• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ- ସୁଭାଷ ବୋଷ

Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୩ ଜାନୁଆରୀ ୨୦୨୪

ପରାଧିନତାର ବେଢି ଭିତରେ ରହି ଦୃଢଭାବେ ସଂଗ୍ରାମ ନ କଲେ ସ୍ୱାଧିନତା ହାସଲ କରିହେବ ନାହିଁ, ଏହାକୁ ଜୋର ଜବରଦସ୍ତ ଛଡାଇ ଆଣିବାକୁ ପଡିବ, ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ୱାଧିନତା ଆଣିଦେବି, ନିଜର ଶକ୍ତି, ସାମର୍ଥ୍ୟ ବିନିମୟରେ ଆମେ ସ୍ୱାଧିନତା ଲାଭ କରିବା । ଏହି ଉଦ୍ଦାମ ଗୁରୁଗମ୍ଭୀର ବାଣୀ ଥିଲା ସ୍ୱାଧିନତା ସଂଗ୍ରାମର ଏକ ପ୍ରଜ୍ୱଳିତ ଅନିର୍ବାଣ ଦୀପଶିଖା ଦେଶମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା, ସୁଭାଷ ବୋଷଙ୍କ ଉକ୍ତି, ଯିଏ କି ଦେଶପ୍ରେମ ଓ ଜାତିପ୍ରେମରେ ବିହ୍ୱଳିତ ହୋଇ ସମ୍ମାନସ୍ପଦ ଓ.ଉ.ଝ. (ଆଇ.ସି.ଏସ) ପଦ ତ୍ୟାଗ କରି ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ ।

ଏହି ଅବିସ୍ମରଣୀୟ ବ୍ୟକ୍ତିତ୍ୱର ଜନ୍ମ ହୋଇଥିଲା ଓଡିଶା ମାଟିର ସଂସ୍କୃତି ସଂପନ୍ନ ଓ ଭାଇଚାରାର ସହର କଟକରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଯେଉଁଠି ତାଙ୍କର ବାଲ୍ୟ ଓ ଶୈଶବ କଟିଥିଲା ଏବଂ ରେଭେନ୍ନସା କଲେଜିଏଟ୍ ସ୍କୁଲରେ ପଢିବା ବେଳେ ତାଙ୍କର କାର‌୍ୟ୍ୟକଳାପ ଉତ୍କଳ ଗୌରବ ମଧୁସୂଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପିଲାବେଳୁ ଆଧ୍ୟାତ୍ମିକ ଗୁରୁ ବିବେକାନନ୍ଦଙ୍କ ଦେଶପ୍ରେମ ତାଙ୍କ ଜୀବନରେ ଗଭୀର ରେଖାପାତ କରି ଆଜନ୍ମ ଦେଶପ୍ରେମୀ, ସଂଗ୍ରାମୀ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିଭାବେ ଗଢି ତୋଳିଥିଲା । ଜଣେ ସ୍ୱାଧିନଚେତା ଓ ବିବେକୀ ମଣିଷ ଭାବରେ ବିଦେଶୀ ଶୃଙ୍ଖଳରୁ ଦେଶ ମାତୃକାକୁ ମୁକ୍ତ କରିବାକୁ ସେ ଯେମିତି ତପ୍ତର ହୋଇ ଉଠୁଥିଲେ ତାହା ଅନ୍ୟମାନଙ୍କୁ ଅନୁପ୍ରାଣୀତ କରୁଥିଲା ।

ଇଂରେଜ ସରକାରଙ୍କ ଭାରତବାସୀଙ୍କ ଉପରେ ଅକଥନୀୟ ନିର୍ମମ ଅତ୍ୟାଚାର ସର୍ବପରି ପିଲାଦିନୁ ଫିରିଙ୍ଗି ସରକାର ଖୁଦିରାମ ବୋଷଙ୍କୁ ଫାଶୀ ଦେବା, ହଜାର ହଜାର ସ୍ୱାଧିନତା ସଂଗ୍ରାମୀଙ୍କୁ ଗିରଫ କରିବା, ପଂଜାବ ଜାଲିୱାନବାଗର ଗଣହତ୍ୟା ସମଗ୍ର ଦେଶରେ ଯେପରି ଶୋକର ଛାୟା ଖେଳାଇ ଦେଇଥିଲା ଏବଂ ଯେଉଁଥିରେ ଗାନ୍ଧିଜୀ ମର୍ମାହତ ହେବା ଘଟଣାକୁ ମର୍ମେ ମର୍ମେ ଅନୁଭବ କରି ସୁଭାଷ ବୋଷ ଇଂରେଜ ସରକାରଙ୍କ ଅଧିନରେ ଗୋଲାମଗିରି କରିବା ଠିକ୍ ନୁହେଁ ବୋଲି ଚିନ୍ତାକରି କାର‌୍ୟ୍ୟରେ ପରିଣତ କରିଥିଲେ । ଆଧ୍ୟାତ୍ମିକ ଚେତନାଧାରୀ ମହାନ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଅରବିନ୍ଦ ଘୋଷଙ୍କ ଆଦର୍ଶ ଓ ପ୍ରେରଣା, ଏଣେ ଫିରିଙ୍ଗିକୁ ତଡିବା ପାଇଁ ଗାନ୍ଧିଜୀଙ୍କ ଡାକରା, ତାଙ୍କ (ସୁଭାଷଙ୍କ) ବଡ ଭାଇ ଭାରତକୁ ବେଡି ଶୃଙ୍ଖଳମୁକ୍ତ କରିବା ପରିପ୍ରେକ୍ଷୀରେ ତାଙ୍କୁ ଦେଇଥିବା ଗୁରୁତ୍ୱପୁର୍ଣ୍ଣ ଚିଠି, ବିଲାତରୁ ଫେରିବା ବେଳେ ଜାହାଜରେ ବିଶ୍ୱଗୁରୁ ରବିନ୍ଦ୍ରନାଥ ଠାକୁରଙ୍କ ପରାମର୍ଶ, ଦେଶବନ୍ଧୁ ଚିତ୍ତରଂଜନ ସହ ଭେଟ ଓ ଆଳାପ ଆଲୋଚନା ତାଙ୍କୁ ପଦପଦବୀ ନୁହେଁ ବରଂ ଦେଶ ଓ ଜାତିର ସେବା ଶ୍ରେଷ୍ଠ ଧର୍ମ ବୋଲି ବିଚାର କରିନେଇଥିଲେ ।

ବାମପନ୍ଥୀ ଧାରାର ବିଶ୍ୱାସୀ ସୁଭାଷ ବୋଷ ସେତେବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ (୧୯୩୦) ଚାଲିଥିବା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ୧୯୩୮ ରେ ସୁବାଷ ହରିପୁରଠାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତିଭାବେ ମନୋନୀତ ହେଲେ।୧୯୩୯ରେ ତ୍ରିପୁରାଠାରେ କଂଗ୍ରେସ ଅଧିବେଶନରେ ଗାନ୍ଧିଜୀଙ୍କ ଇଚ୍ଛା ବିରୁଦ୍ଧରେ ଛିଡା ହୋଇ ସଭାପତି ନିର୍ବାଚିତ ହେଲେ । ଗାନ୍ଧିଜୀ ଓ ତାଙ୍କ ସମର୍ଥକମାନେ ଥିଲେ ଦକ୍ଷିଣପନ୍ଥୀ ଅର୍ଥାତ ଅହିଂସା ଯୁଦ୍ଧରେ ବିଜୟୀ ହେବାରେ ବିଶ୍ୱାସୀ । ଉଭୟଙ୍କ ଭିତରେ ଭିନ୍ନ ଭିନ୍ନ ମତ, ଆଦର୍ଶ ଓ ନୀତି ପରିଲକ୍ଷିତ ହେଉଥିଲା ଯଦିଓ ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ସ୍ୱାଧିନ ଭାରତ । ତେଣୁ ମତାନ୍ତର ଯୋଗୁ ସୁବାଷ ୧୯୩୯ରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇ ମଧ୍ୟ ଗାନ୍ଧିବାଦୀମାନଙ୍କ ଚାପରେ ଇସ୍ତଫା ଦେଇ ଏକ ନୂଆ ଦଳ ଗଠନ କଲେ ଓ ଯାହାର ନାଁ ଫରୱାର୍ଡ ବ୍ଲକ ଥିଲା । ଏହାଥିଲା ଏକ ରାଜନୈତିକ ସଂଗଠନ, ଏଥିରେ ବହୁ କଂଗ୍ରେସର ବାମପନ୍ଥୀ ଚିନ୍ତାଧାରାର କର୍ମୀ ଏକାଠି ହେଲେ, ସେହିଦିନ ନେତାଜୀ ନିଜର ପ୍ରାଣର କଥା ଓ ପରାଧିନତାର ବ୍ୟଥାକୁ ଜନସମାଜ ଆଗରେ ପ୍ରକାଶ କରିଥିଲେ । ଭାବବିହ୍ୱଳ ହୋଇ କହିଥିଲେ ସ୍ୱାଧିନତା ପାଇଁ ଚେଷ୍ଟା କରିବା ଏବଂ ଚେଷ୍ଟା କରି ବିଫଳ ହେବା ଏହା ସଂପୁର୍ଣ୍ଣ ଅଲଗା । ସ୍ୱାଧିନତା ପାଇଁ ରକ୍ତାକ୍ତ ସଂଘର୍ଷ ଆମେ ଚାହୁଁନା, ଆବଶ୍ୟକ ପଡିଲେ ଏଥିରୁ ଆମେ ପଛାଇବା ନାହିଁ । ଏଥିପାଇଁ ଆମକୁ ସଜାଗ ହେବାକୁ ପଡିବ । ଭାରତ ଚାହେଁ ଆଜାଦୀ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତର ସନ୍ତାନ । ଦେଶର ମୁକ୍ତି ସଂଗ୍ରାମ ସମସ୍ତଙ୍କ କାମ୍ୟ । ଏହି ବାର୍ତ୍ତା ଦେଶସାରା ବୁଲି ପ୍ରଚାର କରି ଇଂରେଜମାନଙ୍କ ନଜର ବନ୍ଦୀରେ ରହିଲେ । ୧୯୪୦ରେ ସର୍ବଭାରତୀୟ ଫରୱାର୍ଡ ବ୍ଲକର ଦ୍ୱିତୀୟ ଅଧିବେଶନରେ ଇଂରେଜ ସରକାର ଭାରତକୁ ତୁରନ୍ତ ସ୍ୱାଧିନତା ଦେଉବୋଲି ଦାବୀ କରି ସେ ଗାନ୍ଧୀ, ଜୀନ୍ନା, ପଟେଲ,ଆବୁଲ କାଲାମ ଆଜାଦ ଆଦି ବଡ ବଡ ନେତାଙ୍କ ସହ ଆଲୋଚନା କଲେ କିନ୍ତୁ ଏହା ବେଶି ଫଳପ୍ରଦ ହୋଇପାରିଲା ନାହିଁ ସତ କିନ୍ତୁ ସୁଭାଷଙ୍କ ନେତୃତ୍ୱ ଓ ଦେଶପ୍ରୀତି ସ୍ୱାଧିନତା ପାଇଁ ପ୍ରତିବଦ୍ଧତା ଓ ବାମପନ୍ଥୀ ଚିନ୍ତାଧାରା ଇଂରେଜମାନଙ୍କୁ ଆତଙ୍କିତ କରି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ଭାରତରେ ରହି ସ୍ୱାଧିନତା ସଂଗ୍ରାମକୁ ଆଗକୁ ନେବା ପାଇଁ ଯେତିକି ସାମର୍ଥ ଦରକାର ବିଦେଶରେ ରହି ତାହାଠାରୁ ଅଧିକ କାର‌୍ୟ୍ୟ କରିହେବ ଭାବି ବିଦେଶ ଯାତ୍ରା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

(୧୯୩୯ ରୁ ୧୯୪୫) ଦ୍ୱିତୀୟ ବିଶ୍ୱଯୁଦ୍ଧର ତାଣ୍ଡବ ଲୀଳା ଚାଲିଥିବାବେଳେ ସୁଭାଷ ବୋଷ ୧୯୪୧ ମସିହା ଜାନୁଆରୀ ୧୬ ତାରିଖ ମଧ୍ୟମ ରାତ୍ରୀରେ ଛଦ୍ମବେଶରେ ଭାରତରୁ ଆଫଗାନିସ୍ଥାନ ଓ ପରେ ଜର୍ମାନ ଯାଇ ସେଠାର ଶାସକ ହିଟଲରଙ୍କ ସହାୟତାରେ ବନ୍ଦୀ ଭାରତୀୟ ସୈନ୍ୟମାନଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କଲେ । ତାପରେ କେବଳ ଜର୍ମାନ ନୁହେଁ, ଜାପାନ,ଇଟାଲୀ ସହ ସଂପର୍କ ରଖିଲେ । ସେତେବେଳେ ଜର୍ମାନ, ଜାପାନ,ଇଟାଲି ଆକ୍ସିସ ପାୱାର ଥିବାବେଳେ ତାଙ୍କ ବିରୁଦ୍ଧରେ ମିତ୍ର ଶକ୍ତିଭାବେ ଆମେରିକା, ଇଂଲଣ୍ଡ, ରୁଷିଆ ବୃହତ ଶକ୍ତି ହୋଇ ରହିଥିଲେ । ସେତେବେଳେ ଜର୍ମାନରେ ନାଜିବାଦ, ଇଟାଲିରେ ଫାଶୀବାଦ । ହିଟଲର ପରି ଇଟାଲୀର ମୁଶୋଲିନ ଜଣେ ଏକଛତ୍ରବାଦୀ ଶାସକ ଥିଲେ । ଜର୍ମାନରୁ ଜାପାନ ଆସି ତାଙ୍କ ସରକାରଙ୍କ ସହାୟତାରେ ଭାରତୀୟ ନାଗରୀକଙ୍କୁ ତାଲିମ ଦେଲେ । ସେଠାରେ “ଆଜାଦ ହିନ୍ଦ ଫୌଜ” ଗଠନ କରି ଦିଲ୍ଲୀ ଚଲ୍ଲୋ ଡାକରା ଦେଇ ଭାରତ ଅଭିମୁଖେ ଯୁଦ୍ଧ ଯାତ୍ରା କଲେ । ଭାରତ ସୀମାରେ ପ୍ରବେଶ କରି ସେମାନେ ନାଗାଲାଣ୍ଡ ଅର୍ଥାତ କୋହିମା ଦଖଲ କରି ମଣିପୁର ରାଜଧାନୀ ଇମ୍ପାଲକୁ ଘେରାଉ କଲେ ଓ ଭାରତ ମାଟିରେ ସ୍ୱାଧିନତାର ପତାକା ଉଡାଇଲେ । ଏହି ସମୟରେ ଆମେରିକାର ପରମାଣୁ ବୋମା ଜାପାନର ହିରୋସୀମା ଓ ନାଗାସାକୀ ସହରରେ ଯଥାକ୍ରମେ ୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ନିକ୍ଷେପ କରାଗଲା, ଲକ୍ଷ ଲକ୍ଷ ଲୋକ ନିହତ ହେଲେ ଯାହାଫଳରେ ମିତ୍ରଶକ୍ତିଦ୍ୱାରା ଜର୍ମାନ ଓ ଜାପାନ ପରାସ୍ତ ହୋଇ ଆତ୍ମସମର୍ପଣ କଲେ । ଜାପାନ ସରକାରଙ୍କର ସାହାଯ୍ୟ ଆଉ ମିଳିପାରିଲା ନାହିଁ । ମିତ୍ରଶକ୍ତି ଆଗରେ ନେତାଜୀ ତଥା ଆଜାଦ ହିନ୍ଦ ଫୌଜର ସମସ୍ତ ଆଶା ମଉଳିଗଲା ସତ କିନ୍ତୁ ତାଙ୍କର ନିର୍ଭୀକତା, ତ୍ୟାଗ, ନିଷ୍ଠା ଓ ସ୍ୱାଧିନତା ସଂଗ୍ରାମର ବଳିଷ୍ଠ ପ୍ରଭାବ ଭାରତ ସେନାବାହାନୀଙ୍କ ଉପରେ ପଡିବାର ଦେଖି ଇଂରେଜ ସରକାର ଭାରତ ଛାଡି ପଳାଇଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ ଯାହା ଫଳରେ ଏହାର ପରେ ପରେ ଭାରତ ସ୍ୱାଧିନତା ଲାଭ କରିଥିଲା । ତାଙ୍କର ବିରାଟ ବ୍ୟକ୍ତିତ୍ୱ, ପ୍ରଗାଢ ଦେଶପ୍ରେମ ଭାରତୀୟମାନଙ୍କ ହୃଦୟରେ ଚିର ଦିନ ପାଇଁ ମନେ ରହିବ ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.