• About
  • Contact
Saturday, February 14, 2026
Saturday, February 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗଣକବି ସ୍ମୃତି ସଂସଦ ପକ୍ଷରୁ ବୈଷ୍ଣବ ପାଣି ଙ୍କ ୧୪୧ ତମ ଜୟନ୍ତୀ ପାଳିତ

ଗଣକବି ସ୍ମୃତି ସଂସଦ ପକ୍ଷରୁ ବୈଷ୍ଣବ ପାଣି ଙ୍କ ୧୪୧ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଅକ୍ଟୋବର ୨୦୨୨

ଗଣକବି ସ୍ମୃତି ସଂସଦ ପକ୍ଷରୁ ବୈଷ୍ଣବ ପାଣି ଙ୍କ ୧୪୧ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ପକ୍ଷରୁ ରାଜଧାନୀ ଭୁବନେଶ୍ଵର, କଟକ ଖାନ ନଗର ଏବଂ କବିଙ୍କ ଜନ୍ମ ପୀଠ କୋଠ ପଦା ସ୍ଥିତ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ ଅନୁଷ୍ଠାନ ର ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀଯୁକ୍ତ ଶୋଭନ କର ଏବଂ ମାହାଙ୍ଗା ମୈତ୍ରୀ ମଂଚର ସଂପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ । ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ ପୂର୍ବାହ୍ନ ୧୦ ଘଟିକା ରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ସଭା କୋଠପଦା ରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ରତ୍ନାକର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

ଅବନୀ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ରେ ପାଣି ସାହିତ୍ୟ ଆଲୋଚନା ଚକ୍ର ରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବିୟତ୍ରୀ ପ୍ରଫେସର ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣକବି ବୈଷ୍ଣବ ପାଣି ଙ୍କ ସାହିତ୍ୟରେ ସର୍ବକାଳୀନ ସମାଜ ସଚେତକ ବାର୍ତ୍ତା ଭରି ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଶତଦ୍ରୁ ସାହିତ୍ୟ ପତ୍ରିକାର ସମ୍ପାଦକ ପ୍ରଫେସର ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ଏବଂ କବିୟତ୍ରୀ ଲବଙ୍ଗଲତା ରାଉତ ଗଣକବି ଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ସ୍ବାଇଁ, ବିକାଶ କର, ଶୁଭେନ୍ଦୁ ସାମଲ, ହୃଷୀକେଶ ବେହେରା, ଧନେଶ୍ଵର ପ୍ରଧାନ, ଡମ୍ବରୁଧର ପରିଡ଼ା ଗଣକବି ଙ୍କ ଗୁଣ କୀର୍ତ୍ତନ କରି ବକ୍ତବ୍ୟ ରଖିଥିଲେ ।

ଶେଷରେ ସଂସଦ ର ସଂପାଦକ ରାମ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ପୂଜ୍ୟପୂଜା କୁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଷୟ ଶ୍ରୀଯୁକ୍ତ ଶୋଭନ କର ଘୋଷଣା କରିଥିଲେ ।

Nirvik Bureau

Nirvik Bureau

Related Posts

Fifty-five Years of Unspoken & Emotional Journey of a Journalist’s Wife
More

Fifty-five Years of Unspoken & Emotional Journey of a Journalist’s Wife

by Ambika Prasad Kanungo
February 9, 2026

Ambika Prasad Kanungo, Bhubaneswar, 9 February 2026 If one were to wander through an old Odia neighbour hood—those sun-soaked lanes...

Read more
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.