ଭକ୍ତ ଚରଣ ସାହୁ, ଯାଜପୁର,୧୮ ଅଗଷ୍ଟ
ପାପ ପୂଣ୍ୟ ଦୁଇ ଭାଇ
ପାପ ଭାରି ଅଳିଆ ।
ପୂଣ୍ୟ ଭାରି ସରଳିଆ
ନୁହେଁ ତା’ ଭଳିଆ ।। (୦)
ପାପ ଘନ ଅନ୍ଧକାର
ପୂଣ୍ୟ ସୂର୍ଯ୍ୟାଲୋକ ।
ପାପ ନରକ ଯନ୍ତ୍ରଣା
ପୂଣ୍ୟ ସ୍ୱର୍ଗ ସୁଖ ।।
ପୂଣ୍ୟ ପାଣି ନିରିମଳ
ପାପ ପାଣି ଗୋଳିଆ..(୧)
ପାପ ସାଥେ ଭାବ କଲେ
ଲାଗିଯିବ ପାତକ ।
ଘାଣ୍ଟି ଗୋଳି ମାରିବସେ
ସିଏ ଯେଣୁ ଘାତକ ।।
ପୂଣ୍ୟ ସାଥେ ଭାବ କଲେ
ସାହା ହେବେ କାଳିଆ..(୨)