• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଜୟନ୍ତ ଦାସ ପାଇଲେ ମାହାଙ୍ଗା ଗୌରବ ସମ୍ମାନ

ଜୟନ୍ତ ଦାସ ପାଇଲେ ମାହାଙ୍ଗା ଗୌରବ ସମ୍ମାନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୪ ଜାନୁଆରୀ ୨୦୨୩
ମାହାଙ୍ଗା-ବଡ଼ଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତଥା ସୁଲେଖକ, ସମାଜସେବୀ ଓ ଗାନ୍ଧୀ ସ୍ମାରକନିଧିର ସମ୍ପାଦକ ଜୟନ୍ତ କୁମାର ଦାସ ଙ୍କୁ ମାହାଙ୍ଗା ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ବାଲିଚନ୍ଦ୍ରପୁର ଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଜୟନ୍ତ କୁମାର ଦାସଙ୍କୁ ଏହି ସମ୍ମାନ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କେବଳ ସମାଜସେବୀ ନୁହେଁ ବରଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ବିଚାରଧାରାକୁ ପ୍ରଚାର ଓ ପ୍ରସାର କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଶ୍ରୀ ଦାସଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ବହୁ ସମୟ ଧରି ଜୟନ୍ତ କୁମାର ଦାସ ନିଜ ଲେଖନୀ ମାଧ୍ୟମରେ ଗାନ୍ଧୀ ବିଚାର ଧାରାକୁ ଗୁରୁତ୍ୱ ଦେବାସହ ଯୁବପିଢ଼ୀଙ୍କୁ ଏଥିରେ ଅନୁପ୍ରାଣିତ ହେବାପାଇଁ ଚେଷ୍ଟା କରିଆସୁଛନ୍ତି । ସେହିପରି “ନିର୍ଭୀକ” ୱେବ ପୋର୍ଟାଲ୍ ରେ ମଧ୍ୟ ଶ୍ରୀ ଦାସ ନିୟମିତ ଭାବେ ଗାନ୍ଧିଜୀଙ୍କ ବିଚାରଧାରା ଓ ଆଜିର ସମୟରେ ଏହାର ଆବଶ୍ୟକତାକୁ ପ୍ରତିପାଦିତ କରିବା ପାଇଁ ନିୟମିତ ଲେଖନୀ ଚାଳନା କରୁଛନ୍ତି । ଶ୍ରୀ ଦାସଙ୍କୁ ଏହି ସମ୍ବର୍ଦ୍ଧନା ମିଳିଥିବାରୁ ନିର୍ଭୀକ ପରିବାର ପକ୍ଷରୁ ତାଙ୍କୁ ମଧ୍ୟ ଅଶେଷ  ଅଶେଷ ଅଭିନନ୍ଦନ ।
Nirvik Bureau

Nirvik Bureau

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.