• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଶାରେ ନୂଆ ଫସଲ ଅମଳର ପର୍ବ ନୂଆଁଖାଇ

ଓଡ଼ିଶାରେ ନୂଆ ଫସଲ ଅମଳର ପର୍ବ ନୂଆଁଖାଇ
Share on FacebookShare on Xshare on Whatsappshare on Linkedin
ବିକାଶ ନାରାୟଣ ମିଶ୍ର, ୧ ସେପ୍ଟେମ୍ବର ୨୦୨୨

ନୂଆଁଖାଇ ଓ ବୈଶାଖୀ ଯଥାକ୍ରମେ ଓଡ଼ିଶା ଓ ପଞ୍ଜାବ ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ବ ଏବଂ ଏହି ଦୁଇଟିଯାକ ପର୍ବ ନୂଆ ଫସଲ ଅମଳ ଉପଲକ୍ଷେ ପାଳନ କରାଯାଏ । ନୂଆଁଖାଇ ପଶ୍ଚିମ ଓଡ଼ିଶା ତଥା ତତ୍ ସଂଲଗ୍ନ ଅଂଚଳ ଯଥା ଛତିଶଗଡ଼ ଓ ଝାଡ଼ଖଣ୍ଡ ର ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପର୍ବ ଅଟେ । ପାଖାପାଖି ୧୦ ନିୟୁତରୁ ଅଧିକ ଲୋକ ଏହି ପର୍ବକୁ ଖୁବ୍ ଧୂମ୍ ଧାମ୍ ରେ ଆନନ୍ଦ ଉଲ୍ଲାସ ସହ ପାଳନ କରନ୍ତି । ନୂଆଁ ର ଅର୍ଥ ନୂତନ ଏବଂ ଖାଇ ର ଅର୍ଥ ଖାଦ୍ୟ । ତେଣୁ ଏହି ପର୍ବର ନାମ କରଣ ଅନୁସାରେ ଏହା ବୁଝାଯାଏ ଏବଂ ଚାଷୀମାନେ ଏହି ପର୍ବ ବେଳକୁ ନୂତନ ଧାନ ଫସଲ ଅମଳ କରିସାରିଥା’ନ୍ତି ।

ଗଣେଶ ପୂଜାର ପରଦିନ ପଡୁଥିବା ଏହି ପର୍ବଟି ଏକ ନୂତନ ଆଶାର କିରଣ ସଂଚାର କରିଥାଏ । କୃଷକ ଓ ଚାଷୀ ସମ୍ପ୍ରଦାୟ ପାଇଁ ଏହି ପର୍ବଟି ବହୁତ ବେଶୀ ଗୁରୁତ୍ୱ ବହନ କରେ । ଲଗ୍ନ ବୋଲି ଦିନର ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏହି ପର୍ବ ପାଳନ କରାଯାଏ । ଗାଁ ପୁରୋହିତଙ୍କ ଦ୍ୱାରା ‘ଲଗ୍ନ’ ର ନିର୍ଘଣ୍ଟ ନିର୍ଦ୍ଧାରଣ ହେଲା ପରେ ଲୋକ ମାନଙ୍କୁ ଜଣାଇ ଦିଆଯାଏ । ଏହି ଉପଲକ୍ଷେ ଗ୍ରାମର ପ୍ରତ୍ୟେକ ଲୋକ ସେମାନଙ୍କ ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରନ୍ତି ଏବଂ ନୂଆ ଧାନ ଅର୍ପଣ କରନ୍ତି । ତା ପରେ ସେହି ନୂଆ ଧାନ କୁ ଖୁବ ଶ୍ରଦ୍ଧାର ସହ ଗ୍ରହଣ କରନ୍ତି । ସମଲେଶ୍ୱରୀ, ପାଟଣେଶ୍ୱରୀ, ମାଣିକେଶ୍ଵରୀ ଏବଂ ସୁରେଶ୍ୱରୀଙ୍କ ଭଳି ଇଷ୍ଟ ଦେବୀମାନଙ୍କୁ ଏହି ଉପଲକ୍ଷେ ପୂଜା କରାଯାଇଥାଏ ।

ଗବେଷକ ମାନଙ୍କ ମତ ଅନୁସାରେ ନୂଆଁଖାଇ ପର୍ବର ଇତିହାସ ବହୁ ପୁରୁଣା ଏହାର ଉତ୍ପତ୍ତି ବୈଦିକ ଯୁଗରୁ, ଯେତେବେଳେ ମୁନିରୁଷି ମାନେ ଗୋଟିଏ ଚାଷ ଭିତ୍ତିକ ସମାଜରେ ପାଞ୍ଚଯଜ୍ଞ କଥା କହିଥିଲେ । ଏହି ପାଞ୍ଚଯଜ୍ଞ (୧) ଶୀତ ଯଜ୍ଞ (ଜମିକୁ ହଳ କରିବା), (୨) ପ୍ରଭାପନା ଯଜ୍ଞ, (୩) ପ୍ରଲମ୍ବନ ଯଜ୍ଞ (ଆଦ୍ୟଫସଲ ଅମଳ), (୪) ଖଳ ଯଜ୍ଞ (ପ୍ରକୃତ ଫସଲ ଅମଳ) ଏବଂ ପ୍ରୟାୟଣ ଯଜ୍ଞ (ଅମଳ ହୋଇଥିଲା ଫସଲକୁ ସାଇତି ରଖିବା) ଜମିରେ ବିହନ ବୁଣିବା । ଏହି ଦୃଷ୍ଟିକୋଣରୁ ବିଚାର କଲେ ଏହା ଦେଖା ଯିବ ଯେ ନୂଆଁଖାଇ ଏହି ଯଜ୍ଞ (ପ୍ରଳମ୍ବନ ଯଜ୍ଞ) ରୁ ଉତ୍ପତ୍ତି ଯେଉଁଥିରେ ଖାଦ୍ୟ ଫସଲକୁ ପ୍ରଥମେ ଅମଳ କରାଯାଇ ଦେବାଦେବୀ ମାନଙ୍କୁ ଅର୍ପଣ କରାଯାଏ ।

ଏହି କାରଣରୁ ଏହି ପର୍ବକୁ ଭାଦ୍ରବ (ଅଗଷ୍ଟ/ସେପ୍ଟେମ୍ବର) ମାସରେ ପାଳନ କରାଯାଇଥାଏ । ଯେତେବେଳେ ଫସଲ ସମ୍ପୂର୍ଣ୍ଣ ଅମଳକ୍ଷମ ହୋଇନଥାଏ । ଅସଲ କାରଣଟି ହେଉଛି ଫସଲ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ଜମିରେ ପଶୁପକ୍ଷୀଙ୍କ ଆହାର ହେବା ପୂର୍ବରୁ ଏହାକୁ ଇଷ୍ଟଙ୍କୁ ସମର୍ପଣ କରିବା । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ପାଟଣା ରାଜା ରମାଇ ଦେଓ ଏହା କରିଥିଲେ ବୋଲି ଗବେଷଣାରୁ ଜଣାଯାଏ ।

ପର୍ବ ପାଳନର ପ୍ରସ୍ତୁତି ୧୫ ଦିନ ଆଗରୁ ପ୍ରାୟତଃ କରାଯାଇଥାଏ । ସଂଘବଦ୍ଧଭାବେ ବା ପରିବାର ସ୍ତରରେ ଏହି ପର୍ବଟି ପାଳନ କରାଯାଏ । ରୀତିନୀତି ପ୍ରଥମେ ଗ୍ରାମଦେବତୀ ବା ସେହି ଅଞ୍ଚଳର ପ୍ରଧାନ ଦେବୀଙ୍କ ଠାରୁ ଆରମ୍ଭ କରାଯାଏ । ଏହାପରେ ଲୋକମାନେ ନିଜ ନିଜ ଘରେ ଆଗ ଦେବା ଦେବୀ ମାନଙ୍କୁ ପୂଜା କରି ନୀତିକାନ୍ତି ସମ୍ପାଦନ କରନ୍ତି । ଏହା ସହ ଧନ ସମ୍ପଦର ଇଷ୍ଟଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ । ଏହି ପର୍ବ ଉପଲକ୍ଷେ ଲୋକମାନେ ନୂତନ ବସ୍ତ୍ର ପରିଧାନ କରନ୍ତି । ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କୁ ନୂଆ ଧାନ ଅମଳକୁ ଭୋଗ ଲଗାଇ ସାରିବାପରେ ପରିବାରର ମୁଖିଆ ଅନ୍ୟସଦସ୍ୟମାନଙ୍କୁ ପ୍ରସାଦ ବଣ୍ଟନ କରନ୍ତି । ନୂଆ ଗ୍ରହଣ କରିବାପରେ ପରିବାରର ସମସ୍ତ ସଦସ୍ୟ ସେମାନଙ୍କ ଠାରୁ ବୟୋଜ୍ୟେଷ୍ଠ ସଦସ୍ୟମାନଙ୍କୁ ମୁଣ୍ଡିଆ ମାରନ୍ତି । ତା’ପରେ ନୂଆ ଖାଇ ଜୁହାର ଆଦାନ ପ୍ରଦାନ ହୁଏ । ଏହା ସବୁ ବନ୍ଧୁ, ଶୁଭେଚ୍ଛୁ ତଥା ପରିଜନ ମାନଙ୍କ ଭିତରେ ହୋଇଥାଏ ।

ଏହା ଏକତାକୁ ପ୍ରତିପାଦନ କରେ । ଏହି ପର୍ବ ଉପଲକ୍ଷେ ସମସ୍ତ ଜନ ସାଧାରଣ ନିଜ ନିଜ ଭିତରେ ଥିବା ମତପାର୍ଥକ୍ୟ ଆଦିକୁ ଭୁଲି ପରସ୍ପରକୁ ଆଉଥରେ ଦେଖିବାକୁ ଆରମ୍ଭ କରନ୍ତି । ସନ୍ଧ୍ୟା ସମୟ ବେଳକୁ ଲୋକମାନେ ପରସ୍ପରକୁ ଭେଟି ଅଭିବାଦନ ଆଦାନ ପ୍ରଦାନ କରନ୍ତି । ସମସ୍ତ ପାର୍ଥକ୍ୟକୁ ଭୁଲି ବୟୋଜ୍ୟେଷ୍ଠ ମାନଙ୍କୁ ନୂଆଁଖାଇ ଜୁହାର ଭେଟି ଦିଆଯାଏ । ବୟୋଜ୍ୟେଷ୍ଠମାନେ ସାନମାନଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କ ସୁସ୍ଥ ଜୀବନ ଓ ଉତ୍ତରୋତ୍ତୋର ଉନ୍ନତି କାମନା କରନ୍ତି । ଏପରିକି ପରସ୍ପରଠାରୁ ଅଲଗା ହୋଇଯାଇଥିବା ଭାଇମାନେ ମଧ୍ୟ ଗୋଟିଏ ଛାତ ତଳେ ଏହି ପର୍ବକୁ ପାଳନ କରନ୍ତି । ଏହି ପର୍ବ ଏକତା ଓ ସଂହତିର ବାର୍ତ୍ତାବହ ।

ନୂଆଁଖାଇ ଭେଟଘାଟ ନାମରେ ସନ୍ଧ୍ୟାବେଳକୁ ଲୋକ ନୃତ୍ୟ ଓ ଆସର ଜମେ । ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ଯଥା ରସରକେଳି, ଡାଲଖାଇ, ଚୁଟା କୁ ଚୁଟା, ସଜନୀ, ନଚନିଆ ଓ ବଜନିଆ ର ତାଳେ ତାଳେ ପାଦକୁ ପାଦ ମିଶାଇ ନୃତ୍ୟ କରନ୍ତି । ଏହି ଦିନ ମାନଙ୍କରେ ସାରା ବିଶ୍ୱରେ ଏହି ଅଞ୍ଚଳର ବସବାସ କରୁଥିବା ଲୋକମାନେ ଚଳଚଞ୍ଚଳ ହୋଇଉଠନ୍ତି । ସାରା ପୃଥିବୀ ରେ ବଡ ବଡ ସହର ତଥା ଅଞ୍ଚଳ ମାନଙ୍କରେ ସେମାନେ ଏହି ପର୍ବକୁ ଖୁବ୍ ଧୂମ୍ ଧାମ୍ ରେ ଏବଂ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି ।

ଉତ୍ତର ଭାରତ ତଥା ସ୍ୱତନ୍ତ୍ର ଭାବେ ପଞ୍ଜାବରେ ବୈଶାଖୀ ନୂତନ ଫସଲ ଅମଳ ଉପଲକ୍ଷେ ପାଳନ କରାଯାଏ । ପ୍ରଚୁର ଫସଲ ଅମଳ ହୋଇଥିବାରୁ ଲୋକମାନେ ଏହି ପର୍ବ ମାଧ୍ୟମରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଥା’ନ୍ତି ତଥା ଭବିଷ୍ୟତରେ ଉନ୍ନତି ପାଇଁ ମଧ୍ୟ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ଶିଖ ଓ ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ପର୍ବ ପାଳନ କରିଥା’ନ୍ତି । ତା ବାଦ୍ ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଉତ୍ସବ ପାଳନ ରେ ସାମିଲ ହୋଇଥା’ନ୍ତି । ଏହି ଅମଳର ପର୍ବକୁ ଭାଙ୍ଗଡା ନୃତ୍ୟ ସହ ଯୋଡି ଦିଆଯାଏ । ଯାହାକୁ ଫସଲ ଅମଳ ର ନାଚ କୁହାଯାଏ ।

ଖାଲସା ର ଗଠନ ଉପଲକ୍ଷେ ଏହି ପର୍ବ ପାଳନ ନିମିତ୍ତ ମେଳା ମଉଜ ତଥା ଭୋଜିଭାତର ଆୟୋଜନ ସାରା ପଞ୍ଜାବରେ କରାଯାଏ । ଆନନ୍ଦପୁର ସାହିବ ଗୁରୁଦ୍ୱାର ଠାରେ ଥିବା ତଲୱାଣ୍ଡି ସାକୋ ଏବଂ ସ୍ଵର୍ଣ୍ଣ ମନ୍ଦିର ଠାରେ ଥିବା ହରମନ୍ଦର ସାହିବ ଠାରେ ପ୍ରବଳ ଜନ ସମାଗମ ମଧ୍ୟରେ ଅନୁଷ୍ଠିତ ହୁଏ । ବିବିଧତା ମଧ୍ୟରେ ଏକତାର ସହ ଉତ୍ସବ ପାଳନ ଓଡ଼ିଆ ଓ ପଞ୍ଜାବୀ ମାନଙ୍କ ସଂସ୍କୃତିର ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହି ଆସିଛି । ଯଦିଓ ଏହି ଦୁଇଟି ରାଜ୍ୟ ପରସ୍ପରଠାରୁ ୨୫୦୦ କି.ମି. ଦୂରରେ ଅବସ୍ଥିତ ତଥାପି ସେମାନଙ୍କ ମଧ୍ୟରେ ଏକ ସାଂସ୍କୃତିକ ବନ୍ଧନ ସବୁବେଳେ ରହିଆସିଛି ।

ଏହା ବିଶ୍ୱାସ କରାଯାଏ ଯେ ଗୁରୁ ନାନକଜୀ ୧୫୦୬ ମସିହାରେ ପୁରୀ ଆସିଥିଲେ । ପୁରୀର ପ୍ରସିଦ୍ଧ ମଙ୍ଗୁ ମଠ ଏ ବାବଦରେ ଅନେକ ତଥ୍ୟ ଦେଇପାରିବ । ପଞ୍ଜାଵ ର ଭାଙ୍ଗଡା ନାଚ ଓ ଓଡ଼ିଶାର ସମ୍ବଲପୁରୀ ନାଚ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଏହି ଦୁଇ ନାଚର ସିଧା ସଳଖ ଦୃଶ୍ୟରେ ଜଣେ ଦର୍ଶକ ନିଜ ହାତ ପାଦ ନ ହଲାଇ ନିଜକୁ ସ୍ଥିର ରଖିପାରିବନାହିଁ ।

ଏହି ଦୁଇ ନାଚର ପ୍ରଦର୍ଶନ ନିମିତ୍ତ ନିର୍ଦ୍ଧିଷ୍ଟ କୌଣସି ମଣ୍ଡପ ବା ସାଜସଜ୍ଜାର ଆବଶ୍ୟକତା ନାହିଁ । ଏହା ଯେକୌଣସି ରାସ୍ତା, ବିଲବାଡ଼ି ବା କେଉଁଠାରେ ବି ପ୍ରଦର୍ଶନ କରାଯାଇପାରିବ । ଶେଷରେ କୁହାଯାଇପାରେ ଯେ ଯେହେତୁ ଇଂରାଜୀ ଅକ୍ଷର O ଓ P ପାଖାପାଖି ସୁତରାଂ ଓଡ଼ିଶା ଓ ପଞ୍ଜାବ ମଧ୍ୟ ଭାବଗତ ଭାବେ ଖୁବ୍ ନିକଟତର ।

ବିକାଶ ନାରାୟଣ ମିଶ୍ର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ମୁଖ୍ୟ ମହାପ୍ରବନ୍ଧକ ଭାବେ ଅବସର ନେଇଛନ୍ତି । ବର୍ତ୍ତମାନ ସେ ଭାରତୀୟ ବ୍ୟାଙ୍କ ସଂଗଠନର ବରିଷ୍ଠ ଉପଦେଷ୍ଟା ଭାବେ ଅବସ୍ଥାପିତ ।
Bikas Narayan Mishra

Bikas Narayan Mishra

Retd. Chief GM, PNB. Senior Advisor, Indian Bank Association (IBA)

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.