• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଘର ଦଖଲ (ଭାଗ ୮)

ଘର ଦଖଲ (ଭାଗ ୮)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୭ ଜାନୁଆରୀ ୨୦୨୫

ଆମ ଘରର ସାମ୍ନା ପଟେ ଦି’ କଡ଼ରେ ଦୁଇଟି ବଖରା ଥିଲା। ଗୋଟେ ବଡ଼ କକେଇ ବ୍ୟବହାର କରୁଥିଲେ, ଗୋଟେ ସାନ କକେଇ। ସାନ କକେଇଂକ ବଖରା ଥିଲା ପରିଷ୍କାର, ବୋଉ ତାକୁ ସଫା ରଖୁଥିଲା। କକେଇ ଓ ବୋଉ ସମବୟସ୍କ ଥିଲେ। ବଡ଼ କକେଇ ଅମୃତାଞ୍ଜନ ଓ ଭାସ୍କର ଲବଣ ତିଆରି କରି ରେଳରେ ବୁଲି ବିକ୍ରୀ କରୁଥିଲେ।

ଏ ଭିତରେ ସାନ କକେଇ ବଦଳି ହୋଇ ପୁରୀ ଆସିଲେ। ତା ଆଗରୁ ମା, ନାନୀ ଓ ମୁଁ ତାଳବଣିଆ ଯାଇ କକେଇଂକ ଘରକାମ ଦେଖୁଥୁଲୁ। ତାହା ସମ୍ଭବତଃ ୧୯୭୦ ମସିହା। ପାଖ ନିଳିମା ହାଉସ୍‌ରୁ ତଡ଼ା ଇଟା ଓ କିଛି ନୂଆ ଇଟାରେ ଟାଇଲ ଛପର ଘର ଦୁଇ ବଖରା ତିଆରି ହେଉଥିଲା। ପଛପଟେ ବାରଣ୍ଡା ଓ ପରେ ପରେ ନୂଆ ବଖରାଟିଏ ତିଆରି ହେଲା। ଆମେ ବାରଣ୍ଡାରେ ରହୁଥିଲୁ। ଦାଣ୍ଡଘରେ କକେଇଂକ ଅଫିସ୍ ଲୋକେ, ତା’ପରେ ତାଂକ ଶୋଇବା ଘର। ତା’ପରେ ଆମ ରହିବା ଜାଗା।

କକେଇ ଥିଲେ ଆମ ଘରର ସବୁଠୁ ଶିକ୍ଷିତ ଲୋକ। ନନା ତାଂକୁ ପାଠ ପଢ଼େଇଥିଲେ ବୋଲି କହୁଥିଲେ। ସେ କିନ୍ତୁ ମାନୁନଥିଲେ। ଯେଉଁ ଜାଗାରେ କକେଇ ଘର କରିଥିଲେ, ନନା ସେ ଜାଗା ଫକୀର ମିଶ୍ର, ନଗରପାଳକଂକୁ କହି କକେଇଂକ ନାଁରେ ଆବେଦନ କରିଥିଲେ ବୋଲି କହୁଥିଲେ। କକେଇଂକ ଜାଗା ଅମୀନ ଭୁଲ୍‌ରେ ଚିହ୍ନଟ କଲା। ଯେଉଁ ଜାଗାରେ ସେ ଘର କଲେ, ତାହା ଥିଲା ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କର। ତେଣୁ କକେଇଂକୁ ଦୁଇଟି ଜାଗା ମିଳିଗଲା। ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ଠାରୁ ସେ ଜାଗାଟି କିଣି ନେଇଥିଲେ। ନନାଂକ ପାଖେ କିଛି ନଥିଲା। କକେଇ ନିଜ ଜାଗାରୁ ଚଉଠେ ଦେଇଥିଲେ ବି ନନାଂକ କାମ ହୋଇଥାନ୍ତା। ସେ କିଂତୁ ତାହା ଦେବା ପାଇଁ କେବେ ବି ଆଗ୍ରହ ଦେଖାଇ ନଥୁଲେ। ନନା ମରିବା ପର୍ଯ୍ୟନ୍ତ ଖଣ୍ଡେ ଜାଗା କିଣି ପାରିଲେ ନାହିଁ। ମୁଁ ଅନ୍ୟ ଜାତିରେ ବାହା ହେଇଥିବାରୁ ସେ ମୋ ସ୍ତ୍ରୀ ଓ ପିଲାକ ସହ ବସିବାକୁ ଆଗ୍ରହୀ ନଥିଲେ। କକେଇ କହିଥିଲେ ସେ ହୁଏତ କକେଇଂକ ସହ ରହିବାକୁ ଋହିଁଥାନ୍ତେ।

ଅଷ୍ଟମ ଶ୍ରେଣୀ ଶେଷ ଆଡ଼କୁ ମୋ ବ୍ରତଘର ହେଲା। ୧୯୭୨ ମେ ମାସରେ, ସେତେବେଳେ ମୋ ବୟସ ୧୨ବର୍ଷ, ୪ ସହ ହରିନହେଲେ ଅର୍ଥାତ୍ ଛିଣ୍ଡା ଅଂକକୁ ବୟସ ଆସିଗଲେ ମୋ ବ୍ରତଘର ୧୩ବର୍ଷରେ ହୋଇଥାନ୍ତା। ଜୁନ୍ ୧୫ ମୋ ଜନ୍ମଦିନ ଆଗରୁ ବ୍ରତଘର ହେବା ଦରକାର ଥିଲା।

ବ୍ରତଘର ପରେ ମୋର ପଇତା ପଡ଼ିଲା। ପ୍ରଥମ ମାସେ ସକାଳୁ ଉଠି ବ୍ରାହ୍ମ ମୁହୂର୍ଭରେ ମତେ ଗାଧୋଇ ସଂଧା ଗାୟତ୍ରୀ କରିବାକୁ ହେଲା। ସେତେବେଳେ ତାହା ହିଁ ଥିଲା ବିଧି। କୁଳଗୁରୁ ରାମଚନ୍ଦ୍ର ମହାପାତ୍ର ମତେ ଗାୟତ୍ରୀ ମନ୍ତ୍ର ଦେଇଥିଲେ। ମୋ ବ୍ରତଘରେ ମତେ ସବୁଠୁ ଅଧିକ ମିଳିଥିଲା ଗୀତା ଓ କଲମ। ବ୍ରତଘରର ମାସେ ପରେ ମୁଁ ନନାଂକ ପାଖକୁ
ଗଲି ଯେ ଆଉ ଫେରିଲିନି।

ଏ ଭିତରେ ଘଟିଯାଇଥଲା ଏକ ଘଟଣା । ଦିନେ ବୋଉ କାନ୍ଦି କାନ୍ଦି ଆସି ପହଂଚିଲା। କିଛି ଲୋକ କୋର୍ଟ ନୋଟିସ୍ ନେଇ ଆସିଲେ। ନନା କେତେ ଦିନୁ କୁଆଡ଼େ ଯାଇଥିଲେ ଯେ ଫେରିନଥିଲେ। ତା ଆଗରୁ ଥରେ ଏମିତି ହେଇଥିଲା। ନନା ଗୋଟେ କେଶ୍ ରେ ହାରି ସରେଣ୍ଡର୍ କରିଥିଲେ ଓ କକେଇ ୧୨ଦିନ ପରେ ତାଂକୁ ଜାମିନରେ ଆଣିଥିଲେ। ଏଥରକ କଥା କିନ୍ତୁ ଥିଲା ଅଲଗା। ଘର ମାଲିକ କେଶ୍ କରି ଆମକୁ ଘରୁ ବାହାର କରିଦେଇଥିଲା। ଆମ ଜିନିଷପତ୍ର ଦାଣ୍ଡରେ ପଡ଼ିଥାଏ।

କକେଇ ଆମକୁ ସେଇ ଘର ପିଣ୍ଡାରେ ରାତିରେ ରହିଯିବାକୁ ପରାମର୍ଶ ଦେଲେ। ମୁଁ ବୋଉ ସାଥିରେ ରହିଲି। ଝୁନୁ, ମିନୁ ଓ ଦେବୁ, ବଣିଆଣି, ନାନୀ ବି। ଆମେ ଦୁଇଦିନ ରହିବା ପରେ ବୋଉ ଆମକୁ ନେଇ ଆଈଘରକୁ ଗଲା। ସେଠି ଜଣେ ମାଉସୀର ପୁଅ ଅଜାଘରର ପୋଷ୍ୟପୁତ୍ର ହୋଇଥାନ୍ତି। ମାଉସୀ ଆମକୁ ଖାଇବାକୁ ଭାତ ଡାଲି ଦେଲା। ସପ୍ତାହକ ପରେ ନନା ଆସିଲେ। କକେଇଂକ ଘର ପାଖେ କାହା ଘର ଭଡ଼ା କରି ସେ ବୋଉ, ଝୁନୁ, ମିନୁ ଓ ଦେବଂକୁ ନେଇ ଗଲେ। ବଣିଆଣି ନାନୀ ଗଲେ କି ନା ମୋର ମନେନାହିଁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.