• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

କଳିଙ୍ଗ ଭାରତୀ ତ୍ରିବସୀୟ ସାରସ୍ଵତ ମହୋତ୍ସବ ଉଦ୍ଘାଟିତ:
ଓଡ଼ିଆ କଥିତ ସାହିତ୍ୟ କୁ ଲିଖିତ ସାହିତ୍ୟ ରେ ପରିଣତ କରିବାର ପ୍ରଥମ ବିପ୍ଳବୀ ଥିଲେ ସାରଳା ଦାସ

କଳିଙ୍ଗ ଭାରତୀ ତ୍ରିବସୀୟ ସାରସ୍ଵତ ମହୋତ୍ସବ ଉଦ୍ଘାଟିତ:  ଓଡ଼ିଆ କଥିତ ସାହିତ୍ୟ କୁ ଲିଖିତ ସାହିତ୍ୟ ରେ ପରିଣତ କରିବାର ପ୍ରଥମ ବିପ୍ଳବୀ ଥିଲେ ସାରଳା ଦାସ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, କଟକ, ୧୯ ଜାନୁଆରୀ ୨୦୨୫

ଓଡ଼ିଆ ଭାଷା ସାହିତ୍ୟ ର ଇତିହାସ ରେ କବି ସାରଳା ଦାସ ସ୍ମରଣୀୟ। ସେ ହିଁ ପ୍ରଥମେ ଓଡ଼ିଆ କଥିତ ଭାଷା ସାହିତ୍ୟ କୁ ଲିଖିତ ସାହିତ୍ୟ ରେ ପରିଣତ କରିଛନ୍ତି। ମହାଭାରତ, ଚଣ୍ଡିପୁରାଣ, ଓ ବିଲଙ୍କା ରାମାୟଣ ଲେଖି ସେ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିଥିଲେ ବୋଲି କଟକ ମିଶନ ରୋଡ ସ୍ଥିତ ଭଞ୍ଜ ମଣ୍ଡପ ଠାରେ କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ତ୍ରିବସୀୟ ସାରସ୍ଵତ ମହୋତ୍ସବ ୨୦୨୫ ର ଉଦ୍ଘାଟନ ସମାରୋହ ରେ ଯୋଗଦେଇ ବହୁ ବିଶିଷ୍ଟ ବକ୍ତା ମତ୍ତବ୍ୟକ୍ତ କରିଛନ୍ତି।

ଉତ୍ସବକୁ ତିରୁପତି ସଂସ୍କୃତ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡାକ୍ତର ହରେକୃଷ୍ଣ ଶତପଥି ପ୍ରଦୀପ ଜାଳି ଉଦ୍ ଘାଟନ କରିଥିଲେ। କଳିଙ୍ଗ ଭାରତୀର ସଭାପତି ଡାକ୍ତର ଶୈଲେସ୍ଵର ନନ୍ଦ ଙ୍କ ସଭାପତିତ୍ବ ରେ “ସାରଳା ଦାସ ଓ ପଞ୍ଚସଖା” ଶୀର୍ଷକ ଆଲୋଚନା ରେ ଭାଗନେଇ ଡାକ୍ତର ବାବାଜୀ ଚରଣ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ପଞ୍ଚ ଦଶ ଶତାବ୍ଦରେ ସାରଳା ମହାଭାରତ ସ୍ଵତନ୍ତ୍ର, ମୌଳିକ ଓ ପୂର୍ଣ୍ଣାଙ୍ଗ। ତେବେ ବିଷୟ ରେ ଯୁବଗୋଷ୍ଟି ଭିତରେ ସଚେତନତା ଆବଶ୍ୟକ। ବିଶିଷ୍ଟ ସାହିତ୍ୟିକ ଓ ଇଞ୍ଜିନିୟର ଚନ୍ଦ୍ର ଶେଖର ନନ୍ଦ ବଳରାମ ଦାସଙ୍କ ଦଣ୍ଡି ରାମାୟଣ ଓଡ଼ିଆ ସାହିତ୍ୟରେ ବିରାଟ ଆଲୋଡନ ଆଣିଥିଲା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଡାକ୍ତର ଆରତୀ କର, ଗବେଷକ କୈଳାସ ପରିଡ଼ା, ଡ ସ୍ନେହଲତା ମିଶ୍ର ଓ ଡାକ୍ତର ଅଂଶୁମାନ କର ପଞ୍ଚସଖା ଯୁଗର ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭ ରେ କଳିଙ୍ଗ ଭାରତୀ ର ନିର୍ବାହୀ ସଭପତି ପ୍ରଭାତ କୁମାର ନନ୍ଦ ସ୍ବାଗତ ଭାଷଣ ରେ କଳିଙ୍ଗ ଭାରତୀ ର ଓଡ଼ିଆ ଜାତିକୁ ୮୩ ବର୍ଷର ଅବଦାନ ସମ୍ପର୍କ ରେ କହିଥିଲ। କଳାବିକାଶ କେନ୍ଦ୍ର ର ଶାସ୍ତ୍ରୀୟ ବିଭାଗର ଛାତ୍ର ଛାତ୍ରୀ ମାନେ ଗୁରୁ ତନ୍ମୟ ହୋତା ଙ୍କ ନିର୍ଦ୍ଦେଶନା ରେ ସମବେତ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। କଳିଙ୍ଗ ଭାରତୀ ର ଉପଦେଷ୍ଟା ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ କାର୍ଯକ୍ରମ ସଂଯୋଜନା କରିଥିଲେ। ଉପସଭାପତି ରାଜଲକ୍ଷ୍ମୀ ମହାନ୍ତି, ରଞ୍ଜିତ କର, ଡାକ୍ତର ଅନୁପ ମର୍ଥା, ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀ, ଜୟନ୍ତୀ ମଞ୍ଜରୀ ରଥ, କିଶୋର ମହାନ୍ତି, ପତିତ ପାବନ ମହାପାତ୍ର, କ୍ଷେତ୍ରମୋହନ ସାମଲ ପ୍ରମୁଖ ଯୋଗଦେଇ କାର୍ଯକ୍ରମ ପରିଚାଳନା କରିଥିଲେ। ଶେଷରେ ସତ୍ୟ ଗୋପାଳ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ଛାନ୍ଦ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତ କାର୍ଯ ହୋଇଥିବା ଆଦିତ୍ୟ ପ୍ରସାଦ ଷଡ଼ଙ୍ଗୀ ଓ ଓମ୍ ପ୍ରକାଶ ସାହୁ ଙ୍କୁ ପୁରସ୍କୃତ କରା ଯାଇଥିଲ।

Nirvik Bureau

Nirvik Bureau

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.