• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅନ୍ନପୂର୍ଣା ଥିଏଟର (ଭାଗ ୧୪)

ଅନ୍ନପୂର୍ଣା ଥିଏଟର (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ଫେବୃଆରୀ ୨୦୨୫

ଆମ ପିଲାଦିନେ ପୁରୀରେ ଅନ୍ନପୂର୍ଣ୍ଣା “ଏ” ଗ୍ରୁପ୍‌ ଚାଲିଥାଏ। କଟକରେ ଚାଲୁଥାଏ “ବି” ଗୃପ୍‌।

ବୋଉ ଓ ମୁଁ ପିଲାଦିନେ ସେଠି “ଖଇକଉଡ଼ି’ ନାଟକ ଦେଖିବାକୁ ଯାଇଥିଲୁ। ବୋଧେ ନୀଳକଣ୍ଠ ମିଶ୍ରଙ୍କ ନାଟକ। ବ୍ୟୋମକେଶ ତ୍ରିପାଠୀ ସେଥିରେ ରୋଲ୍‌ କରୁଥାନ୍ତି। ପରେ ପରେ ପୁରୀରେ ସାହିଯାତ ସମୟରେ କିଛି ଯାତ୍ରା ବି ଦେଖିଲି। ସୁଶୀଳ ମାଳତୀ, ଅମର ବିଳାଶ, ଦୁର୍ଦ୍ଦାନ୍ତ ଡାକୁ ହରି ସିଂ ଇତ୍ୟାଦି।

କଲେଜ ବେଳେ “ଶ୍ରୀ ଗଣେଶ” ଗୀତିନାଟ୍ୟ ଆମ ଘରପାଖେ ହେଇଥିଲା। ପାଣୁ ସାହୁଙ୍କ ବଡ଼ପୁଅ ବିଷ୍ଣୁ ଭାଇ ଥାଆନ୍ତି ତା’ର ମୁଖ୍ୟ କାର୍ପଟଦାର। ନାନୀ ହେଇଥିଲା ପାର୍ବତୀ, ମୁଁ ବିଷ୍ଣୁ। ବାଲିଘାଟ, ତାଳବଣିଆ (ଏବର ସର୍ବୋଦୟ ନଗର)ର କେତେ ଜଣ ଆମ ସହ ଥାଆନ୍ତି। ସେ ପାଖଆଖର କେତେ ଲୋକ ଦର୍ଶକ ହେଲେ।

କଲେଜରେ ପଢ଼ିଲାବେଳେ ନାଟକ କରୁଥିଲି, ଲେଖିଛି ବି ତିନିବର୍ଷ। ଆନ୍ତଃ କଲେଜ ନାଟ୍ୟ ପ୍ରତିଯୋଗିତା ପାଇଁ ମୋ ନାଟକ ମନୋନୀତ ହୋଇଥିଲା।କଲେଜ ପାଖରେ ଅର୍ଥ ନଥିବାରୁ ଆମେ ଯାଇପାରିଲୁନି।

ଦେବଦତ୍ତ ଭାଇଙ୍କ ନେତୃତ୍ଵରେ ଉଦୟନ ପକ୍ଷରୁ ଆମେ “ଶବ ପଡ଼ିଛି” ନାଟକ ଅନ୍ନପୂର୍ଣ୍ଣା ଥିଏଟରରେ କରିବା କଥା ଆଗରୁ ଲେଖିଛି। ପରେ ସ୍କୁଲ ପ୍ରଧାନ ଶିକ୍ଷକ ଥିଲାବେଳେ ବେତାର ନାଟକ ବି ପିଲାମାନଙ୍କୁ ନେଇ ଆକାଶବାଣୀ, ଜୟପୁରରେ କରିଛି। ନିଜେ ଲେଖିଛି, ନିର୍ଦ୍ଦେଶନା ବି ଦେଇଛି।

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏବେ ପ୍ରାୟ ବନ୍ଦ।ନୂଆ ପେଣ୍ଡାଲ ହେଇଛି। ସେଠି ନାଟକ ନହୋଇ ସଭା ସମିତି ହେଉଛି।ସରକାରୀ ପ୍ରୋତ୍ସାହନରେ କେବେ କେବେ ନାଟକ। ସେ ପେଶାଦାର ଅଭିନେତା, ଅଭିନେତ୍ରୀ କୁଆଡ଼େ ଗଲେ ଏକଥା ଭାବି ମୁଁ ଏବେ ଚିନ୍ତାରେ ପଡ଼େ।

ଅନ୍ନପୂର୍ଣ୍ଣା “ଏ” ଗ୍ରୁପ କେବଳ ନୁହେଁ, କଟକର “ବି” ଗୁପ ବି ବନ୍ଦ ହୋଇଯାଇଛି। ସେଠାକାର ପେଣ୍ଡାଲକୁ ମୁଁ ଗତ ଚାଳିଶ ବର୍ଷ ଦେଖିନାହିଁ। ବୋଧେ ସେଠି ବି କିଛି ହେଉନି।କରୋନାରେ ନୁହେଁ, କରୋନାର ଅନେକ ପୂର୍ବରୁ ଏ ଦୁର୍ଘଟଣା ଘଟିଯାଇଛି। ଲୋକେ ନାଟକ ଏବେ ସଂସଦ ବା ବିଧାନସଭାରେ ଦେଖୁଛନ୍ତି। ସାହିତ୍ୟ ଏବେ ମଞ୍ଚରେ। ବେଳେବେଳେ ଦୂରଦର୍ଶନରେ ନାଟକ ବା ସାହିତ୍ୟ ହେଉଛି।

ମୁଁ ସବା ଶେଷଥର ନାଟକଟିଏ ମଞ୍ଚରେ କେବେ ଦେଖିଥିଲି, ମନେ ପକେଇ ପାରୁନି।

ନାଟକ କଥା କହୁ କହୁ ନାଟ୍ୟକାର ଓ ଅଭିନେତା ନାରାୟଣ ଶତପଥୀଙ୍କ କଥା ମନେପଡ଼େ। ସେ ମୋ ଶିକ୍ଷକ ଥିଲେ। ଥରେ ନାଟକ ରିହର୍‌ସଲ୍‌ କଲେଜ ବେଳେ କରୁଛୁ, ନାରାୟଣ ସାର୍‌ ଦେଖିବାକୁ ଚାଲିଆସିଲେ। ଆମମାନଙ୍କ ହାତରେ ଥାଏ ସିଗାରେଟ୍‌। ନାଟକ ରିହର୍‌ସାଲ୍‌ ବେଳେ ସିଗାରେଟ୍‌ ଟାଣିବା ଥିଲା ସେତେବେଳର ଢ଼ଂଗ। ଆମେ ସାର୍‌ଙ୍କୁ ଦେଖି ସିଗାରେଟ୍‌ ଲୁଚାଇଦେଲୁ। ସାର୍‌ ହୁଏତ ଜାଣିପାରିଥିଲେ। ହେଲେ, ଏମିତି ବ୍ୟବହାର କଲେ, ଯେମିତି ଦେଖିନାହାନ୍ତି।

ଅନ୍ନପୂର୍ଣ୍ଣା ଥିଏଟର ଭଳି ନାରାୟଣ ଶତପଥୀ ବି ହଜିଗଲେଣି। କେବେ ହଜିଗଲେ, କେହି ହିସାବ ରଖିନାହାନ୍ତି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.