• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଶିଷ୍ଟ ଶିକ୍ଷାବିତ୍ ତଥା ବେତାର କଣ୍ଠଶିଳ୍ପୀ ସ୍ୱର୍ଗତ ଅନିମା କର ଙ୍କୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ଶିକ୍ଷାବିତ୍ ତଥା ବେତାର କଣ୍ଠଶିଳ୍ପୀ ସ୍ୱର୍ଗତ ଅନିମା କର ଙ୍କୁ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୩

ରାଜଧାନୀ ଭୁବନେଶ୍ଵର (ଚନ୍ଦ୍ରଶେଖରପୁର) ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନ୍ ଭେନସନ୍ ଠାରେ ଗତ କାଲି ସନ୍ଧ୍ୟା ରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ୱନାମଧନ୍ୟ ବେତାର କଣ୍ଠଶିଳ୍ପୀ ସ୍ବର୍ଗତ ପ୍ରାଧ୍ୟାପିକା ଅନିମା କରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସ୍ବର୍ଗତ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ସମ୍ପାଦନାରେ ସ୍ମରଣିକା “ଅନନ୍ୟା ଅନିମା” ଉନ୍ମୋଚିତ ହୋଇଥିଲା ।

ପ୍ରଥମେ ସ୍ବର୍ଗତ ଶରତ କୁମାର କର ଓ ଅନିମା କରଙ୍କ ଦୁଇ ପୁତ୍ର ଯଥାକ୍ରମେ ଅଧ୍ୟାପକ ସୁମନ କର ଓ ପୂର୍ବତନ ଆୟକର କମିଶନର ଶୋଭନ କର ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ସ୍ବର୍ଗତ ମାଆ ଅନିମା କରଙ୍କ ପ୍ରତିଛବି ରେ ଧୂପ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ, ବିଶିଷ୍ଟ ରାଜନେତା ଯଥାକ୍ରମେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ଘଡେ଼ଇ, ପୂର୍ବତନ ମନ୍ତ୍ରୀ ତଥା ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରାକ୍ତନ ପିସିସି ସଭାପତି ତଥା କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଭୃଗୁ ବକ୍ସିପାତ୍ର ଓ ସମ୍ବିତ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଶିଷ୍ଟ ଗାନ୍ଧିବାଦୀ ନେତା ଏବଂ ଓଡ଼ିଶାର ନିଶା ମୁକ୍ତି ଆନ୍ଦୋଳନର ଅଧ୍ୟକ୍ଷ ପଦ୍ମ ଚରଣ ନାୟକ, ଖ୍ୟାତନାମା ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସଂସ୍କୃତ ବିଶାରଦ ଡ଼ଃ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରଲୋକଗତ ଅନିମା କରଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ମାହାଙ୍ଗା – ନିଶ୍ଚିନ୍ତ କୋଇଲି ଅଞ୍ଚଳର ଅର୍ଦ୍ଧ ସହସ୍ରରୁ ଅଧିକ ବରିଷ୍ଠ ନାଗରିକ, ଅଧ୍ୟାପକ, ସାହିତ୍ୟିକ, ଯୁବ ଛାତ୍ର ମହିଳା, ପଞ୍ଚାୟତ ସ୍ତରୀୟ ନେତୃସ୍ଥାନୀୟ ରାଜନୈତିକ ଜନ ପ୍ରତିନିଧି, ପ୍ରାକ୍ତନ ପ୍ରତିନିଧି, ସମାଜସେବୀ ଏବଂ କର ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ସହସ୍ରାଧିକ ଶୁଭେଚ୍ଛୁ ଜନସାଧାରଣ ଙ୍କ ସମେତ ସ୍ବର୍ଗତ ପ୍ରଧ୍ୟାପିକା କରଙ୍କ ଅନେକ ପ୍ରାକ୍ତନ ଛାତ୍ର ଛାତ୍ରୀ ଓ ତାଙ୍କ କଣ୍ଠ ସଙ୍ଗୀତର ଅନୁରାଗୀ ଶ୍ରୋତା ବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.