• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଆ ଜାତିର ଏକ ଅବହେଳିତ କୀର୍ତ୍ତିସ୍ତମ୍ଭ

ଓଡ଼ିଆ ଜାତିର ଏକ ଅବହେଳିତ କୀର୍ତ୍ତିସ୍ତମ୍ଭ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୫ ଜୁନ୍ ୨୦୨୪

ଓଡ଼ିଶା ଇତିହାସରେ ଯେଉଁ ବୀର ବରପୁତ୍ର ମାନଙ୍କ କୀର୍ତ୍ତିର ସ୍ୱାକ୍ଷର ଅଙ୍କିତ ହୋଇ ଆମକୁ ଗୌରବାନ୍ଵିତ କରିଆସୁଛି, ସେମାନଙ୍କ ସ୍ମୃତି ରକ୍ଷା ଦିଗରେ ଓଡ଼ିଆ ଜାତିର ଏବଂ ତାଙ୍କ ଉତ୍ତର ଦାୟଦ ମାନଙ୍କର ଏତେ କାର୍ପଣ୍ୟ କାହିଁକି ? ଅନ୍ୟ ଭାବରେ କହିଲେ ଓଡ଼ିଆ ଜାତି ହୀନମନ୍ୟତା ର ଶିକାର ହୋଇ ଯାଇଛି କି ? ପୂର୍ବସୁରୀ ମାନଙ୍କୁ ବିସ୍ମୃତ ହେବାରେ ଲାଗିଛି କି ?

ଆମ ଓଡ଼ିଆ ଜାତି ପାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ, ଓଡ଼ିଆ ମାନଙ୍କ ଜୀବନ ଧାରଣର ମାନବୃଦ୍ଧି ପାଇଁ, ଯେଉଁ ମହାନ୍ ମଣିଷ ମାନେ ଜୀବନ ଉତ୍ସର୍ଗ କରି ଯାଇଥିଲେ, ସେମାନଙ୍କ ମଧ୍ୟରେ ଜଣେ ବିଶିଷ୍ଟ ଓଡ଼ିଆ ଥିଲେ ରାୟବାହାଦୁର ନନ୍ଦ କିଶୋର ଦାସ । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର କୁମୁଡ଼ାଜୟପୁର ପ୍ରଗଣାରେ ଏକ ବିଶିଷ୍ଟ କରଣ ଜମିଦାର ପରିବାରରେ ୧୮୪୫ ମସିହା ଜୁନ୍ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ । ପିତା ନୃସିଂହ ଚରଣ ଦାସଙ୍କ ତତ୍ତ୍ଵାବଧାନରେ ନିଜ ଗ୍ରାମରେ ବାଲ୍ୟ ଜୀବନ ବିତାଇଥିଲେ ହେଁ, ପରବର୍ତ୍ତୀ କାଳରେ କଟକ ସହରକୁ ଆସି ବାଙ୍କାବଜାର ସ୍ଥିତ ପୈତୃକ ବାସ ଭବନରେ ରହି ଶିକ୍ଷାପ୍ରାପ୍ତ ହୋଇଥିଲେ। ବିଚକ୍ଷଣ ବୁଦ୍ଧି ଏବଂ କର୍ତ୍ତବ୍ୟ ପରାୟଣତାର ପରାକାଷ୍ଠା ଯୋଗୁ ନନ୍ଦ କିଶୋର ଦାସ ତତ୍କାଳୀନ ବ୍ରିଟିଶ୍ ପ୍ରଶାସନରେ ବିଭିନ୍ନ ପଦ ପଦବୀ ରେ ରହି ନିଜକୁ ଏକ ଦକ୍ଷ ପ୍ରଶାସକ ଭାବେ ପ୍ରମାଣିତ କରି ପାରିଥିଲେ ।

ନନ୍ଦ କିଶୋର ଯେ, କେବଳ ବ୍ରିଟିଶ୍ ପ୍ରଶାସନର ପ୍ରିୟ ଭାଜନ ହୋଇଥିଲେ, ତାହା ନୁହେଁ । ବରଂ, ପରାଧୀନ ଭାରତରେ ବ୍ରିଟିଶ୍ ପ୍ରଶାସନରେ ନିୟୋଜିତ ଥାଇ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏବଂ ଓଡ଼ିଆ ଜାତିର ଉତ୍ଥାନ ପାଇଁ ସ୍ଵୀୟ କର୍ତ୍ତବ୍ୟରେ ଆଗୁସାର ହୋଇଥିଲେ । ରାତ୍ରି ଉଜାଗର ରହି ଓଡ଼ିଆ ଭାଷାରେ ବ୍ୟାକରଣ ଏବଂ ଅନ୍ୟ ପୁସ୍ତକ ରଚନା କରିବା ଥିଲା ତାଙ୍କ ନିଶା । ସେଗୁଡିକ ମୁଦ୍ରଣ, ପ୍ରକାଶନ ଏବଂ ବିତରଣ ପାଇଁ ତାଙ୍କର ଅନବଦ୍ୟ ଉଦ୍ୟମକୁ ଅସ୍ବୀକାର କରି ହେବନାହିଁ । ଓଡ଼ିଆ ଜାତିର ମୁକ୍ତି ମଞ୍ଚ “ଉତ୍କଳ ସମ୍ମିଳନୀ” ଗଠିତ ହେବାର ୧୩/୧୪ ବର୍ଷ ପୂର୍ବରୁ ୧୮୮୯ ମସିହାରେ ସେ ପ୍ରତିଷ୍ଠା କରିଥିଲେ “ଉତ୍କଳ ସମ୍ମିଳନୀ ସଭା” । ଯେଉଁଥିରେ ମଧୁସୂଦନ ଦାସଙ୍କ ସାନ ଭାଇ ଗୋପାଳ ବଲ୍ଲଭ ଦାସଙ୍କ ଭଳି ବହୁ ବିଶିଷ୍ଟ ଓଡ଼ିଆ ମାନେ ସଦସ୍ୟ ରହିଥିଲେ ।ମେଧାବୀ ଓଡ଼ିଆ ପିଲାଙ୍କୁ କଟକ ସହରରେ ରଖି ଉଚ୍ଚ ଶିକ୍ଷା ଲାଭ କରିବାପାଇଁ ସୁଯୋଗ ଦେବା, ଓଡ଼ିଆଙ୍କ ସାମାଜିକ ସ୍ଥିତି ରେ ଉନ୍ନତି ଆଣିବା ଲାଗି ବ୍ୟୟ ବହୁଳ ବିବାହ ଆଦି ସାମାଜିକ ଅନୁଷ୍ଠାନରେ ଅଯଥା ଖର୍ଚ୍ଚ କାଟ କରିବାରେ ଜନ ସଚେତନତା ସୃଷ୍ଟି କଲା ଭଳି ଅନେକ ସାମାଜିକ ସଂସ୍କାର କାର୍ଯ୍ୟ କରୁଥିଲା ନନ୍ଦ କିଶୋର ଦାସ ଙ୍କ ଏହି ଅନୁଷ୍ଠାନ । ପରବର୍ତ୍ତୀ ସମୟରେ କଲିକତାରେ ଓକିଲାତି କରୁଥିବା ମଧୁବାବୁ ଙ୍କୁ ଓଡ଼ିଶା ଫେରାଇ ଆଣି ସ୍ଵତନ୍ତ୍ର ଓଡ଼ିଶା ଗଠନ ଦିଗରେ ପ୍ରେରଣା ଯୋଗାଇଥିବା ପ୍ରଚ୍ଛଦପଟ ନାୟକ ଜଣକ ଥିଲେ ନନ୍ଦ କିଶୋର ଦାସ । ସେଥିପାଇଁ ମଧୁ ବାବୁ ତାଙ୍କୁ “ଓଡ଼ିଆ ହିରୋ” ବୋଲି ଆଖ୍ୟାୟିତ କରିଯାଇଛନ୍ତି । ଖାଲି ସେତିକି ନୁହେଁ, ନନ୍ଦ କିଶୋର ଦାସଙ୍କ ଗୁଣ ଗାନ କରି ବ୍ୟାସକବି ଫକୀର ମୋହନ ସେନାପତି “ଉତ୍କଳ ଭ୍ରମଣ” ରେ ଲେଖିଛନ୍ତି :

“ହେ ନନ୍ଦ କିଶୋର ସର୍ବ ଗୁଣରେ ନିପୁଣ
ଗାଇବାକୁ ତୁମ ଯଶ ନାହିଁ ମୋର ଗୁଣ
xxxxx xxxxx xxxxx
ସିଭିଲ୍ ସର୍ଭେଣ୍ଟ ଆଣ୍ଡ ପଲିଟି ଏଜେଣ୍ଟ
ଜୟ ଜୟ ଜୟ ଓଡ଼ିଶାର ମନୁମେଣ୍ଟ ।”

ଅସାଧାରଣ ଦକ୍ଷତା ଦେଖାଇ ବ୍ରିଟିଶ୍ ପ୍ରଶାସନକୁ ବହୁ ଭାବରେ ପ୍ରଭାବିତ କରିପାରିଥିବା ନନ୍ଦ କିଶୋର ଦାସଙ୍କୁ “ରାୟ ବାହାଦୁର” ଉପାଧି ରେ ମଣ୍ଡିତ କରାଯାଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ପଦବୀ ଯୁକ୍ତ ହୋଇ ଅନୁଗୁଳ ରୁ ପୁରୀ ଯିବାବେଳେ ପୁରୁଣାଗଡ ଠାରେ ଅସୁସ୍ଥ ହୋଇପଡ଼ିଥିଲେ ନନ୍ଦ କିଶୋର ଦାସ । ସେହିଠାରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା ୧୮୯୪ ମସିହା ଏପ୍ରିଲ୍ ୬ ତାରିଖରେ । “ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କୁ ହରାଇ ଓଡ଼ିଶା ମାତା ଦାରୁଣ ଶୋକ ମଗ୍ନା” ବୋଲି କର୍ମବୀର ଗୌରୀଶଙ୍କର ରାୟଙ୍କ ସମ୍ପାଦିତ “ଉତ୍କଳ ଦୀପିକା” ପ୍ରକାଶ କରିଥିଲା । ଅନୁଗୁଳ ଜିଲ୍ଲାର ପୁରୁଣାଗଡ (ବଡ଼ଦାଣ୍ଡ ସାହି) ନିକଟରେ ରହିଛି ନନ୍ଦ କିଶୋର ଦାସଙ୍କ ସମାଧି । ଯାହାକି, ସେଠାକାର ତତ୍କାଳୀନ ତହସିଲଦାର ବଉଳମାଳ ପଥରରେ ନିର୍ମାଣ କରିଥିଲେ ଏବଂ ସେଥିରେ ତତ୍କାଳୀନ ବ୍ରିଟିଶ୍ ସଚିବ କଟନ୍ ସାହେବ୍ ଙ୍କ ସ୍ୱାକ୍ଷର ଥାଇ “କର୍ତ୍ତବ୍ୟର ଅନୁପ୍ରେରଣାରେ ସେ ଜୀବନ ଉତ୍ସର୍ଗ କରିଛନ୍ତି” ବୋଲି ଉଲ୍ଲିଖିତ ଫଳକ ଲଗାଯାଇଥିଲା । ୧୯୬୦ ମସିହା ପର୍ଯ୍ୟନ୍ତ ତାହା ବିଦ୍ୟମାନ ଥିଲା ବୋଲି ନନ୍ଦ କିଶୋର ଦାସଙ୍କ ଅଣନାତୁଣୀ ଅନ୍ନପୂର୍ଣ୍ଣା ମହାରଣା (ରମାଦେବୀଙ୍କ କନ୍ୟା) ତାଙ୍କ ଆତ୍ମଜୀବନୀ “ଅମୃତ ଅନୁଭବ” ରେ ଉଲ୍ଲେଖ କରିଯାଇଛନ୍ତି ।

ଅତ୍ୟନ୍ତ ଜରାଜୀର୍ଣ୍ଣ ଏବଂ ଅବହେଳିତ ଅବସ୍ଥାରେ ଆବିଷ୍କୃତ ହେବାପରେ ୨୦୧୫ ମସିହାରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସାମାଜିକ ଅନୁଷ୍ଠାନ “ମାହାଙ୍ଗା ମୈତ୍ରୀ ମଞ୍ଚ” ପକ୍ଷରୁ ଓଡ଼ିଆ ଜାତିର ମାନସପଟ୍ଟରୁ ବିସ୍ମୃତ ହେବାକୁ ଯାଉଥିବା ଏହି ମହାନ୍ କିର୍ତ୍ତିସ୍ତମ୍ଭ (ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ସମାଧି ମନ୍ଦିର)ର ପୁନରୁଦ୍ଧାର ଓ ପୁନଃ ପ୍ରତିଷ୍ଠା କରାଯାଇଥିଲା । ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ଭାବରେ ଏଇ ସ୍ତମ୍ଭର ଲେଖକ (ଅବନୀ ଚନ୍ଦ୍ର ଦାସ) ଙ୍କୁ ନନ୍ଦ କିଶୋର ଦାସଙ୍କ ସ୍ମୃତି ପୀଠକୁ ଜାତିର ମର୍ମ କୋଣରେ ଉଜ୍ଜୀବିତ କରି ରଖିବାକୁ ପ୍ରେରଣା ଓ ସହଯୋଗ ଦେଇଥିବା ମହାନୁଭବ ମାନେ ହେଲେ ପ୍ରବାସୀ ଓଡ଼ିଆ ଡ଼ଃ ରାଜେନ୍ଦ୍ର ନାରାୟଣ ଦାସ, ଅନୁଗୁଳ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ସଚିନ୍ ରାମଚନ୍ଦ୍ର ଯାଦବ, ପୁରୁଣାଗଡ (ବଡ଼ଦାଣ୍ଡ ସାହି) ଗ୍ରାମ୍ୟ କମିଟି ତତ୍କାଳୀନ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକ, ମା ଭୈରବୀ ଗ୍ରାମ୍ୟ ଯୁବକ ସଂଘ ସଦସ୍ୟ ବୃନ୍ଦ, ସମାଜସେବୀ ଟୁଟଲ କିଶୋର ଦାସ, ସିକତା ମାନୁ ଦାସ ଏବଂ ଇଞ୍ଜିନିୟର ଓମ୍ ପ୍ରସାଦ ହୋତା ପ୍ରମୁଖ ।

ଆଜି ସେହି କୀର୍ତ୍ତିମାନ ଓଡ଼ିଆ ପ୍ରାଣ ରାୟବାହାଦୁର ନନ୍ଦ କିଶୋର ଦାସଙ୍କ ପୁଣ୍ୟ ଜନ୍ମତିଥି ଅବକାଶରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.