• About
  • Contact
Friday, September 11, 2026
Friday, September 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିର୍ଭୀକର ଉତ୍କଳ ଦିବସ ବିଶେଷାଙ୍କ ଉନ୍ମୋଚିତ

ନିର୍ଭୀକର ଉତ୍କଳ ଦିବସ ବିଶେଷାଙ୍କ ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin

ଭୁବନେଶ୍ୱର ତା ୧/ ୪ /୨୦୨୩ (ନିର୍ଭୀକ ବ୍ୟୁରୋ): ଉତ୍କଳ ଦିବସ ଅବସରରେ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ନିର୍ଭୀକର ଉତ୍କଳ ଦିବସ ସଂସ୍କରଣ ଉନ୍ମୋଚିତ ହୋଇଛି । ନିର୍ଭୀକର ଏହି ସ୍ୱତନ୍ତ୍ର ସଂଖ୍ୟାଟି ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଏହି ସଂଖ୍ୟାରେ ଅନେକ ପ୍ରତିଷ୍ଠିତ ଲେଖକଙ୍କ ଲେଖା ସ୍ଥାନ ପାଇଛି । ଏହି ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିବା ଅବସରରେ ଖ୍ୟାତନାମା ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଓଡ଼ିଶା ପ୍ରଦେଶ ଗଠନ ଇତିହାସ ସମ୍ପର୍କରେ ମନେ ପକାଇବା ସହ ଓଡ଼ିଆ ଭାଷାଦ୍ୱାରା କିପରି ଗୋଟିଏ ଜାତିର ପରିଚୟ ସୃଷ୍ଟି ହୋଇଛି ତାହା ଅନ୍ୟ ଭାଷାଭାଷୀଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଏପରିକି ପ୍ରତ୍ୟେକ ଓଡ଼ିଆ ନିଜ ଭାଷାକୁ ନେଇ ଗର୍ବ କରିବା ସହ ଏହି ଭାଷାର ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ଭାଷା ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ ।

ସେହିପରି ଏହି ଉନ୍ମୋଚନ ଉତ୍ସଵ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ସାହିତ୍ୟ ହେଉ ଅବା ସାମ୍ବାଦିକତା ଉଭୟେ ଦରବାରୀ ଓ ସରକାରୀ ମୁକ୍ତ ହୋଇ ରହିବା ଆବଶ୍ୟକ । ନହେଲେ ସାଧାରଣ ଲୋକଙ୍କ କଥା କିଏ କହିବ ? ଏପରିକି “ନିର୍ଭୀକ”ର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଓ ଜଣାଶୁଣା ବାଗ୍ମୀ ଓ ରାଜନେତା ସ୍ୱର୍ଗତ ଶରତ କରଙ୍କ ସ୍ମୃତିଚାରଣ କରିବା ସହ ନିର୍ଭୀକର ସ୍ୱର ସବୁବେଳେ ନିର୍ଭୀକତାର ସହ ଶୁଭୁଥାଉ ବୋଲି କହିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୁନାମଧନ୍ୟ ସଂସ୍କୃତ କାବ୍ୟକାର ପଣ୍ଡିତ ଡ଼ଃ ପ୍ରବୋଧ କୁମାର ମିଶ୍ର ମଧ୍ୟ ଏହି ପତ୍ରିକାର ଆରମ୍ଭ ସମୟର କଥା ବଖାଣିଥିଲେ। ଏପରିକି ସ୍ୱର୍ଗତ ଶରତ କର ଓ ତାଙ୍କର ପରିବାରର ସାରସ୍ୱତ ଜଗତ ପ୍ରତି ଥିବା ପ୍ରତିବଦ୍ଧତା କଥାକୁ ମଧ୍ୟ ମନେ ପକାଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାତ କୁମାର କର କିଭଳି ଭାବେ ସ୍ୱର୍ଗତ ଶରତ କର “ନିର୍ଭୀକ” ପତ୍ରିକା ଆରମ୍ଭ କରିଥିଲେ ସେ ନେଇ ମନେ ପକାଇବା ସହ ନିର୍ଭୀକ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ ।

ଶରତ କର ଓ ଅନିମା କର ଫାଉଣ୍ଡେସନର ଅଧକ୍ଷ ଶୋଭନ କର ନିର୍ଭୀକର ଅତୀତର ସଂଘର୍ଷପୂର୍ଣ୍ଣ ଯାତ୍ରା ବାବଦରେ ସୂଚନା ଦେବା ସହ ନିର୍ଭୀକ ଆଗକୁ ସାଧାରଣ ଲୋକଙ୍କ କଥା କହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଓଡ଼ିଆ ସ୍ୱାଭିମାନର ପ୍ରତୀକ ଓ ଭୟ ମୁକ୍ତ ସ୍ୱର ନିର୍ଭୀକ ଆଗକୁ ସାଧାରଣ ଲୋକଙ୍କ ସହଯୋଗ ଓ ସମର୍ଥନରେ ବଢ଼ିବ ବୋଲି ତାଙ୍କର ବିଶ୍ୱାସ ଅଛି ବୋଲି ସେ କହିଥିଲେ । ଏପରିକି ଶରତ କର ଓ ଅନିମା କର ଫାଉଣ୍ଡେସନ ରାଜ୍ୟର ଭାଷା, ସାହିତ୍ୟ,ସଂସ୍କୃତିର ସୁରକ୍ଷା ସହ ସାମଗ୍ରିକ ବିକାଶ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଏହି ଉନ୍ମୋଚନ ଉତ୍ସବରେ ନିର୍ଭୀକର ସମ୍ପାଦକ ଅବନୀ ଚନ୍ଦ୍ର ଦାସ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଶରତ କର ଅନିମା କର ଫାଉଣ୍ଡେସନର ସହ ଅଧ୍ୟକ୍ଷ ସୁମନ କର ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ନେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.