• About
  • Contact
Sunday, February 22, 2026
Sunday, February 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୯ ଡିସେମ୍ବର ୨୦୨୫

ବାଂଶପାଳ ହସ୍ପିଟାଲରେ ଅଳ୍ପ କିଛି ସମୟ ରଖିବା ପରେ ମନ୍ମଥ କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲକୁ ଆମ୍ବୁଲାନ୍ସରେ ପଠାଇଦେଲେ। କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ପନ୍ଦର ଦିନ ରହିବା ପରେ ତାର ଦେହ ଭଲ ହେଲା। ତାକୁ ନେଇ ଘରକୁ ଫେରିଲି। ବହୁତ ଦୁର୍ବଳ ହୋଇ ପଡ଼ିଥିଲା ସେ। ଫଳମୂଳ ଓ ହରଲିକ୍ସ କିଣି କରି ଆଣିଥିଲି। ସେସବୁ ଦେଲେ ତାକୁ ଭଲ ନଲାଗିବାରୁ ସେସବୁ ଦେବା ବନ୍ଦ କରି ଦେଲି। ଆମେ ତ ବଣ ଜଙ୍ଗଲ ରାଇଜର ଲୋକ। ତେଣୁ ଜଙ୍ଗଲର ଶାଗ, ବଇଙ୍ଗା, ପିତା ଆଳୁ ସିଝାଇ କରି ତାକୁ ଖାଇବାକୁ ଦେଲି। ଭାତ ସହିତ ରୁମା ଡାଲି ମଧ୍ୟ ଅରୁଚି ଛଡ଼ାଇବା ପାଇଁ ଦେଲି।

ହସ୍ପିଟାଲରେ ରହିବା ମଧ୍ୟରେ ମୋତେ ମଧ୍ୟ ବାଧ୍ୟକରି ମନ୍ମଥ ବୋଉଙ୍କ ସହିତ ଡାକ୍ତରଙ୍କୁ ଦେଖାଇବା ପାଇଁ ପଠାଇଥିଲା। ଡାକ୍ତର ବହୁତ ଗୁଡ଼ିଏ ପରୀକ୍ଷା ମେଡ଼ିକାଲରେ କରାଇ କିଛି ଔଷଧ ଲେଖିଦେଲେ। ଠିକ୍ ସମୟରେ ଖାଇବା ଓ ଅଧିକ ଶାରୀରିକ ପରିଶ୍ରମ ନ କରିବା ପାଇଁ କହିଥିଲେ। ସେଦିନ ଅଙ୍ଗନବାଡ଼ି ଦିଦି ଆମ ଘରକୁ କଣ ଗୋଟିଏ ଇଂଜେକସନ ମୋତେ ଦେବାପାଇଁ ଆସିଥିଲେ। ମୁଁ ପଚାରିବାରୁ ସେ ହସି ଦେଇ କହିଲେ, “ତୋ ପେଟରେ ଥିବା ଛୁଆଟି ଭଲରେ ଜନ୍ମ ହେବା ପାଇଁ ଦେଉଛି। ଡାକ୍ତର ଯେଉଁ ବଟିକା ଲେଖି ଦେଇଛନ୍ତି ତାହା ଅଙ୍ଗନବାଡ଼ି କେନ୍ଦ୍ର ରେ ଅଛି। ସରିଗଲେ ମୋତେ କହିବୁ।” ମୋ ବୋଉ (ଶାଶୂ) ପାଖରେ ବସିଥିଲେ ଓ ଦିଦିଙ୍କୁ କହିଲେ, “ବୁଝିଲୁ ଝିଅ, ଏବେ ସିନା ଡାକ୍ତରଖାନା ଆଉ ତୁମେମାନେ ସବୁ ଏ କାମ କରୁଛ।ମୋ ଅମଳ କଥା କହୁଛି ଶୁଣ। ଆମ ଗାଁ ର ସେ ପିତେଇ ବୁଢୀ, ସେ ଧାଇ କାମ କରୁଥିଲା। ଆମ ଆଖପାଖ ଗାଁ ର ଯେତେ ଛୁଆ ଜନ୍ମ ହେଉଥିଲେ ସମସ୍ତ ଙ୍କ ଏନ୍ତୁଡ଼ିଶାଳ ରେ ବୁଢୀ ହିଁ ବସୁଥିଲା। ଛୁଆ ଜନ୍ମ ଠାରୁ ଆରମ୍ଭ କରି ମା ଓ ଛୁଆର ସେକିବା ପର୍ଯ୍ୟନ୍ତ ସବୁ ପିତେଇ ବୁଢ଼ୀ କରୁଥିଲା। ଧନ୍ୟ କହିବ ବୁଢ଼ୀ କୁ। ଗୋଟିଏ ମଧ୍ୟ ସ୍ତ୍ରୀ ଲୋକ ଛୁଆ ଜନ୍ମ ସମୟରେ ନଷ୍ଟ (ମରି) ହୋଇ ନାହାନ୍ତି।” ଦିଦି ବୋଉଙ୍କ କଥା ଶୁଣି କହିଲେ, “ମାଉସୀ ସେତେବେଳେ ଛୁଆ ଜନ୍ମ ସମୟରେ ଉଭୟ ମା ଓ ଛୁଆର ମୃତ୍ୟୁ ଅଧିକ ହେଉଥିଲା। ଏବେ ବରଂ କମ୍ ଅଛି।” ମୁଁ କଥାକୁ ଆଗକୁ ନ ବଢ଼ାଇବା ପାଇଁ କହିଲି, “ଆଛା ବୋଉ ଆଗେ ଛୁଆ ଜନ୍ମ ପରେ ଆମ ଜାତିର କଣ ସବୁ ବିଧିବିଧାନ ଥିଲା?”

ବୋଉ କଥା ଆରମ୍ଭ କରି କହିଲେ, “ଆମ ସମୟରେ ଛୁଆ ପେଟରେ ରହିବା ପରେ ଅନେକ ନିତୀ ନିୟମ ମାନି ଚଳିବାକୁ ପଡୁଥିଲା। ଯେପରି ଜଙ୍ଗଲ, ଶ୍ମଶାନ, ଓ ପାହାଡ଼ କୁ ଯିବ ନାହିଁ କାରଣ ଏଗୁଡ଼ିକ ଦୁଷ୍ଟ ଆତ୍ମା ମାନଙ୍କ ରହିବା ଜାଗା। ସେମାନେ ପିଲାର କ୍ଷତି କରିଥାନ୍ତି। ରାତ୍ରି ସମୟରେ ମଧ୍ୟ ଗର୍ଭବତୀ ମହିଳା ମାନେ ବାହାରେ ଶୋଇବା ନିଷେଧ ଥିଲା। ଗୁଣିଗାରେଡ଼ି ଜାଣିଥିବା ଲୋକ ଆସିଲେ ଏହି ସ୍ତୀ ଲୋକମାନେ ଲୁଚି ଯାଉଥିଲେ। ପିଲା ଜନ୍ମ କରାଇବା ପାଇଁ ଧାଈର ଖୋଜା ପଡୁଥିଲା। ପିଲା ଜନ୍ମ କରିବା ର ପାଞ୍ଚସାତ ଦିନ ପର୍ଯ୍ୟନ୍ତ ପିଲା ଜନ୍ମ କରିଥିବା ସ୍ତ୍ରୀ ଲୋକଟିକୁ ଗୋଟିଏ ଘରେ ରହିବାକୁ ପଡୁଥିଲା। ସେହି ସମୟରେ କୌଣସି ପୁରୁଷ ଲୋକଙ୍କୁ ସେହି ଘରକୁ ଯିବାକୁ ଦିଆ ଯାଉନଥିଲା। ପିଲା ଜନ୍ମ ହେବା ପରେ ପୁଅ ଜନ୍ମ ହୋଇଥିଲେ ତାର ଲାହିକୁ ଗୋଟିଏ ଶର ଦ୍ବାରା ଏବଂ ଝିଅ ଜନ୍ମ ହୋଇଥିଲେ ତାର ଲାହିକୁ ବାଉଁଶ ପାତିଆ ରେ କଟା ଯାଉଥିଲା। କଟା ଯାଇଥିବା ଲାହିକୁ ଘର ବାହାରେ ମାଟିରେ ପୋତି ଦିଆଯାଉଥିଲା। ଦଶଦିନ ଦିନ ଶିଶୁର ମାଆ ଓ ପରିବାର ର ଅନ୍ୟମାନେ ନଖ କାଟିବା, ଠିକ୍ ହେବା ଓ ଲୁଗାପଟା ସଫା କରି ଶୁଦ୍ଧ ହେଉଥିଲେ। ଲୁଗାପଟା ସଫା କରିବା ପାଇଁ ଗାଁ ରେ ଧୋବା ନିଯୁକ୍ତ ନଥିଲେ। ସମସ୍ତେ ନିଜ ନିଜର ଲୁଗାପଟା ନିଜେ ସଫା କରୁଥିଲେ କିନ୍ତୁ କ୍ଷୌର ହେବା ପାଇଁ ପାଉଡୀ ଭୂୟାଁ ସମ୍ପ୍ରଦାୟର ଜଣେ ଲୋକ କରୁଥିଲେ।”

“ନବଜାତ ଶିଶୁ ର ନାମକରଣ ଜନ୍ମ ଗ୍ରହଣ କରିବାର ୨୧ ଦିନରେ ହୋଇଥାଏ। ଏହାକୁ ନଳତା ଉତ୍ସବ କୁହାଯାଏ। ଏହି ଦିନ ଜଣେ ବୟସ୍କା ମହିଳା ଗୋଟିଏ ଜାଗାରେ କିଛି ପାଣି ନିଅନ୍ତି। ସେଥିରେ ଗୋଟିଏ ଚାଉଳ ପକାନ୍ତି। କିଛି ସମୟ ପରେ ଆଉ ଗୋଟିଏ ଚାଉଳ ପକାନ୍ତି। କିଛି ସମୟ ପରେ ଚାଉଳ ଦୁଇଟିକୁ ବାହାର କରନ୍ତି। ଏହି ସମୟରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇଥାଏ। ତାହାପରେ ଚାଉଳ ଦୁଇଟିକୁ ବାହାର କରାଯାଇଥାଏ। ଯଦି ଚାଉଳ ଦୁଇଟି ଯୋଡ଼ି ହୋଇଥାଏ ତେବେ ତା ପରେ ନାମକରଣ କରାଯାଇଥାଏ। ଯଦି ଅଲଗା ଅଲଗା ବାହାରେ ତେବେ ଯୋଡ଼ି ହେବା ପର୍ଯ୍ୟନ୍ତ ଏହି ଭଳି ଚାଉଳ ପକାଯାଏ ଓ ଉଠାଯାଇଥାଏ। ଶିଶୁର ନାମକରଣ ପରେ ସମସ୍ତେ ସାମୁହିକ ଭୋଜନ ରେ ବସନ୍ତି।”

କଥା ଅଟକାଇ ଦିଦି କହିଲେ, “ମାଉସୀ ଆଜି ସେତିକି ରେ କଥା ରଖନ୍ତୁ। ମୋର ତେଣେ ଅନେକ କାମ ଅଛି। ଆଉ ଦିନ ଆସିଲେ କଥା ହେବା।” ଏତିକି କହି ସେ ଆମ ଘରୁ ବାହାରି ଗଲେ ଆଉ ମୁଁ ରୋଷେଇ ଘରକୁ ରୋଷେଇ କରିବା ପାଇଁ ଗଲି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୨)

by ଭବେଶ ଚନ୍ଦ୍ର କର
February 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଫେବୃଆରୀ ୨୦୨୬ ସେଦିନ ସକାଳୁ ସକାଳୁ ଉଠି ଘର କାମ ସାରି ବାହାର ପିଣ୍ଡାରେ ବସି ନଣନ୍ଦ ଜୟନ୍ତୀଙ୍କ ସହିତ...

Read more
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.