• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗୋଟିଏ ଅଭୁଲା ଘଟଣା (ଭାଗ ୨୦)

ଗୋଟିଏ ଅଭୁଲା ଘଟଣା (ଭାଗ ୨୦)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୧ ମାର୍ଚ୍ଚ ୨୦୨୫

ପ୍ରାୟ ୪୫ ବର୍ଷ ହେଇଯିବ ମୁଁ ପାଶୋରି ଦିଦିକୁ ଦେଖିନାହିଁ।

୧୯୭୧ ମସିହାର କଥା। ମୁଁ ସର୍ବୋଦୟ ନଗରରେ ମୋ କକେଇଙ୍କ ଘରେ ଘରେ ରହୁଥାଏ। ମୋ ନନା ରହୁଥାନ୍ତି ରାମଚଣ୍ଡି ସାହିରେ ଓ ସହର ସାରା ବୁଲି ବୁଲି ଶସ୍ତାରେ ଭଡ଼ାଘରଟିଏ ଖୋଜୁଥାନ୍ତି। ଆମ ନିଜର ଘର ନଥିଲା। କକେଇଙ୍କ ଘରେ ମୁଁ ଓ ମୋ ସାନଭଉଣୀ ରହୁଥିଲୁ। ମଝିରେ ମଝିରେ ମୁଁ ନନା ଓ ବୋଉଙ୍କ ପାଖକୁ ଯାଇ ବୁଲି ଆସୁଥିଲି।

ଥରେ ମୁଁ ଘରକୁ ଯାଇଥିବା ବେଳେ ବୋଉ ପାଖରେ ଜଣେ ବୁଢ଼ୀଲୋକଙ୍କୁ ଦେଖିଲି। ଅତି ବେଶିରେ ସେ ସାଢ଼େ ଚାରି ଫୁଟ୍ ଉଚ୍ଚତାର ହେବେ। ବୋଉ ମତେ ଚିହ୍ନେଇ ଦେଲା, ଇଏ ପାଶୋରି ଦିଦି। ବାହାସାହା ହେବା ଆଗରୁ, ପନ୍ଦର ବର୍ଷ ବୟସରୁ ପାଶୋରି ଦିଦିକୁ ଜାଣିଛି। ପାଶୋରି ଦିଦିର ଘର ପଶ୍ଚିମ ବଙ୍ଗରେ। ବାଳୁତ କାଳରୁ ସେ ବିଧବା। ପୁରୀର ଗୋଟିଏ ମଠରେ ରହି ଦିନ କାଟୁଥିଲା। ପରେ ଯେତେବେଳେ ମହନ୍ତ ମରିଗଲେ, ତାଙ୍କର ଚେଲାମାନେ ସମ୍ପତ୍ତି ବାଡ଼ି ବିକ୍ରି କରିଦେଲେ। ବିଚାରି ପାଶୋରି ଦିଦି ପୁଣି ବେଘର ହୋଇଗଲା। କହିବାକୁ ଗଲେ ତ ସେ ଭିକ ମାଗୁଥିଲା କିନ୍ତୁ ରାସ୍ତା ଘାଟରେ ବୁଲି ବୁଲି ନୁହେଁ। କେବଳ ବଙ୍ଗାଳୀ ପର୍ଯ୍ୟଟକ ମାନଙ୍କ ପାଖକୁ ଯାଇ ସେ ସାହାଯ୍ୟଭିକ୍ଷା କରୁଥିଲା। ସମ୍ଭବତଃ କୋଉଠି କିଛି କାମ ଦାମ ବି କରୁଥିଲା। ସେତେବେଳେ ତାକୁ ପ୍ରାୟ ୬୫ ବର୍ଷ। ପୁରୀରେ ସେ ସମୟରେ କୌଣସି ଵୃଦ୍ଧାଶ୍ରମ ବି ନଥିଲା। ମୋ ନନା ବି କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ। ପୁରା ପରିବାରକୁ ଅନେକ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା। କିନ୍ତୁ ତାରି ଭିତରେ ବି ଯଦି ଖାଇବା ବଳେ କେହି ଆସି ପହଞ୍ଚେ, ଆମ ଆମ ଖାଦ୍ୟରୁ କାଢ଼ି ତାଙ୍କୁ ଖାଇବାକୁ ଦେଇଥାଉ।

ସେତେବେଳେ ଦି’ଟା ବାଜି ସାରିଲାଣି। ଯାହା ରନ୍ଧା ହେଇଥିଲା, ପାଶୋରି ଦିଦି ସହିତ ଆମେ ଏକାଠି ଖାଇଲୁ। ଆମ ପରି ସେ ବି ଭୋକିଲା ଥିଲା। ସେ ଆମ ସମସ୍ତଙ୍କର ଶୁଭ ମନାସିଲା ଓ ସନ୍ଧ୍ୟାବେଳେକୁ ଯାଇ ଆମ ଘରୁ ଗଲା।

୧୯୭୨ ମସିହା ମେ’ ମାସ। ମୁଁ ପୁଣି ଥରେ ପାଶୋରି ଦିଦିକୁ ମୋର ବ୍ରତଘର ଉତ୍ସବରେ ଭେଟିଲି।

ଉପନୟନ ସଂସ୍କାର ପରେ ବ୍ରତଭିକ୍ଷା କରାଯାଏ। ଉପସ୍ଥିତ ଲୋକମାନଙ୍କୁ ଯାଇ ଭିକ୍ଷା ମାଗିବାକୁ ପଡ଼େ। ବ୍ରାହ୍ମଣ ପରିବାରର ଏହା ଏକ ପରଂପରା। କୁହାଯାଏ, ଏହି ପବିତ୍ର ଉତ୍ସବ ପରେ, ବ୍ରହ୍ମଚାରୀ ଭିକ୍ଷାକରି ଯାହା ପାଏ ତା’ ଗୁରୁକୁଳରେ ପଇଠ ହୁଏ। ସେଦିନ ବ୍ରତ ଭିକ୍ଷାରେ ପାଶୋରି ଦିଦି କୋଡ଼ିଏ ପଇସା ଦେଇଥିଲା। ତା’ ପାଇଁ ଜଣେ ନିଃସମ୍ବଳ ମଣିଷ ପାଇଁ ମୋର କୋଡ଼ିଏ ପଇସା ଯଥେଷ୍ଟ ଥିଲା। ସେତେବେଳେ କୋଡ଼ିଏ ପଇସାରେ ବେଳାଟେ’ ପେଟପୁରା ଖାଇ ହେଇ ପାରୁଥିଲା।

ଆମର ପରବର୍ତ୍ତି ସାକ୍ଷାତକାର ଆମ ଘରେ ହିଁ ହୋଇଥିଲା। ବାଙ୍କିମୁହାଣ ଓ ଡ଼ିଏଜି ଅଫିସ୍ ମଝିରେ ଥିବା ଗୋଟିଏ ଭଙ୍ଗା ଘର ଭିତରେ। ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେ ବି ଆମପରି ଆମ ପାଖାପାଖି ଗୋଟିଏ ଦରଭଙ୍ଗା ଘରେ ରହିବାକୁ ଜାଗା ପାଇଛି। କିଛି ବର୍ଷ ଏମିତିରେ ବିତିଗଲା। ସେ ଘର ମରାମତି କରାଗଲା। ଘରମାଲିକ ରେଡ଼କ୍ରସ ସଂସ୍ଥାକୁ ଘରଟିକୁ ଦାନ କରିଦେଲେ। ସେଠି ଗୋଟିଏ ଶିଶୁ ଚିକିତ୍ସାଳୟ ଖୋଲା ହେବାର ଯୋଜନା ହେଲା। ପାଶୋରି ଦିଦି ରହୁଥିବା ବାସସ୍ଥାନଟିରେ ଚନ୍ଦନହଜୁରୀ ଶିଶୁ ଚିକିତ୍ସାଳୟ ମଥା ଟେକିଲା। ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଘରମାନଙ୍କରେ ପାଶୋରି ଦିଦି ରହିବା କଥାଟିକୁ କେହି ଗ୍ରହଣ କରି ପାରିନଥିଲେ।

ମୁଁ ସେତେବେଳେ ସ୍ୱପ୍ନରେ ମସଗୁଲ୍ ଥିଲି। ମୋତେ ବିଭିନ୍ନ କ୍ଷେତ୍ରରେ ସ୍ୱୀକୃତି ମିଳୁଥିଲା, ତା’ ସହିତ ମୁଁ କଲେଜରେ ଛାତ୍ର ରାଜନୀତି ବି କରୁଥିଲି। ପିନ୍ଧିବାକୁ ଭଲ ପୋଷାକ ନଥିଲା, ପଢିବାକୁ ବହିପତ୍ର ନଥିଲା, ଭଲରେ ଖାଇବାଗଣ୍ଡେ ବି ମିଳୁ ନଥିଲା। ତଥାପି ଛାତ୍ର ମାନଙ୍କ ପାଇଁ ମୁଁ ଲଢ଼ୁଥିଲି।

ସେତେବେଳେ ମୋର ବେଶପୋଷାକ କହିଲେ ଧଳା ପାଇଜାମା ଓ କୂର୍ତ୍ତା। ସାଙ୍ଗମାନେ ଭାବୁଥିଲେ ରାଜନୀତିରେ ଲୋକମାନେ ଏ ପ୍ରକାର ପୋଷାକ ପିନ୍ଧୁଥିବାରୁ ମୁଁ ଏସବୁ ପିନ୍ଧେ। କିନ୍ତୁ ପ୍ରକୃତ କଥା ତା’ ନୁହେଁ। ଦାମ୍ କମ୍ ହୋଇଥିବାରୁ ମୁଁ ଏମିତି ପୋଷାକ ପିନ୍ଧିଥାଏ। ମୋ ପାଇଁ କି ମୋର ଅନ୍ୟ ଭାଇଭଉଣୀଙ୍କ ପାଇଁ ହଳକରୁ ଅଧିକ ପୋଷାକ କିଣିଦେବାର କ୍ଷମତା ମୋ ନନାଙ୍କର ନଥିଲା।

ଅନେକ ସମୟରେ, କଲେଜରୁ ଫେରୁଥିବା ବେଳେ ମୋର ପାଶୋରି ଦିଦି ଦେଖା ହୁଏ। ଦେଖିଲେ ସେ ମୋତେ ଖୁବ୍ ଆଶୀର୍ବାଦ କରେ ଆଉ କୁଣ୍ଢେଇ ପକେଇ କୁହେ, “ତୁ ଦିନେ ବଡ଼ ମଣିଷ ହବୁ ରେ ପୁଅ। ସେତେବେଳେ ମୋତେ ଟିକିଏ ଅନେଇବୁ।”

ବହୁତଶିଘ୍ର ଡାକ୍ତରଖାନା କାମ ସରିଗଲା। ମୁ ପାଶୋରି ଦିଦିକୁ ପୁଣି ଥରେ ହରେଇଲି। ଆମଘର ମାଲିକ ମଧ୍ୟ ଘରଟିକୁ ବିକ୍ରି କରିଦେଲେ। ଆମେମାନେ ପେଣ୍ଠକଟାରେ ଘରଟିଏ ବୁଝି ସେଠିକୁ ଚାଲିଗଲୁ। ସ୍ନାତକ ଡିଗ୍ରୀ ପାଇଲା ପରେ ଏମ୍.ଏ. ପଢ଼ିବା ପାଇଁ ମୁଁ ରେଭେନ୍ସା କଲେଜ ଗଲି। କିନ୍ତୁ ସେଠାରେ ବେଶିଦିନ ରହିପାରିଲିନି। ପୁରୀ ଫେରିଆସି ଇଂରାଜୀରେ ଏମ୍.ଏ. ପଢ଼ିଲି।

ମୋର ଭାଗ୍ୟ ବୋଧ ହୁଏ ସେହିଠାରେ ମୋତେ ଅପେକ୍ଷା କରୁଥିଲା। ମୁଁ ପ୍ରଥମେ ଜେ.ମହାପାତ୍ର ଆଣ୍ଡ କୋ ନାମରେ ଥିବା କଟକର ଗୋଟେ ପ୍ରକାଶନ ସଂସ୍ଥାରେ ସହ ସମ୍ପାଦକ ଭାବେ ଯୋଗ ଦେଲି ଓ ପରେ ପୁରୀର ଏକ ପ୍ରେସର ମ୍ୟାନେଜର ଭାବେ କାମ କଲି। ଏହା ଦ୍ଵାରା କିଛି ଅର୍ଥ ରୋଜଗାର କରି ବାପାଙ୍କୁ କିଛି ପରିମାଣରେ ଆର୍ଥିକ ସହାୟତା କରିପାରିଲି।

ସମୟକ୍ରମେ ଅନେକ ଘଟଣା ଗୋଟିକ ପରେ ଗୋଟିଏ ଘଟିଗଲେ। ମୋର ଅନ୍ୟ ଜାତିରେ ବିବାହ, ନନାଙ୍କ ସହିତ ମତଦ୍ବେଧ, ସରକାରୀ ଚାକିରୀ, ଉମରକୋଟ୍ କୁ ଯିବା, ଓ କୋରାପୁଟ୍ ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିବା – ଏମିତି ଅନେକ କିଛି। ମୋର ସରକାରୀ ଚାକିରୀରେ ଯୋଗଦାନ କରିବାର ଅଳ୍ପ କିଛି ମାସ ପରେ ବୋଉ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ୧୯୮୪ରେ ମୃତ୍ୟୁ ବରଣ କଲା। ବୋଉ ମତେ ଥରେ କହିଥିଲା, “ତୁ ଚାକିରୀ କଲା ପରେ ନିଶ୍ଚୟ ପାଶୋରି ଦିଦି ପରି ଲୋକ ମାନଙ୍କୁ ସାହାଯ୍ୟ କରିବୁ।” ମୁଁ ପାଶୋରି ଦିଦିକୁ ବହୁତ ଖୋଜିଲି କିନ୍ତୁ ସେ ଯେମିତି କୁଆଡ଼େ ଉଭେଇ ଯାଇଥିଲା। ହେଇପାରେ, ହୁଏତ ଭୋକ ଉପାସରେ ପଡ଼ି ପଡ଼ି ମରିଯାଇଥିବ କୋଉଠି।

ପରବର୍ତ୍ତୀ ସମୟରେ ମୁଁ ଏନ.ସି.ଇ.ଆର.ଟି ଓ ଏନ.ବି.ଟି. ର ଅଫିସର ଭାବେ କାମ କରୁଥିବା ବେଳେ ସାରା ଦେଶ ଭ୍ରମଣ କରିଛି ଓ ଲକ୍ଷ ଲକ୍ଷ ଲୋକଙ୍କୁ ଭେଟିଛି। କିନ୍ତୁ ପାଶୋରି ଦିଦିକୁ କୋଉଠି ଦେଖିବାକୁ ପାଇନି।

ବଡ଼ ମଣିଷ ହେଲାପରେ ମୁଁ ତାର ଯତ୍ନ ନିଏ ବୋଲି ତାର ଇଚ୍ଛା ଥିଲା। ମୁଁ ଏତେ ବଡ଼ ବି ତ ହେଇନି ଅନ୍ତତଃ ତାର ଯତ୍ନ ନେଇ ପାରିବାର ସାମର୍ଥ୍ୟ ଥିଲା ମୋ ଭିତରେ। କିନ୍ତୁ ମୋର ଦୁର୍ଭାଗ୍ୟ ଯେ ମୁଁ ତାକୁ ଖୋଜି ପାଇଲିନି। ଦିନେ ମୋର ସାନ ଭଉଣୀ ଠାରୁ ଶୁଣିଲି ଯେ ଦିନ ଦିନ ଧରି ଭୋକିଲା ପେଟରେ ଗୋଟିଏ ମନ୍ଦିର ବାରଣ୍ଡାରେ ପଡ଼ି ପଡ଼ି, ଦିନେ ସେ ମରିଗଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Crystal Clear Reality
More

Vipul’s Voice:
 Crystal Clear Reality

by Vipul Agarwal
May 19, 2026

Vipul Agarwal, Delhi, 19 May 2026 All of us are quite aware of the role we play in this world....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.