• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୭)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୯ ଅପ୍ରେଲ ୨୦୨୫

ମହାପୀଢ ବୈଠକରୁ ଫେରି ମନ୍ମଥ ପୁର୍ବ ଠାରୁ ଅଧିକ ସକ୍ରିୟ ଜଣା ପଡୁଥିଲା। ସେଦିନ ରାତିରେ ମନ୍ମଥ କୁ ପଚାରିଲି, “ସବୁକଥା ତ କହିଲୁ। ଏସବୁ ଶୁଣିବା ପରେ ମୋ ମନ ମଧ୍ୟରେ କିଛି ପ୍ରଶ୍ନ ଅଛି। ଯେମିତି ଆମ ଭୂୟାଁ ମାନଙ୍କ ଗ୍ରାମ୍ୟସ୍ତରୀୟ ସଙ୍ଗଠନ କ’ଣ? ଆମର ପିଢ ଓ ମହାପୀଢ ବୈଠକରେ କ’ଣ ସବୁ ଆଲୋଚନା କରାଯାଏ। ଅନ୍ୟ ସମାଜ ର ଲୋକ ଆମ ପୀଢ ବୈଠକ ରେ ବସି ପାରିବେ କି? ମହିଳାମାନେ ଏହି ସିଦ୍ଧାନ୍ତ ନେବା ପ୍ରକ୍ରିୟା ରେ ଭାଗ ନିଅନ୍ତି କି? ମହାପୀଢ ବୈଠକରେ କ’ଣ ସବୁ ଆଲୋଚନା କରାଗଲା। ବର୍ତ୍ତମାନ ପୀଢ ଓ ମହାପୀଢର ସ୍ଥିତି କ’ଣ?” ମୋ ଏ ସବୁ ପ୍ରଶ୍ନ ଶୁଣି ମନ୍ମଥ ହସିଦେଇ କହିଲା, “ହଉ ତେବେ ଶୁଣୁ।”

ତାହାପରେ ସେ କଥା ଆରମ୍ଭ କରି କହିଲା, “ସବୁ ଭୂୟାଁ ଗାଁମାନଂକରେ ଏକ ଗ୍ରାମ ସଙ୍ଗଠନ ବା ଗାଁ ପରିଷଦ ଥାଏ ଯେଉଁଥିରେ ଗ୍ରାମର ସମସ୍ତ ସାବାଳକ ସଭ୍ୟ ରହନ୍ତି। ଦ୍ବିତୀୟରେ ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀମାନଙ୍କର ଏକ ଜାତିସଭା ଥାଏ। ଏହାର ନାମ ବିଭିନ୍ନ ଯାଗାରେ ଭିନ୍ନ ଭିନ୍ନ ପ୍ରକାର ନାମରେ ନାମୀତ କରାଯାଇଥାଏ। ତେବେ ଭୂୟାଁସମାଜରେ ଥିବା ଏହି ଜାତିସଭାର କାର୍ଯ୍ୟ ଓ ବର୍ତ୍ତମାନ ଏହାର ସ୍ଥିତି ଏହିପରି।”

“କେତେଗୁଡିଏ ଭୂୟାଁ ଗାଁକୁ ନେଇ ଗୋଟିଏ ଭୂୟାଁପୀଢ ଓ କେତେଗୁଡିଏ ପୀଢକୁ ନେଇ ଗୋଟିଏ ମହାପୀଢ ଗଠନ କରାଯାଇଥାଏ। ଭୂୟାଁପୀଢର ମୂଖ୍ୟ ଙ୍କୁ ସର୍ଦ୍ଦାର ଓ ମହାପୀଢର ମୂଖ୍ୟ ଙ୍କୁ ମହାସର୍ଦ୍ଦାର କୁହାଯାଏ।ପୀଢବୈଠକରେ ସର୍ଦ୍ଦାର ଓ ମହାପୀଢ ବୈଠକରେ ମହାସର୍ଦ୍ଦାର ସଭାପତିତ୍ବ କରନ୍ତି। ସର୍ଦ୍ଦାର ଓ ମହାସର୍ଦ୍ଦାରଙ୍କ ଅନୁପସ୍ଥିତିରେ ବୈଠକରେ ଉପସ୍ଥିତ ଥିବା ଜଣେ ବୟସ୍କ ଲୋକ ସଭାପତିତ୍ବ କରନ୍ତି। ପୀଢ ବୈଠକରେ ଗ୍ରାମରୁ କେଉଁମାନେ ଯୋଗଦେବେ ତାହା ପୀଢ ବୈଠକର ପୂର୍ବରୁ ଗାଁରେ ଗାଁ ପ୍ରଧାନଙ୍କ (ଗ୍ରାମର ପରମ୍ପରିକ ମୂଖ୍ୟ) ସଭାପତିତ୍ବରେ ଗାଁ ବୈଠକ ବସି ସ୍ଥିର କରାଯାଏ। ପୁରୁଷ ଓ ମହିଳାମାନଙ୍କୁ ସଭ୍ୟ ମନୋନୟନ ପ୍ରକ୍ରିୟାରେ ସମାନ ଗୁରୁତ୍ବ ଦିଆଯାଏ। ମନୋନୀତ ସଭ୍ୟସଭ୍ୟାଙ୍କ ବ୍ୟତିତ ଅନ୍ୟ କେହି ଚାହିଁଲେ ଯୋଗଦିଅନ୍ତି। ପୀଢ ବୈଠକ ପାଇଁ ଗାଁର ପ୍ରତ୍ୟେକ ଘରୁ ସଂଗ୍ରହ କରାଯାଇଥିବା ଚାଉଳ ଓ ଟଙ୍କା ମନୋନୀତ ସଭ୍ୟମାନଙ୍କ ହାତରେ ପୀଢ/ମହାପୀଢ ବୈଠକକୁ ପଠାଯାଏ। ପୀଢ ବୈଠକରେ ସର୍ବପ୍ରଥମେ ପୂର୍ବ ବୈଠକର ବିବରଣୀ, ଆୟବ୍ୟୟ ହିସାବ ଉପସ୍ଥାପନ କରାଯାଏ। ଏହାପରେ ପୀଢକୁ ଲିଖିତ ବା ମୌଖିକ ଭାବେ କରିଥିବା ଅଭିଯୋଗ ଗୁଡିକ ଉପରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଏ। ପୀଢରେ ଉପସ୍ଥିତ ସଭ୍ୟମାନଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ନିଜର ଭୂଲ ସ୍ବିକାର କରେ ଓ ତାକୁ ସ୍ବଳ୍ପ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ ଅଭିଯୋଗକାରୀ ଓ ତାର ପ୍ରତିପକ୍ଷ ସଭାରେ ପରସ୍ପରର ହାତକୁ ଧରି ନିଜ ମୁଣ୍ଡରେ ମାରି ନମସ୍କାର କରନ୍ତି। ନମସ୍କାର କରିବା ବେଳେ ସାଧାରଣତଃ ଭୂୟାଁମାନେ ଜୁହାରବୋ କହନ୍ତି। ଏହାପରେ ଗାଁ ବୈଠକରେ ସମାଧାନ ନହୋଇପାରିଥିବା ବିଷୟର ଆଲୋଚନା କରାଯାଏ। ତାପରେ ପୀଢ ଅଧିନରେ ଥିବା ଗାଁ ମାନଙ୍କରେ ପରମ୍ପରା ଓ ସଂସ୍କୃତିର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଏ। ଏହି ପରିପେକ୍ଷିରେ ବଣେଇଁ ଅନ୍ତର୍ଗତ ବତିଶବାଗ୍ ଭୂୟାଁପୀଢ ବୈଠକରେ ଆଲୋଚନା କରାଯାଇଥିବା କିଛି ବିଷୟକୁ କହୁଛି।”

“ପୀଢ ବୈଠକଟି ଖଣ୍ଡାଧାର ନିକଟବର୍ତ୍ତି ଏକ ଗ୍ରାମରେ ହୋଇଥିଲା। ଏଥର ର ମହାପିଢ ବୈଠକ ରେ ସ୍ଥାନିୟ ଅଞ୍ଚଳର କିଛି ଯୁବକ ସଭାରେ ଲୁଙ୍ଗି ପିନ୍ଧି ବସିଥିବାର ଦେଖି ଅନ୍ୟ ଅଞ୍ଚଳରୁ ଯାଇଥିବା ଭୂୟାଁମାନେ ଏହାର ବିରୋଧ କରିଥିଲେ। ସଭାରେ ବହୁ ଆଲୋଚନାପରେ ସମସ୍ତେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଆଗାମୀ ପୀଢ ବୈଠକରେ ସଭ୍ୟମାନେ ଧୋତି ପିନ୍ଧିକରି ଆସିବେ ବୋଲି। ନିର୍ଦ୍ଦେଶ ଅବମାନନା କରିଥିବା ଲୋକ ବିରୋଧ ରେ ସଭାରେ ଏକ ନିନ୍ଦା ପ୍ରସ୍ତାବ ଗୃହିତ କରାଯିବ। ଭୂୟାଁ ଜାତି ଏକ ସ୍ବାଭିମାନୀ ଜାତି। ସେମାନେ ଅର୍ଥ ଦଣ୍ଡକୁ ଗ୍ରହଣ କରିବେ କିନ୍ତୁ ଯଦି ତାଙ୍କୁ ସଭାରେ ସମସ୍ତେ ନିନ୍ଦିତ କରନ୍ତି ତାକୁ ସେମାନେ ଅପମାନଜନକ ମନେ କରନ୍ତି। ସଭାରେ ପାରମ୍ପରିକ ଚାଙ୍ଗୁ ବାଦ୍ୟଉପରେ ଆଲୋଚନା କରିବା ସମୟରେ ପୀଢର ସଭ୍ୟମାନେ ମତ ରଖିଥିଲେ ଯେ ଏହି ବାଦ୍ୟ ବଜାଇବା ପାଇଁ ଯୁବପିଢୀ ଆଗ୍ରହ କରୁନାହାନ୍ତି ଗାଁରେ କେବଳ କିଛି ବୟସ୍କ ଲୋକ ଏହାକୁ କିଛି ନିର୍ଦ୍ଦିଷ୍ଟ ପର୍ବପର୍ବାଣିରେ ବଜାଉଛନ୍ତି ବୋଲି। କେତେକ ମତ ରଖିଥିଲେ ଯେ ବହୁ ଗାଁରେ ଚାଙ୍ଗୁ ଧିରେଧିରେ ଲୋପ ପାଇବାକୁ ବସିଲାଣି। ସଭାରେ ନିଷ୍ପତି ନିଆଯାଇଥିଲା ଯେ କେବଳ ବଣେଇଁ ନୁହେଁ ନିକଟବର୍ତ୍ତି କେନ୍ଦୁଝର, ଦେବଗଡ ଓ ପାଳ୍ଲହଡାର ଭୂୟାଁ ପୀଢ ଅନ୍ତର୍ଗତ ଗାଁ ମାନଙ୍କରେ ବିବାହ, ପର୍ବପର୍ବାଣି ଓ ଶୁଦ୍ଧିକ୍ରିୟା ସମୟରେ ଚାଙ୍ଗୁ ବଜାଇବା ବାଧ୍ୟତାମୂଳକ କରାଯିବ। ଏହାପରେ କିଛି ଲୋକ ମଦ୍ୟପାନ କରି ଗାଁରେ ତଥା ସେମାନଙ୍କର ପରିବାରରେ ଗଣ୍ଡଗୋଳ କରୁଥିବାର ଅଭିଯୋଗକୁ ଆଲୋଚନା କରି ମହାପୀଢ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲା ଯେ ମଦ୍ୟପାନ କରି ଗଣ୍ଡଗୋଳ କଲେ ମଦ୍ୟପାନ କରୁଥିବା ବ୍ୟକ୍ତିକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ବୋଲି। ମହାପୀଢ ବୈଠକରେ ମଧ୍ୟ ଲୋକଙ୍କ ସହଭାଗିତା ରେ ହେବା ସହ ପୀଢରେ ସମାଧାନ ନହୋଇପାରିଥିବା ଉପରୋକ୍ତ ବିଷୟମାନ ମହାପୀଢ ବୈଠକରେ ଆଲୋଚନା କରାଯାଏ। ପରମ୍ପରା ଓ ସଂସ୍କୃତିର ଅବକ୍ଷୟ ଭଳି ଗୁରୁତ୍ବପୂର୍ଣ ବିଷୟମାନ ମହାପୀଢ ବୈଠକରେ ଆଲୋଚନା କରାଯାଏ। ପୀଢ ଓ ମହାପୀଢର ପରବର୍ତ୍ତୀ ବୈଠକର ଦିନ ମଧ୍ୟ ପ୍ରତ୍ୟେକ ବୈଠକରେ ସ୍ଥିର କରାଯାଏ। ତେଣୁ ସଭା ଶେଷରେ ପରବର୍ତ୍ତୀ ବୈଠକ ର ଦିନ ଧାର୍ଯ୍ୟ କରାଗଲା।”

“ବର୍ତ୍ତମାନ ଏହାର ସ୍ଥିତି ଉପରେ କିଛି ମତ ରଖିବାପାଇଁ ଯାଇ କହିବା ପାଇଁ ଚାହିଁବି ଯେ ପୀଢ ଓ ମହାପୀଢର କାର୍ଯ୍ୟଶୈଳିରେ ପରିବର୍ତ୍ତନ ହୋଇଛି।କେନ୍ଦୁଝରରେ ଥିବା ପୀଢ ଗୁଡିକ ସକ୍ରିୟ ଅଛନ୍ତି କିନ୍ତୁ ପୂର୍ବଭଳି ନାହାନ୍ତି। ପୂର୍ବଭଳି ନିୟମିତ ପୀଢର କିମ୍ବା ମହାପୀଢର ବୈଠକ ହେଉନି। ରାଜନୈତିକ ଦଳର ଅନୁପ୍ରବେଶ ଯୋଗୁ ସ୍ବୟଂଶାସନ ବ୍ୟବସ୍ଥାରେ ରୋକ୍ ଲାଗିଲାଭଳି ଲାଗୁଛି ବୋଲି ନେତାମାନେ ମତ ରଖିଥିଲେ।”

ମନ ମୋର ଆନନ୍ଦ ରେ ପୁରି ଉଠିଲା। ଯାହାହେଉ ମୋ ସ୍ବାମୀଙ୍କ ଆମ ସଂସ୍କୃତି, ପାରମ୍ପରିକ ବ୍ୟବସ୍ଥା ବିଷୟରେ ଅନେକ ଧାରଣା ଆସିଲାଣି। ଆଗାମୀ ଦିନରେ ସେ ଆମ ପାଉଡି ଭୂୟାଁ ସମାଜରେ ଜଣେ ଟାଣୁଆ ନେତା ହୋଇ ବାହାରିବେ। ଖୁସି ରେ ତା’ର ଗାଲକୁ ଚିପିଦେଇ କହିଲି, “ତୋ ପାଇଁ ମୁଁ ନିଜକୁ ଗର୍ବିତ ମନେ କରୁଛି। ହଉ, ରାତି ଅନେକ ହେଲାଣି, ଚାଲ୍ ଯିବା ଶୋଇବା।”

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.