• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦବା ନବାର ଖେଳରେ ଗଣତନ୍ତ୍ର ବିପନ୍ନ

ଦବା ନବାର ଖେଳରେ ଗଣତନ୍ତ୍ର ବିପନ୍ନ
Share on FacebookShare on Xshare on Whatsappshare on Linkedin
ଡଃ ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୨୮ ଜୁନ୍ ୨୦୨୪

ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା ଅତ୍ୟଧିକ ମାତ୍ରାରେ ସୁଖ-ସୁବିଧାର ଆଶା ସରକାରଙ୍କଠାରୁ କରୁଛନ୍ତି। ମୂଳଭୂତ ସୁବିଧା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସୁବିଧା, ଆଦି ପାଇଁ ଦାବୀ କଲେ ଠିକ୍ ଲାଗନ୍ତା, କିନ୍ତୁ କେତେକ ଅନାବଶ୍ୟକ ଦାବୀ (ଯାହାକୁ ସେମାନେ ନିଜେ କରି ପାରିବେ, ତାହାକୁ ସରକାରଙ୍କ ଠାରୁ ପାଇବା ପାଇଁ ଆଶା କରୁଛନ୍ତି) ଜନତା ସରକାରଙ୍କ ପାଖରେ କରୁଛନ୍ତି, ଯାହାକି ଚିନ୍ତାର ବିଷୟ ଅଟେ। ଏଥି ପାଇଁ କେତେ ଆନ୍ଦୋଳନ, ସତ୍ୟାଗ୍ରହ ଅହରହ ଚାଲିଛି। ଏହା ଦ୍ୱାରା ସେମାନେ ତ କାମ କରୁ ନାହାଁନ୍ତି, ଅନ୍ୟ ଲୋକଙ୍କୁ ବି କାମ କରେଇ ଦଉ ନାହାଁନ୍ତି। ନିଜର ମନ ମୁତାବିକ ଜିନିଷ ସତକାରଙ୍କ ଠାରୁ ଯେତେବେଳେ ପାଇ ଯାଉଛନ୍ତି ସେତେବେଳେ ଖୁସି କହିଲେ ନ ସରେ। ସରକାର ଦେଇ ଚାଲିଛନ୍ତି, ଜନତା ନେଇ ଚାଲିଛନ୍ତି। ସରକାର ଯେତେ ଅଧିକ -ଅଧିକ ଦଉଛନ୍ତି, ସେହି ଅନୁସାରେ ଜନତାଙ୍କ ମାଗିବାର ଚାହିଦା କମି-କମି ଆସିବା କଥା। କିନ୍ତୁ ଦେଖା ଯାଉଛି ସମ୍ପୂର୍ଣ ଓଲଟା। ସରକାର ଯେତେ ସୁଖ-ସୁବିଧା ଦଉଛନ୍ତି, ଜନତା ତା ଠାରୁ ସେତେ ଅଧିକ ସୁଖ-ସୁବିଧାର ଆଶା ସବୁବେଳେ କରୁଛନ୍ତି। ଏବେତ ଜନତା ଆଉ କାମ କରିବାକୁ ଚାହୁଁ ନାହାଁନ୍ତି। ଜନତା ଚାହୁଁଛନ୍ତି ହାତ ଉପରେ ହାତ ରଖି ବସି ରହିବେ ଆଉ ସରକାର ତାଙ୍କୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପୋଷି ଚାଲିଥିବ।

କେବଳ ଜନତାଙ୍କୁ ବି ଦୋଷ ଦେଲେ ଚଳିବ ନାହିଁ। ରାଜନୈତିକ ଦଳମାନେ ମଧ୍ୟ କମ ନୁହଁନ୍ତି ? ଏପରି “ରେବଡ଼ି କଲଚର” ର ଆବିଷ୍କର୍ତ୍ତା ସେମାନେ ନିଜେ। ଭୋଟ ହାତେଇ, ଜୀତିବା ପାଇଁ ଏପରି ପ୍ରଲୋଭନ ସେମାନେ ଜନତାଙ୍କୁ ଦେଇ-ଦେଇ ଆସୁଛନ୍ତି। “ରେବଡ଼ି କଲଚର” ଉପରେ ପ୍ରତିଦ୍ୱନ୍ଦିତା ବି ଚାଲିଛି। ଗୋଟିଏ ଦଳ ଇଲେକ୍ଟ୍ରିକ ବିଲ ଛାଡ଼ କରିବାକୁ ପ୍ରତିଶୃତି ଦଉଛି ତ ଆଭ ଗୋଟିଏ ଦଳ ପ୍ରତ୍ୟେକ ମହିଳାମାନଙ୍କ ପାଇଁ ବସ ଭଡ଼ା ଛାଡ଼ କରିବାର ପ୍ରତିଶୃତି ଦେଉଛି। କିଏ ପ୍ରତିଶୃତି ଦଉଛି ପ୍ରତ୍ୟେକ ମହିଳାଙ୍କୁ ଲକ୍ଷେ ଟଙ୍କା ଖଟାଖଟ ଦେଇ ଦେବାକୁ। କିନ୍ତୁ ସେମାନେ ସ୍ପଷ୍ଟୀକରଣ ଦେଉନାହାଁନ୍ତି ଯେ ଏ “ରେବଡ଼ି” କେଉଁଠୁ ଆଣି ଦେବେ? କରଦାତାମାନେ ପ୍ରଦାନ କରିଥିବା କରକୁ ଏପରି ଦଳୀୟ ସ୍ୱାର୍ଥ ପାଇଁ ବିନିଯୋଗ କରିବା ଉଚିତ କି? ଜନତା ନେଇ-ନେଇ ଅସନ୍ତୁଷ୍ଟ,ସରକାର ଦେଇ-ଦେଇ ଅସନ୍ତୁଷ୍ଟ ଯେ ଆଶାନୁରୂପ ଭୋଟ ମିଳିଲା ନାହିଁ। ଏଣେ ଗଣତନ୍ତ୍ରର ହାଲ ବେହାଲ। ଗଣତନ୍ତ୍ର କଣ ଲାଞ୍ଚରେ ଚାଲିବ? ଯଦି ଜନତା ଆଉ ସରକାର ନିଜ-ନିଜ ଭିତରେ ଲଢ଼ିବେ ତେବେ ଦେଶ ପାଇଁ କିଏ ଲଢ଼ିବ?

ଜନତାଙ୍କର ବୁଝିବା ଉଚିତ୍, କିଏ କିଛି ଦେଇଦେଲେ ଯେ ସେମାନେ ସୁଖୀ ହୋଇଯିବେ, ଏହା ଦିବା-ସ୍ୱପ୍ନ ଅଟେ। ସେମାନଙ୍କର ନିଜ କର୍ମ ଅନୁସାରେ ସେମାନେ ସୁଖ ପାଇବେ ଅଥବା ଦୁଃଖ ପାଇବେ –
सुखस्य दुःखस्य न कोपि दाता
परो ददातीति कुबुद्धिरेषा
अहं करोमीति बृथाभिमानः
स्वकर्म सूत्रे ग्रथितो हि लोकः।। (ଆଧ୍ୟାତ୍ମ ରାମାୟଣ – 2/6/6)
ଯଦି ସେମାନେ ପୁରାଣ ଶାସ୍ତ୍ର, ଧର୍ମର କଥା ମାନିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମହାନ୍ ବୈଜ୍ଞାନିକ ଆଇନଷ୍ଟାଇନ ଙ୍କ କଥା କୁ ବୁଝିବାକୁ ଚେଷ୍ଟା କରନ୍ତୁନା। ସେ ମଧ୍ୟ କହିଛନ୍ତି ଯେ ପ୍ରାଚୁର୍ଯ୍ୟ ଏବଂ ସଫଳତା ଭିତରେ ସୁଖ-ଶାନ୍ତି ନ ଥାଏ। ଆଇନଷ୍ଟାଇନ ନିଜେ ଏହାକୁ ନିଜ ଜୀବନରେ ଅନୁଭବ କରିଥିଲେ ଏବଂ ଲେଖିଥିଲେ –
A calm & modest life will bring more happiness than constant pursuit of success combined with constant restlessness.
(Albert Einstein’s Theory of Happiness)
(କ୍ରମାଗତ ସଫଳତା ଏବଂ କ୍ରମାଗତ ବ୍ୟସ୍ଥତା ଅପେକ୍ଷା ଗୋଟିଏ ସ୍ଥିର ଏବଂ ସରଳ ଜୀବନ ରୁ ଅଧିକ ସୁଖ ମିଳିଥାଏ।)

ଏବେ ଦେଖିବା ଗଣତନ୍ତ୍ର ଶାସନରେ ଯେଉଁମାନେ ପ୍ରଜାମାନଙ୍କୁ ପାଳନ କରିବା ପାଇଁ ରାଜଦଣ୍ଡ ଧରି ସରକାରରେ M.L.A, M.P, ଭାବରେ ଶାମିଲ ହେଉଛନ୍ତି ସେମାନଙ୍କର କର୍ତ୍ତବ୍ୟ କଣ? ଅର୍ଥ ଶାସ୍ତ୍ରରେ କୁହା ଯାଇଛି ଯେ ରାଜାଙ୍କର କର୍ତ୍ତବ୍ୟ ହେଉଛି ଦେଶର ରକ୍ଷା କରିବା ସହିତ ନିଜ ପ୍ରଜାମାନଙ୍କର ରକ୍ଷା କରିବା ଏବଂ ସେମାନେ କିପରି ଶାନ୍ତିରେ ରହିବେ ଏହାର ପ୍ରବନ୍ଧନ ରାଜା ହିଁ କରି ଥାଆନ୍ତି।
तस्मात् स्वधर्म भूतानां राजा न व्यभिचारयेत्
स्वधर्म सन्दधानो हि प्रेत्य चेह न नन्दति।।
(ଅର୍ଥ ଶାସ୍ତ୍ର- 1/3)
ରାଜା ପ୍ରଜାଙ୍କୁ ନିଜ ଧର୍ମରୁ ବିଚ୍ୟୁତ ହେବାକୁ ଦିଅନ୍ତି ନାହିଁ। ରାଜା ମଧ୍ୟ ନିଜ ଧର୍ମର ଆଚରଣ ଏପରି ଭାବରେ କରନ୍ତି ଯେ ତାଙ୍କର ଇହ ଲୋକ ଏବଂ ପର ଲୋକ ସୁଖୀ ହୋଇଥାଏ। ଏଠାରେ ରାଜାର ଧର୍ମ କେବଳ ଶତ୍ରୁମାନଙ୍କ ସହିତ ଲଢ଼ି ନିଜ ଦେଶକୁ ବଞ୍ଚେଇବା ନୁହେଁ, ନିଜ ପ୍ରଜାମାନଙ୍କୁ ବଞ୍ଚେଇବା ବି ତାଙ୍କର କର୍ତ୍ତବ୍ୟ ଅଟେ। ପ୍ରଜାମାନଙ୍କର ସୁଖରେ ରାଜା ସୁଖୀ ହୁଅନ୍ତି। ପ୍ରଜାମାନଙ୍କର ଦୁଃଖରେ ରାଜା ଦୁଃଖୀ ହୁଅନ୍ତି। ରାଜାଙ୍କର ନିଜର କୌଣସି ସ୍ୱାର୍ଥ ନ ଥାଏ –
प्रजासुखे सुखं राज्ञः प्रजानां च हिते हितम्।
नात्मप्रियं प्रियं राज्ञः प्रजानां तु प्रियं प्रियम्।।
(ଅର୍ଥ ଶାସ୍ତ୍ର – 1/19)
ପ୍ରଜାଙ୍କର ସୁଖରେ ରାଜା ସୁଖୀ ହୋଇଥାଏ। ପ୍ରଜାଙ୍କର ହିତରେ ରାଜା ନିଜର ହିତ ମାନି ଥାଆନ୍ତି। ରାଜାଙ୍କର ନିଜର ପ୍ରିୟ (ସ୍ୱାର୍ଥ) କିଛି ନ ଥାଏ। ପ୍ରଜା ଯାହା ଚାହାଁନ୍ତି ରାଜା ସେଇଆ ଚାହାଁନ୍ତି।

କିନ୍ତୁ ବଡ଼ ଦୁଃଖର କଥା ଏବେ ହେଉଛି ଓଲଟା। ନେତା ହେବା ବେଳେ ଯଦି ନେତା ପାଁଚ ଲକ୍ଷ ଟଙ୍କା ର ମାଳିକ ଥିଲେ, ନିର୍ବାଚିତ ହେବାର ପାଁଚ ବର୍ଷ ପରେ ସେ ନେତା ଦଶ କୋଟି ଟଙ୍କା ର ମାଳିକ ହୋଇ ଯାଉଛନ୍ତି। ଏଣେ ଜନତା ଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଛି। ଏଥିକୁ ନେତାଙ୍କର ତବେ ନାହିଁ। ପୁନଶ୍ଚ ବଡ଼ ଅବଶୋଷ ର କଥା ଯେ କେତେକ ରାଜନେତାଙ୍କ ଉପରେ ଘୋଟାଲା, ଯୌନ କେଲଙ୍କାରୀ, ହତ୍ୟା ଆଦି ଅଭିଯୋଗମାନ ଆସୁଛି ଏବଂ କେତେକଙ୍କ ଉପରେ ମାମଲା ଚାଲୁଛି ମଧ୍ୟ। ଏପରି ନେତାମାନେ କି ପ୍ରକାରର ରାଜ ଧର୍ମର ପାଲନ କରିବେ? ଏ ଦେଶକୁ କେବଳ ଭଗବାନ ଭରସା।

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.