• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା
Share on FacebookShare on Xshare on Whatsappshare on Linkedin
ଅମୃତେଶ ଖଟୁଆ, ଭୁବନେଶ୍ଵର ୨୫ ସେପ୍ଟେମ୍ବର ୨୦୨୬

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଅନନ୍ତ ଦେବଙ୍କ ବ୍ରତ ତିଥି । ସକୁଟୁମ୍ଵ ସୁଖ ସୌହାର୍ଦ୍ଦ୍ୟ କାମନାପୂର୍ବକ ଗୃହସ୍ଥ ସଧବା ମହିଳାମାନଙ୍କ ସହ ସବୁ ପ୍ରାପ୍ତବୟସ୍କ ପୁରୁଷମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟକୁଳ ନାଗ (ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟକ, ପଦ୍ମ, ମହାପଦ୍ମ, ଗୁଲ୍ଲିକ ଓ ଶଙ୍ଖ) ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମସ୍ତକରେ ଦିବ୍ୟ ସ୍ବସ୍ତିକ ଚିହ୍ନ ସର୍ବଦା ରହିଥାଏ ଓ ବେଦପତି ବ୍ରହ୍ମାଙ୍କୁ ତପସ୍ୟା କରି ସେ ଅମର ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ । ତେଣୁ କରି ଅନନ୍ତଙ୍କ ଏହି ବ୍ରତ ଜଣେ ପ୍ରଥମ କରି ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଓ ଅତି ନିଷ୍ଠାର ସହିତ ଏହି ପାଳନ କରିବେ ବୋଲି ବରିଷ୍ଠ ବ୍ରତାଚାରୀ ମତପ୍ରକାଶ କରନ୍ତି । ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରିବା ସହ ଗୃହସ୍ଥ ବ୍ରତାଚାରୀ ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରନ୍ତି । ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ, ଶୁକ୍ଳବର୍ଣ୍ଣ ବସ୍ତ୍ରପରିହିତ, ନାନା ରତ୍ନାଳଙ୍କାରମଣ୍ଡିତ ଓ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପ୍ରଭୃତି ଆୟୁଧମାନ ସେ ଧାରଣ କରିଥାନ୍ତି ।

ଏହି ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ । ଶାଶୁ କରିଥିଲେ ତାଙ୍କ ବୋହୂ କରନ୍ତି ଓ ତା ପରେ ପିଢ଼ିର ଅନ୍ୟ ନବବଧୂମାନେ କରିଥାନ୍ତି । କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି । ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଯେଉଁ ମାନେ ପୂର୍ବରୁ ପାଳନ କରୁଥିବେ ସେମାନେ ପୁରୁଣା ବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରିବେ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି । ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନ ଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଶୁଦ୍ଧଜଳ ପାନ କରନ୍ତି । ଏହି ବ୍ରତ ଅତି ପୁଣ୍ୟଦାୟକ ଅଟେ । ପାପାଚର ନକରି ଧାର୍ମିକ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ବ୍ରତ ପାଳନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସ୍ନାନ ଓ ଧୌତବସ୍ତ୍ର ପିନ୍ଧିସାରି ଗୋଟିଏ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳରେ ଶାଳଗ୍ରାମ ବା ଧାତୁ ପ୍ରତିମାଙ୍କୁ ରଖି ବିବିଧ ଉପଚାରରେ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରିବେ । ଭବିଷ୍ୟ ପୁରାଣରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ସମ୍ବାଦରେ ଏହି ବ୍ରତର ମାହାତ୍ମ୍ୟ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି । ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ ।

ଏକାମ୍ରକ୍ଷେତ୍ର ଭୁବନେଶ୍ଵରରେ ଅନନ୍ତ ବାସୁଦେବଙ୍କ ଉପାସନା :-
ସମଗ୍ର ଭାରତର ଇତିହାସରେ ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ପରିଲକ୍ଷିତ ହୋଇଛି ଓ ତନ୍ମଧ୍ୟରେ ଓଡ଼ିଶାର ଆଧୁନିକ ରାଜଧାନୀ ଏବଂ ସର୍ବପୁରାତନ ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ବିନ୍ଦୁସାଗର ତୀର୍ଥ କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ରହିଛି । ଗୌରବମଣ୍ଡିତ ଏକାମ୍ରକ୍ଷେତ୍ରର ପୌରାଣିକ ଆଖ୍ୟାନ ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦେଉଳର ଉତ୍ତର ଦିଗରେ ଅନନ୍ତ ବାସୁଦେବ ଏକାମ୍ରକ୍ଷେତ୍ରର ତୀର୍ଥରକ୍ଷକ ବା କ୍ଷେତ୍ରପାଳକ ରୂପେ ଅଧିଷ୍ଠିତ ହୋଇଛନ୍ତି । ଏହାଙ୍କ ଉପାସନାର ପରମ୍ପରା ପ୍ରାୟ ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ନିରୂପିତ ବୋଲି ବିନ୍ଦୁସାଗର ବ୍ରହ୍ମା ଘାଟରେ ଥିବା ମୂଳ ତିନି ସର୍ବପ୍ରାଚୀନ ବିଗ୍ରହଙ୍କ ଦ୍ବାରା ନିରୂପିତ ହୁଏ । ଏହି ଅନନ୍ତ ଚତୁର୍ଦ୍ଦଶୀରେ ବର୍ତ୍ତମାନର ଅନନ୍ତ ବାସୁଦେବଙ୍କ ଦେଉଳରେ ଉକ୍ତ ଦିନ ପ୍ରାୟ ପ୍ରତ୍ୟୁଷ ୩ଟାରୁ ଦେଉଳ ଫିଟି ମଙ୍ଗଳ ଆଳତି ଆଦି ନୀତି ସରିବା ପରେ ସାହାଣ ମେଲା ହୋଇ ବ୍ରତାଚାରୀମାନେ ଓଷା ପାଇଁ ବେଢ଼ାରେ ଭୋଗ ଓ ପୂଜକଙ୍କ ଦ୍ବାରା ବନ୍ଦାପନା କରାଯାଏ । ଏଥି ସହ ଅନନ୍ତ ବାସୁଦେବଙ୍କ ଦେଉଳରେ ସମ୍ପୂର୍ଣ୍ଣ ଦିବସ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ପରିଶେଷରେ ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ସମ୍ପାଦନ କରି ଅନନ୍ତବ୍ରତର ଦର୍ଶନ ଓ ବିଧି ଶେଷ ହୁଏ ।

ଅମୃତେଶ ଖଟୁଆ

ଅମୃତେଶ ଖଟୁଆ

ଜଣେ ସମସାମୟିକ କିଶୋର ଅଧ୍ୟେତା ଭାବେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ଓତଃପ୍ରୋତ ଭାବେ ଜଡ଼ିତ ରହି ଏହା ଉପରେ ନିରନ୍ତର ଗବେଷଣା ଏବଂ ଦୈନନ୍ଦିନ ଅନୁଭୂତି ଯୋଗେ ଏହାକୁ ନିୟମିତ ପାଳନ କରିବାରେ ପ୍ରୟାସରତ ଜଣେ ତରୁଣ ସାହିତ୍ୟ ଓ ସଂସ୍କୃତିପ୍ରେମୀ।

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.