• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିସ୍ଥାପନର ଭୟ (ଭାଗ ୧୮)

ବିସ୍ଥାପନର ଭୟ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ମାର୍ଚ୍ଚ ୨୦୨୫

ଜୀବନସାରା ମୋ ପାଖରେ ଥାଏ ବିସ୍ଥାପନର ଭୟ। ନନାଙ୍କ ପାଖେ ଘରଟିଏ ନଥିଲା। ଆମେ ଏଘର ସେଘର ବୁଲୁଥିଲୁ। ପାଠ ପଢ଼ିବା ସମୟତକ କକେଇ, ଦୀନବନ୍ଧୁ ଭାଇନା ଏଭଳି ଲୋକମାନଙ୍କ ପାଖେ ବିତିଲା। ନନା, ବୋଉ ଓ ଭାଉଭଉଣୀମାନେ ଏଘର ସେଘର ଭଡ଼ାଘରମାନ ବୁଲୁଥିଲେ।

ଚାକିରି ଆରମ୍ଭ କଲାବେଳେ ଭଡ଼ା ଘରରୁ ଆର ଭଡ଼ାଘର ଯିବାକୁ ହେଲା। ୨୦୦୦ ମସିହା ଯାଏଁ ଏମିତି ଚାଲିଲା। ୨୦୦୦ ମସିହାରେ ସାଲିମାର ଗାର୍ଡ଼େନ୍, ଗାଜିଆବାଦରେ ଘରଟିଏ କିଣିଲି। ମୋର ଜଣେ ଅଫିସ୍ ସହକର୍ମୀ ପଙ୍କଜ ଚତୁର୍ବେଦୀ ବିଲ୍ଡରଙ୍କଠୁଁ କମିଶନ ଖାଇ ମୋତେ ଖରାପ ଘରଟିଏ କିଣିବାକୁ ପ୍ରବର୍ତ୍ତାଇ ସଫଳ ହେଲେ। ମୋ ସ୍ତ୍ରୀ ଓ ପିଲାମାନେ ସେଠି ୧୦ବର୍ଷ ହଇରାଣ ହେଲେ।

୨୦୦୦ ରୁ ୨୦୧୦ ଏମିତି ହଇରାଣ ହେଲା ପରେ ୨୦୧୦ରେ ବସୁନ୍ଧରା, ଗାଜିଆବାଦରେ ଦୁଇବଖରିଆ ଘରଟିଏ କିଣି ସେଇଠିକି ପରିବାର ନେଇ ଚାଲିଗଲି। ମଝିରେ ହୁଡ଼ାର ଜମିଟିଏ ଫରିଦାବାଦରେ ପାଇଥିଲି। ଝିଅ ଓ ସାଙ୍ଗମାନଙ୍କ କଥାରେ ପଡ଼ି ତାକୁ ଫେରାଇଦେଲି। ମୋର ଜଣେ ପଡ଼ୋଶୀ ଜୟକିସନ୍ ତାକୁ ଶସ୍ତାରେ କିଣିନେଲେ। ହୁଏତ ଅଧିକ ଦାମରେ ଅନ୍ୟ କାହାକୁ ବିକିଦେଇଥାଇ ପାରନ୍ତି।

ବସୁନ୍ଧରା ଘରକୁ ଆସିବା ପରେ କିଛି ବର୍ଷ ଭଲରେ ଚାଲିଲା। ତାପରେ ଆରମ୍ଭ ହେଲା ଗାଡ଼ିର ପାର୍କିଂ ନେଇ ଅସୁବିଧା। ପୁଅ ପ୍ରେମ କରି ବାହାହେଲା ପରେ ତା’ର ପ୍ରେଷ୍ଟିଜ୍ ଜ୍ଞାନ ବଢ଼ିଗଲା। ନୂଆ ଘରଟିଏ କିଣିବା ଜିଦ୍ଦିରେ ବର୍ଷେ ଘରଭଡ଼ା ନେଇ ରହିଲା ଓ ମୁଁ ମାସକୁ ୨୦୦୦୦ଟଙ୍କା ଦେଲି। ତାପରେ ନୂଆ ଘର କିଣିବାକୁ କହିଲା। ମୁଁ କିଣିପାରିଲିନି। ଏବେ ଭାବୁଛି, ଦିଲ୍ଲୀରେ ଭଡ଼ାଘରେ ରହି ଭୁବନେଶ୍ୱରରେ ଘରଟିଏ କିଣିଥିଲେ ଭଲ ହୋଇଥାନ୍ତା। ଝିଅ ତ ରହିପାରିଥାନ୍ତା। ମୋର ସବୁ ବନ୍ଧୁ ପୁରୀ ଓ ଭୁବନେଶ୍ୱରରେ ଘର ରଖିଛନ୍ତି, ମୋତେ ଛାଡ଼ି।

ପୁରୀରେ ମୋ ନାଁରେ ଘର ନାହିଁ। ଦିଲ୍ଲୀ/ଗାଜିଆବାଦ ଘରେ ମୁଁ ରହୁନାହିଁ। ମୁଁ ଚିରକାଳ ବିସ୍ଥାପିତ।

କେବଳ ଗୋଟିଏ ସାନ୍ତ୍ୱନା, ବହୁ ମତପାର୍ଥକ୍ୟ ଭିତରେ ବି ଶୈଳ ମୋ ସହ ୪୦ବର୍ଷ ଧରି ପତ୍ନୀ ଭାବରେ ଅଛି। ପତ୍ନୀ ଓ ପ୍ରେମିକା ସମୟ ମିଶାଇଲେ ସେ ମୋ ସହ ଏକାଠି ୪୮ବର୍ଷ ଚାଲିଲାଣି। ହୁଏତ ବଂଚିଥିଲେ ଆମେ ଏକାଠି ଅର୍ଦ୍ଧଶତାବ୍ଦୀ ୨୦୨୬ ଏପ୍ରିଲରେ ବିତେଇବୁ।

ଶୈଳ କବିତା ଓ ଗପ ଲେଖୁଥିଲା। ଭଲ ଲେଖୁଥିଲା। କିଛି ମୁଁ, କିଛି ଅନ୍ୟମାନେ ଅନୁବାଦ କରିଥିଲେ। ଏବେ ସେ ମୋ ପରି ଖାଲି କବିତା ଲେଖୁଛି। ମୁଁ ଇଂରାଜୀରେ କିଛି ଗପ ବା ଭ୍ରମଣ ବୃତ୍ତାନ୍ତ ଲେଖିଛି ବି। ତା’ର ସେଥିରେ ଆଗ୍ରହ ନାହିଁ।

ଭାବୁଛି, ଶୈଳକୁ ପୁଣି ଥରେ ଗପ ଲେଖିବାକୁ କହିବି। ସେ ଲେଖିବ ତ?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.