• About
  • Contact
Monday, April 20, 2026
Monday, April 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦାରିଦ୍ର୍ୟର ଉତ୍ପୀଡନ ଭିତରୁ ଗଣକବିଙ୍କ ଜୀବନ ଓ ସାହିତ୍ୟ ଉଦ୍ଭାସିତ
(୧୪୩ ତମ ଜୟନ୍ତୀରେ ରାଜଧାନୀ ସମେତ ଜନ୍ମ ପୀଠ ରେ ଶ୍ରଦ୍ଧାଞ୍ଜଳି)

ଦାରିଦ୍ର୍ୟର ଉତ୍ପୀଡନ ଭିତରୁ  ଗଣକବିଙ୍କ ଜୀବନ ଓ ସାହିତ୍ୟ ଉଦ୍ଭାସିତ (୧୪୩ ତମ ଜୟନ୍ତୀରେ ରାଜଧାନୀ ସମେତ ଜନ୍ମ ପୀଠ ରେ ଶ୍ରଦ୍ଧାଞ୍ଜଳି)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ଅକ୍ଟୋବର ୨୦୨୪

୧୯୬୪ ମସିହାରୁ ସ୍ବର୍ଗତ ଶରତ କରଙ୍କ ଦ୍ଵାରା ପ୍ରତିଷ୍ଠିତ ବର୍ଷୀୟାନ ଅନୁଷ୍ଠାନ ଗଣକବି ସ୍ମୃତି ସଂସଦ ପକ୍ଷରୁ ବୈଷ୍ଣବ ପାଣିଙ୍କ ୧୪୩ ତମ ଜୟନ୍ତୀ ଅବସର ରେ ରାଜଧାନୀ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତି ରେ, କଟକ ଖାନନଗର ତଥା ଜନ୍ମ ପୀଠ କୋଠପଦା ସ୍ଥିତ ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି ।

ଶତାଧିକ ବୈଷ୍ଣବ ପାଣି ସାହିତ୍ୟ ସଙ୍ଗୀତ ପ୍ରେମୀ ଜନସାଧାରଣ ଙ୍କ ଗହଣରେ ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ପୁର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ ତଥା “ନିର୍ଭୀକ” ପତ୍ରିକା ର ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ ଗଣକବିଙ୍କ ଅମ୍ଳାନ ସ୍ମୃତି ଖାଲି ତାଙ୍କ ସାହିତ୍ୟରେ ସଂଜୀବିତ ହୋଇନାହିଁ, ବରଂ ଜନ ଜୀବନରେ ଏବେବି ଉଜ୍ଜୀବିତ ହୋଇ ରହିଛି । ଦାରିଦ୍ର୍ୟର ଉତ୍ପୀଡନ ଭିତରୁ ଗଣକବିଙ୍କ ଜୀବନ ଓ ସାହିତ୍ୟ ଉଦ୍ଭାସିତ ହୋଇଛି ଏବଂ ଚିରଦିନ ଆଭାମୟ ହୋଇ ରହିଥିବ ବୋଲି ଉଲ୍ଲେଖ କରିଥିଲେ ।

ଶରତ କର ଓ ଅନିମା କର ଫାଉଣ୍ଡେସନ, ଭୁବନେଶ୍ୱର ସମେତ ମାହାଙ୍ଗା ମୈତ୍ରୀ ମଞ୍ଚ, ଗଣକବି ସ୍ମୃତି ସଂସଦ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ଯଥାକ୍ରମେ, ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ସ୍ମୃତି ସଂସଦ ସମ୍ପାଦକ ରାମ ଚନ୍ଦ୍ର ବେହେରା, ଅମୁଲ୍ୟ କୁମାର ସ୍ୱାଇଁ, ଅଜିତ୍ କୁମାର ସାହୁ, ରାମ ଚନ୍ଦ୍ର ସ୍ୱାଇଁ, ଦିଲ୍ଲୀପ କୁମାର ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ସନ୍ଦୀପ ସାମଲ, ଦୀପ୍ତି ରଞ୍ଜନ ମହାପାତ୍ର, ବାଦଲ ମିଶ୍ର, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦୀପକ ରଂଜନ ଦାସ, ବାସୁଦେବ ପୃଷ୍ଟି, ରତ୍ନାକର ମହାନ୍ତି, ବିଚିତ୍ର ସାହୁ, ହୃଷୀକେଶ ବେହେରା, ବିପିନ ଚନ୍ଦ୍ର ଓଝା, ଭରତ କିଶୋର ନାୟକ, ଦିଲ୍ଲୀପ କୁମାର ମହାନ୍ତି, ମାଧବ ଚନ୍ଦ୍ର ପଲେଇ, ଅବଦୁଲ୍ କୁଦୁସ  ଓ ବାବୁଲି ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଣକବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।

Nirvik Bureau

Nirvik Bureau

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.