• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମ ସଂସ୍କୃତିରେ ଗଣେଶପୂଜା

ଆମ ସଂସ୍କୃତିରେ ଗଣେଶପୂଜା
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ୩୧ ଅଗଷ୍ଟ ୨୦୨୨

କେଉଁ କାଳରୁ ଭାରତ ବର୍ଷରେ ବୁଦ୍ଧିଦାତା, ବିଦ୍ୟାଦାତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଣେଶଙ୍କଉପାସନା ଧାରା ପ୍ରଚଳିତ ହୋଇ ଆସୁଛି । ସବୁ କ୍ଷେତ୍ରରେ ସେ ଅଗ୍ରପୂଜ୍ୟ ଓ ଅଗ୍ରବନ୍ଦ୍ୟ ହେତୁ ପ୍ରାୟତଃ ଦୈନନ୍ଦିନ ତାଙ୍କୁ ମନ୍ଦିର, ଗୃହ ତଥା କର୍ମକର୍ମାଣିମାନଙ୍କରେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଉଥିଲେ ହେଁ ପାରମ୍ପାରିକ ରୀତିରେ ସେ ଭାଦ୍ରବମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ବା ତାଙ୍କ ଜନ୍ମ ତିଥିରେ ଭାରତ ବର୍ଷର କୋଣେ ଅନୁକୋଣେ ଗଣେଶ ପୂଜା ମହାସମାରୋହରେ ପାଳନ କରାଯାଉଥିବାବେଳେ ବିଦେଶରେ ମଧ୍ୟ କେତେକ ଯାଗାରେ ଗଣେଶ ପୂଜା ହେବାର ଦେଖାଯାଏ।

ପୁରାଣ ଶାସ୍ତ୍ରମାନଙ୍କରେ ଶ୍ରୀଗଣେଶଙ୍କ ଉପରେ ଏବଂ ତାଙ୍କ ମହିମା ବିଷୟରେ ବିଭିନ୍ନ ବର୍ଣ୍ଣନା ବିଭିନ୍ନ ଦୃଷ୍ଟିଗୋଚରକୁ ଆସିଥାଏ। ରାମାୟଣରେ ଶ୍ରୀଗଣେଶଙ୍କୁ ଶିବଙ୍କର ଏକମାତ୍ର ରୂପ ବୋଲି କୁହାଯାଇଥିବାବେଳେ ମହାଭାରତରେ ଅର୍ଜୁନ ଗଣେଶଙ୍କୁ ଶିବ ବୋଲି ଥରେ ସ୍ତୁତି କରିଛନ୍ତି । ମହାଭାରତ ଭଳି ଇତିହାସର ରଚନା ସ୍ୱୟଂ ବ୍ୟାସ କରିଥିଲେ ହେଁ ଶ୍ରୀଗଣେଶଙ୍କୁ ଲିପିକାର ତଥା ମୁଖ୍ୟଭାବେ ଗ୍ରହଣ କରିଥିବା କଥା ଉଲ୍ଲେଖ ଅଛି ।

ଗୁପ୍ତ ଯୁଗରେ ଗଣେଶଙ୍କର ଖ୍ୟାତି ଓ ବିସ୍ତୃତି ରହିଥିଲା। ଏହାର ପରବର୍ତ୍ତୀ ସମୟରେ ରଚିତ କରାଯାଇଥିବା ପୁରାଣମାନଙ୍କରେ ଶ୍ରୀଗଣେଶଙ୍କର କିର୍ତ୍ତୀ,  ଖ୍ୟାତି ଓ ଆଧ୍ୟାତ୍ମିକ ଜଗତରେ ଶତମୁଖର ହୋଇଉଠିଛି । ଶିବ ପୁରାଣ, ଲିଙ୍ଗ ପୁରାଣ, ସ୍କନ୍ଦ ପୁରାଣ ଆଦିମାନଙ୍କରେ ଗଣପତିଙ୍କର ଦିବ୍ୟଲୀଳାର ମହିମା ପୁଙ୍ଖାନୁପୁଂଖ ଭାବରେ ବର୍ଣ୍ଣନା ସମାଜରେ ଆଦୃତ ହୋଇଛି । ଏପରିକି ପୁରାଣ ଶାସ୍ତ୍ରରେ ଗଣେଶଙ୍କ ଆଠଟି ଅବତାର ଥିବା ବର୍ଣ୍ଣନା କରାଯାଇଅଛି । ବକ୍ରତୁଣ୍ଡ, ଏକଦନ୍ତ, ମହୋଦର, ଗଜାନନ, ଲମ୍ବୋଦର, ବିକଟ, ବିଘ୍ନରାଜ, ଧୂମ୍ରବର୍ଣ୍ଣ ଇତ୍ୟାଦି ।

ମନୁସହିଂତା ଉଲ୍ଲେଖ ଅନୁସାରେ ଶିବ ଓ ଶ୍ରୀଗଣେଶଙ୍କୁ ଦେବତା ଭାବରେ ଗ୍ରହଣ କରାଯାଇ ଶ୍ରୀଗଣେଶଙ୍କୁ ମାନବ ସମାଜରେ ଅଗ୍ରପୂଜ୍ୟଭାବେ ପ୍ରାଧାନ୍ୟ ଦିଆଯାଇଅଛି। ଗୁପ୍ତଯୁଗ ଖ୍ରୀ.ଅ. ୩୬୦ ରୁ ୫୫୦ ମଧ୍ୟରେ ରଚିତ ବରାହମିହିରଙ୍କ ବୃହତ ସଂହିତା, ଅମରକୋଷ ପ୍ରମୁଖରେ ଗଣେଶଙ୍କର ସ୍ପଷ୍ଟ ସ୍ୱରୂପ ଉଲ୍ଲେଖ କରାଯାଇଅଛି ।

“ବିନାୟକୋ ବିଘ୍ନରାଜ ଦ୍ୱୈମାତୁର ଗଣାଧିପ

 ଅପ୍ରେକଦନ୍ତ ହେରମ୍ବ ଲମ୍ବୋଦର ଗଜାନନ”।

                                                                       (ଅମରକୋଷ-୧ମ କାଣ୍ଡ-ସ୍ୱର୍ଗବର୍ଗ-୭)

  ସାଧାରଣତଃ ଗଣେଶ ଉପାସନାକୁ ପ୍ରଭାବିତ କରିଥିବା ଗୁପ୍ତଯୁଗୀୟ କିର୍ତ୍ତୀମାନଙ୍କରେ ଅର୍ଦ୍ଧ ପାରାୟଣିକ ଭଙ୍ଗୀରେ ଉପବିଷ୍ଟ ଘଣ୍ଟାମାଳ ଧାରଣ କରିଥିବା ମହାରାଷ୍ଟ୍ରର ତଥା ଦକ୍ଷିଣ ପଶ୍ଚିମ ଭାରତର କେତେକ ଗଣେଶ ମନ୍ଦିରରେ ଥିବା ଚର୍ତୁଭୁଜ ଗଣେଶଙ୍କ ପୂଜା ବିଧି ଅନନ୍ୟ।

ଷଷ୍ଠ ଓ ସପ୍ତମ ଶତକ ବେଳକୁ ଶିବମନ୍ଦିର ମଧ୍ୟରେ ପାର୍ଶ୍ୱଦେବତା ଭାବରେ ସ୍ଥାନିତ ହେବା ଏକରକମ ପରମ୍ପରାରେ ପରିଣତ ହୋଇଆସୁଅଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ଯାଜପୁରର ଚମ୍ପେଶ୍ୱର ମନ୍ଦିର, ପୃଥିବୀ ବିଖ୍ୟାତ କୋଣାର୍କ ମନ୍ଦିର, ପଦ୍ମପୁର ପାଇକମାଳ ପର୍ବତ ଦେହରେ ନୃତ୍ୟରତ ଗଣେଶ, ଶ୍ରୀମନ୍ଦିରର ନୃତ୍ୟ ଗଣେଶ ଓ ଭଣ୍ଡ ଗଣେଶ, କିଚକେଶ୍ୱରୀର ନୃତ୍ୟଭଙ୍ଗୀ ଗଣେଶ, ପୁରୀ ସିଦ୍ଧିବିନାୟକ, ଚଣ୍ଡିଖୋଲର ମହାବିନାୟକ ଆଦି ଓଡିଶାରେ ଗାଣପତ୍ୟ ମତକୁ  ସୁଦୃଢ କରିଥିବାରୁ ସମଗ୍ର ଭାରତ ବର୍ଷରେ ଅଗ୍ର୍ୟପୂଜ୍ୟ ଭାବରେ ବୁଦ୍ଧିଦାତା, ସିଦ୍ଧିଦାତା ଭାବେ ଘରେ ଘରେ ପୂଜା ହୋଇଆସୁଛନ୍ତି ।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.