• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆତ୍ମଶକ୍ତିର ଅଭିବୃଦ୍ଧିରେ ପର୍ଶୁରାମାଷ୍ଟମୀ

ଆତ୍ମଶକ୍ତିର ଅଭିବୃଦ୍ଧିରେ ପର୍ଶୁରାମାଷ୍ଟମୀ
Share on FacebookShare on Xshare on Whatsappshare on Linkedin
ଗୀତାଞ୍ଜଳି କର, କଟକ, ୧୪ ଜୁଲାଇ ୨୦୨୪

ଯୁଗେ ଯୁଗେ ସ୍ୱୟଂ ବିଷ୍ଣୁଦେବ ଦୁଷ୍ଟମାନଙ୍କର ସଂହାର ପାଇଁ ଅବତାର ନିଅନ୍ତି। ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ବିଶ୍ଵବନ୍ଦ୍ୟ ପର୍ଶୁରାମ ହେଉଛନ୍ତି ଷଷ୍ଠ ଅବତାର। ଅହଙ୍କାରୀ ଦୁଷ୍ଟ କ୍ଷେତ୍ରୀୟଙ୍କ ପୃଥ୍ଵୀଲୋକରେ ଦୌରାତ୍ମ୍ୟ ବଢିଯାଇଥଲl। ପୃଥ୍ଵୀଲୋକକୁ ଶାନ୍ତି ପ୍ରଦାନ ନିମନ୍ତେ ପର୍ଶୁରାମଙ୍କର ଜନ୍ମ ହୋଇଥିଲା। ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ ଅକ୍ଷୟ ତୃତୀୟାରେ ଭୃଗୁବଂଶୀ ଯମଦଗ୍ନୀ ଓ କ୍ଷେତ୍ରୀୟାଣୀ ରେଣୁକା ଙ୍କ ଗର୍ଭରୁ ସେ ଜନ୍ମ ଗ୍ରହଣ କରିଥିଲେ। ପର୍ବରେ ପର୍ଶୁରାମ ଙ୍କର ଜନ୍ମୋସ୍ଥବ ପାଳନର ପରମ୍ପରା ରହିଛି। କିନ୍ତୁ ଆତ୍ମିକ, ବୌଦ୍ଧିକ ଶକ୍ତିକୁ ପ୍ରାପ୍ତ କରିବା ନିମନ୍ତେ ପର୍ଶୁରାମ ଅଷ୍ଟମୀର ପାଳନ ଵିଧି ବିଶେଷ ମହତ୍ତ୍ୱ ଅତ୍ୟନ୍ତ ଫଳଦାୟୀ ଅଟେ। ପବିତ୍ର ଆଷାଢ଼ ଶୁକ୍ଳ ଅଷ୍ଟମୀରେ ପର୍ଶୁରାମଙ୍କୁ ବିଶେଷ ରୂପରେ ପୂଜା, ଧ୍ୟାନ, ବନ୍ଦନ କଲେ ଆଶାନୁରୂପ ଫଳପ୍ରାପ୍ତି କରାଏ।

ତ୍ରେତୟା ଯୁଗରେ ଜନ୍ମିତ, ଧର୍ମର ରକ୍ଷକ, ସଂରକ୍ଷଣର ଦେବତା ତଥା କର୍ମର ଦାତା ଶ୍ରୀ ପର୍ଶୁରାମଙ୍କ ମୂଳନାମ ଥିଲା ରା଼ମ। ଯେତେବେଳେ ଭଗବାନ ଶିବଙ୍କୁ ସେ ତପସ୍ୟା କରି ପ୍ରସନ୍ନ କଲେ ସେତବେଳେ ଶିବ ତାଙ୍କୁ ପରଶୁ ନାମକ ଅସ୍ତ୍ର ପ୍ରଦାନ କଲେ। ତେଣୁ ଜଗତରେ ତାଙ୍କ ନାମ ପର୍ଶୁରାମ ନାମରେ ଖ୍ୟାତ ହେଲା। ପ୍ରଭୁ ଶ୍ରୀରାମ ଭାରତର ଉତ୍ତରରୁ ଦକ୍ଷିଣକୁ ପ୍ରଭାବ ବିସ୍ତାର କରିଥିଲେ। ଦ୍ୱାପରରେ କୃଷ୍ଣଚନ୍ଦ୍ର ପୂର୍ବରୁ ପଶ୍ଚିମକୁ ପ୍ରଭୂତ୍ବ ବିସ୍ତାର କରିଥିଲେ। ହେଲେ ତେଜସ୍ୱୀ ପର୍ଶୁରାମ ସାରା ଭାରତବର୍ଷକୁ ଏକତ୍ର କରି ପ୍ରଭୂତ୍ବ ବିସ୍ତାର କରିଥିଲେ। ହିମାଳୟଠାରୁ କନ୍ୟାକୁମାରୀ ଓ କାଶ୍ମୀରଠାରୁ ଅରୁଣାଞ୍ଚଳ ପର୍ଯ୍ୟନ୍ତ ସମୃଦ୍ଧିର ପଥ ତିଆରି କରିଥିଲେ। ତେଣୁ ତାଙ୍କୁ ଜାତୀୟ ସଂହତିର ପ୍ରତୀକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେହେତୁ ସେ ବ୍ରହ୍ମତେଜ ଓ କ୍ଷେତ୍ରତେଜ ନେଇ ଜନ୍ମ ହୋଇଥିଲେ।

“ଅଗ୍ରତଃ ଚତୁରୋ ବେଦାହାଃ ପୃଷ୍ଠତଃ ସଶରଂ ଧନୁ
ଇଦଂ ବ୍ରାହ୍ମଂ ଇଦଂ କ୍ଷାତ୍ରଂ ଶାପାଦପି ଶରଦପି।”
ଅର୍ଥାତ ପର୍ଶୁରାମଙ୍କ ସମ୍ମୁଖ ଭାଗ ଜ୍ଞାନ ପ୍ରଦାନ କରୁଥିଲା ବେଳେ ପୃଷ୍ଠଭାଗରେ ଧନୁ ଓ ତୀରକୁ ଆଚ୍ଛାଦିତ କରିଥିଲେ। ଉଭୟ ବ୍ରାହ୍ମଣ ଏବଂ କ୍ଷେତ୍ରୀୟର ସ୍ଵଭାବରେ ସେ ଦୁଷ୍ଟମାନଙ୍କୁ ଅଭିଶାପରେ ହେଉ କିମ୍ବା ଯୁଦ୍ଧକରି ବିନାଶ କରିପାରିବର ସାମର୍ଥ୍ୟ ରଖିଥିଲେ। ଯୁଦ୍ଧକ୍ଷେତ୍ରରେ ଯୁଦ୍ଧlସ୍ତ୍ରର ଅଭାବ ହେଲେ ସେ ଅଭିଶାପ ଦେଇ ଶତ୍ରୁଙ୍କୁ ବିନାଶ କରୁଥିଲେ। ଶତ୍ରୁ ଯୋଦ୍ଧlଙ୍କୁ ସେ ଏକାକୀ ସାମ୍ନା କରୁଥିଲେ। ଦୁଷ୍ଟ କ୍ଷେତ୍ରୀୟ ଙ୍କୁ ଏକୋଇଶି ଥର ଯୁଦ୍ଧ କରି ପୃଥିବୀରୁ କ୍ଷେତ୍ରୀୟ ବଂଶ ନିପାତ କରିବାରେ ସକ୍ଷମ ହୋଇଥିଲେ। ଭଗବାନ ପର୍ଶୁରାମ ଶକ୍ତି, ସାହାସ, ତେଜସ୍ୱିତା ହେବାର ପ୍ରମାଣ ଦେଇଥିଲେ।

ତେଣୁ ଦଶାବତାର ସ୍ତୋତ୍ର କହେ…
“କ୍ଷେତ୍ରୀୟ ରୁଧିରମୟେ ଜଗଦପଗତପାପଂ ସ୍ନାପୟସୀପୟସୀ
କେଶବ ଧୃତ-ଭୃଗୁପତିରୂପ “ଜୟ ଜଗଦୀଶ ହରେ।”

ପିତୃମାତୃ ଭକ୍ତିରେ ପର୍ଶୁରାମ ନିଜର ତେଜ ଦେଖାଇଛନ୍ତି ଯାହା ଅନନ୍ୟ। ଶ୍ରୀମତଭାଗବତ ତଥା ବିଷ୍ଣୁପୁରାଣରୁ ଜଣାଯାଏ ଏକଦା ଗନ୍ଧର୍ବରାଜ ଚିତ୍ରରଥ ଅପସରାଙ୍କ ସହିତ ଆକାଶ ମାର୍ଗରେ ବିହାର କରୁଥିଲେ। ମାତା ରେଣୁକା ଏହି ଦୃଶ୍ୟ ଦେଖୁ ଦେଖୁ ଗଙ୍ଗା ତଟରୁ ହୋମ ପାଇଁ ଜଳକୁମ୍ଭ ଆଣିବାକୁ ବିଳମ୍ବ କଲେ। ଏକଥା ପିତା ଯମଦଗ୍ନୀ ଯୋଗ ଦ୍ୱାରା ଜାଣିଲେ। କ୍ରୋଧବଶତଃ ତାଙ୍କର ସମସ୍ତ ପୁତ୍ରଙ୍କୁ ରେଣୁକାର ଵଧ କରିବାକୁ କହିଲେ। କିନ୍ତୁ କେଉଁ ଭାଇମାନେ ଏହାକୁ ସ୍ୱୀକାର କରିନଥିଲେ। ପର୍ଶୁରାମ କିନ୍ତୁ ପିତୃଆଜ୍ଞା ପାଳନ ନିମିତ୍ତ ମାତା ରେଣୁକା ଓ ଭାଇମାନଙ୍କୁ ଵଧ କଲେ। ଏଥିରେ ସନ୍ତୁଷ୍ଟ ହୋଇ ଯମଦଗ୍ନୀ ପୁତ୍ର ପର୍ଶୁରାମଙ୍କୁ ବର ଯାଚନା କଲେ। ବୀର ପର୍ଶୁରାମ ପିତା ଯମଦଗ୍ନୀଙ୍କର ପ୍ରଖର ଦିବ୍ୟଶକ୍ତି ଅଛି ବୋଲି ଜ୍ଞାତ ଥିଲେ। ବର ସ୍ୱରୂପରେ ସେ ମାଗିଥିଲେ ମାତାଙ୍କ ସହିତ ସବୁ ଭାଇମାନଙ୍କର ଜୀବନ ଫେରାଇ ଦେବାକୁ। ଯମଦଗ୍ନୀ ତୁଷ୍ଟ ହୋଇ ସମସ୍ତଙ୍କୁ ସଂଜୀବନୀ ପ୍ରଦାନ କରିଥିଲେ।

କାମନା, ବାସନା ମଣିଷକୁ ଅନ୍ଧ କରିଦିଏ। କ୍ଷେତ୍ରୀୟ ରାଜା ସହସ୍ରାର୍ଜୁନ ପିତା ଯମଦଗ୍ନୀଙ୍କ ଆଶ୍ରମରେ କପିଳା କାମଧେନୁର ଆଶ୍ଚର୍ଯ୍ୟ ବର ସମ୍ବନ୍ଧରେ ଜାଣିପାରିଲା। ତେଣୁ ତା ମନରେ ଲାଳସା ଜାଗ୍ରତ ହେଲା। ବଳପୂର୍ବକ ସେ କାମଧେନୁକୁ ଆଶ୍ରମରୁ ନେଇଗଲା। କୃଦ୍ଧ ପର୍ଶୁରାମ ସହସ୍ରାର୍ଜୁନର ଵଧ କରି କପିଳାକୁ ପିତାଙ୍କୁ ପ୍ରଦାନ କଲେ। ପ୍ରତିଶୋଧ ପରାୟଣ ହେଲେ ସହସ୍ରାର୍ଜୁନର ପୁତ୍ରଗଣ। ପର୍ଶୁରାମ ତପ କରିବାକୁ ଯିବାର ସୁଯୋଗରେ ସେମାନେ ଆଶ୍ରମକୁ ଆସି ଯମଦଗ୍ନୀଙ୍କୁ ହତ୍ୟା କଲେ। ମାତା ରେଣୁକା ବିଚଳିତ ହୋଇ ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେଲେ। ଏହି ଅସହ୍ୟ ଘଟଣାକୁ ଦେଖି ପର୍ଶୁରାମ କ୍ରୋଧିତ ହୋଇପଡିଲେ। ତେଣୁ ସଂକଳ୍ପ କଲେ ମୁଁ ସବୁ କ୍ଷେତ୍ରୀୟମାନଙ୍କୁ ପୃଥିବୀରୁ ଲୋପ କରିବି। ଅହଙ୍କାରୀ ଏବଂ କ୍ଷତ୍ରିୟମାନଙ୍କୁ ସେ ଏକୋଇଶି ଥର ପୃଥ୍ୱୀବରୁ ସଂହାର କଲେ। କିନ୍ତୁ ହୈହୟ ବଂଶର ପାଞ୍ଚ ପୁତ୍ରଙ୍କୁ ଅଭୟଦାନ କରିଥିଲେ ଯେଉଁମାନେ ବୃଷ୍ନି, ବିତିହୋତ୍ର ନାମରେ ପରିଚିତ।

ବ୍ରହ୍ମବୈବର୍ତ୍ତ ପୁରାଣ କହେ ଥରେ କୈଳାଶରେ ଶଙ୍କରକୁ ଦର୍ଶନ ଉଦେଶ୍ୟରେ ପର୍ଶୁରାମ ଯାଇଥିଲେ। କିନ୍ତୁ ଗଣେଶ ଅନ୍ତଃପୁରକୁ ଯିବାକୁ ଦେଇ ନ ଥିଲେ। ପର୍ଶୁରାମ ବଳପୂର୍ବକ ଭିତରକୁ ପଶିବାକୁ ଚେଷ୍ଟା କଲେ। ତେଣୁ ଗଜାନନ ତାଙ୍କୁ ସମ୍ମୋହନ କରି ବ୍ରହ୍ମାଣ୍ଡର ସମସ୍ତ ଲୋକକୁ ଶୁଣ୍ଢ ଦ୍ୱାରା ବୁଲାଇ ଆଣି ପାତାଳରେ ପକାଇ ଦେଲେ। ଚେତନା ପ୍ରାପ୍ତ ହୋଇ ପର୍ଶୁରାମ ନିଜର ପର୍ଶୁ ଦ୍ୱାରା ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗିଦେଲେ। ଯେଉଁଥିପାଇଁ ଗଜାନନ ଏକଦନ୍ତ ନାମରେ ନାମିତ ହେଲେ। ବାଲ୍ମୀକୀ ରାମାୟଣ କହେ ଶ୍ରୀରାମ ଯେତବେଳେ ଶିବଧନୁ ଭାଙ୍ଗିଲେ ସେତେବେଳେ ପର୍ଶୁରାମ କ୍ରୋଧବଶତଃ ଯୁଦ୍ଧର ଆହ୍ୱାନ ଦେଇଥିଲେ। କିନ୍ତୁ ଶ୍ରୀରାମଙ୍କ ତେଜରେ ତାଙ୍କ ତେଜ ହରଣ ହେଲା। ସେତେବେଳେ ଶ୍ରୀରାମ ତାଙ୍କୁ ଆଦରପୂର୍ବକ ପୂଜାର୍ଚନା କଲେ। ପର୍ଶୁରାମ ମଧ୍ୟ ଶାନ୍ତ ଚିତ୍ତରେ ଶ୍ରରାମଙ୍କୁ ପରିକ୍ରମା କରି ଆଶ୍ରମକୁ ଚାଲିଗଲେ।

କିନ୍ତୁ ରାମଚରିତ ମାନସ କହେ…
“କହ ଜୟ ଜୟ ରଘୁକୁଳକେତୁ
ଭୃଗୁପତି ଗୟେ ବନହିଁ ତପ ହେତୁ।”
ଅର୍ଥାତ ତେଜ ହରଣ ଉପରାନ୍ତ ପର୍ଶୁରାମ ବଣକୁ ତପସ୍ୟା କରିବାକୁ ଚାଲିଯାଇଥିଲେ। ମହାଭାରତ କାଳରେ ପର୍ଶୁରାମ ଭୀଷ୍ମ, ଦ୍ରୋଣ, କର୍ଣଙ୍କୁ ଯୁଦ୍ଧବିଦ୍ୟା ମଧ୍ୟ ଶିକ୍ଷା ଦେଇଥିଲେ। କିନ୍ତୁ କର୍ଣଙ୍କ ଛଳନା ତାଙ୍କୁ ସହ୍ୟ ହୋଇନଥିଲା। ତାଙ୍କ ପଣରେ ସେ କୌଣସି କ୍ଷତ୍ରିୟମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଉନଥିଲେ। ଯେହେତୁ କ୍ଷତ୍ରିୟର ପରିଚୟ ଦେଇ କର୍ଣ୍ଣ ବିଦ୍ୟା ଶିକ୍ଷା କରୁଥିଲେ। ବ୍ୟଥିତ ପର୍ଶୁରାମ ଅଭିଶାପ ଦେଇଥିଲେ କର୍ଣ୍ଣ ଆବଶ୍ୟକତା ପଡିଲେ ମୋର ଏହି ବିଦ୍ୟା ତୁମପାଇଁ କାମ ଦେବନି।

ଅଷ୍ଟ ଚିରଞ୍ଜିବିଙ୍କ ମଧ୍ୟରେ ପର୍ଶୁରାମ ଜଣେ। ସେ ଅମରତ୍ୱ ପ୍ରାପ୍ର ହୋଇଛନ୍ତି। କାରଣ ଚକ୍ରତୀର୍ଥରେ ପର୍ଶୁରାମ କଠିନ ତପ କଲାବେଳେ ଭଗବାନ ବିଷୁ ତାଙ୍କ ତପରେ ସନ୍ତୁଷ୍ଟ ହୋଇ ବର ଦେଲେ। ପ୍ରସନ୍ନ ଚିତ୍ତରେ ବିଷ୍ଣୁ ବର ଦେଇ କହିଲେ ତ୍ରେତୟା ଯୁଗରେ ରାମବତାରରେ ତୁମର ତେଜ ହରଣ ହେବ। ତୁମେ କିନ୍ତୁ କଳ୍ପlନ୍ତ ପର୍ଯ୍ୟନ୍ତ ଭୁଲୋକରେ ତପସ୍ୟାରେ ମଗ୍ନ ରହିବ। ପୁନଶ୍ଚ କଳ୍କୀ ପୁରାଣ କହେ ପର୍ଶୁରାମ ବିଷ୍ଣୁଙ୍କ ଚବିଶି ତଥା ଅନ୍ତିମ ଅବତାର କଳ୍କୀଙ୍କର ଗୁରୁ ହେବେ। ତାଙ୍କୁ ଯୁଦ୍ଧ ଶିକ୍ଷା ଦେବେ। ଶିବ ଶଙ୍କରଙ୍କୁ ତପସ୍ୟା କରି ଦିବ୍ୟlସ୍ତ୍ରର ପ୍ରାପ୍ତ ପାଇଁ ପର୍ଶୁରାମ କଳ୍କୀଙ୍କୁ ପରାମର୍ଶ ଦେବେ।

ଅଷ୍ଟମୀ ତିଥି ବିଜୟ ଏବଂ ସାହସର ପ୍ରତୀକ। ଏହି ତିଥିରେ କରାଯାଉଥିବା ଧାର୍ମିକ କାର୍ଯ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୁଏ। ଅଧିକ ସାହାସ ଓ ପରାକ୍ରମ ପାଇଁ ଏହି ତିଥିର ବ୍ରତାଧାରୀ ସମ୍ପୂର୍ଣ ଶ୍ରଦ୍ଧା ଓ ନିଷ୍ଠାକୁ ପାଳନ କରିବା ଆବଶ୍ୟକ। ଜନ୍ମାଷ୍ଟମୀ, ଦୁର୍ଗାଷ୍ଟମୀ, ରାଧାଷ୍ଟମୀ, ଅଶୋକାଷ୍ଟମୀ ପରି ପର୍ଶୁରାମାଷ୍ଟମୀ ଅତ୍ୟନ୍ତ ପ୍ରଭାବଶାଳୀ। କାରଣ ଏହି ବ୍ରତ ମାଧ୍ୟମରେ ବ୍ରତାଧାରୀ ପ୍ରଚଣ୍ଡ ଶକ୍ତି ପ୍ରାପ୍ତ ହୋଇ ବିପରୀତ ପରିସ୍ଥିତିରୁ ଅନାୟାସରେ ମୁକୁଳିଯାଏ। ଏହି ଶୁଭ ଦିନରେ ପୁରା ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ପୂଜା ଆରାଧନାରେ ମଗ୍ନ ରହିଲେ ଫଳଦାୟୀ ଆଶା ପୂର୍ଣ୍ଣ ହୋଇଥାଏ। ଏପରି ପବିତ୍ର ଦିନରେ ବିଷ୍ଣୁ ସହସ୍ରନାମ, ରା଼ମ ରକ୍ଷାସ୍ତୋତ୍ର ସହିତ ପର୍ଶୁରାମ ମନ୍ତ୍ର ଜପ କରି ହୋମ ଯଜ୍ଞ କରାଯାଇଥାଏ। ଗୁପ୍ତ ନବରାତ୍ର ସମୟରେ ଯାହାବି ଧର୍ମୀୟ ଭାବାବେଗର କାର୍ଯ୍ୟ କରାଯାଇଥାଏ ତାହା ଅନନ୍ତ ସୁଖ ଦେଇଥାଏ।

ଆଧୁନିକ ମଣିଷର ମନରୁ ବିଶ୍ୱାସର ଭାବ କମି ଯାଇଛି। କିନ୍ତୁ କାୟିକ, ବାଚୀକ, ମାନସିକସ୍ତରକୁ ଦୃଢ କଲେ ବିଶ୍ୱାସର ଭାବ ନିଶ୍ଚିତ ଉଦ୍ରେକ ହେବ। ଶରୀରକୁ ନୂତନ ତେଜବାନ କରିବା ଲାଗି ବ୍ରତର ଆବଶ୍ୟକତା ନିଶ୍ଚିତ। ଦୃଢ଼ ମନୋବଳ ତଥା ଉଚ୍ଚ ସଂକଳ୍ପ ହିଁ ମଣିଷକୁ ସିଦ୍ଧି ପ୍ରାପ୍ତ କରାଏ। ଶ୍ରୀପର୍ଶୁରାମ ବ୍ୟକ୍ତିର ଜୀବନକୁ ଉଚ୍ଚ ମନୋବଳ ସଂଚାର କରାଇ ଲକ୍ଷ୍ୟ ପଥରେ ଆଗେଇ ନିଅନ୍ତୁ। ଚିରଂଜିବୀ, ଦାନବୀର, ଦୟାଳୁ, ବିଶ୍ଵବନ୍ଦ୍ୟ ଶ୍ରୀ ପର୍ଶୁରାମ ସକଳ ହୃଦୟରେ ରହି ଆତ୍ମିକ ତଥା ବୌଦ୍ଧିକ ଶକ୍ତିକୁ ଅଭିବୃଦ୍ଧି କରନ୍ତୁ। ତାଙ୍କ କୃପାଦୃଷ୍ଟିରେ ସଂସାରରୁ ଦୁଷ୍ଟ ଓ ଖଳର ସ୍ଵଭାଵ ଦୂରେଇ ଯାଉ ଏତିକି କାମନା।

ଗୀତାଞ୍ଜଳି କର

ଗୀତାଞ୍ଜଳି କର

ଗୀତାଞ୍ଜଳି କର ଜଣେ ସୁପରିଚିତ ଲେଖିକା ଏବଂ ସମାଜସେବୀ। ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି।

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.