• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଯେ ସ୍ମୃତି ଦେଲା ଏ ଦାଗ

ଯେ ସ୍ମୃତି ଦେଲା ଏ ଦାଗ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୫ ଅପ୍ରେଲ ୨୦୨୩

ତପନ ଭାଇଙ୍କୁ ଚିହ୍ନିବା ଆଗରୁ ମୁଁ ତାଙ୍କର କିଛି ଗୀତ ରେଡ଼ିଓରୁ ଶୁଣିଥିଲି। ୧୯୭୫ ମସିହା ପ୍ରଜାତନ୍ତ୍ର ବିଷୁବ ମିଳନରେ ପ୍ରସନ୍ନ ଭାଇ ତାଙ୍କୁ ଚିହ୍ନାଇ ଦେଲେ। ଆମେ ସେଠୁ ଏକାଠି ଚାଲି ଚାଲି ଗଡ଼ ଗଡ଼ିଆ ଘାଟକୁ ଆସିଲୁ। ସେତେବେଳେ ପ୍ରଜାତନ୍ତ୍ର ବିଷୁବ ମିଳନ ସରିବା ଦିନ ଉପରବେଳା ଓଡ଼ିଆ ଯୁବଲେଖକ ସମ୍ମେଳନର ମିଳନୀ ବି ଗଡ଼ ଗଡ଼ିଆ ଘାଟରେ ହେଉଥିଲା। ଏବେ ତାହା ସ୍ମୃତି।

” ଯେ ସ୍ମୃତି ଦେଲା ଏ ଦାଗ
ଜୀବନଟା ପଛ ,ସେଠି ସ୍ମୃତି ସବୁ ଆଗ”

ତପନ ଭାଇ ମତେ ତାଙ୍କର କବିତା ବହିଟିଏ ଦେଇଥିଲେ। ସେଥିରେ ଥିବା ଗୋଟିଏ କବିତାରେ ଏଇ ପଦଟି ଥିଲା ।

୧୯୭୬ ମସିହା । ମୁଁ ମାଟ୍ରିକ ପରୀକ୍ଷା ଦେଇସାରିଥାଏ। ମୋ କକେଇ ସେତେବେଳେ ବ୍ରହ୍ମପୁରରେ ଥାଆନ୍ତି। ତାଙ୍କ ଟେଲିଗ୍ରାମ ପାଇ ବୁଢ଼ୀ ମାଆ ଓ ମୁଁ ବ୍ରହ୍ମପୁର ଗଲୁ । ମାଆ ସେଠି ରହିଲା। ମୁଁ ଏକୁଟିଆ ଫେରୁଥିଲି । କ’ଣ ଇଚ୍ଛା ହେଲା କେଜାଣି, ବାଲୁଗାଁ ଷ୍ଟେସନ ରେ ଓହ୍ଲେଇ ପଡ଼ିଲି। ତପନ ଭାଇ ବାଲୁଗାଁ ରେ ଇଲେକ୍ଟ୍ରି ଅଫିସରେ ଚାକିରି କରନ୍ତି ବୋଲି, ମତେ କହିଥିଲେ। ପଚାରି ପଚାରି ଇଲେକ୍ଟ୍ରି ଅଫିସରେ ପହଞ୍ଚିଲି। ଅଫିସ ଆରମ୍ଭ ହେଇନଥାଏ।ପାଖ ଚା ‘ ଦୋକାନରୁ ଭାଇଙ୍କ ଘର ଠିକଣା ନେଲି। ବେଶି ବାଟ ନୁହେଁ। ମତେ ସକାଳୁ ସକାଳୁ ଦେଖି ତପନ ଭାଇ ଆଶ୍ଚର୍ଯ୍ୟ। ତାଙ୍କ ବାପା ପଦ୍ମଚରଣ ପଟ୍ଟନାୟକ ସେତେବେଳେ ବଞ୍ଚିଥାନ୍ତି। ସେ ମଧ୍ୟ ଜଣେ ଜଣାଶୁଣା କବି ଓ ନାଟ୍ୟକାର ଥିଲେ। ତପନ ଭାଇ ବାହା ହୋଇନଥାନ୍ତି।

ଆମେ ଦୁହେଁ ଜଳଖିଆ ଖାଇଲୁ। ତାଙ୍କ ସାଇକେଲରେ ବାହାରିଲୁ। ଅଫିସରେ ପହଞ୍ଚି ତପନ ଭାଇ ମତେ ପଚାରିଲେ “କୁଆଡ଼େ ଯିବା ?”
–ଭୀମପୁର ଗଲେ ଭଲ ହୁଅନ୍ତା। ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ସାକ୍ଷାତକାରଟିଏ ପ୍ରସ୍ତୁତ କରନ୍ତି !

ଆମେ ଦୁହେଁ ସାଇକେଲରେ ଭୀମପୁର ଗଲୁ। ବାଣପୁରରେ ବାସନ୍ତୀ ଦାଶ ଓ ପଦ୍ମ ଦାଶ ବି ରହୁଥାନ୍ତି। ସମସ୍ତଙ୍କ ସହ ଦେଖାହୋଇ ଫେରିବା ବେଳକୁ ଅପରାହ୍ନ। ମୁଁ ପୁରୀ ଫେରିଆସିଲି।

ତାପରେ ମୋର ଅନନ୍ତ ଯାତ୍ରା। ପ୍ରଥମେ କଟକ। ତାପରେ ଉମରକୋଟ, ଲକ୍ଷ୍ନୌ,ଭୁବନେଶ୍ୱର, ଦିଲ୍ଲୀ, ଶିଲଂ ଓ ଅବସର ପରେ ପୁରୀ।

ଓଡ଼ିଶା ସାହିତ୍ୟ ଏକାଡେମୀକୁ ମୁଁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଜୀବନୀଟିଏ ପ୍ରକାଶ କରିବା ପାଇଁ ଅନୁରୋଧ କରିଥିଲି । ସେମାନେ ମତେ ଏଇ ଜୀବନୀଟି ଲେଖିବାକୁ କହିଲେ।ମୋ ପାଖରେ ଯାହା ତଥ୍ୟ ଥିଲା, ତାହା ମତେ ବହୁତ କମ୍ ଲାଗିଲା। ତପନ ଭାଇ ସେତେବେଳେ ପୁରୀରେ ଆମ ଘର ପାଖରେ ମଧୁବନରେ ରହୁଥାନ୍ତି। ମତେ ତାଙ୍କ ଘରେ ଦେଖି ଭାଇ ଭାରି ଖୁସି ହେଲେ। ସେ ଗୋଟିଏ ପ୍ରକାଶନ ସଂସ୍ଥା କରିଥିଲେ, ତାହା ତରଫରୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଜୀବନୀଟିଏ ପ୍ରକାଶ ପାଇଥାଏ। ମତେ ସେ ବହିଟି ତପନ ଭାଇ ଦେଲେ।

ସେ ବହିଟି ଏତେ ଭଲ ଥିଲା ଯେ ମୋର ଆଉ ନୂଆ ବହିଟିଏ ଲେଖିବାକୁ ଇଛାହେଲା ନାହିଁ। ତପନ ଭାଇଙ୍କ ସ୍ମୃତି ଭାବରେ ସେ ବହିଟି ଏବେବି ମୋ ପାଖରେ ଅଛି।

ଗତ ଅର୍ଦ୍ଧ ଶତାବ୍ଦୀ ଭିତରେ ମୋର ତପନ ଭାଇଙ୍କ ସହ ବିଭିନ୍ନ ସ୍ଥାନରେ ଦେଖାହୋଇଛି। ଏକମାତ୍ର ଅବଶୋଷ, ନ୍ୟାସନାଲ ବୁକ୍ ଟ୍ରଷ୍ଟ ଭଳି ଭାରତର ସର୍ବୋଚ୍ଚ ସରକାରୀ ପ୍ରକାଶନ ସଂସ୍ଥାରେ ରହି ମଧ୍ୟ ମୁଁ ତାଙ୍କ ପାଇଁ କିଛି କରି ପାରିଲି ନାହିଁ।ସେ ବି ଅଜବ ମଣିଷ । ନିଜ ପାଇଁ ବା ନିଜ ପରିବାର ଲୋକମାନଙ୍କ ପାଇଁ କେବେ କାହାକୁ କିଛି କହୁନଥିଲେ; ଯଦିଓ ବହୁ ବଡ଼ ବଡ଼ ଲୋକେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ ଓ ଭଲ ପାଉଥିଲେ।

“ ସାଗର ରହିଲା ଦୂରେ, ସହରର ଆରପାରେ
ଦୂର ଗାଁ ଗିରି ନଈ, କେମିତି ଚିହ୍ନିଲା ତାରେ ”

ସେ ନଈ ଏବେ କେଉଁଠି କେଜାଣି !!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.