• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଲଳିତ (ଭାଗ ୧୯)

ଲଳିତ (ଭାଗ ୧୯)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ମାର୍ଚ୍ଚ ୨୦୨୫

ଆମେ ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ମୋର ଜଣେ ସାଙ୍ଗ ଥିଲା ଲଳିତ। ଆମେ ଦୁହେଁ ‘ବି’ ସେକ୍ସନରେ ଥିଲୁ। ସୂର୍ଯ୍ୟମଣି ସାର୍ ଥିଲେ ଆମ କ୍ଲାସ୍ ଟିଚର। ଖରାବେଳକୁ ସବୁ ସାର୍ ଗୁଣ୍ଡିଚା ଘର ପାଖକୁ ଚା ପିଇବାକୁ ଯାଉଥିଲେ। ମୋର ବଡ଼ କକେଇ ଅଫିମ ଖାଉଥିଲେ। ଚା ଓ ଚୁଡ଼ାଭଜା ସକାଳେ ଏକାଠି ଖାଇବା ଥିଲା ତାଙ୍କ ଅଭ୍ୟାସ। ତାଙ୍କ ସହ ମୁଁ ବସି ଚା ପିଇବା ଆରମ୍ଭ କଲି। ମତେ ସେତେବେଳେ ପାଞ୍ଚବର୍ଷ ବୟସ।

ଲଳିତ ଘର ପଡ଼ିଶାରେ ଗୋଟେ ଅଫିମ ଦୋକାନ ଖୋଲିଲା। କକେଇ ସେଠୁ ଅଫିମ ନେଉଥିଲେ। ବେଳେବେଳେ ମତେ ଚିଠିଟିଏ ଦିଅନ୍ତି। ତାକୁ ନେଇ ଦୋକାନକୁ ଯାଇ ପାଞ୍ଚଟଙ୍କା ଦେଲେ ସେ ଦୋକାନୀ ମତେ କାଗଜରେ ଗୁଡ଼େଇ ଗୋଟେ ପୁଡ଼ିଆ ଦିଅନ୍ତି। ତା ଭିତରେ ବୋଧେ ତାଙ୍କ ଅଫିମ ଥାଏ। ଛୋଟ ପିଲାମାନଙ୍କୁ ସେତେବେଳେ ଅଫିମ, ଗଂଜେଇ, ଭାଂଗ ବା ମଦ ମିଳୁନଥିଲା। ପୁରୀ ସହରକୁ ସେ ଯାଏଁ କୋକେନ୍ ବା ଚରସ୍ ଆସିନଥିଲା।

ଆମେ ଥରେ ଲଳିତ ଘରକୁ ଗଲୁ। ତା’ ଘର ଥିଲା ବ୍ରଜମୋହନ ମହାନ୍ତି, ବିଧାୟକଙ୍କ ଘର ପଡ଼ିଶା, ମାର୍କେଟ ଛକ ଓ ବଳଗଣ୍ଡି ଛକ ମଝିରେ। ତା ଘର ପାଖେ ଥିବା ଅଫିମ ଦୋକାନରୁ ମୁଁ କକେଇଙ୍କ ଅଫିମ ପୁଡ଼ିଆ ବି ନେଲି। ଦେଖିଲାବେଳକୁ ସେଠି ଚା ଦୋକାନଟିଏ ବି ଖୋଲିଗଲାଣି। ଲଳିତ ଓ ମୁଁ ଚା ପିଇଲୁ। ଦୋକାନୀ ଲଳିତର ପଡ଼ିଶା ତ, ପଇସା ନେଲେନି।

ଅଷ୍ଟମ ଶ୍ରେଣୀ ସରିଲା। ଲଳିତ ଓ ମୁଁ ଭଲ ଫଳ କରିଥିଲୁ। କକେଇ ମତେ ନେଇ ପୁରୀ ଜିଲ୍ଲା ସ୍କୁଲରେ ନାଁ ଲେଖେଇବାକୁ ଚାହିଁଲେ। ଆମ ପ୍ରଧାନଶିକ୍ଷକ ହରଦେବ ତିୱାରୀ ଥିଲେ କକେଇଙ୍କ ଏମ୍.ଇ. ଶ୍ରେଣୀରେ ପ୍ରଧାନଶିକ୍ଷକ। ସେ ମନା କରିଦେଲେ। ଲଳିତ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଲା।

ଅନେକ ଦିନ ପରେ ମନୁଆର ବାହାଘର ରେଜିଷ୍ଟ୍ରେସନ ପାଇଁ ଆମେ ଭୁବନେଶ୍ୱର  ସବରେଜିଷ୍ଟ୍ରାରଙ୍କ କୋର୍ଟକୁ ଯାଇଥିଲୁ। ସେଠି ଦେଖାହେଲେ ଲଳିତର ବଡ଼ଭାଇ ନିହାର ଭାଇ ଓକିଲ ରୂପରେ।

“ଭାଇ, ଲଳିତ?”, ମୁଁ ପଚାରିଲି।
“ଲଳିତ ପାଠ ପଢ଼ା ଛାଡ଼ିଦେଇଛି। ମାଟ୍ରିକ୍ ତିନିଥର ଫେଲ୍ ହେଲା।”
ଲଳିତ କଥା ସେଇଠି ସରିଯାଇଥିଲେ ଭଲ ହେଇଥାନ୍ତା।

ଧୀରେ ଧୀରେ ସହର ବଦଳିବାକୁ ଲାଗିଲା। ବ୍ରଜମୋହନ ମହାନ୍ତି ଏମ୍.ଏଲ୍.ଏ.ରୁ ବାଚସ୍ପତି ହେଲେ, ମନ୍ତ୍ରୀ ହେଲେ, ଏମ୍.ପି. ହେଲେ ଓ କେନ୍ଦ୍ରମନ୍ତ୍ରୀ ବି ହୋଇ ମରିଗଲେ। ତାଙ୍କ ପିଲାମାନେ ଘର ବିକି ଭୁବନେଶ୍ୱର ଚାଲିଗଲେ। ଶେଷଥର ପାଇଁ ତାଙ୍କ ଝିଅ କଂଗ୍ରେସ ଟିକେଟରେ ପୁରୀରୁ ଲୋକସଭା ପାଇଁ ଲଢ଼ି ହାରି ଯାଇଥିଲା। ସେ ବି ବୋଧେ ଆଜିକାଲି ଦିଲ୍ଲୀରେ ରହୁଛି।

“ଲଳିତଟା କୁଆଡ଼େ ଗଲା କିରେ?” ଥରେ ଆମ ସାଙ୍ଗ ଶରତ ମହାନ୍ତିକୁ ପଚାରିଲି। ବଳଗଣ୍ଡି ଛକରେ ଶରତ ମହାନ୍ତିର ଘର। ଲଳିତ ଘର ତା’ ଘରଠୁ ବେଶୀ ଦୂର ନଥିଲା।

“ଲଳିତ ଘର ସେଠୁ ବିକ୍ରି ହୋଇଗଲା। ଲଳିତ ଏବେ ଅଟୋରିକ୍ସା ଚଲାଉଛି।” ଶରତ ଉତ୍ତର ଦେଲା।
କିଛିଦିନ ତଳେ ମୁଁ ବଡ଼ଶଙ୍ଖରୁ ଟିକରପଡ଼ା ଅଟୋରେ ଆସିଲି। ଅଟୋରିକ୍ସା ଡ୍ରାଇଭର ମତେ କାହିଁକି କେଜାଣି ବହୁ ପୁରୁଣା ପରିଚିତ ଲାଗିଲା। ବାଟ ସରିଲା। ପଇସା ଦେବା ପାଇଁ ମୁଁ ପକେଟରେ ହାତ ପୂରେଇଲି। ପଇସା ଦେଲାବେଳେ ପୁଣି ଭାବିହେଲି, ଏ ଲଳିତ ନୁହେଁ ତ! ସେ କିନ୍ତୁ ପଇସା ନେବା କ୍ଷଣି ଜଲ୍ଦି ଅଟୋ ଷ୍ଟାର୍ଟ କରି ପଳାଇଗଲା।

କରୋନା ଜନିତ ବନ୍ଦ ଯୋଗୁ ବହୁ ଅଟୋରିକ୍ସା ଚାଲିବା ବନ୍ଦ ଥିଲା। ମୁଁ କିନ୍ତୁ ସେ ଦିନଠୁ ମନେ ମନେ ଲଳିତକୁ ଖୋଜି ହେଉଛି। ସହର ତ ବଦଳି ଗଲାଣି। ଘର ତ ବିକ୍ରି ସରିଛି। ଲଳିତ ଏବେ ଏଇ ସହରରେ କେଉଁଠି କେମିତି ରହୁଥିବ କେଜାଣି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: One Kilogram of Awareness
More

Vipul’s Voice: 
One Kilogram of Awareness

by Vipul Agarwal
April 19, 2026

Vipul Agarwal, Delhi, 19 April 2026 Recently, we had a very interesting discussion at a Sunday dialogue session at Delhi....

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.