• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କଲେଜ ଜୀବନ (ଭାଗ ୧୦)

କଲେଜ ଜୀବନ (ଭାଗ ୧୦)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁଆରୀ ୨୦୨୫

୧୯୭୬ରେ ମାଟ୍ରିକ୍ ପାଶ୍ କଲାପରେ ମୁଁ ନନାଂକ ପାଖକୁ ଚାଲିଆସିଲି। କକେଇ ବଦଳି ହୋଇ ପୁରୀ ବାହାରକୁ ଚାଲିଯାଇଥିଲେ।

କଲେଜ ଭିତରକୁ ପଶିଯାଉଛି –ଦେଖାହେଲେ ବିଷ୍ଣୁ ଭାଇନା। ଉଦୟନ ସାଂସ୍କୃତିକ ଅନୁଷ୍ଠାନରେ ଆମେ ଦୁହେଁ ଥିଲୁ। ପଚାରିଲେ, “ କୁଆଡ଼େ ଆସିଥିଲୁ କିରେ?” “କଲେଜରେ ଫର୍ମ ପକେଇବାକୁ।” ମୁଁ ଉତ୍ତର ଦେଲି। ସେ ମୋ ଫର୍ମଟି ଦେଖିଲେ। ହଠାତ୍ ଗୋଟିଏ ଜାଗାରେ ଅଟକିଗଲେ। ‘ପ୍ରାକ୍ଟିକାଲ ସବ୍‌ଜେକ୍ଟ କାହିଁକି ନେଉଛୁ?’ ପଚାରିଲେ। ‘ଭଲ ମାର୍କ ମିଳିବ’ ମୁଁ ଉତ୍ତର ଦେଲି। ବିଷ୍ଣୁ ଭାଇନା ମୋ ଉତ୍ତରରେ ସନ୍ତୁଷ୍ଟ ହେଲେନାହିଁ। ତାଂକ କହିବା କଥା ଥିଲା, ‘ପ୍ରାକ୍ଟିକାଲ ବିଷୟରେ କ’ଣ ନମ୍ବର ମିଳିବ ତାହା ନିର୍ଭର କରେ ଅଧ୍ୟାପକଙ୍କ ଉପରେ। ତୁମେ ଯେତେ ଭଲ କର, କିଛି ମାନେ ନାହିଁ। ସେ ଯାହା ଚାହିଁବେ, ସେୟା ହିଁ ହେବ।”

ମୁଁ ଡରିଗଲି। ସାଇକୋଲୋଜି ବଦଳରେ ଲଜିକ୍ ରଖିଲି। ଜୀବନ ସାରା ମୋ ହାତରେ ପ୍ରାକ୍ଟିକାଲ ଠିକ୍ ହେଲାନାହିଁ ବୋଧେ ଏଇ କାରଣରୁ। ଥିଓରି ମଧ୍ୟ ଠିକ୍ ହେଲାନାହିଁ। ନା ଲଜିକ୍ ହେଲା ନା ସାଇକୋଲୋଜି ….। ସବୁଥରେ ମୁଁ ଫେଲ୍।

କଲେଜରେ ଅନେକ ଶିକ୍ଷକ ଥିଲେl ହେଲେ- କାହିଁକି କେଜାଣି ଦୁଇଜଣଂକୁ ମୁଁ ଜୀବନଯାକ ମନେ ରଖିଛି। ଜଣେ ନାରାୟଣ ଶତପଥୀ ଓ ଆଉ ଜଣେ ପ୍ରୀତିଶ୍ ବସା। କାହିଁକି….?

ମୋର ଅନେକ ମଂତ୍ରମୁଗ୍‌ଧ ଛାତ୍ର ଅଛନ୍ତି। ବୋଧେ ମୁଁ ରାଜ୍ୟର ଏକମାତ୍ର ଶିକ୍ଷକ, ଯିଏ ପ୍ରାଥମିକ ଠାରୁ ପି.ଏଚ୍.ଡ଼ି. ପର୍ଯ୍ୟନ୍ତ ସବୁଠି ପଢ଼େଇଛି। ସେମାନେ ମଧ୍ଯ ମତେ ପସନ୍ଦ କରଂତି। ଭଲ ପାଆନ୍ତି। ମୁଁ କିଂତୁ ଜୀବନରେ ଅଳ୍ପ କିଛି ଶିକ୍ଷକଙ୍କୁ ଭଲ ପାଇଛି। ଅନ୍ୟମାନେ ମତେ ପ୍ରଭାବିତ କରିପାରିନାହଂତି। ସ୍କୁଲରେ ଲୋକନାଥ ସାର୍ ଓ ସୋମନାଥ ସାର୍, କଲେଜରେ ନାରାୟଣ ସାର୍, ପ୍ରୀତିଶ୍ ସାର୍ ଓ ଅତିବେଶିରେ କମଳକାନ୍ତ ସାର୍। ବିଶ୍ଵବିଦ୍ୟାଳୟରେ ମୁଁ ପଢ଼ା ସାରିପାରିଲି ନାହିଁ। ତେବେ ସମଗ୍ର ଜୀବନରେ ମତେ ପ୍ରଭାବିତ କରିଛତି ଜୟନ୍ତ ଦାସ, ମନୋଜ ଦାସ ଓ ଚଉଧୁରି ହେମକାନ୍ତ ମିଶ୍ର। ମଣିଷର ସବୁଠୁ ବଡ଼ ଶିକ୍ଷକ ସମାଜ ଓ ଜୀବନ ବୋଲି ମୁଁ ମନେକରିଆସିଛି ।

ଏଇ ଜୀବନ ବିଦ୍ୟାଳୟରେ ମୁଁ ପାଶ୍ କଲି କି ନାହିଁ, କିଏ କହିବ ?

ଶୈଳ ମୋର ସ୍କୁଲରେ ସାଙ୍ଗ ଥିଲା। କଲେଜରେ ଆମେ ଏକାଠି ପଢ଼ିଲୁ ଓ ପରସ୍ପରକୁ ଭଲପାଇ ବସିଲୁ । ଆମେ ପରସ୍ପର କେବେ ଏକାଠି ଓ କେବେ ଅଲଗା – ୧୯୮୪ରୁ ଆମ ଯୁଗ୍ମ ଜୀବନ ଏମିତି ରହିଛି । କେତେ ଦିନ ଚାଲିବ, କିଏ କହିବ ?

ଜୀବନ ଏମିତି । ବୋଧେ ଚାହୁଁଥିବା ସବୁ ଜିନିଷ ଏଠି ସମୟରେ ମିଳେନାହିଁ ।
ଅସରଂତି ଅପେକ୍ଷାରେ –
ଯାତ୍ରାରେ-

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.