• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପିଲାମାନେ: ବାଉଳି ଆଉ ନକୁଳି (ଭାଗ ୨୨)

ପିଲାମାନେ: ବାଉଳି ଆଉ ନକୁଳି (ଭାଗ ୨୨)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅପ୍ରେଲ ୨୦୨୫

ବାଉଳି ଆଉ ନକୁଳି। ଭାଇଭଉଣୀ ପିଠୋଉ ବାଟି ଦୁଇଟି କଲେ ଚକୁଳି।
ଏଇଟା ଥିଲା ମୋ ଝିଅର ପ୍ରିୟ ଗୀତ। ସେ ଗାଉଥିଲା ତା ଦରୋଟି ସ୍ୱରରେ ଏମିତି।

“ବାଉନି ଆଉ ନତୁନି। ଦି’ ଭାଇଭଉଣୀ ପିଥଉ ବାତି ଦୁଇତି ତନେ ଚତୁନି।” ଝିଅର ପାଟି ଲାଗୁଥିଲା।
ଝିଅ କଥା ଶୁଣି ପୁଅ ବି କହେ, “ନନା, ସିଏ ଚକୁଲିକୁ ‘ଚତୁନି’ କହୁଛି।” ମୋ ସ୍ତ୍ରୀ ଓ ମୁଁ ହସୁ।

ଶଳା ବି ତଦ୍ରୁପ। ସିଏ ଗୋଟେ କାହାଣୀ ଗଢ଼େ। “ବୁଢ଼ାଟିଏ ଥିଲା। ତା ସ୍ତ୍ରୀ ନଥିଲା। ତା’ର ଗୋଟିଏ ବୋଲି ଝିଅ ଥିଲା। ତା ଦେହ ଖରାପ ହେଲା। ବୁଢ଼ାଟା ମରିଗଲା।”

ଏକଥା ଶୁଣି ଝିଅ କାନ୍ଦେ।

ପୁଅର ପ୍ରିୟ ଗପ ଥିଲା – ଥରେ ଜଣେ ବ୍ରାହ୍ମଣ ଗୁଡ଼ାଏ ସୁନାମୋହର ରଜାଙ୍କ ଠାରୁ ଦାନ ପାଇ ଆସୁଥିଲା। ବାଟରେ ତା ପଛରେ ଦଉଡ଼ିଲା ଗୋଟେ ଭାଲୁ। କେବେ ବ୍ରାହ୍ମଣ ଆଗରେ, କେବେ ଭାଲୁ ଆଗରେ, ଦୁହେଁ ପରସ୍ପର ଗୋଟେ ଗଛ ଚାରିପଟରେ ଦୌଡ଼ାଦୌଡ଼ି ହେଲେ। ସୁଯୋଗ ପାଇ ବ୍ରାହ୍ମଣ ଭାଲୁର ଲାଙ୍ଗୁଡ଼କୁ ଧରିପକେଇଲା। ବ୍ରାହ୍ମଣ ଭାଲୁ ପରସ୍ପର ବୁଲିଲେ। ବ୍ରାହ୍ଣଣର ଲୁଗା ଖସିଗଲା। ପଇସାତକ ବୁଣି ହୋଇଗଲା। ସେତିକିବେଳେ ଆରପଟରୁ ଆଉ ଗୋଟେ ଲୋକ ଆସିଲା।

“ଭାଇ, କ’ଣ କଥା? ତୁମେ ଭାଲୁ ଲାଙ୍ଗୁଡ଼ ଧରି ବୁଲୁଛ କାହିଁକି? ଭାଲୁ ବି ବୁଲୁଛି କାହିଁକି?”, ଲୋକଟି ପଚାରିଲା।

“ଭାଇ, ଦେଖୁନ, ଭାଲୁ କେମିତି ସୁନା ମୋହର ହଗୁଛି।” ଲୋକଟିକୁ ଉତ୍ତର ଦେଲା ବ୍ରାହ୍ମଣ।

ତଳେ ପଡ଼ିଛି ସୁନା ମୋହର ଇତଃସ୍ତତ ହୋଇ। ଲୋକଟି ବ୍ରାହ୍ମଣ କଥାକୁ ବିଶ୍ୱାସ କଲା ଓ କହିଲା – “ଭାଇ, ମତେ ଏଥରକ ଭାଲୁ ଲାଙ୍ଗୁଡ଼ଟି ଦିଅ। ତୁମେ ତ ଏତକ ପାଇଲଣି।”

“ନା, ମୁଁ ଆଉ କିଛି ପାଇବାକୁ ଚାହେଁ।” ବ୍ରାହ୍ମଣ ଉତ୍ତର ଦେଲା।

“ନାଇଁ ଭାଇ, ମତେ ଭାଲୁ ଲାଙ୍ଗୁଡ଼ ଦିଅ।” ଲୋକଟି ଅନୁନୟ ବିନୟ କଲା।
“ହଉ, କହୁଛ ଯଦି ନିଅ।” ଲୋକଟିକୁ ଭାଲୁ ଲାଙ୍ଗୁଡ଼ଟି ଧରେଇ ନିଜ ସୁନା ମୋହରତକ ଗୋଟେଇ ଚାଲିଗଲା ବ୍ରାହ୍ମଣ।

ଲୋକଟି ତା’ପରେ ଭାଲୁ ଲାଙ୍ଗୁଡ଼ ଧରି ବୁଲିଲା। ବୁଲିଚାଲିଲା।

ପୁଅ ବଡ଼ ହେଲା। ମୋ ପିଲାଦିନେ ମୁଁ ଏଇ କାହାଣୀଟି ନନାଙ୍କ ଠାରୁ ଶୁଣିଥିଲି। ପୁଅକୁ କହୁ କହୁ ମୁଁ ବୁଢ଼ା ହେଇଗଲି। ଦୁନିଆରେ ସମସ୍ତେ ଚାଲାକ ବ୍ରାହ୍ମଣ ହେଲେ। ମୁଁ ଚିରକାଳ ଭାଲୁ ଲାଙ୍ଗୁଡ଼ ଧରି ବୁଲିଚାଲିଲି।

ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ ଆଶା ବା କାମନା। କାମନାର ବିନାଶରେ ଦୁଃଖର ବିନାଶ। ଉତ୍ତମ, ଲୋଭଶୂନ୍ୟ ଜୀବନଯାପନରେ କାମନାର ବିନାଶ ଓ ନିର୍ବାଣ ପ୍ରାପ୍ତି।
ଭଗବାନ ବୁଦ୍ଧ ଜୀବନର ଏଇ ସତ୍ୟଟି କହିଥିଲେ ଏକଦା। କେତେ ବଡ଼ ସତ୍ୟ ସତରେ! ହେଲେ ମୁଁ କାମନାରୁ ମୁକ୍ତି ଖୋଜି ଖୋଜି କଟକରେ ପହଞ୍ଚିଲି। କଟକରୁ ଉମରକୋଟ, ସେଠୁ ଲକ୍ଷ୍ନୌ, ଦିଲ୍ଲୀ, ଶିଲଂ ହୋଇ ନିର୍ବାଣ ପାଇଁ ଜଗନ୍ନାଥଙ୍କ ପାଖେ ପୁରୀରେ ପହଂଚିଲି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.