• About
  • Contact
Sunday, November 16, 2025
Sunday, November 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଜନ୍ମ ପୀଠରେ ଗଣକବି ବୈଷ୍ଣବ ପାଣି ଙ୍କ ୧୪୨ ତମ ଜୟନ୍ତୀ ସମାରୋହ

ଜନ୍ମ ପୀଠରେ ଗଣକବି ବୈଷ୍ଣବ ପାଣି ଙ୍କ ୧୪୨ ତମ ଜୟନ୍ତୀ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୩

ସର୍ଗତଃ ଶରତ କର ଙ୍କ ଦ୍ଵାରା ପ୍ରତିଷ୍ଠିତ ବର୍ଷୀୟାନ ଅନୁଷ୍ଠାନ ଗଣକବି ସ୍ମୃତି ସଂସଦ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ପକ୍ଷରୁ ଗଣକବି ବୈଷ୍ଣବ ପାଣି ଙ୍କ ୧୪୨ତମ ଜୟନ୍ତୀ ସମାରୋହ ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଜନ୍ମ ପୀଠ ସମେତ ରାଜଧାନୀ ଭୁବନେଶ୍ୱର ଠାରେ ଏବଂ କଟକ ଖାନ ନଗର ଠାରେ ଥିବା ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ରେ ଅନୁଷ୍ଠାନ ପକ୍ଷରୁ ସଂସଦ ସଭାପତି ଶ୍ରୀ ଶୋଭନ କର ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚର ସଂପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ମାଲ୍ୟାର୍ପଣ କରି ଥିଲେ ।

ଏହି ଅବସର ରେ ଆୟୋଜିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ସାହିତ୍ୟିକ, କବି ତଥା ସ୍ତମ୍ଭକାର ଶ୍ରୀ ପ୍ରଭୁ କଲ୍ୟାଣ ମହାପାତ୍ର ଏବଂ ପାଣି ସାହିତ୍ୟ ଗବେଷକ ଡଃ. କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବୈଷ୍ଣବ ପାଣିଙ୍କ ଜୀବନ ପଙ୍କରୁ ପଦ୍ମଜ ଭଳି ପ୍ରତୀୟମାନ ବୋଲି କହିଥିଲେ । ଉତ୍ସବରେ ସଭାପତି ଶ୍ରୀ ଶୋଭନ କର ଗଣକବି ବୈଷ୍ଣବ ପାଣି ଙ୍କ ଆତ୍ମ ଜୀବନୀ ଏକ ସ୍ଵଂୟ ସଂପୂର୍ଣ୍ଣ ସାହିତ୍ୟ ବୋଲି ବକ୍ତବ୍ୟ ରେ କହିଥିଲେ ।

ଶ୍ରୀ ଅମୂଲ୍ୟ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରି ଥିଲେ ଏବଂ ବିଶିଷ୍ଟ ସାହିତ୍ୟିକ ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷାବିତ୍ ରତ୍ନାକର ମହାନ୍ତି ଙ୍କ ରଚିତ ତଥା ଶରତ କର ଓ ଅନୀମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ପୁସ୍ତକ “ଓଡ଼ିଆ ସାହିତ୍ୟ ର ନାଟୁଆ ସେନାପତି” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ବୈଷ୍ଣବ ପାଣିଙ୍କ ରଚିତ ଭଜନ, ଜଣାଣ ପରିବେଷଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ବେହେରା, ରତ୍ନାକର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା ଏବଂ ଶ୍ରୀମତୀ ଲବଙ୍ଗ ଲତା ରାଉତ ଗଣକବି ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତବ୍ୟ ରଖିଥିଲେ ।

ଶେଷରେ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଦେଇଥିଲେ ।

Nirvik Bureau

Nirvik Bureau

Related Posts

Prathamashtami
More

Prathamashtami

by Subrat Mishra
November 12, 2025

Subrat Mishra, Bhubaneswar, 12 November 2025 Today Odisha celebrates something that is unique to Odisha. Just making an effort to...

Read more
ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

November 11, 2025
SARDAR of India

SARDAR of India

October 31, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ ଭାଗ (୬୬)

October 28, 2025
Vipul’s Voice: Let Light Guide Our Lives

Vipul’s Voice:
Let Light Guide Our Lives

October 20, 2025
ଟଙ୍କା ଦିଅ … ଚାକିରୀ ନିଅ

ଟଙ୍କା ଦିଅ … ଚାକିରୀ ନିଅ

October 15, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.