• About
  • Contact
Friday, June 12, 2026
Friday, June 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନେତାଜୀ : ଏକ ବିସ୍ମୟ

ନେତାଜୀ : ଏକ ବିସ୍ମୟ
Share on FacebookShare on Xshare on Whatsappshare on Linkedin
ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୨୩ ଜାନୁଆରୀ ୨୦୨୫

ବିଗତ କିଛି ଦିନ ଦିଲ୍ଲୀ ଠାରୁ ପୋର୍ଟବ୍ଲେୟାର ଯାଏ ନେତାଜୀ ସୁଭାସ ଚନ୍ଦ୍ର ବୋଷ ଓ ତାଙ୍କ ଦ୍ୱାରା ସ୍ଥାପିତ ‘ଭାରତୀୟ ରାଷ୍ଟ୍ରିୟ ସେନା’(INA) ର ୭୫ବର୍ଷ ଜନ୍ମ ଉତ୍ସବକୁ ଆଡମ୍ବର ସହ ପାଳନ କରାଯାଉଥିଲା। ପ୍ରଥମଥର ଭାରତର କୌଣସି ପ୍ରଧାନମନ୍ତ୍ରୀ ନେତାଜୀଙ୍କ ବିଷୟରେ ଏତେ ପ୍ରତକ୍ଷ୍ୟ ଭାବରେ ଚର୍ଚ୍ଚା କରୁଥିଲେ। ଏହାର ରାଜନୈତିକ ଲକ୍ଷ୍ୟ ଯାହା ହେଉ ପଛେ, ଏହାର ସାମାଜିକ ଆବଶ୍ୟକତା ଥିଲା। ସୁଭାସ ଚନ୍ଦ୍ର ବୋଷ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ ହେବା ଉଚିତ ନୁହେଁ। ସେ ନିଜସ୍ୱ କୀର୍ତ୍ତିରେ ଏକ ଚିନ୍ତାଧାରା, ଏକ ଚିନ୍ତାନାୟକ ଓ ଏକ ବିଶ୍ୱ ଗୁରୁ।

୨୩ ଜାନୁଆରୀ ୧୮୯୭ରେ କଟକରେ ଜନ୍ମ ଗ୍ରହଣ କରି ସୁଭାସ ଓଡିଶାକୁ ଗୌରବାନ୍ୱିତ କରିଥିଲେ ହେଁ ତାଙ୍କ ସ୍ୱଭାବରେ ରାଷ୍ଟ୍ରିୟତା ଆରମ୍ଭରୁ ଥିଲା। ଓଡିଶା ଓ ବଙ୍ଗାଲ ଆଜିବି ନେତାଜୀଙ୍କ କୀର୍ତ୍ତିକୁ ନିଜ ଭିତରେ ବାଣ୍ଟିବାରେ ବ୍ୟସ୍ତ ଥିବା ବେଳେ ଆମେ ଏହି ମହାନ ନେତାଙ୍କ ପ୍ରକୃତ କୃତୀକୁ ଭୁଲିଯାଉଛି? ଯେଉଁ ପୂର୍ବ ଭାରତ ଆଜି ଭାରତର ଏକ ଅନ୍ନୁତ ଭାଗ ଭାବେ ଅପକୀର୍ତ୍ତି ପାଇଛି ଦିନ ଥିଲା ସେହି ପୂର୍ବ ଭାରତର ସିନ୍ଧୁ ତଟ ରୁ ସୁଭାସ ବୋଷ ରଣ ହୁଙ୍କାର ଦେଇ ଇଂରାଜୀ ଶାସନକୁ ଭୟଭୀତ କରିଥିଲେ।

ସୁଭାସଙ୍କ ବ୍ୟକ୍ତିତ୍ୱରେ ନେତୃତ୍ୱ ଥିଲା, ସେଥି ଲାଗିତ ସେ ଗାନ୍ଧୀ – ନେହରୁ କାଳରେ ଜନ୍ମ ହୋଇ ମଧ୍ୟ ଖାଲି ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଥିଲେ। ମହତ୍ମା ଗାନ୍ଧୀଙ୍କ ଏକଛତ୍ରବାଦି ସେବଳର କଂଗ୍ରେସରେ ନିଜସ୍ୱ ଦମ୍ଭରେ ଦୁଇ-ଦୁଇ ଥର କଂଗ୍ରେସର ଅଧ୍ୟକ୍ଷ ହେବା ବ୍ୟକ୍ତି ସେ ଜଣେ। ସେ ତାଙ୍କ ସମୟ ଠାରୁ ବହୁ ଆଗର ବିଚାର କରୁଥିଲେ। ଯେଉଁ ସମୟରେ ସେ ‘ପୂର୍ଣ୍ଣ ସ୍ୱରାଜ’ର ଆହ୍ୱାନ ଦେଇଥିଲେ ସେତେବେଳେ କେହି ଏହାକୁ ସଂଭବ ଭାବୁ ନଥିଲେ। ମାତ୍ର ୧୯୪୨ରେ ନେତାଜୀଙ୍କର ହିଁ ଚିନ୍ତାଧାରାରେ କଂଗ୍ରେସ ‘ଭାରତ ଛାଡ ଆନ୍ଦୋଳନ’ କଲା। ତାଙ୍କ ବ୍ୟକ୍ତିତ୍ୱର ପ୍ରତିଭା କୋଟି ସୂର୍ଯ୍ୟ ସମ, ସେଥିଲାଗିତ ନିଜ ମୃତ୍ୟୁର ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ପରେ ମଧ୍ୟ ନେତାଜୀ ଆଲୋଚନାର ବିଷୟ। ହିଟଲର ଭଳି ଏକଛତ୍ରବାଦ ଶାସକର ବିଶ୍ୱସତ ହେବା, ତାହା ପୁଣି ନିଜ ଦେଶରୁ ପଳାତୁକ ହେବା ପରେ, ଛୋଟ କଥା ନୁହେଁ। କୌଣସି ସଂଗଠାନିକ ପରିଚୟ ଓ ସଶକ୍ତ ସୁପାରିଶ ନଥାଇ ମଧ୍ୟ ଜର୍ମାନୀ, ରୁଷ, ଜାପାନ ଭଳି ବଡ ବଡ ଦେଶର ଶକ୍ତିଶାଳୀ ଶାସକଙ୍କ ପ୍ରିୟ ଭାଜନ ହୋଇ ତାଙ୍କୁ ଭାରତର ସ୍ୱାଧୀନତା ପ୍ରତି ଆକୃଷ୍ଟ କରିବା ନେତାଜୀଙ୍କ ଏକ ବିସ୍ମୟକର ବ୍ୟକ୍ତିତ୍ୱର ପରିଚୟ।

ନେତାଜୀଙ୍କ ବିଚାରଧାରାର ଭିନ୍ନତାର ପରିଚୟ ଦେବାକୁ ଯାଇ ସେ ୧୯୪୪ରେ ପ୍ରଥମ ଭାରତୀୟ ରାଷ୍ଟ୍ରୀୟ ସରକାର (Indian National Government) ଗଠନ ସମୟରେ ସ୍ୱାଧୀନ ଭାରତ ବିଷୟରେ କହିଥିଲେ “Our philosophy should be a synthesis between nationalism, socialism and communism.” ଏହି ଉଚ୍ଚ ବିଚାରଧାରା ତାଙ୍କ ଅଗ୍ରିମ ଚିନ୍ତାଧାରାର ସୂଚକ। ସ୍ୱାଧୀନତା ଆଗରୁ ସେ ଏହି କଥା ହୃଦୟଙ୍ଗମ କରି ସାରିଥିଲେ ଯେ ଏକ ସ୍ୱାଧୀନ ତଥା ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସାମାଜିକ ନ୍ୟାୟ ଓ ସମାନତା କେବଳ ସବୁ ବିଚାର ଧାରାର ସମଷ୍ଟିରେ ଅଣାଯାଇ ପାରିବ। ଏହି ମହାନ ଚିନ୍ତାନାୟକ କହିଥିଲେ –“Men, money and materials can’t by themselves bring victory or freedom. We must have the motive power that will inspire us to brave deeds and heroic exploits.” ସେ ଭାରତର ଅହିଂସାବାଦି ଛବିର ବିରୋଧୀ ନଥିଲେ, ମାତ୍ର ଏହି ଛବିର ଫାଇଦା ଉଠେଇ ଯେପରି ଭାବରେ ଆମକୁ ପରାଧିନ କରାଯାଇଥିଲା। ଏହାର ପ୍ରକୃତ ନିବାରଣ ସୁଭାଷଙ୍କ ଏହି ଲଢୁଆ ଆଚାର ଓ ବିଚାର ଥିଲା। ଆଜିର ସମାଜ ଲାଗି ନିଜ ସ୍ୱଳ୍ପ ଆୟୁରେ ସେ ଅନେକ ଶିକ୍ଷା ଦେଇଛନ୍ତି। ହତାଶା, ନିରାଶା ଓ ସଠତା ର ଭାବନା ଆଜି ଅନେକ ଜାଗାରେ ଦେଖିବାକୁ ମିଳୁଛି। ଭାରତ ଏକ ସକାରାତ୍ମକ ଉର୍ଜାର ଭୂମି ମାତ୍ର ଏହାକୁ ସୁଭାଷ ବୋଷଙ୍କ ଭଳି ଭୂମିପୁତ୍ର ମାନଙ୍କ ଆବଶ୍ୟକତା ଅଛି, ନେତାଜୀ କହିଥିଲେ – “Life loses half Its interest If there is no struggle-if there are no Risks to be taken” ଆଉ ଆଜି ରାଜନୀତିର ନିମ୍ନ ସ୍ତରର ପ୍ରତିଯୋଗିତା ଯୋଗୁଁ ଆମ ଲୋକ “ଖଟି-ଖାଇ” ଚଳିବା ଭୁଲି ଗଲେଣି। ଯେ ପର୍ଯ୍ୟନ୍ତ ମାନବ ଜାତି ନିଜ ପେଟ ଲାଗି ପରିଶ୍ରମ କରିବନି ସେ କେବେବି ବିକଶିତ ହୋଇ ପାରିବନି।

ଅନ୍ୟାୟ, ଅନୀତି, ଅତ୍ୟାଚାର, ଶୋଷଣ ଓ ଭ୍ରଷ୍ଟାଚାର ସେ ପର୍ଯ୍ୟନ୍ତ ଚାଲିବ ଯେ ପର୍ଯ୍ୟନ୍ତ ଆମେ ଏହାକୁ ବିରୋଧ ନକରିବା। ଅନ୍ୟର ଦୁଃଖରେ ନିଜକୁ ଭାଗି କରି ସମସ୍ତଙ୍କୁ ସୁଖି କରିବା ଏକ ଆଦର୍ଶ ନାଗରିକର କର୍ତ୍ତବ୍ୟ – ସୁଭାଷ ବୋଷ ଏହି ବିଚାରର ପକ୍ଷ ରଖୁଥିଲେ – “We cannot sit still because we cannot, or do not , know the Absolute Truth.” ସତ୍ୟର ପରିଚୟ ସଂଗ୍ରାମରୁ ହିଁ ଆସେ। ସୁଭାଷ ବୋଷଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ କାର୍ଯ୍ୟ ଉଭୟ ଭାରତର ଭବିଷ୍ୟ ପିଢିଙ୍କ ଲାଗି ଏକ ଆଦର୍ଶ ଓ ପ୍ରେରଣା। ତାଙ୍କ ସଂଗ୍ରାମ, ସାହାସ ଓ ସାମୟିକ ଚରିତ୍ର ଶିକ୍ଷାର ବିଷୟ। ଭାରତର ପ୍ରତିଟି ଇତିହାସ ଓ ସାମାଜିକ ନିତି ସୁଭାଷଙ୍କ ପଥକୁ ଅଧ୍ୟୟନ ନକରି ଆଗକୁ ବଢି ପାରିବନି। ତାଙ୍କ ବାଣୀରେ ଯେଉଁ ଶକ୍ତିଥିଲା ତାହା ହିଁ ତାଙ୍କର ପ୍ରତି ଭାରତୀୟକୁ ଶ୍ରେଷ୍ଠ ଅବଦାନ ତାଙ୍କରି ଭାଷାରେ କହିବାକୁ ଗଲେ-

“One individual may die for an idea, but that idea will, after his death, incarnate itself in a thousand lives.”

ସୁଭାଷ ଚନ୍ଦ୍ର ବୋଷଙ୍କୁ ଏ ଜାତି ସଦା ସ୍ମରଣ କରୁ ଓ ତାଙ୍କ ବିସ୍ମୟ ସ୍ଫୁରିତ ବ୍ୟକ୍ତିତ୍ୱରୁ ସଦା ପ୍ରେରଣା ନେଉ।

ଜୟ ହିନ୍ଦ !

Dr. Ansuman Kar

Dr. Ansuman Kar

The Author is a doctor by profession with a passion for literature. He is a noted columnist, author, poet and literary researcher. He is presently the Secretary of Kalinga Bharati and Utkal Chhatra Sahitya Samaj, Cuttack.
N-1/183, IRC VILLAGE
9778030494

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.