• About
  • Contact
Sunday, June 14, 2026
Sunday, June 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୬୫)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅକ୍ଟୋବର ୨୦୨୫

ତାପରଦିନ ସକାଳୁ ସକାଳୁ ସମସ୍ତେ ଉଠିପଡି ନିତ୍ୟକର୍ମ ସାରି ଶେଷ ଦିନ ର ବୈଠକରେ ବସି ପଡ଼ିଲେ। ଏହି ସମୟରେ ବୁଢାଖମଣ ଗାଁ ର ଦେହୁରୀ ରତନା ଭାଇ କହିଲେ ଆମ ବଣେଇଁ ଅଞ୍ଚଳରେ ଭୂୟାଁ ମାନଙ୍କ ଉତ୍ପତ୍ତି କୁ ନେଇ ଏକ ଲୋକକଥା ଅଛି। ସମସ୍ତେ ତାଙ୍କୁ ତାହା କହିବା ପାଇଁ କହିବାରୁ ସେ କଥା ଆରମ୍ଭ କରି ଏହିପରି କହିଲେ।
“ଭଗବାନ ସୃଷ୍ଟି ସର୍ଜନା କଲେ। ମଣିଷ ପୃଥିବୀ ପୃଷ୍ଠରେ ବସବାସ ଆରମ୍ଭ କରିବା ପରେ ସେମାନେ ତିନୋଟି ଦଳରେ ବିଭକ୍ତ ହୋଇ ରହୁଥିଲେ। ସେମାନେ କିପରି ପୃଥିବୀ ପୃଷ୍ଠରେ ସ୍ବଛନ୍ଦରେ ନିଜ ନିଜର ଜୀବିକା ନିର୍ବାହ କରି ରହି ପାରିବେ ସେଥିପାଇଁ ସୃଷ୍ଟିକର୍ତ୍ତା ବଡାମ୍ ଏକ ଦିବ୍ୟ ପୁରୁଷ ରୂପେ ସେମାନଙ୍କ ନିକଟରେ ଆବିର୍ଭାବ ହେଲେ। ସେ ମୁହଁ ବନ୍ଦ ଥିବା ତିନୋଟି ପୂର୍ଣ୍ଣ ପାତ୍ର ସାଥିରେ ଆଣିଥିଲେ। ସୃଷ୍ଟିକର୍ତ୍ତା ବଡାମ୍ ସାଙ୍ଗରେ ଆଣିଥିବା ତିନୋଟି ପୂର୍ଣ୍ଣ ପାତ୍ରକୁ ତିନି ଦଳ ଲୋକମାନଙ୍କ ନିକଟରେ ରଖି କହିଲେ ତୁମେମାନେ ଗୋଟିଏ ଲେଖାଏଁ ପାତ୍ର ନିଅ। ତାହାକୁ ଖୋଲି ଦେଖ ଏବଂ ତାହାପରେ ନିଜ ନିଜର ଜୀବିକା କିପରି ନିର୍ବାହ କରିବ ତାହା ସ୍ଥିର କର। ଏହାପରେ ତିନି ଦଳ ର ଲୋକମାନେ ଗୋଟିଏ ଲେଖାଏଁ ପାତ୍ର ନେଲେ। ପ୍ରଥମ ଦଳ ନେଇଥିବା ପାତ୍ରକୁ ଖୋଲି ଦେଖିଲେ। ସେଥିରେ ସୁନା ମୋହର ଭର୍ତ୍ତି ଥିଲା। ତେଣୁ ସେମାନେ ରାଜ୍ୟ ଶାସନ କଲେ। ଦ୍ଵିତୀୟ ଦଳ ନେଇଥିବା ପାତ୍ର ଟିକୁ ଖୋଲି ଦେଖିଲେ। ସେଥିରେ ଟଙ୍କା ପଇସା ଭର୍ତ୍ତି ଥିଲା। ତେଣୁ ସେମାନେ ବେପାର ବଣିଜ କରି ଜୀବିକା ନିର୍ବାହ କଲେ। ତୃତୀୟ ଦଳ ଲୋକମାନେ ସେମାନଙ୍କ ପାତ୍ର ଖୋଲି ଦେଖିଲେ। ସେଥିରେ ମାଟି ଭର୍ତ୍ତି ଥିଲା।ଏହା ସେମାନଙ୍କ ମନରେ ଦୁଃଖ ଆଣି ନ ଥିଲା, ବରଂ ସେମାନେ ନିଜକୁ ଭାଗ୍ୟବାନ୍ ମନେ କରିଥିଲେ। ମାଟି କୁ ଭୂମି ବା ଭୁଇଁ କୁହାଯାଏ। ତେଣୁ ସେମାନେ ନିଜକୁ ଭୂମିପୁତ୍ର ବୋଲି ମନେକଲେ। ନିଜକୁ ଭୁୟାଁଏ ବୋଲି ପରିଚୟ ରଖିଲେ। ମାଟି ସହିତ ମାଟି ହୋଇ ନିଜକୁ ବିଭିନ୍ନ କୃଷି କର୍ମରେ ନିୟୋଜିତ କରି ନିଜ ନିଜର ଜୀବିକା ନିର୍ବାହ କଲେ। ସେମାନଙ୍କ ଧର୍ମୀୟ ଭାବନାରେ ମାଟି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କଲା। ତେଣୁ ଆମ ଭୁୟାଁ ଗାଁ ମାନଙ୍କରେ ପୁରୁଣା ଲୋକମାନେ କହନ୍ତି ଯଦି କୌଣସି ଲୋକ ମାଟି ଛୁଇଁ ମିଛ କଥା କହେ ତେବେ ସେ ଅକାଳମୃତ୍ୟୁ ବରଣ କରେ। ମାଟି କୁ ଆମ ସମାଜ ର ବିଭିନ୍ନ ପର୍ବପର୍ବାଣି ରେ ପ୍ରଥମେ ପୂଜା କରାଯାଏ।”

ସଭାରେ ସଭାପତିତ୍ବ କରୁଥିବା ବିଲୁଆ ଭାଇ କହିଲେ ବିଭିନ୍ନ ଭୂୟାଁ ଅଞ୍ଚଳରେ ବିଭିନ୍ନ ଲୋକକଥା ରହିଛି। ତାହାର କୌଣସି ପ୍ରାମାଣିକ ତଥ୍ୟ କେହି ଦେଇ ପାରିବେ ନାହିଁ। ଯେପରି କୋଇଡା ଅଞ୍ଚଳରେ ଏକ ଲୋକକଥା ରହିଛି ଯାହା ଏହିପରି।

“ବହୁ ଦିନ ତଳର କଥା। କୋଇଡା ନିକଟରେ ଗୋଟିଏ ଗାଁ ଥିଲା।ତାର ନାମ କୁଲା। ଗାଁ କୁ ଘେରି ରହିଥିଲା ଘଞ୍ଚ ଅରଣ୍ୟ। ସେହି ଜଙ୍ଗଲ ରେ କୁଲାଳ ନାମକ ଏକ ରାକ୍ଷସ ଗୋଟିଏ ପାହାଡ ଗୁମ୍ଫାରେ ରହୁଥିଲା।ତାର ସାତୋଟି ଝିଅ ଥିଲେ। ସେତେବେଳେ ଭୂୟାଁମାନେ ରାଜବଂଶୀୟ କ୍ଷତ୍ରୀୟ ଥିଲେ। ସେହି ରାଜବଂଶ ରେ ସାତ ଭାଇ ଥିଲେ। ଥରେ ସେମାନେ ଶୀକାର କରିବା ପାଇଁ ରାକ୍ଷସ କୁଲାଳ ରହୁଥିବା ଜଙ୍ଗଲ କୁ ଯାଇଥିଲେ। ଜଙ୍ଗଲ ରେ ସାତ ଭାଇ ମାନେ ଏକ ହରିଣ ପଛରେ ଗୋଡାଇ ଗୋଡାଇ ଜଙ୍ଗଲରେ ବାଟବଣା ହୋଇଗଲେ। ଏହି ସମୟରେ ସେମାନେ କିଛି ନାରୀଙ୍କ କଣ୍ଠସ୍ୱର ଶୁଣିବାକୁ ପାଇଲେ। ଏପରି ଅଗନା ଅଗନି ବନସ୍ତ ରେ ନାରୀ କଣ୍ଠସ୍ୱର ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ ନିକଟରେ ନିଶ୍ଚୟ ଜନବସତି ଅଛି।ଏହା ଭାବି ସେମାନେ ଯେଉଁ ପଟୁ ନାରୀ କଣ୍ଠସ୍ୱର ଶୁଣିବାକୁ ପାଉଥିଲେ ସେହି ଦିଗକୁ ଯିବାକୁ ଲାଗିଲେ। କିଛି ବାଟ ଯିବାପରେ ସେମାନେ ଦେଖିଲେ ଗୋଟିଏ ଝରଣା ଟିଏ ବୋହି ଯାଉଛି ଆଉ ସେହି ଝରଣା ରେ ଉଲଗ୍ନ ହୋଇ ସାତଜଣ ଯୁବତୀ ମାଛ ଧରୁଛନ୍ତି। ସେମାନେ ଯୁବତୀମାନଙ୍କୁ ସେମାନଙ୍କ ଉତ୍ତରୀୟ ଦେବାରୁ ସେମାନେ ତାହାକୁ ପିନ୍ଧି ପାଣି ଭିତରୁ ବାହାରକୁ ଆସିଲେ।ସାତ ଭାଇ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ବାଟବଣା ହୋଇ ଯାଇଥିବା କଥା କହିବା ସହିତ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ରାସ୍ତା ଦେଖେଇ ଦେବା ପାଇଁ ଅନୁରୋଧ କଲେ। ସେମାନେ ଜାଣି ନ ଥିଲେ ଯେ ସେହି ସାତ ଜଣ ଯୁବତୀ କୁଲାଳ ରାକ୍ଷସ ର ଝିଅ ବୋଲି। ଅସୁର ମାନେ ତ ମାୟାବୀ। ସେହି ଯୁବତୀମାନେ ଏହି ଯୁବକମାନଙ୍କୁ ଛଳନା କରି କହିଲେ ତୁମେମାନେ କ୍ଲାନ୍ତ ଜଣା ପଡୁଛ। ନିକଟରେ ଆମର ଘର।ଆମ ଘରକୁ ଚାଲ। ସେଠାରେ କିଛି ସମୟ ବିଶ୍ରାମ ନେବ। ତାହାପରେ ଆମ ଘରେ ଖାଇ ସାରିବା ପରେ ଆମେମାନେ ତୁମମାନଙ୍କୁ ଜଙ୍ଗଲ ସୀମାରେ ଥିବା ଗାଁ ରେ ଛାଡି ଦେଇ ଆସିବୁ। ସାତ ଭାଇ ଯାକ ଶୀକାର ପଛରେ ଗୋଡାଇ ଗୋଡାଇ ବହୁତ କ୍ଲାନ୍ତ ହୋଇପଡ଼ିଥିଲେ। ତେଣୁ ସେମାନେ ସେହି ମାୟାବୀ ଯୁବତୀ ମାନଙ୍କ କଥାରେ ରାଜି ହୋଇ ସେମାନଙ୍କ ସହିତ ତାଙ୍କ ଘରକୁ ଗଲେ।”

ଏହି ସମୟରେ କେହି ଜଣେ ଖାଇବା ପାଇଁ ଡାକିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.