• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କକେଇଙ୍କ ବାହାଘର

କକେଇଙ୍କ ବାହାଘର
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ସେପ୍ଟେମ୍ବର ୨୦୨୪

ହଠାତ୍ ଦିନେ ସକାଳୁ ଆମ ଘର ପାଖରେ ଜିପ୍ ଗାଡ଼ିଟିଏ ଆସି ପହଞ୍ଚିଲା । ଦୁଇଜଣ ବୟସ୍କ ଲୋକ ସେଥୁରୁ ବାହାରିଲେ । ଗାଡ଼ି ପଛରେ ଛୋଟ ଟ୍ରଲିଟିଏ ଲାଗିଥିଲା ।

ଆମ ଅଂଚଳକୁ ଯେ ଗାଡ଼ିମୋଟର ଆସୁନଥିଲା, ତାହା ନୁହେଁ । କିନ୍ତୁ ଏମିତି ଟ୍ରଲି ଲଗା ଜିପ୍ ଗାଡ଼ି ପ୍ରାୟତଃ ଆସୁନଥିଲା । ସେମାନେ ଆମ ଘରକୁ ଆସିଲେ । ନନା, ବୋଉ, ମା ଓ ବଡ଼ କକେଇ ତାଙ୍କ ସହ ଆଦରର ସହିତ କଥାବାର୍ତ୍ତା କରୁଥାନ୍ତି । ଆମେ କିଛି ବୁଝି ପାରୁନଥାଉ । ନନା ସ୍ଵତନ୍ତ୍ର ପାର୍ଟିର ସାଧାରଣ ସଂପାଦକ ଥାଆନ୍ତି । ସେ ଦୁଇଜଣ ବୟସ୍କ ଲୋକ କିନ୍ତୁ ରାଜନୀତିର ଲୋକଙ୍କ ଭଳି ଲାଗୁନଥାନ୍ତି । ଫୁଲପ୍ୟାଣ୍ଟ୍ ସାର୍ଟ ପିନ୍ଧିଥାନ୍ତି । ସେତେବେଳେ ରାଜନୀତିରେ ଥିବା ଲୋକେ ଧୋତି ପଂଜାବୀ ପିଂଧୁଥୁଲେ ।

ସେଦିନ ସଂଜରେ ଆମେ ଜଗନ୍ନାଥ ମନ୍ଦିର ଗଲୁ । ନନା ଅନେକ ଲୋକଙ୍କୁ ଡାକିଥାନ୍ତି । ଆମର ଅନେକ ସଂପର୍କୀୟ ଲୋକେ ବି ଥାଆନ୍ତି । ଆମେ ସବୁ ଅବଢ଼ା ଖାଇଲୁ ।

ତା ପରଦିନ ମାଆ ମତେ ଓ ନାନୀକୁ କହିଲା, “ଆମ କକେଇଙ୍କର ବାହାଘର ହେବ । ଯିଏ ଆସିଥିଲେ, ତାଙ୍କ ଭିତରୁ ଜଣେ ଥିଲେ ଭାବୀ ଶ୍ଵଶୁର ଶ୍ରୀ ତାରାଋନ୍ଦ ରଥ ଓ ଅନ୍ୟ ଜଣଙ୍କ ତାଙ୍କ ସାନ ଭାଇ ଗୋରାଚାନ୍ଦ ରଥ ।

ସେମାନେ ମତେ ଓ ନାନୀକୁ ବହୁତ ସ୍ନେହ କଲେ । ମୁଁ ସେତେବେଳେ ଋହାଳି ଡେଇଁଥାଏ, ହେଲେ ସ୍କୁଲରେ ଆଡ୍‌ମିଶନ ନେଇନଥାଏ । ନାନୀ ବୋଧେ ପ୍ରଥମ ଶ୍ରେଣୀ ସାରିବାକୁ ଯାଉଥାଏ । ୧୯୬୬ ମସିହା । ତା’ର କିଛି ମାସ ପରେ କକେଇଙ୍କୁ ବେଶ କରାହେଲା । ଗୋଟିଏ କାରରେ ମୁଁ ମାର୍କଣ୍ଡି ବେଶ ପକେଇ କକେଇଙ୍କ ସହ ବସିଲି । ଆମ ସହ ଗୋଟେ ବସ୍‌ରେ ମୋ ମାଉସୀ ପୁଅ ଗୋପୀ ଭାଇନା ଓ ପିଉସୀ ପୁଅ ବାବାଜି ଭାଇନାଂକ ସହ ଅନେକ ଲୋକ ପୁରୀରୁ ସମ୍ବଲପୁର ଗଲେ । କକେଇ ସେତେବେଳକୁ ସମ୍ବଲପୁରରେ ଓ.ଏ.ଏସ୍. ଅଫିସର । ତାଙ୍କ ଶ୍ଵଶୁର ବି ସେଇଠି ଓ.ଏ.ଏସ୍. ଅଫିସର ଥିଲେ ।

ମତେ ଭାରି ଆଦରରେ ସମସ୍ତେ କାଖଉଥାନ୍ତି । ମୁଁ ମାର୍କଣ୍ଡି ନା ! ଆମେ ସବୁ ହୀରାକୁଦ ଦେଖିବାକୁ ଗଲୁ । କକେଇଙ୍କ ବାହାଘର ପରେ ଆମେ ଖୁଡ଼ିକୁ ନେଇ ପୁରୀ ଆସିଲୁ । ଆମ ଘରର ଛାତ ଉପରେ ଭୋଜି ହେଲା । ସେତେବେଳେ ମହାପ୍ରସାଦ ହିଁ ଭୋଜି ହେଉଥିଲା । କିଛି ମାସ ପରେ କକେଇ ମତେ ଓ ନାନୀକୁ ସଂବଲପୁର ନେଇଗଲେ । ମା ବି ଆମ ସହ ଗଲା । ନାନୀର ସେଠି ଦ୍ଵିତୀୟ ଶ୍ରେଣୀରେ ସ୍କୁଲରେ ନାମ ଆଡ଼ମିଶନ୍ ହେଲା । ମୁଁ ସ୍କୁଲ ନାନୀ ସାଂଗରେ ଯାଉଥୁଲି । ହେଲେ ମୋର ଆଡ଼ମିଶନ୍ ହେବା କଥା ମୋର ମନେନାହିଁ ।

କକେଇ ବନ୍ଦୋବସ୍ତ ଅଧିକାରୀ ଥାଆନ୍ତି । ତାଙ୍କ କ୍ୟାମ୍ପ କେଉଁଠି ଗଲିଥାଏ । ରାତିରେ ଘରକୁ ଆସନ୍ତି । ଦିନଯାକ ମୁଁ ଖୁଡ଼ିକ ସହ ଖେଳୁଥାଏ । ରାତିରେ ଶୋଇପଡ଼େ । ନିଦ ଖୋଲିଲା ବେଳକୁ ମା ପାଖରେ ଶୋଇଥାଏ । ନାନୀ ଗୋଟେ ପଟେ ଓ ମୁଁ ଆଉ ଗୋଟେ ପଟେ । ମୁଁ କେମିତି ଖୁଡ଼ିକ ପାଖରୁ ମା ପାଖକୁ ଆସିଲି, ବୁଝିପାରେ ନାହିଁ । ପରଦିନ ସକାଳୁ କକେଇ ଜଳଖୁଆ କରି ବାହାରିଯାଆନ୍ତି । ମୁଁ ପୁଣି ଖୁଡ଼ିକ ସହ ଖେଳିବା ଆରମ୍ଭ କରିଦିଏ । ତା ଭିତରେ ଦିନେ ଚିତଉ ହେଲା । ଆମେ ସବୁ ଖାଇଲୁ । ଏମିତି ଆମର କିଛି ମାସ ଗଲା । ଦିନେ ହଠାତ୍ ଖୁଡ଼ି ମିଳିଲେ ନାହିଁ । ନାନୀ ମତେ ନେଇ ଆଉ ଗୋଟେ ଘରକୁ ଗଲା । ଖୁଡ଼ି ସେଇଠି ଥିଲେ । କେତେ ମାସ ପରେ ଶୁଣିଲି ଖୁଡ଼ିକର ପୁଅଟିଏ ହେଲା ଓ ମରିଗଲା । ମୁଁ ଓ ନାନୀ ଗଲୁ । ଖୁଡ଼ି ଆମକୁ ଧରି ଅନେକ କାନ୍ଦିଲେ । ଆମେ ବି କାନ୍ଦିଲୁ । ପୁଅ ଜନ୍ମ ହେବା ପରେ ଆମେ ଦେଖୁନଥୁଲୁ- ମଲା ପରେ ବି ଖୁଡ଼ି କେବେ ଘରକୁ ଫେରିଲେ ମୋର ମନେନାହିଁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.