• About
  • Contact
Wednesday, January 21, 2026
Wednesday, January 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଘର ଦଖଲ (ଭାଗ ୯)
ମୋ ଆଦ୍ୟ ଜୀବନର ସମ୍ମାନନୀୟା ନାରୀମାନେ

ଘର ଦଖଲ (ଭାଗ ୯)ମୋ ଆଦ୍ୟ ଜୀବନର ସମ୍ମାନନୀୟା ନାରୀମାନେ
Share on FacebookShare on Xshare on Whatsappshare on Linkedin

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୩ ଜାନୁଆରୀ ୨୦୨୫

ମୋ ଜୀବନରେ ଯେତେ ଜଣ ନାରୀ ଆସିଛନ୍ତି, ସେମାନଂକ କଥା କହିଲେ ଗୋଟିଏ ଉପନ୍ୟାସ ହବ। ତହିଁରୁ ମୁଁ ବଣିଆଣି ନାନୀ, ମାଆ, ବୋଉ ଓ ପାସୋରି ଦିଦିଙ୍କ କଥା ସବୁବେଳେ ଭାବି ହୁଏ।

ମା’ ମୋ ନନାଂକର ମାଉସୀ ଥିଲା। ବାଲ୍ୟ ବିଧବା – ଶାଶୁଘରେ ସ୍ଵାମୀ ଚାଲିଯିବା ପରେ ଦେଢ଼ଶୁରଙ୍କ ଆଖି ଥିଲା ତା ଭାଗର ସଂପତ୍ତି ଉପରେ। ସେ ଚାହୁଁଥିଲେ, ମା’ ତାଂକ ପୁଅକୁ ପୁଅକରି ବ୍ରତ କରୁ।

ଦେଢ଼ଶୁରଂକ କଥା ମା’ ମାନି ତାଂକ ପୁଅ ମାଧୁଆ ଭାଇନାଂକୁ ପୁଅ କରି ବ୍ରତ କଲା। ମାଧିଆ ଭାଇନାଂକୁ ପୁଅ କଲା ପରେ ବି ଦେଢ଼ଶୁରଂକ ଅତ୍ୟାଚାର ସରିଲାନି। ସେ ମା’କୁ ଚାକରାଣୀ ପରି ଘରେ ଖଟେଇଲେ। ଜେଜେ ମା’ ଏ ଖବର ପାଇ ଜେଜେବାପାଂକୁ କହିଲେ। ଜେଜେବାପା ରାଗି ଲୋକ। ସିଧା ଗଲେ ଓ ମା’କୁ ନେଇଆସିଲେ।

ସେଇଦିନଠୁ ମା’ ଆସିଲା ଯେ ଆଉ ଗଲାନି। ନନା, ବଡ଼ କକେଇ ସେତେବେଳକୁ ଛୋଟ। ସାନ କକେଇ ଜନ୍ମ ହେଲେ। ତାଂକୁ ପାଂଚବର୍ଷ ହେବା ଯାଏଁ ଜେଜେମା’ ବଂଚିଥିଲେ। ହଠାତ୍ ସେ ଚାଲିଗଲେ ଓ ମା’ ହିଁ ହେଇଗଲା ସମସ୍ତଙ୍କର ମା’।

ନନାଂକର ବଡ଼ ଭାଇନା ଓ ବଡ଼ ଭଉଣୀ ବି ଥିଲେ। ମା’ ସେମାନଂକ କଥା ମତେ କେତେଥର କହିଛି। ବଡ଼ ପିଇସୀ ଝାପନାନୀ ନୂଆ ଶାସନରେ ବାହା ହୋଇଥିଲେ। ଅଳ୍ପ ବୟସରେ ଚାଲିଗଲେ। ବଡ଼ ଦଦେଇ ଲିଂଗରାଜଂକୁ ମୁଁ ବା ନାନୀ ଦେଖିନୁ। ଶୁଣିଛି, ସେ ପଣ୍ଡିତ ଥିଲେ। କୌଣସି ପ୍ରେମ ଜନିତ କାରଣକୁ ନେଇ ଜେଜେବାପା ତାଂକ ଉପରେ ରାଗିଲେ ଓ ସେ ଆତ୍ମହତ୍ୟା କରିଦେଲେ।

ମା’ର କାମ ଏଇଠି ସରିଲାନି। କକେଇ ବାହା ହେଲେ ଓ ତାଂକର ପିଲାଛୁଆ ବି ଥିଲେ। ବଡ଼ କକେଇ ସାରା ଜୀବନ ଅବିବାହିତ ରହିଲେ। ଆମେ ଦୁହେଁ, ମୁଁ ଓ ନାନୀ କକେଇଙ୍କ ପାଖରେ ରହିଲୁ। ମା’ ଥିଲା ଆମ ସମସ୍ତଂକର ମା’। ଗାଈବାଛୁରୀ ବି ରଖିଥିଲା। ସମସ୍ତଂକ କଥା ବୁଝି ରୋଷେଇ ବି କରେ।

ଏମିତି ଥିଲା ତା’ ଜୀବନ। ଶତାଧିକ ବର୍ଷ ସିଏ ବଂଚିଲା- ମୋ ପିଲାମାନଂକୁ, ନାନୀ ଓ ମାମିନାର ପିଲାକୁ ବି ଦେଖିଲା। ଏମିତି କଷ୍ଟ ସହି ସହି ମା ଦିନେ ଚାଲିଗଲା। ମୁଁ ସେତେବେଳେ ଦିଲ୍ଲୀରେ। ମଲାବେଳେ ମୁଁ ତାକୁ ଦେଖିପାରିଲିନି।

ମଲାବେଳେ ମୁଁ ମା’, ବଡ଼ କକେଇ, ବୋଉ, ନନା ବା କକେଇଂକୁ ବି ଦେଖିପାରିନି। ମୋ ମଲାବେଳେ ମୋ ପିଲାମାନେ ଦେଖିପାରିବେ କି ନା, କିଏ ଜାଣେ ?

ବଣିଆଣି ନାନୀଂକ କଥା ଆଗରୁ ଲେଖିଛି। ବୋଉ ଚାଲିଗଲା ପରେ ତାଂକ ଜୋଇଁ ଲଖୁ ଭାଇ ଆସି ତାଂକୁ ନେଇଗଲେ। ସେଠୁ ପରେ ତାଂକ ଦ୍ବିତୀୟ ପୁଅ ରବିଭାଇ ତାଂକୁ ନେଇ ଆସିଥିଲେ। ଶେଷଥର ବଣିଆଣି ନାନୀ ଆମ ଘରକୁ ସାନଭାଇ, ଦେବୁର ବାହାଘରକୁ ଆସିଥିଲେ। ନନା ଚାଲିଯିବା ଖବର ତାଂକ ପାଖକୁ ଆମେ ପଠେଇଥିଲୁ। ପରେ ଖବର ପାଇଲୁ, ସେ ଚାଲିଗଲେଣି।

ପାସୋରି ଦିଦି ଥିଲେ ବାଲ୍ୟ ବିଧବା। ପିଲାଦିନେ ବୋଉ ସହ ତାଂକର ଦେଖା ହୋଇଥିଲା। ପରେ ଥରେ ବୋଉ ତାଂକୁ ରାସ୍ତାରେ ଦେଖିଲା। ସେ ମାତା ହୋଇ ଯାଇଥିଲେ। ତା’ପରେ ପାସୋରି ଦିଦି ଆମ ଘରକୁ ନିୟମିତ ଆସିଲେ। ଆମର ସେତେବେଳେ ଅବସ୍ଥା ବହୁତ ଖରାପ। ତାଂକୁ ବେଳେ ବେଳେ ଖାଇବାକୁ ମିଳୁଥିଲା। ବେଳେବେଳେ ସେ ଓପାସ ରହୁଥିଲେ।

ମୋ ବ୍ରତଘରକୁ ପାସୋରି ଦିଦି ଆସିଥିଲେ। କୋଡ଼ିଏ ପଇସା ମତେ ବ୍ରତଭିକ୍ଷା ଦେଇଥିଲେ।

ପାସୋରି ଦିଦି ରହୁଥିଲେ ପାଥାରପୁରୀ ହଷ୍ଟେଲ ସାମ୍ନା ଘରେ। ପରେ ମାଲିକ ସେ ଘରଟା ରାଜ୍ୟ ସରକାରଂକୁ ଦାନ କରିଦେଲେ। ସେଠି ଚଂଦନ ହଜୁରୀ ଶିଶୁ ଚିକିତ୍ସାଳୟ ଖୋଲିଲା। ରାଜ୍ୟ ସରକାର ସେମାନଙ୍କୁ ବାହାର କରିଦେଲେ।

ମୁଁ ବାଟରେ ଦେଖାହେଲା ବେଳେ ପାସୋରି ଦିଦି ଗୋଟିଏ କଥା ସବୁବେଳେ କହୁଥିଲେ… ବାପା, ବଡ଼ ମଣିଷ ହେଲା ପରେ ତୋ ନନା, ବୋଉଂକୁ ପଚାରିବୁ। ମତେ ବି।

ଚାକିରି କଲା ପରେ ମୁଁ ପାସୋରି ଦିଦିଂକୁ ଅନେକ ଖୋଜିଲି। ସେ ମିଳିଲେ ନାହିଁ।

ପରେ ଶୁଣିଲି, ସେ ସୁନାର ଗୌରାଙ୍ଗ ମଠରେ ଶୋଉଥିଲେ। ଯିଏ ଯାହା ଦେଉଥିଲା, ଖାଉଥିଲେ। ହଠାତ୍ ଦିନେ ସାତଦିନ ଜରରେ ସେ ଚାଲିଗଲେ। ତାଂକୁ ମେହେତର ନେଇ ତାଳବଣିଆରେ ଫିଙ୍ଗିଦେଲା। ତାଂକର କେହି ସଂପର୍କୀୟ କି ପିଲାପିଲି ନଥିଲେ।

ମୋ ଜୀବନରେ ମୋର ସବୁଠୁ ବଡ଼ ଅବସୋସ, ମୋ ବୋଉ, ମା’, ବଣିଆଣି ନାନୀ ବା ପାସୋରି ଦିଦିଂକ ପାଇଁ କିଛି କରିପାରିଲି ନାହିଁ। ବୋଉ ବି ତିନିବର୍ଷ ଯକ୍ଷ୍ମାରେ ସଢ଼ି ସଢ଼ି ୧୯୮୪ରେ ଚାଲିଗଲା। ତା’ ଚିକିତ୍ସା କରିବାର ସମ୍ବଳ ସେତେବେଳେ ମୋ ପାଖେ ନଥିଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.