• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଜୁନ ୨୦୨୫

ଖାଇସାରି ଆସି ସମସ୍ତେ ବିଛଣାରେ ଶୋଇ ଗପସପ କରୁଛନ୍ତି। ଏହିସମୟରେ ବାହାରେ କିଏ ଜଣେ ଡାକୁଥିବାର ଶୁଣି ମନ୍ମଥ ଉଠିଗଲା କବାଟ ଖୋଲିବା ପାଇଁ। କବାଟ ଖୋଲିବା ପରେ ଦେଖିଲା ବିଲୁଆ ଭାଇ ଓ ବାରିକ ଭାଇ ଆସିଛନ୍ତି। ଦୁଇଜଣଙ୍କୁ ଘରକୁ ଡ଼ାକି ନେଲା। ପ୍ରଧାନେ ମଧ୍ୟ ଆସିଯାଇଥିଲେ। ସମସ୍ତେ ବସି କଥା ହେଉଥିବା ସମୟରେ ପ୍ରଧାନଙ୍କ ସ୍ତ୍ରୀ ସେ ଦୁଇଜଣଙ୍କ ପାଇଁ ଖାଇବା ଧରି ଆସି ପହଞ୍ଚିଲେ। ଉଭୟ ଖାଇସାରି ଆସି ଏମାନଙ୍କ ନିକଟରେ ଗଡ଼େଇ ପଡେଇ ହେଲେ। ଏହି ସମୟରେ ମନ୍ମଥ କହିଲା, “ଭାଇ ଆଜି ତୁମ ବଣେଇଁ ଅଞ୍ଚଳର ଗୋଟିଏ କଥା କୁହନ୍ତୁ।” ଏହା ଶୁଣି ବିଲୁଆ ଭାଇ କହିଲେ, “ହଉ ତେବେ ଆଜି ଅଁଳାଗୁଡିଆ ଦେବତାଙ୍କ ବିଷୟରେ କହୁଛି ଶୁଣ।”

“ଅଁଳାଗୁଡିଆ ଦେବତା
ବହୁବର୍ଷତଳେ ଖୁଣ୍ଟଗାଁ ସନ୍ନିକଟ ମହୁଲପଦାଠାରେ ଏକ ଅଁଳା ଗଛ ତଳେ ଅଁଳାଫଳ ଭଳି ଦେଖାଯାଉଥିବା ଓ ହୀରାଭଳି ଚକଚକ କରୁଥିବା ଦେବୀଙ୍କର ମୂର୍ତ୍ତୀ ଭୂୟାଁ ମାନଙ୍କ ଦ୍ବାରା ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନ ପୂଜା ପାଉଥିଲେ। ବଣେଇଁରାଜା ଦେବୀଙ୍କ ମୂର୍ତ୍ତୀକୁ ଚୋରିକରିନେଇ ବଣାଁଇରେ ପୂଜା ଆରମ୍ଭ କଲେ। କିନ୍ତୁ ରାଜାଙ୍କୁ ଦେବୀ ଙ୍କ ସ୍ବପ୍ନାଦେଶ ହେଲା ଯେ ମୋର ମୂର୍ତ୍ତୀକୁ ଭୂୟାଁ ମାନଙ୍କୁ ଫେରାଇଦେ ଓ ମୋତେ ଭୂୟାଁମାନେ ହିଁ ପୂଜା କରିବେ। ଏହି ସ୍ବପ୍ନାଦେଶପାଇ ରାଜା ଭୂୟାଁ ମାନଙ୍କୁ ଦେବୀଙ୍କ ମୂର୍ତ୍ତୀ ଫେରାଇଦେଲେ ଓ ଏବେ ମଧ୍ୟ ଦେବୀ ଭୂୟାଁ ମାନଙ୍କ ଦ୍ବାରା ପୂର୍ବଭଳି ମାର୍ଗଶୀର ମାସରେ ପୂଜା ପାଉଛନ୍ତି। ଦେବୀଙ୍କ ପୂଜାକୁ ଭୂୟାଁମାନେ ଅଁଳାଗଡ ମେଢ ପୂଜା କହନ୍ତି। ପ୍ରତିବର୍ଷ ଦୁଇଟି ବୋଦା ଙ୍କ ବଳୀ ଦିଆଯାଏ। ଗୋଟିଏ ବୋଦାକୁ ରଇତୁଳି ବୋଦା ଓ ଅନ୍ୟଟିକୁ ପାହୁଡୀ ବୋଦା ବୋଲି କୁହାଯାଏ। ଚାରିବାନ୍ଧୁଣି ଗଂଜା (ଗୋଟିଏ ଧଳାଓ ଅନ୍ୟ ଗୋଟିଏ କଳା ଗଂଜା) ପୂଜାଦିଆଯାଏ। ଡେରୁଳା ଗାଁର ଲୋକମାନେ ଧଳା ଚାରିବାନ୍ଧୁଣି ଗଂଜା ଓ ବୁଢାଖମଣ ଗାଁର ଲୋକମାନେ କଳା ଚାରିବାନ୍ଧୁଣି ଗଂଜୀ ବାଘିଆ ବଳି ଦିଅନ୍ତି। ଦେବତାଙ୍କ ବାହନ ଖଣ୍ଡାବରାଳିପାଟଙ୍କୁ ମଧ୍ୟ ଏହି ପୂଜା ପାଳନ ଅବସରରେ ପୂଜା କରାଯାଏ।”

ଏହି ସମୟରେ ବାହାରେ ଗାଁ ର ଡାକୁଆ ଶୀର ଭାଇ ଦରବାର ଘରେ ସମସ୍ତେ ଅପେକ୍ଷାରେ ଅଛନ୍ତି। ଶିଘ୍ର ଆସନ୍ତୁ ବୋଲି କହିଯିବା ପରେ ସମସ୍ତେ ତରବର ହୋଇ ଦରବାର ଘରକୁ ବାହାରି ପଡିଲେ। ଦରବାର ଘରେ ପହଞ୍ଚିବା ପରେ ଆଲୋଚନା ଆରମ୍ଭ ହେଲା। ସେଦିନ ଦରବାରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରା ଯାଉଥିଲା। ବିଷୟଟି ଥିଲା ଏହିପରି।

କିଛି ଦିନ ତଳେ ଗାଁ ରେ ବିଶ୍ରୀ ଓଷା ହେଉଥିଲା। ସେହି ଓଷାରେ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଭୋଗ ଧରି ଆସି ଦେହୁରୀ ଙ୍କୁ ଭୋଗ କରିବା ପାଇଁ ଦେଲେ। ଦେହୁରୀ ପ୍ରଧାନଙ୍କ ଅନୁମତି ପରେ ଭୋଗ କରିଥିଲେ। ସେହି ଯୁବକମାନେ ସେଦିନ ସେଠାରେ ପଙ୍କ୍ତି ଭୋଜନ ରେ ମଧ୍ୟ ଖାଇ କରି ଯାଇଥିଲେ। ଏହାର ଅଳ୍ପ କିଛି ଦିନ ପରେ ସେହି ଯୁବକମାନେ ପ୍ରଧାନଙ୍କ ଘରେ ପହଞ୍ଚି ତାଙ୍କ ସହିତ ଗଣ୍ଡଗୋଳ ଆରମ୍ଭ କରିଦେଲେ ଏବଂ କହୁଥିଲେ ଯେ ଆମେ ମା’ଙ୍କ ନିକଟରେ ଭୋଗ ଲଗାଇଥିଲୁ କିନ୍ତୁ ଆମ ସାଙ୍ଗମାନଙ୍କୁ ବେଲ୍ ମିଳିଲା ନାହିଁ। ପ୍ରଧାନେ କିଛି ବୁଝି ପାରିଲେ ନାହିଁ। କିଛି ଲୋକ ମଧ୍ୟ ସେମାନଙ୍କର ପାଟିତୁଣ୍ଡ ରେ ଜମା ହୋଇ ଯାଇଥିଲେ। ପରେ ବୁଝିଲା ବେଳକୁ ଏକ ନରହତ୍ୟା ମାମଲାରେ ସେହି ଯୁବକମାନଙ୍କୁ ପୁଲିସ ଧରି ନେଇଥିଲା ଓ ପରେ ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା। ସେହି ଯୁବକମାନଙ୍କୁ ବେଲ୍ ମିଳିବା ମାନସିକ କରି ଅନ୍ୟ ସମ୍ପ୍ରଦାୟର ଏହି ଯୁବକମାନେ ଭୋଗ ଲଗାଇଥିଲେ। ବେଲ୍ ନ ମିଳିବାରୁ ସେମାନେ ପାଟିତୁଣ୍ଡ କରୁଛନ୍ତି। ସେହି ଯୁବକମାନଙ୍କ ବିରୁଦ୍ଧ ରେ ଗାଁ ଲୋକମାନେ ପୀଢରେ ଅଭିଯୋଗ କରିଥିଲେ। ସେମାନଙ୍କୁ ସେହି ଗ୍ରାମ ବୈଠକକୁ ଡକାଯାଇଥିଲା। ସେମାନଙ୍କୁ ଏ ଭଳି ଅବାସ୍ତବ କଥା କିଏ କହିଛି ବୋଲି ଗାଁ ଲୋକମାନେ ପଚାରିବାରୁ ସେମାନେ ସବୁ ସତକଥା କହିଲେ। ତାଙ୍କ ଜାତିର ଜଣେ ରାଉଡିଆ ସେମାନଙ୍କୁ ଏହି କଥା କହିଥିବା କଥା କହିଲେ। ଶେଷରେ ଗାଁ ଲୋକମାନେ ମତ ରଖିଥିଲେ ଯେ କାଲି ସେ ରାଉଡିଆ କୁ ଗାଁ ମିଟିଂ କୁ ଡାକି ଘଟଣାର ସତ୍ୟତା ସମ୍ପର୍କ ରେ ବୁଝିବା ପାଇଁ। ଏହା ପରେ ସଭା ଶେଷ ହେଲା ଏବଂ ମନ୍ମଥ, ବିଲୁଆ ଭାଇ ଓ ବାରିକ ଭାଇ ପ୍ରଧାନଙ୍କ ସହିତ ତାଙ୍କ ଘରକୁ ସେଠାରେ ରାତ୍ରି ଯାପନ ପାଇଁ ବାହାରି ପଡ଼ିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.