Tuesday, February 10, 2026
Tuesday, February 10, 2026

ଅମୃତ ସନ୍ତାନ ମଣିଷ

ଅମୃତ ସନ୍ତାନ ମଣିଷ,
ଜନ୍ମ ଦେଇ ପ୍ରଭୁ କରିଛନ୍ତି ମୁକ୍ତ
ଭରିଛନ୍ତି ପ୍ରେମ ପୀୟୂଷ.

ଜନ୍ମରୂ ମଣିଷ ସ୍ୱାଧୀନ
ସ୍ୱାଧୀନ ଆଚାର ବିଚାରେ ବଞ୍ଚିବ
ପରମାତ୍ମାଙ୍କର ଏହା ଦାନ.

କରି ଅହଂକାର ମଣିଷ
ଦୁର୍ବଳ ଉପରେ କରି ଆଧିପତ୍ୟ
ବୁଣି ଦେଇଥାଏ ବିଷ.

ପରାଧୀନ କରି ଆନକୁ
ସବଳ ଲୁଟଇ ଦୁର୍ବଳ ମାନଙ୍କୁ
ଭୟ ନ କରିଣ ଧର୍ମକୁ.

ଆମ ଜନ୍ମ ଭୂମି ଭାରତ
ସେହିପରି ଦିନେ ଦୁର୍ଦ୍ଦିନ ଭିତରେ
ହରାଇ ଦେଲା ତା ମହତ.

ଦେବ ଭୂମି ହେଲା ପରାଧୀନ
ଭାରତବାସୀଏ ହୋଇଲେ ଦୁର୍ବଳ
ବହୁଭାବେ ହେଲେ ହୀନିମାନ.

ପ୍ରଭୁ ଜନ୍ମ ଦେଲେ ଦିବ୍ୟଦ୍ରଷ୍ଟା
ତାଙ୍କ ସ୍ୱର ସ୍ପର୍ଶ କରିଲା ସଭିଙ୍କୁ
ହୋଇଲା ସେ ସଂଗ୍ରାମୀ ଙ୍କ ସ୍ରଷ୍ଟା.

ସଂଗ୍ରାମ ହୋଇଲା ତୀବ୍ରତର
ବିଦେଶୀ ଶାସନ ଭିତ୍ତି ଦୋହଲିଲା
ଛାଡିଦେଲେ ସେ ଶାସନ ଡୋର.

ଭାରତ ପାଇଲା ସ୍ୱାଧୀନତା
ଗଣତନ୍ତ୍ର ରାଷ୍ଟ୍ର ଭାବେ ଆମ ଦେଶ
ପ୍ରତିଷ୍ଠା କରିଲା ମହାନତା.

ପଚସ୍ତରୀ ବର୍ଷ ହେଲା ପୂର୍ଣ୍ଣ
ଗଣଶାସନ ର ଅମୃତର ସ୍ୱାଦ
ଜୀବନ କରୁଛି ପରିପୂର୍ଣ୍ଣ.

ଆସରେ ସଭିଏଁ ଏକ ହେଵା
ତ୍ରିରଙ୍ଗା ଉଡାଇ ଜନ ଗଣ ଗାଇ
ବିଶ୍ୱ ନିନାଦିତ କରିଦେବା.

ସ୍ୱାଧୀନ ଭାରତ–ଜୟ
ଜାତୀୟ ପତାକା—ଜୟ
    ବନ୍ଦେ-ଭାରତମାତା
       

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

Comments 16,479