• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ -୯)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧ ମଇ ୨୦୨୩

ସେଦିନ କାମିନୀ ଆଈ ଓ ଗାଁ ର ଅନ୍ୟ ବୁଢୀମାନେ ଫେରୁଫେରୁ ସନ୍ଧ୍ୟା ହୋଇଗଲା । ବୁଢ଼ୀ ଘରେ ପହଞ୍ଚିଲା ବେଳକୁ ଗାଁ ର ଝିଅମାନେ ତା ଘରେ ରୁଣ୍ଡ ହୋଇ ତାକୁ ଅପେକ୍ଷା କରିଥିଲେ । ତାକୁ ଦେଖି ସମସ୍ତେ କହିଉଠିଲେ ଆଈ ଯା ଶିଘ୍ର ଖିଆପିଆ ସାରି ଆସେ । ତୋତେ ପା ଆମେ ସମସ୍ତେ ଅପେକ୍ଷା କରିଛୁ । କାଲି କହୁଥିଲୁ ଆଜି ଓଢ଼ଣୀ ପକା ଓଷା ଉପରେ କହିବୁ ବୋଲି । ଝିଅମାନଙ୍କ କଥା ଶୁଣି ବୁଢ଼ୀ କହିଲା ନାହିଁ ଲୋ ଏବେ ତ ସମସ୍ତେ ଆମେ ଖାଇକରି ଜଙ୍ଗଲ ରୁ ଆସିଲୁ । ଭୋକ ନାହିଁ । ଖାଲି ଟିକେ ଧୁଆଧୋଇ ହୋଇ ପାଣିପୁଣା ପିଇକରି ଆସେ କଥା ହେବା । କିଛି ସମୟ ପରେ ବୁଢ଼ୀ ଆସି ଗୋଡ଼ ଲମ୍ବାଇ ବସି କରି କଥା ଆରମ୍ଭ କଲା ।

ଆଜି ଆମ ପାଉଡି ଭୂୟାଁ ମାନଙ୍କ ର ଓଢ଼ଣୀ ପକା ଓଷା । ଏହି ଓଷା ପୂର୍ବରୁ ଗାଁ ର ଦରବାର ଘରେ ମିଟିଂ ହୋଇଥିଲା । ଗାଁର ଡାକୁଆ ନୀଳ ଓ ଆମେ କେତେ ଜଣ ବୁଢ଼ୀ ସବୁ ଘରୁ ଚାଉଳ, ଡାଲି, ପନିପରିବା ଆଣି ବିଶ୍ରୀ କୋଠି ରେ ରଖିଥିଲୁ । ଆଜି ଗାଁ ର ବୁଢ଼ୀ ଲୋକମାନେ ସାଙ୍ଗ ହୋଇ ଜଙ୍ଗଲ କୁ ଯାଇଥିଲୁ । ସେଠି ବଡାମଙ୍କ ପାଖରେ କିଛି ବୁଢ଼ୀ ଖନ୍ଦା ଖୋଳି ରୋଷେଇ ବସାଇଲେ ଆଉ ଆମେ କିଛି ବୁଢ଼ୀ ଜଙ୍ଗଲ ରୁ ପତ୍ର ଆଣି ପତ୍ର ସିଇଁଲୁ । ଭାତ,ରୁମା ଡାଲି ,ତରକାରୀ ଓ ରାଶିଖିରି ତିଆରି କରିସାରି ଦେବତାଙ୍କ ନିକଟରେ ଭୋଗ ଲଗାଇଲୁ । ଏହି ପୂଜା ଆମ ପାଉଡି ଭୂୟାଁ ଜାତିର ଗୁପ୍ତ ପୂଜା କହନ୍ତି । ସାଙ୍ଗରେ ଗୋଟିଏ କୁକୁଡ଼ା ଚିଆଁ ନେଇଥିଲୁ । ସେହି କୁକୁଡାଚିଆଁର ଆଖିର ପତାରେ ଗୋଟିଏ କଣ୍ଟାମାରି ଜଙ୍ଗଲକୁ ଛାଡିଦେଲୁ । ଚିନାମାଳୀ କହିଲା ଆଈ ତୁମେ ବୁଢ଼ୀ ଗୁଡା ବଡ଼ ନିର୍ଦୟ । ଛୋଟ କୁକୁଡ଼ା ଚିଆଁ ଟାର ଆଖି ରେ କଣ୍ଟା ଫୋଡିବାକୁ ତୁମମାନଙ୍କର ହାତ ଚଳିଲା କିପରି । ବୁଢ଼ୀ ହସିଦେଇ କହିଲା ନା ଲୋ ନାତୁଣୀ ଆମେ କଣ ଲୁହା କଣ୍ଟାରେ ଫୁଟାଉ କିଲୋ । ନାହିଁ ମ । ଜଙ୍ଗଲ ରେ ଥିବା କଣ୍ଟା ଗଛରୁ କଣ୍ଟା ଟିଏ ଆଣି କେବଳ ଚିଆଁ ର ଆଖି ପତାରେ ଛୁଆଁଇ ଦେଇ ତାକୁ ଉଡେଇ ଦେଉ ଏବଂ କହୁ ଯେ ଆମ ଜଙ୍ଗଲଉପରେ ଖରାପ ନଜର ରଖିଲେ ବା ଏହାର ନଷ୍ଟକଲେ ଆମେ ବରଦାସ୍ତ କରିବୁନି,ଏହାର ବିରୋଧକରିବୁ । କୁକୁଡା ଚିଆଁର ଅବସ୍ଥା ଯେପରି ହେଲା ଯେ ଆମେ ତାର ଅବସ୍ଥା ମଧ୍ୟ ସେହିପରି କରିବୁ। ବୁଢ଼ୀ ର କଥା ଶୁଣୁଥିବା ଝିଅମାନେ ଏକ ସଙ୍ଗେ ପଚାରିଲେ ଆଲୋ ଆଇ ଆମକୁ ଏ ବଡାମ ମହାପୁରୁ ଙ୍କ ବିଷୟରେ କିଛି କହନା । ବୁଢ଼ୀ କହିଲା ବଡାମ ମହାପୁରୁ ଆମକୁ ଜନମ ଦେଇଛନ୍ତି, ତେଣୁ ସେ ହେଲେ ବ୍ରହ୍ମା । ଆମେ ଯେଉଁ ଜଙ୍ଗଲ ରୁ ଖାଦ୍ୟ ଆଣୁଛେ (ସେ ପାହାଡ଼ ଚାଷ ହେଉ କିମ୍ବା ଜଙ୍ଗଲ ର ଫଳମୂଳ ହେଉ) ସେତ ତାଙ୍କର ସୃଷ୍ଟି । ତେଣୁ ସେ ବିଷ୍ଣୁ । ସେହିପରି ସେ ଦୁଷ୍ଟ ଲୋକମାନଙ୍କ ସଂହାର କରନ୍ତି । ତେଣୁ ସେ ମହେଶ୍ୱର । ତେଣୁ ବଡାମ ମହାପୁରୁ ହେଉଛନ୍ତି ଆମ ଜାତିର ସୃଷ୍ଟି, ସ୍ଥିତି ଓ ସୁପରିଚାଳନା ପାଇଁ ଆରାଧ୍ୟ ଦେବତା । ଏତିକି କହି ବୁଢୀ ଉପରକୁ ହାତ ଟେକି ବଡାମ ମହାପୁରୁ ଙ୍କୁ ଜୁହାର ହେଲା । ଜୋଛନା ପଚାରିଲା ଆଲୋ ଆଈ ବଡାମ ମହାପୁରୁ ଙ୍କ ପୂଜା କେବେ ସବୁ କରାଯାଏ । ବୁଢ଼ୀ କହିଲା ଆଲୋ ନାତୁଣୀ ବଡାମ ମହାପୁରୁ ଙ୍କ ପୂଜା ଢିଅ ବନ୍ଦାଣ, କାଦବଳି ଓ ବିଶ୍ରୀ ଓଷା ସମୟରେ କରାଯାଏ । ପ୍ରତି ଭୂୟାଁ ଗାଁ ରେ ଜଣେ ପାଟ ଦେହୁରୀ, ଜଣେ ବିଶ୍ରୀ ଦେହୁରୀ ଓ ଦୁଇ ଜଣ ବଡାମ ଦେହୁରୀ (ଜଣେ ପୁରୁଷ ଏବଂ ଜଣେ ମହିଳା) ଥାନ୍ତି । ବଡାମ ମହାପୁରୁ ଙ୍କ ସ୍ବତନ୍ତ୍ର ପୂଜା ମଧ୍ୟ କରାଯାଏ ।

ବଡାମ ପୂଜା
ଏହି ପର୍ବ ଭୂୟାଁମାନଙ୍କ ଦ୍ବାରା ପାଳନ କରାଯାଉଥିବା ଏକ କୃଷିଭିତ୍ତିକ ପର୍ବ । ବର୍ଷକୁ ଥରେ ପାଳନ କରାଯାଉଥିବା ଏହି ପୂଜା ଇଂରାଜି ମାସ ଫେବ୍ରୁଆରି ରୁ ମାର୍ଚ୍ଚ ମାସ ମଧ୍ୟରେ ପାଳନ କରାଯାଏ । ପ୍ରଥମେ ପାଟଦେହୁରୀଙ୍କ ଉପସ୍ଥିତିରେ ଗାଁର ସମସ୍ତ ଲୋକ ପୂଜା ର ଦିନ ସ୍ଥିର କରନ୍ତି । ପ୍ରଥମଦିନର ପୂଜାରେ ଗାଁର ପୁରୁଷ ଲୋକମାନେ ରହିଥାନ୍ତି । ଗାଁର ୫ଜଣ ବୟସ୍କ ପୁରୁଷ ଓଷା ରଖନ୍ତି ଓ ଗାଁର ପୁରୁଷ ବଡାମ ଦେହୁରୀ ବଡାମ ଦେବତାଙ୍କ ପୂଜା କରିଥାନ୍ତି । ବଡାମ ଦେବତାଙ୍କ ନିକଟରେ ଫଳମୂଳ (ପିତାଆଳୁ, ବଇଙ୍ଗା, କନ୍ଦମୂଳ, ଗୋଲଆଳୁ, କଦଳୀ ,ନଡିଆ ଇତ୍ୟାଦି) ଭୋଗ ଦିଆଯାଏ । ପୂଜାପରେ ବଡାମ୍ ଦେବତାଙ୍କ ନିକଟରେ କୁକୁଡା ବଳି ଦିଆଯାଏ । ଦ୍ବିତୀୟ ଦିନର ପୂଜାର ଓଷା ଗାଁର ମହିଳାମାନେ କରିଥାନ୍ତି । ୨ୟ ଦିନର ପୂଜା ଗାଁର ମହିଳା ଦେହୁରୀ କରିଥାନ୍ତି । ପୂର୍ବଦିନଭଳି ବଡାମ ଦେବତାଙ୍କ ନିକଟରେ ମହିଳା ଦେହୁରୀ ପୂଜାର୍ଚ୍ଚନା କରିବାପରେ କୁକୁଡା ବଳି ଦିଆଯାଏ । ଦ୍ବିତୀୟ ଦିନର ପୂଜା ସମୟରେ ମହିଳାମାନେ ଅଶ୍ଲିଳ କଥା ପରସ୍ପରକୁ କହିଥାନ୍ତି । ଭଲ ଫସଲ ହେବାପାଇଁ ବଡାମ୍ ଦେବତାଙ୍କ ପ୍ରାର୍ଥନା କରିଥାନ୍ତି । ପୂର୍ବ ଦୁଇଦିନ ପରି ସାମୁହିକ ଭୋଜନ ସହ ଚାଙ୍ଗୁନାଚ ମଧ୍ୟ ହେଉଥିଲା । ଏବେ କିନ୍ତୁ କେବଳ ଗାଁ ର ସମସ୍ତ ଲୋକଙ୍କ ଏକାଠି ଭୋଜନ ପରେ ପୂଜା ସରୁଛି । ଗାଁର ଝିଅମାନେ ବୁଢ଼ୀ ଆଈର କଥାକୁ ମନଧ୍ୟାନ ଦେଇ ଶୁଣୁଥିଲେ । ବୁଢ଼ୀ ସରିବା ପରେ ଚିନାମାଳୀ ପଚାରିଲା ଆଲୋ ଆଇ ଆଉ ସବୁ କଣ ପୂଜା ଆମ ଭୂୟାଁମାନେ କରନ୍ତି । ବୁଢ଼ୀ କହିଲା ତୁ କହୁନୁ କଣ ସବୁ ପୂଜା ହୁଏ । ତୁ ଯାହା ଛାଡିଯିବୁ ମୁଁ କହିଦେବି । ଚିନାମାଳୀ ମନେପକାଇ କହିଲା ଆମର ତ ବିଶ୍ରୀ ଓଷା, କରମା, କାଦବଳି ଓଷା, ଢିଅବନ୍ଦାଣ, ଆଷାଢୀ, ଆମ୍ବ ନୂଆଖାଇ, ଧାନ ନୂଆଖାଇ, ମକର ପରବ, ଅକ୍ଷିତୃତୀୟା, ମାଘପୋଡି, ଗହ୍ମା ପୂର୍ଣ୍ଣିମା , ପୁଷ ପୁନେଇଁ ଓ ରଜ ପର୍ବ ପାଳନ କରାଯାଏ ।

ବୁଢ଼ୀ କହିଲା ହଁ ତୁ ତ ସବୁ ପରବ ନା କହିଦେଲୁ । ମୁଁ ଆଉ କ’ଣ କହିବି। ହଉ ତମେ ସବୁ ଶୋଇପଡ଼।ରାତି ବେଶୀ ହେଲାଣି । କାଲି ତୁମକୁ ଆମ ଅନ୍ୟ ପରବ ବିଷୟରେ କହିବି । ଏତିକି କହି ବୁଢୀ ବିଛଣା ପକାଇବାକୁ ଭିତରକୁ ଗଲା । ଆଉ ଝିଅମାନେ ସେମାନଙ୍କର ବିଛଣା ପକାଇ ଶୋଇ ପଡିଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.