• About
  • Contact
Wednesday, February 11, 2026
Wednesday, February 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୮ ଡିସେମ୍ବର ୨୦୨୫

ଚଳିତ ମାସ ୧୬ ତାରିଖ ମଙ୍ଗଳବାର ଦିନ ରାଣିଗୋଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ, ମନ୍ତ୍ରୀ ସ୍ବର୍ଗତ ମତଲୁବ ଅଲ୍ଲୀ ଙ୍କ ୮୪ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଏହି ଜୟନ୍ତୀ ସଭାରେ ପ୍ରାକ୍ତନ ଆୟକର କମିଶନର ତଥା ବିଶିଷ୍ଟ ସମାଜ ସେବୀ ଶୋଭନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍କୁଲ୍ ପ୍ରାଙ୍ଗଣରେ ଥିବା ଦିବଂଗତ ରାଜନେତା ମତଲୁବ୍ ଅଲ୍ଲିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ମତଲୁବ୍ ବାବୁ ମାହାଙ୍ଗାର ବିକାଶ ଦିଗରେ ବହୁ ଜନହିତକର କାର୍ଯ୍ୟ କରି ସାଧାରଣ ଜନତାଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇ ପାରିଥିଲେ ବୋଲି ଶ୍ରୀଯୁକ୍ତ କର ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଆମ ମାହାଙ୍ଗାର ଦିବଂଗତ ବରପୁତ୍ର ମାନଙ୍କ ଜନସେବା ନୀତି ତଥା ଜୀବନାଦର୍ଶ ରେ ଅନୁପ୍ରାଣୀତ ହେବାକୁ ଶ୍ରୀ କର ଆହ୍ବାନ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାହାଙ୍ଗା ମୈତ୍ରୀ ମଞ୍ଚ ର ସାଧାରଣ ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ମତଲୁବ୍ ଅଲ୍ଲୀଙ୍କ ସ୍ମୃତି ଚାରଣ କରି କହିଲେ ସେ କେବଳ ରାଜନେତା ନଥିଲେ ବରଂ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଅନନ୍ୟ ଉପାସକ ଥିଲେ । ମତଲୁବ୍ ଅଲ୍ଲୀଙ୍କ ଭଳି ଜଣେ ସୁଦକ୍ଷ ଜନ ନେତାଙ୍କୁ ପାଇ ମାହାଙ୍ଗା ମାଟି ଧନ୍ୟ ହୋଇଛି ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଲେଙ୍କା, ଯୁବ ସଂଗଠକ ଶୁଭେନ୍ଦୁ କୁମାର ସାମଲ ପ୍ରମୁଖ ମତଲୁବ୍ ଅଲ୍ଲୀଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଥିଲେ । ଶରତ କର ଓ ଅନିମା କର ଫାଉଣ୍ଡେସନ ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୟୋଜ୍ୟେଷ୍ଠ ମୂରବୀ, ଯୁବକ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଦିବଂଗତ ନେତା ମତଲୁବ୍ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଚଳିତ ମାସ ୧୭ ତାରିଖ ବୁଧବାର ଦିନ ପୂର୍ବାହ୍ନ ୧୦ ଘ. ୩୦ମିନିଟ୍ ରେ ଗୁଣୁପୁର ସ୍ଥିତ ଗ୍ରାମ ଦେବତୀ ମନ୍ଦିର ପ୍ରାଙ୍ଗଣ ରେ ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ୧୪୧ ତମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ସଂସ୍କାରକ ବୈରାଗୀ ମିଶ୍ର ସ୍ମୃତି ସଂସଦ ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୂଜିପୂଜା ସମାରୋହରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ କର ପୌରହିତ୍ୟ କରିଥିବା ବେଳେ ଫାଉଣ୍ଡେସନ ସଂଯୋଜକ ତଥା ସ୍ମୃତି ସଂସଦ ସମ୍ପାଦକ ଶୁଭେନ୍ଦୁ କୁମାର ସାମଲ ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ଭାରତ ସରକାର ଙ୍କ ପ୍ରାକ୍ତନ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଶୋଭନ କର ଦିବଂଗତ ବରପୁତ୍ର ସ୍ବର୍ଗତ ବୈରାଗୀ ଚରଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ
ଅର୍ପଣ କରିଥିଲେ । ତାଙ୍କ ସହିତ ନିର୍ଭୀକ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢିଥିଲେ ।

ଜୟନ୍ତୀ ସଭାକୁ ଉଦ୍ ଘାଟନ କରି ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ରୀ ଶୋଭନ କର କହିଲେ, ଅନେକ ମହାର୍ଘ ଗୁଣରେ ଗରୀୟାନ ସ୍ବର୍ଗତ ବୈରାଗୀ ଚରଣ ମିଶ୍ରଙ୍କ ସ୍ମୃତିର ଦେଦୀପ୍ୟମାନ ଶିଖା ଚିରଦିନ ପାଇଁ ଆମ ସମାଜକୁ ଆଲୋକର ସନ୍ଧାନ ଦେଇ ଚାଲିଥିବ । ସମସ୍ତେ ଅପସଂସ୍କୃତି ଅନ୍ଧବିଶ୍ୱାସ କୁ ପରିହାର କରି ସଂସ୍କାରିତ ମାର୍ଗରେ ଅଗ୍ରସର ହେଲେ ସମାଜ ରେ ସୁଧାର ନିଶ୍ଚୟ ଆସିବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼ଃ ମନୋରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଅବନୀ ଚନ୍ଦ୍ର ଦାସ, କବି ଧନେଶ୍ଵର ପ୍ରଧାନ, ସମାଜ ସେବୀ ରାମଚନ୍ଦ୍ର ମହାପାତ୍ର, ବିଶିଷ୍ଟ ଯୁବ ସଂଗଠକ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ବୟୋଜ୍ୟେଷ୍ଠ ମୂରବୀ ତଥା ସମାଜସେବୀ ପ୍ରଶାନ୍ତ କୁମାର କର, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ବେହେରା ପ୍ରମୁଖ ସ୍ବର୍ଗତ ବୈରାଗୀ ମିଶ୍ରଙ୍କ ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଥିଲେ । ଶିଶୁ କିଶୋର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍ଥାନୀୟ ମାହାଙ୍ଗା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଜନସାଧାରଣ, ଯୁବ ଛାତ୍ର ମହିଳା ଏହି ଭବ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ଥିଲେ । ଶେଷରେ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ଉପାୟନ ପ୍ରଦାନ କରାଯାଇ ଥିଲା । ଆନୁଷ୍ଠାନିକ ଭାବେ ଶ୍ରୀ ସଚ୍ଚିତ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

Fifty-five Years of Unspoken & Emotional Journey of a Journalist’s Wife
More

Fifty-five Years of Unspoken & Emotional Journey of a Journalist’s Wife

by Ambika Prasad Kanungo
February 9, 2026

Ambika Prasad Kanungo, Bhubaneswar, 9 February 2026 If one were to wander through an old Odia neighbour hood—those sun-soaked lanes...

Read more
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.