• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିସ୍ତବ୍ଧ ରାତ୍ରି

ନିସ୍ତବ୍ଧ ରାତ୍ରି
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ମଇ ୨୦୨୩

ପ୍ରତ୍ୟେକ ରାତ୍ରିର ତୃତୀୟ ପ୍ରହର ରେ ଘରକୁ ଫେରିବା ରାଜା ର ଏକ ନିତିଦିନିଆ ଅଭ୍ୟାସ। ବିଳମ୍ବିତ ନିସ୍ତବ୍ଧ ଅନ୍ଧାରରେ ଗାଡ଼ିର ହର୍ଣ୍ଣ ଶୁଣି ବୁଲା କୁକୁର ଗୁଡ଼ା ରାଜାର ଆଗରୁ ପଛ ବୁଲି ଭୋ ଭୋ ଶବ୍ଦରେ କାନ ଫଟେଇ ଦେଉଥାନ୍ତି। ବାରମ୍ବାର ଘଣ୍ଟାକୁ ଚାହିଁ ଚାହିଁ ମାନିକୁ ଟିକେ ଛାଇ ନିଦ ଟା ଲାଗି ଆସୁଥାଏ। ହଠାତ ଏହି ସବୁ ସ୍ୱରରେ ଉଠି ପଡ଼ି ଧୀରେ ଯାଇ ମୁଖ୍ୟ ଦ୍ୱାର ଟିକୁ ଖୋଲି ଦେଇ ଚାଲି ଆସେ, ରାଜା ପାଇଁ ମାନିର କିଛି ବକ୍ତବ୍ୟ ସେହି ସମୟରେ ଆବଶ୍ୟକ ନାହିଁ ବୋଲି ବହୁଦିନରୁ ଅନୁଭବ କରି ସାରିଛି।ସବୁ ବେଳେ ଚେଷ୍ଠା କରେ ଏପରି ସମୟକୁ ସମ୍ମୁଖୀନ୍ନ ନକରିବା ପାଇଁ।ତଥାପି ପରିସ୍ଥିତି ବେଳେବେଳେ ବାଧ୍ୟକରେ। ଗାଢ଼ ଅନ୍ଧାରରେ ବିଲେଇ ର ଆଖି ଯୋଡ଼ିକ ଯେପରି ନିଆଁ ପେଣ୍ଡୁଳା ଜଳିଲା ପରି ରାଜାର ଆଖି ସେମିତି ଲାଲ ଟହ ଟହ ଦିଶୁଥାଏ। ମାନି ଟିକେ କିଛି ସମୟ ପାଇଁ ଡରିଯାଏ ଏହି ସବୁ ଭାବ ଭଙ୍ଗୀ ଦେଖି ତଥାପି ମନରେ ଧର୍ଯ୍ୟ ଧରେ।ଅଭିମାନର ଅସହ୍ୟ ଅନ୍ତରରେ ଭରିରହି ଥିବା ପ୍ରଶ୍ନ ଗୁଡ଼ିକ ଅଜାଡ଼ି ହୁଅନ୍ତି ସମ୍ମୁଖରେ ହେଲେ ନିଜର ବିକଳ ଆଖି ଦ୍ୱାରା ନିଜ ଉତ୍ତର ନିଜେ ଖୋଜିନିଏ।

କଣ ଆଉ କରିବ, ବହୁତ ଥର ଚେଷ୍ଠା କରିଛି ଓ କିଛି ଦୃଢ ପଦକ୍ଷେପ ମଧ୍ୟ ନେଇଛି ଠିକ ବାଟକୁ ଆଣିବା ପାଇଁ ସ୍ୱାମୀକୁ ତାର। ଏହି ବିଷ ଜହରକୁ ନ ପିଇବା ପାଇଁ ବହୁତ ରାଣ ନିୟମ ମଧ୍ୟ ପକାଇଛି। କିନ୍ତୁ ହୃଦବୋଧ ହୋଇସାରିଲାଣି ସେ ଯେଉଁମାନେ ଏତେ ନିଷ୍ଠୁର, ଚରିତ୍ରହୀନ ତାଙ୍କୁ ବଦଳେଇବା ବହୁତ କଷ୍ଟ। ଉପରକୁ ଦିଶୁଥିବା ଶାନ୍ତସିଷ୍ଟ ଭଦ୍ର ଭାବମୂର୍ତି ଏହା ପ୍ରକୃତ ତାଙ୍କର ଗୁଣ ନୁହେଁ। କଥାରେ ଅଛି ସବୁ ଚିକ୍ ଚିକ୍ କରୁଥିବା ଜିନିଷ ସୁନା ନୁହେଁ। ଯାହା ଅଙ୍ଗେ ନିଭାଇସାରିଛି ମାନି। ରାଜା ଗୋପନରେ ମିଶୁଥିବା ତରୁଣୀ ଜଣକୁ ମଧ୍ୟ ନିଜ ତରଫରୁ ଫୋନ କରି ବହୁ ଚେଷ୍ଠା କରିସାରିଛି ବୁଝାଇ ବା ପାଇଁ। ନା, ପାରିନି ସେ ସବୁ ପରିବର୍ତ୍ତନ କରି। ପ୍ରତି ରାତିରେ ସେହି ସବୁ ପ୍ରତିଛବି ଯଦି ତାର ମନ ମଧ୍ୟରେ ପ୍ରବେଶ କରେ ଆଖିରୁ ଲୁହ ର ବନ୍ୟା ସୃଷ୍ଟି ହୁଏ। ରାଜା ସହ ବହୁତ ଯୁକ୍ତିତର୍କ ସେହି ବନ୍ଦ କୋଠରୀ ଭିତରେ ହୋଇଛି….କିନ୍ତୁ ସୁଫଳ ମିଳେ ନାହିଁ। ମେଞ୍ଚେ ଯନ୍ତ୍ରଣା କାନ୍ଧ ଉପରେ ଲଦି ହୋଇଯାଏ। ବୈବାହିକ ଜୀବନ କଥା ଭାବିଲେ ମାନସିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼େ ମାନି। ଚିତ୍କାର କରିବାକୁ ଇଛା ହୁଏ। କିନ୍ତୁ ଶାଶୁ ଘର ର ପ୍ରତିଷ୍ଠା ଓ ସମ୍ମାନ ତାକୁ ବାଧା ଦିଏ କାହା ସମ୍ମୁଖରେ ଅଭିଯୋଗ କରିବାକୁ। ନିଜ ସ୍ୱାମୀଙ୍କୁ ତ ମଦୁଆ, ଜୁଆରି ,ମିଛୁଆ, ବେଶ୍ୟାସକ୍ତ, ଓ ଠକ ବୋଲି କେବେ ସର୍ବ ସମ୍ମୁଖରେ ପ୍ରକାଶ କରିପାରିବନି। କାରଣ ସେ ଗୋଟେ ସଂସ୍କାରି ଘରର ଝିଅ।ରାଜପ୍ରାସାଦ ପରି ଘର, ରାଜକୁମାର ପରି ବର, ଧନ ଦୋୖଲତ ଦେଖି ବାହା ଦେଇଥିଲେ ବାପା ମାଆ। ବାପା ଘର ଶାଶୁ ଘରର ଟେକ ରଖିବି ବୋଲି ସଦା ଉପଦେଶ ଦେଇଥିଲେ।

ମାନିର ବାପା ମାଁ ଦୁଇ ଜଣ ଅଧ୍ୟାପକ ଓ ଅଧ୍ୟାପିକା। କାନେ କାନେ କୁହନ୍ତି ଦୁହିତା ଦୁଇ କୂଳକୁ ହିତା, ସବୁବେଳେ ମନ ମଧ୍ୟରେ ସେହି କଥା ଗୁଡ଼ିକ ପ୍ରତିଧ୍ବନିତ ହୁଏ ତାର। ମଣିଷ ପାଖରେ ଅର୍ଥ ସବୁକିଛି ନୁହେଁ। ଏତେ ପ୍ରାଚୁର୍ଯ୍ୟତା ମଧ୍ୟରେ ଥାଇ ବି ମାନିର ଦୁଃଖ ର ସୀମା ନାହିଁ। ଶାଢ଼ୀ ଗହଣାରେ ଲଦି ହୋଇ ଗଲେ ସୁଖ ମିଲେନି, କାହାରିକୁ କହି ପାରିବନି ତା ମନ ତଳର ବ୍ୟଥା, ବେଦନା, ଯନ୍ତ୍ରଣା, ଓ ଅନ୍ତରର ଜ୍ବଳନ। ଦେବତା ପରି ଶାଶୁ ଶଶୁରଙ୍କୁ ଠିକ ସମୟରେ ରୋଷେଇ ବାସ କରି ଦେଇଥାଏ, ଓ ତାଙ୍କ ମନ କଥା ଠିକ ସମୟରେ ବୁଝି ଥାଏ। ସେ ଜାଣିଛି ସେମାନେ ଜନ୍ମ ଦେଇଛନ୍ତି ସତ କିନ୍ତୁ କର୍ମ ଦେଇନାହାନ୍ତି ପୁଅକୁ। କୌଣସି ବାପା ମାଁ ଚାହାନ୍ତି ନାହିଁ ପୁଅ ଅବାଟକୁ ଚାଲି ଯାଉ। ମାନି ସବୁବେଳେ ଅଭିନୟ କରିବାକୁ ଚେଷ୍ଠା କରିଥାଏ ତାଙ୍କ ସାମ୍ନାରେ। ଜାଣିଛି ଆଲୋକ ଥାଇ ମଧ୍ୟ ତା ଜୀବନରେ ଅନ୍ଧାର ମାଡ଼ି ଯାଇଛି। ନିରୁପାୟ ହୋଇ ଆଖି ବନ୍ଦ କରି ବେଳେ ବେଳେ ଶୋଇ ପଡ଼େ। ପାଖ ପଡ଼ିଶା ସମସ୍ତେ ନିଜ ନିଜ ଭିତରେ ଟୁପୁରୁ ଟାପୁରୁ ହୁଅନ୍ତି ମାନି ପରି ଅନିଦ୍ୟ ସୁନ୍ଦରୀ ସ୍ତ୍ରୀ ପାଇ କାହିଁକି ସେ ଅନ୍ୟ ପାଖକୁ ଯାଉଛି। ପ୍ରତିବାଦ କଲେ ଅବସ୍ଥା ତାର ବାରଣ୍ଡା ଦି କଡ଼ା ହୋଇଯିବ। ବୟସ ବଢିବା ସହ ଯେଉଁ ସବୁ ଅତିବାହିତ ସମୟର ହତାଶ ଭାବକୁ କେଉଁଠାରେ ନ ଛିନ୍ଚାଡ଼ି, ନିଜକୁ ସମ୍ଭାଳି ନେବା ଶ୍ରେୟସ୍କର ବୋଲି ମନେ କରେ ମାନି। ଠିକ ହେବନି ଏ ସବୁ କଥାକୁ ବଢ଼େଇବା ଆଉ କୋର୍ଟ କଚେରୀ ଯାଏ ମାମଲା ନେବା କାରଣ ଶଶୁର ଓ ଶାଶୁ ମଧ୍ୟ ଉଚ୍ଚ ପଦସ୍ତ ପ୍ରଶାସନିକ ଅଫିସର। ଏସବୁ ତା ଭାଗ୍ୟର ନିଷ୍ଠୁରତା ହୋଇପାରେ ଭାବି ରାତ୍ରିର ଏକଲା ପଣରେ ବେଳେ ବେଳେ ଅଧର୍ଯ୍ୟ ହୋଇପଡ଼େ। ନିଜ ମଣିଷ ଆଖି ଆଗରେ ଦୂରକୁ ଚାଲି ଯାଉଛି। ପରାସ୍ତ ସୈନିକ ପରି ଗୁମୁରି ଗୁମୁରି କାନ୍ଦେ। ଜାଣିଛି ଆଉ ସେ ବିଶ୍ୱାସ ରଖିଛି ତା ପାଇଁ ଦିନେ ଆସନ୍ତା କାଲି ନିଶ୍ଚିତ ଆସିବ।

ମୁଣ୍ଡକୁ ହାଲକା କରିବାର ଏକମାତ୍ର ମାଧ୍ୟମ ଥିଲା ସେ ସବୁ ଭାବନା ମଧ୍ୟକୁ ନ ଆସିବା। ତଥାପି ସ୍ୱାମୀଙ୍କୁ କିଏ ସମାଲୋଚନା କଲେ କଥା ଗୁଡ଼ିକ ତା କୋମଳ ଅନ୍ତରାତ୍ମାରେ ତୀକ୍ଷ ଧନୁ ତିର ଭଳି ଗଳି ଯାଇ….ଧାର ଧାର ଲହୁ ଝରିଯାଏ।

ପ୍ରତିପତି, ସମ୍ମାନ, ଗୌରବ,ସବୁ ମୁଣ୍ଡ ଟେକି ମାନିକୁ ତଳେଇ ଚାହିଁ ଚାଲିଯାଉଛନ୍ତି। ରଙ୍ଗା ପଡ଼ି ଯାଉଥାଏ ମୁହଁଟା। ମାନି ଯଦି କିଛି କେଶ୍ କରିବ ସେ ଜାଣିଛି ଭରଣ ପୋଷଣ ଦେବାର କ୍ଷମତା ତାଙ୍କ ପାଖରେ ଯଥେଷ୍ଟ ରହିଛି। କାରଣ ଧନ ସମ୍ପତ୍ତି ତାଙ୍କ ପାଖରେ ଭରପୁର। କିନ୍ତୁ ପାଞ୍ଚ ବର୍ଷର ପୁଅ ଲିପୁର ଭବିଷ୍ୟତ କଥା ଚିନ୍ତା କରି ତାର ଅଧର୍ଯ୍ୟପଣକୁ ସବୁ ଚାପି ରଖେ ନିଜ ପାଖରେ। ସ୍ୱାମୀ ତାର ଜଣେ କମ୍ପ୍ୟୁଟରର ଇଞ୍ଜିନିୟର। ଏତେ ଜ୍ଞାନୀ ଗୁଣୀଙ୍କ ସହ ସଦା ମିସୁଛନ୍ତି। ଅନ୍ୟକୁ ପରାମର୍ଶ ଦେଉଥିବା ଲୋକ ନିଜ ବିବେକ କୁ କିପରି ବୁଝେଇ ପାରୁ ନାହାନ୍ତି। ଅନ୍ୟ ମନସ୍କ ନିଶା ଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଠିକ ନୁହେଁ ଏମିତି ବହୁତ କିଛି କଥା ମନକୁ ଆସି ଯାଉଥାଏ ମାନିର।ଅନେକ କଥା ଭାବି ମିଟି ମିଟି ଆଖିକୁ ତକିଆରେ ମାଡ଼ି ଦେଉଥାଏ। ମନକୁ ଚାପ ଶୂନ୍ୟ କରିବା ପାଇଁ ମଦ ପିଇବା କଣ ଏକ ମାଧ୍ୟମ? ସ୍ୱାମୀ ଙ୍କୁ ଦେବତାର ଆସନ ଅର୍ପଣ କରିବା ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର।ଯେଉଁଥିରେ ତିଳେ ମାତ୍ର ଅବହେଳା କରିନି ମାନି। ସବୁ ସ୍ତ୍ରୀ ଚାହାନ୍ତି ଅହି ସୁଲକ୍ଷଣି ହେବାକୁ; ମାନି ବା କିପରି ନଚାହିଁବ? କିନ୍ତୁ ମନେ ମନେ ଭଗବାନ ଙ୍କୁ ସ୍ମରଣ କରେ କେଉଁଦିନ ରାଜାଙ୍କୁ ଠିକ୍ ଶିକ୍ଷା ମିଳିବ ଆଉ ସେ ଉଚିତ ରାସ୍ତାକୁ ଆସିଯିବେ।କୋଳେଇ ନେବେ ତାଙ୍କର ସେହି କୋଳାହଳ ସଂସାରକୁ। ନିଶ୍ଚିତ କେଉଁ ଫାଙ୍କରୁ ହସ ଚେନାଏ ଫୁଟି ଆସିବ।

ସବୁ ଦିନପରି ରାତ୍ରିର ତୃତୀୟ ପ୍ରହରରେ କୁକୁର ମାନଙ୍କର ଶବ୍ଦ ଶୁଣି ବାହାରକୁ ଯାଇ ଅବୁଝା ଆଖିରେ ଠିକ୍ ଦେଖିପାରୁଥାଏ। ଏକ ସଡ଼କ ଦୁର୍ଘଟଣାରେ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଆସି ପହଁଚିଛନ୍ତି ରାଜା।ନିଜ ଭିତରେ ଜମି ଆସୁଥିବା କୋହକୁ ଚାପି ରଖି ଶାଢ଼ୀ କାନିକୁ ଦୁଇ ଫାଳ କରି ରାଜା ଶରୀରରେ ଲାଗିଥିବା ରକ୍ତକୁ ପୋଛିବାରେ ଲାଗିଥାଏ। ସ୍ୱାମୀ ଙ୍କୁ ସାଙ୍ଗରେ ନେଇ ଆସି ଠିକଣା ଜାଗାରେ ପହଞ୍ଚାଇଥିବା ଅନ୍ୟ ମାନଙ୍କୁ ଖୁବ ସନ୍ତର୍ପଣରେ କୃତଜ୍ଞତା ଜଣାଇଲା। ଶାଶୁ ଶଶୁର ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ହସ୍ପିଟାଲ କୁ ଫୋନ କରୁଥାନ୍ତି। ସମସ୍ତେ ବିକଳରେ ଏଣେ ତେଣେ ଚାହୁଁଥିଲେ।କିନ୍ତୁ ମାନି ଭାବୁଥାଏ ତା ଜୀବନରେ ଆଉ ଥରେ ସୂର୍ଯ୍ୟୋଦୟ ଆସିଗଲା।ଏଥର ରାଜା ନିଶ୍ଚିତ ତାଙ୍କ ଚରିତ୍ର ଓ ପ୍ରକୃତିକୁ ବଦଳାଇ ଦେବେ। ଏହି କଥା ଭାବୁ ଭାବୁ ହସ୍ପିଟାଲକୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ର ଶବ୍ଦରେ ଚମକି ପଡ଼ିଥିଲା ମାନି।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.