜ୍ଜିତ ହୋଇ ନାଟମଣ୍ଡପକୁ ଯାଇ ଅପସରା ମାନଙ୍କ ସହ ନାଚିବାକୁ ଲାଗିଲା। ବଡାମ ଚାଙ୍ଗୁ ବଜାଉଥାଏ। ସାତଦିନ ସାତରାତି ସେମାନଙ୍କ ସହ ସେ ନାଚିବାପରେ ତା ପାଦରୁ ରକ୍ତ ବୋହିବାକୁ ଲାଗିଲା।ତଥାପି ସେ ନାଚିଚାଲିଥାଏ। ଆଠଦିନ ଦିନ ସେ ଦେଖିଲା ଅପସରାମାନେ କୁଆଡ଼େ ଉଭାଇଗଲେ। କେବଳ ସେ ଓ ବଡାମ ନାଚୁଥାନ୍ତି। ବଡାମ ତାକୁ ପଚାରିଲା, ‘ତୁ କିପରି ଏଠାକୁ ଆସିଲୁ?’ ବଡାମଣୀ କାନ୍ଦକାନ୍ଦ ହୋଇ କହିଲା, ‘ଚାଲ ଆମେ ଘରକୁ ଯିବା।’ ସେମାନେ ଘରକୁ ଫେରିଗଲେ।

ସେହିଦିନ ଠାରୁ ସନ୍ଧ୍ୟା ହେଲେ ସେମାନେ ଚାଂଗୁ ବଜାଇ ନାଚିବାକୁ ଲାଗିଲେ।”

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.