• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମାହାଙ୍ଗାରେ ଶରତ କର ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

ମାହାଙ୍ଗାରେ ଶରତ କର ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଅକ୍ଟୋବର ୨୦୨୨


ସାମାଜିକ ସେବା ଅନୁଷ୍ଠାନ ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା ସମିତି ଆନୁକୁଲ୍ୟରେ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବାଚସ୍ପତି, ବିଧାୟକ, ସାଂସଦ ତଥା ବିଶିଷ୍ଟ ସାରସ୍ଵତ ସାହିତ୍ୟ ସାଧକ ବାଗ୍ମୀ ସ୍ୱର୍ଗତଃ ଶରତ କୁମାର କର ଙ୍କ ଦ୍ୱିତୀୟ ବାର୍ଷିକ ପୁଣ୍ୟ ତିଥିରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଖ୍ୟାତି ସମ୍ପନ୍ନ ବର୍ଷୀୟାନ ଗାନ୍ଧିବାଦୀ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ କର ଙ୍କ ପ୍ରତିମୂର୍ତ୍ତି କୁ ଅନାବରଣ କରିଥିଲେ ।

ଏହାପରେ ଗାନ୍ଧୀ ସ୍ମାରକ ନିଧି ର ସଂପାଦକ ତଥା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସ୍ୱର୍ଗତଃ ଶରତ କୁମାର କର ଙ୍କ ୨ୟ ବାର୍ଷିକୀ ଶ୍ରାଦ୍ଧ ସଭା ରେ ସ୍ବାଗତ ଭାଷଣ ଦେଇ ମଂଚର ସାଧାରଣ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଦିବଂଗତ ଜନ ନେତାଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ର ମାନ୍ୟତା ପାଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ ଅପର୍ଣ୍ଣା ନାୟକ ଏବଂ ଶରତ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଶୁଭେଚ୍ଛା ବାର୍ତ୍ତା ଭିଡିଓ ଯୋଗେ ପ୍ରଦର୍ଶିତ ହୋଇଥିଲା । ମାହାଙ୍ଗା ବାସୀଙ୍କ ସେବାରେ ଉତ୍ସର୍ଗୀକୃତ ଜୀବନ ପାଇଁ ଶରତ କୁମାର କର ଚିର ଅମର ରହିବେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ମତ ବ୍ୟକ୍ତ କରିଥିଲେ ।


ଅନ୍ୟ ମାନଙ୍କ ମଧ୍ୟରେ ସ୍ୱର୍ଗତଃ ଶରତ କରଙ୍କ ସୁପୁତ୍ର ତଥା ପ୍ରାକ୍ତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ମାହାଙ୍ଗା ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପବଦ୍ଧ ବୋଲି ଉଦବୋଧନ ଛଳରେ କହିଥିଲେ । ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର କୁମାର ସାହୁ, ଅପର୍ଣ୍ଣା ନାୟକ, ଅଧ୍ୟାପକ ସୁମନ କର, ଆଡଭୋକେଟ୍ ଆଦ୍ୟାଶା କର, ରାମ ଚନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ସ୍ବାଇଁ, ବିକାଶ କର ପ୍ରମୁଖ ନିଜ ନିଜର ଜିବନାନୁଭୂତି ରୁ ସ୍ୱର୍ଗତଃ କରଙ୍କ ପ୍ରତି ସ୍ମୃତି ଶ୍ରଦ୍ଧାଞ୍ଜଳି ବାଢିଥିଲେ ।

ମଞ୍ଚ ତରଫ ରୁ ଅଜିତ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ ଏବଂ ଅଭ୍ୟର୍ଥନା ସମିତି ପକ୍ଷରୁ ସର୍ବଶ୍ରୀ ଚୈତନ୍ୟ ପାଣି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ୱର୍ଗତଃ ଶରତ କୁମାର କରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଭଜନ କୀର୍ତ୍ତନ ପରିବେଶରେ ଆୟୋଜିତ ଶରତ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପର୍ବ ତଥା ୨ୟ ଶ୍ରାଦ୍ଧୋତ୍ସବରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ତଥା ଯୁବଛାତ୍ର ଙ୍କ ସମେତ ମାହାଙ୍ଗା-ନିଶ୍ଚିନ୍ତକୋଇଲି ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦେଇ ଥିଲେ । ଶେଷରେ ଶ୍ରୀ ରାମ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ସମ୍ ଶେର ଅଲି ଖାଁ, ଦିଲ୍ଲୀପ କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Nirvik Bureau

Nirvik Bureau

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.