• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମାହାଙ୍ଗା ର ସାଂସ୍କୃତିକ ଚେତନା ର ବାର୍ତ୍ତାବହ: ସ୍ବର୍ଗତଃ ଶରତ କୁମାର କର

ମାହାଙ୍ଗା ର ସାଂସ୍କୃତିକ ଚେତନା ର ବାର୍ତ୍ତାବହ: ସ୍ବର୍ଗତଃ ଶରତ କୁମାର କର
Share on FacebookShare on Xshare on Whatsappshare on Linkedin

ଡଃ ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୯ ଅକ୍ଟୋବର ୨୦୨୩

ମୋ ପିଲା ଦିନ ର କଥା। ସେତେବେଳେ ମାହାଙ୍ଗାରେ ନା ଭଲ ରାସ୍ତା-ଘାଟ ର କୌଣସି ସୁବିଧା ଥିଲା, ନା ମନୋବିନୋଦ ର କୌଣସି ବ୍ୟବସ୍ଥା ଥିଲା। ମାହାଙ୍ଗା ରେ ଗୋଟିଏ ବି କଲେଜ ନ ଥିଲା। ପୁରୁଣା ନୂଆ ମିଶି ହାତଗଣତି କେତୋଟି ହାଇ ସ୍କୁଲ ଥିଲା। ସେହି ସବୁ ସ୍କୁଲ ଏବଂ କେତେକ କ୍ଲବ ମାଧ୍ୟମରେ ମାହାଙ୍ଗାର ସଂସ୍କୃତି କୁ ଉଜ୍ଜୀବିତ କରେଇବାକୁ ଚେଷ୍ଟା କଲେ ତତ୍କାଳୀନ ବିଧାୟକ ଶରତ କୁମାର କର। ଏଥିପାଇଁ ବିଧାୟକ ମହୋଦୟ ଙ୍କୁ ନିଜ ଉଦ୍ୟମରେ ବହୁତ କଷ୍ଟ କରିବାକୁ ପଡ଼ିଛି। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ମାହାଙ୍ଗାର ଲବ୍ଧପ୍ରତିଷ୍ଠ କବି, କଳାକାର, ଲେଖକ, ଏବଂ ନାଟ୍ୟକାରମାନଙ୍କର ବୈଶିଷ୍ଟ୍ୟ ଓ ମହନୀୟତା, ଯାହାକି ପ୍ରବହମାନ ସମୟଚକ୍ର ରେ ଲୁକ୍କାୟିତ ହୋଇ ରହିଯାଇଥିଲା, ସେଗୁଡ଼ିକୁ ଲୋକଲୋଚନ କୁ ଆଣିବା ।

ସର୍ବ ପ୍ରଥମେ ଗୀତିନାଟ୍ୟକାର ସ୍ବର୍ଗତଃ ବୈଷ୍ଣବ ପାଣିଙ୍କର ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର ହେଲା। “ଗଣକବି ସ୍ମୃତି ସଂସଦ” ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ାଯାଇ ସରକାରୀ ପଂଜିକୃତ ହେଲା। ଏହି ଅନୁଷ୍ଠାନ କୁ ଗଣକବିଙ୍କର ଗୀତିନାଟ୍ୟ ର ପ୍ରଚାର-ପ୍ରସାର କରେଇବା ପାଇଁ ସଂସ୍କୃତି ବିଭାଗ ରୁ ସରକାରୀ ଅନୁଦାନ ମଧ୍ୟ ମିଳିଲା। କୁମାର ପୂର୍ଣମୀ ଦିନ ଗଣକବି ଙ୍କ ଜୟନ୍ତୀ ପାଳନ ହେବ। ଏହା ପୂର୍ବରୁ ସ୍କୁଲମାନଙ୍କ ରେ ଦଶହରା ଛୁଟି ହୋଇଯାଏ। ଏହି ଛୁଟି ର ସଫଳ ବିନିଯୋଗ ସଂସ୍କୃତି ର ରକ୍ଷା ପାଇଁ କରାଗଲା। ମାହାଙ୍ଗାର ବିଭିନ୍ନ ଗ୍ରାମରେ କିଛି ସ୍କୁଲ ପିଲା ଏବଂ କିଛି କ୍ଲବ ପିଲାଙ୍କୁ ଏକାଠି କରାଇ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଶିଖାଗଲା। କୁମାର ପୂର୍ଣମୀ ଦିନ ପାଣି ସଙ୍ଗୀତ ପ୍ରତିଯୋଗିତା, ବୁଦ୍ଧିଜୀବି ବିଦ୍ବାନମାନଙ୍କ ଦ୍ବାରା ପାଣିଙ୍କ ସାହିତ୍ୟ ସଭା ଏବଂ ଗୀତିନାଟ୍ୟ ପ୍ରତିଯୋଗୀତା ଆଦି କାର୍ଯ୍ୟକ୍ରମମାନ ଆୟୋଜିତ ହେଲା । ମୋର ମନେ ଅଛି ପ୍ରଥମ ଗୀତିନାଟ୍ୟ ପ୍ରତିଯୋଗିତା ମାଳିହତା ହାଇ ସ୍କୁଲ ରେ ହୋଇଥିଲା । ଏତେ ସଂଖ୍ୟାରେ ଦର୍ଶକ ଆସି ପହଞ୍ଚିଗଲେ ଯେ ହାଇ ସ୍କୁଲ ପ୍ରାଙ୍ଗଣରେ ବସିବା ପାଇଁ ବି ଯାଗା ମିଳିଲା ନାହିଁ। ପ୍ରଥମ ବର୍ଷର ସଫଳତା ପରେ ଅନୁଷ୍ଠାନ କୁ ଅଧ୍ବକ ଉତ୍ସାହ ମିଳି ଯାଇଥିଲା ।

ଲୋକମାନଙ୍କ ମନରେ ମଧ୍ୟ ଖୁସି ର ସୀମା ରହିଲାନାହିଁ। ଯେହେତୁ ଏ ଅଞ୍ଚଳ ରେ ମନୋବିନୋଦ ର କୌଣସି ସୁବିଧା ନଥିଲା, ଉତ୍ସୁକତାର ସହିତ ଲୋକମାନେ ଅପେକ୍ଷା କରିବାକୁ ଲାଗିଲେ ଆଗାମୀ ବର୍ଷ ର ଗୀତିନାଟ୍ୟ ପ୍ରତିଯୋଗିତା କୁ। ଦଳଗତ ଭାବେ ବିଭିନ୍ନ ସ୍କୁଲପିଲା ଓ କ୍ଲବ ସଦସ୍ୟ କଳାକାରଙ୍କ ଭିତରେ ପ୍ରତିଯୋଗିତା ହେବାରେ ଏବଂ ତହିଁରେ ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର ହାସଲ କରିବାର ଅଭୂତପୂର୍ବ ଉନ୍ମାଦନା ଦେଖାଗଲା। କିଛି ବର୍ଷ ଏଭଳି ଜୟନ୍ତୀ ହେବା ଦ୍ବାରା ମାହାଙ୍ଗାରେ କଳାକାର, କବି, ଅଭିନେତା, ନାଟ୍ୟ ନିର୍ଦେଶକ ଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏମାନେ ମନୋ ଯୋଗ ସହକାରେ ଲାଗି ପଡ଼ିଲେ ମାହାଙ୍ଗାର ସଂସ୍କୃତି କୁ ଆଗକୁ ବଢ଼େଇବା ପାଇଁ। ବେଶ କେତେ ଜଣଙ୍କୁ ଏଥିରେ ସଫଳତା ମିଳିଲା ମଧ୍ୟ। ଶରତ କର ଙ୍କ ପୃଷ୍ଠପୋଷକତାରେ ମାହାଙ୍ଗାର ସଂସ୍କୃତି ବିକଶିତ ହୋଇ ଗୀତି ଓ ନାଟକ ମାଧ୍ୟମ ରେ ନିଜର ମନ ମୋହକ ରୂପ ପସରା ମେଲି ଜନମନକୁ ହରଣ କରିବାକୁ ଲାଗିଲା। କ୍ରମଶଃ, ମାହାଙ୍ଗା ର ସାଂସ୍କୃତିକ ଧାରା କାୟାବିସ୍ତାର କରିବାକୁ ଲାଗିଲା। ଆଦି ନାଟ୍ୟକାର ଜଗମୋହନ ଲାଲା ଙ୍କ ଜୟନ୍ତୀ, ସଂସ୍କୃତି ରକ୍ଷକ ବାଗ୍ମୀ ବିଶ୍ବନାଥ କରଙ୍କ ଜୟନ୍ତୀ, ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଜୟନ୍ତୀ, ଶିଳ୍ପୀ ଗୁରୁ ବିମ୍ବାଧର ବର୍ମାଙ୍କ ଜୟନ୍ତୀ ପାଳନ ଦ୍ବାରା ବର୍ଷସାରା ମାହାଙ୍ଗାର ସଂସ୍କୃତିକ ସୁବାସ ରେ ସାରା ମୁଲକ ମହକିବାକୁ ଲାଗିଲା। ଖବର କାଗଜ ଓ ଆକାଶବାଣୀ ରେ (ସେତେବେଳେ T.V ଆସି ନ ଥିଲା) ମାହାଙ୍ଗାର ସଂସ୍କୃତି ବିଷୟ ରେ ଘନ ଘନ ପ୍ରଚାର, ପ୍ରସାର ହେଲା। ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ବି ଏହାର ଚର୍ଚ୍ଚା ହେବାକୁ ଲାଗିଲା ।

ଆଜିକାଲି ର କଥା ଅଲଗା। ଶରତ କର ଆମ ଗହଣ ରେ ଆଉ ନାହାଁନ୍ତି। ତାଙ୍କର ରାଜନୈତିକ ପୃଷ୍ଠପୋଷକତା ବି ନାହିଁ। ସ୍କୁଲ, କଲେଜ ର ବିସ୍ତାର ଯୋଗୁଁ ଇଂରାଜୀ ଶିକ୍ଷା ରେ ଶିକ୍ଷିତ ଏବଂ ପାଶ୍ଚାତ୍ୟ ସଭ୍ୟତା ରେ ଅଭିମନ୍ତ୍ରିତ ଯୁବାପିଢ଼ୀଙ୍କର ପୁରୁଣା ସଂସ୍କୃତି ରୁ ମୋହ ତୁଟି-ତୁଟି ଯାଉଛି। ବୈଷ୍ଣବ ପାଣି ଗୀତିନାଟ୍ୟ ହେଲେ ଲୋକ ଦେଖ‌ିବାକୁ ଆସୁନାହାଁନ୍ତି। ପ୍ରାୟତଃ ବାରମ୍ବାର ସେ ଗୀତିନାଟ୍ୟ ଗୁଡ଼ିକୁ ଦେଖିବା ଦ୍ୱାରା ଏପରି ମୋହଭଙ୍ଗ ହେଉଛି। ହେଲେ ସ୍ବର୍ଗତଃ ଶରତ କର ଙ୍କର ସାଂସ୍କୃତିକ ଚେତନା ର ଅଭ୍ୟୁଦୟ ପାଇଁ ଅହରହ ଉଦ୍ୟମ ଯେ ସର୍ବଥା ପ୍ରଶଂସନୀୟ, ଏଥରେ ଦ୍ବିମତ ନାହିଁ। ତାଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ମାହାଙ୍ଗା ମାଟି ର ସନ୍ତାନ ଅଗଣିତ କଳାକାର, ଅଭିନେତା, ନାଟ୍ୟ ନିର୍ଦେଶକ, କବି, ମାହାଙ୍ଗା ର ନାମ କୁ ସୁଦୂରପ୍ରସାରୀ କରେଇବାରେ ଲାଗି ପଡ଼ିଛନ୍ତି। ସ୍ବର୍ଗତଃ ଶରତ କର ଙ୍କ ର ଅମ୍ଳାନ ଆତ୍ମା ଏହାକୁ ଉପଲବଧୂ କରି ଯେ କୃତକୃତ୍ୟ ହେଉଥିବ, ଏଥିରେ ସନ୍ଦେହ ନାହିଁ ।

(ଶରତ କୁମାର କର ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.