• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଦାୟ ରାଉରକେଲା

ବିଦାୟ ରାଉରକେଲା
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଡିସେମ୍ବର ୨୦୨୪

ଭବା ମାମୁଁ ଆସିବା ସହ ଆମର ଜୀବନର ଅନେକ ପରିବର୍ତ୍ତନ ହେଲା। ତାଂକ ପାଇଁ ରହିବାର ବ୍ୟବସ୍ଥା ତ ହେଲା, ଧୀରେ ଧୀରେ ସେ ମୋ ଜାଗା ଦଖଲ କରିନେଇଛନ୍ତି ବୋଲି ମୋର ମନେହେଲା।

ମାମିନା ଓ ମୋ ଜୀବନଧାରା ଥିଲା ପୂର୍ବ ଭଳି। ହଠାତ୍ ଦିନେ କକେଇ ନୂଆ ଲାମ୍ବି ସ୍କୁଟରଟିଏ ନେଇଆସିଲେ। ସେ ସ୍କୁଟର ଆମ ଘରେ ସାତ ଆଠ ବର୍ଷ ଥିଲା।

କକେଇଂକ ଅଫିସ୍ କାମ ପାଇଁ ଥିଲା ଗୋଟେ ଜିପ୍ ଗାଡ଼ି। ତା ଡ୍ରାଇଭର ନାଁ ଥିଲା ରାଉତ। ଆଉ ଜଣେ ଅର୍ଦ୍ଧଳି ଥିଲା, ନାଁ ପୁରନ୍ଦର। ସମ୍ବଲପୁର ବେଳଠୁ ପିଲାଟିଏ ଆମ ଘରେ କାମ କରୁଥିଲା। ଆଦିବାସୀ ପିଲା। ନାଁ ହରିବନ୍ଧୁ ବାଘ। ହେଲେ, ସ୍କୁଟର ଆସିବା ପରେ କକେଇ ଛୋଟ ମୋଟ କାମ ପାଇଁ ସ୍କୁଟରରେ ଯାଉଥିଲେ।

ଦିନେ ଆସିବା ବେଳକୁ ଘରେ ଅନେକ ଲୋକ ଥିଲେ। ଡାକ୍ତର, ନର୍ସ, ଅଫିସ୍ ଲୋକେ। କକେଇ ସ୍କୁଟରରେ ଗଲାବେଳେ ଦୁର୍ଘଟଣା ହୋଇଥିଲା। ତାଂକର ଗୋଡ଼ ଭାଂଗିଥିଲା। ସଂଜ ବେଳକୁ କକେଇଂକୁ ଆମ୍ବୁଲାନ୍ସରେ ଲୋକ ନେଇଆସିଲେ। ତାଂକ ଗୋଡ଼ ପ୍ଲାଷ୍ଟର ହେଇଥାଏ। ମାମିନା ଓ ମୁଁ କିଛି ବୁଝିପାରୁ ନଥାଉ। ଖୁଡ଼ି କକେଇଂକ ସେବା କରୁଥାନ୍ତି। କକେଇଂକ ଝାଡ଼ା ଯିବା ଲାଗି ପ୍ୟାନ୍ ଲାଗୁଥାଏ। ଆମ ପାଇଁ ଏସବୁ ଥିଲା ନୂଆ ଓ ଅଦ୍ଭୁତ।

ଧୀରେ ଧୀରେ ସବୁ ସ୍ଵଭାବିକ ହୋଇଆସିଲା। କକେଇ, ଖୁଡ଼ି, ମାମିନା ଓ ମୁଁ ଗୋଟେ ଗାଡ଼ିରେ ପୁରୀ ଗଲୁ। ସମୟ କ୍ରମେ କକେଇ କେବେ ଚଲାବୁଲା କରିପାରିଲେ ମୋର ମନେନାହିଁ। ମୋର କେବଳ ଏତିକି ମନେଅଛି ଯେ ଗୋଟେ ଟ୍ରେନ୍ ଚାଲୁଥାଏ, ଉତ୍କଳ ଏକ୍‌ସପ୍ରେସ୍। କକେଇଂକର ଜଣେ ଅଂତରଂଗ ବୁଲୁ କକେଇ ମତେ ନେଇ ରାଉରକେଲା ଗଲେ। ଆମେ ପହଂଚିଲା ବେଳକୁ କକେଇ ଚଲାବୁଲା କଲେଣି।

ପଂଚମ ଶ୍ରେଣୀରେ ଆମ ଶ୍ରେଣୀରୁ ପାଂଚ ଜଣ ପିଲା ସ୍କଲାରସିପ୍ ପରୀକ୍ଷା ପାଇଁ ବଛା ହେଲେ। ମୁଁ ପାଂଚ ନମ୍ବରରେ ଥିଲି। କକେଇ ଖୁବ୍ ଆଶା ରଖିଥଲେ, ମୁଁ ଭଲ ରେଜଲ୍ଟ ଆଣିବି। ସେମିତି କିଛି ହେଲାନାହିଁ। ସେ କିଛିଦିନ ମତେ ସୈନିକ ସ୍କୁଲରେ ପଢ଼େଇବାକୁ ଚାହୁଁଥିଲେ। ଧୀରେ ଧୀରେ ସେ ସ୍ଵପ୍ନ ହଜିଗଲା। ଖୁଡ଼ୀ ବୋଧେ ଆଗ୍ରହୀ ନଥିଲେ।

ମୋ ପଂଚମ ଶ୍ରେଣୀ ପରୀକ୍ଷା ପରେ ମତେ ପୁରୀ ପଠେଇ ଦିଆଗଲା। କେମିତି ଆସିଥୁଲି, ମୋର ମନେନାହିଁ। ଅନିଲ୍‌ଠୁ ବିଦାୟ ନେଇ ଆସିଲି। ସ୍କୁଲର ଅନ୍ୟ ସାଂଗମାନଂକଠୁ ବି।

ପୁଣି ସେ ପୁରୀର ସାଂଗସାଥି, ସଂଜ ଓ ସକାଳ। ଏଥରକ ରବି ଭାଇ ଦିଶୁନଥଲା। ରେବନାନୀ ଆମ ସହ ଖେଳୁନଥିଲା। ସବୁ କିଛି ବେଖାପ ବେଖାପ ଲାଗୁଥିଲା। ଆମ ଘର ସାମ୍ନାର ବାଲି ଆଉ ନଥିଲା। ଦୁଆର ସାମ୍ନାରୁ ବାଲି ହଟିଯାଇଥିଲା। ଆମ ଘରେ ଥିଲା ଗୋଟେ ନୂଆ ପିଲା, ପୁଅଟିଏ। ତା ଆଗରୁ ନାନୀ, ଝୁନୁ, ମିନୁ ଓ ମୁଁ ମିଶି ଚାରିଜଣ ଥିଲୁ। ସେ ଥିଲା ପଂଚମ। ତା ନାଁ ବିଶ୍ବରଂଜନ ରଖାଗଲା। ଡାକ ନାଁ ଦେବୁ।

କିଛିଦିନ ପରେ ଆମ ଘରେ ଜଣେ ସ୍ତ୍ରୀ ଲୋକ ଆସିଲେ। ଶୁଣିଲୁ, ସିଏ ଦେବୁର ଯତ୍ନ ନେବେ। ବୋଉ ସେବେଠୁ ଘର କାମ କରିବା ବନ୍ଦ କରିଦେଲା ଯେ ମଲାଯାଏଁ କିଛି କଲାନି। ସେ ମହିଳାକୁ ଆମେ ବଣିଆଣି ନାଁରେ ଡାକୁଥିଲୁ। ତାଂକ କାହାଣୀ ପରେ ଲେଖିବି। ବୋଉ ୧୯୮୪ରେ ମଲାଯାଏଁ ସେ ଆମ ଘରେ ଥିଲେ। ଆମ ଦାରିଦ୍ର୍ୟ ସହ ସେ ନିଜକୁ ଅଭ୍ୟସ୍ତ କରିଥିଲେ। ପାନକୁ ସେ ‘ମହତା’ କହୁଥିଲେ। ମୋ ସ୍ତ୍ରୀ ଶୈଳବାଳା ମୋ ପ୍ରେମିକା ଥ‌ିବା ବେଳୁ ସେ ତା’କୁ ବହୁତ ସ୍ନେହ କରୁଥିଲେ। ଦେବୁ ବାହାଘରକୁ ସେ ଆସିଥିଲେ। ବୋଉ ଖଲିଗଲା ପରେ ତାଂକ ଜୋଇଁ ଲଖୁ ଭାଇ ତାଂକୁ ଯାଜପୁର ନେଇଯାଇଥିଲେ। ତାଂକର କିଛିଦିନ ରହିବାର ଇଚ୍ଛା ତ ଥିଲା, ଆମ ଭଉଣୀମାନେ ବୋଧେ ଅଧିକ ଆଗ୍ରହ ଦେଖାଇଲେ ନାହିଁ। ସେ ବିସ୍ମିତ ଗର୍ଭରେ ସତେ ଅବା ହଜିଗଲେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.